
ଭୁବନେଶ୍ୱର,୨୭/୧୨- ଗତ କିଛି ଦିନ ହେବ ରାଜ୍ୟରେ ଲଘୁଚାପ ଓ ଗୁରୁଚାପ ଜନିତ ବର୍ଷା ଲାଗି ରହିବା ପରେ ଗୁରୁବାର ଦିନରୁ ପାଗ ଶୁଖଲା ରହିଥିଛି ।ଏବେ ପୁଣି ଏକ ବର୍ଷା ଆସୁଛି। ପଶ୍ଚିମାଝଡ଼ ପ୍ରଭାବରେ ଆସନ୍ତା ୨୮ ଓ ୨୯ ତାରିଖରେ ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର। ଉତ୍ତର ତଥା ଉତ୍ତର ପଶ୍ଚିମ ଓଡ଼ିଶାର କିଛି ଜିଲାରେ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶଙ୍କ ସୂଚନା ଦେଇଛନ୍ତି।ଅନ୍ୟପକ୍ଷରେ ଲଘୁଚାପ ଜନିତ ବର୍ଷାରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଧାନ ପାଣିରେ ବୁଡ଼ି ରହିଥିବାବେଳେ ଚାଷୀ ତାହାକୁ ଉଠାଇପାରିନାହିଁ। ପୁଣି ଆଉ ଏକ ବର୍ଷା ଆସୁଥିବାରୁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଲାଣି।

