ପଟ୍ଟାମୁଣ୍ଡାଇ ୨୦/୧୧କଳ୍ପତରୁ ନାୟକ-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡମୁଳବସନ୍ତ ପଂଚାୟତ ନପଙ୍ଗ ଠାରେ ବଳଦେବଜୀଉ ଉତ୍ସବ ଅନୁଷ୍ଠିତ ହେଇଯାଇଛି। ଏହି କାର୍ଯ୍ୟକ୍ରମକୁ ବିଶିଷ୍ଟ ପ୍ରବଚକ ପଣ୍ଡିତ ହୃଷିକେଶ ରଥ ଉଦଘାଟନ କରିଥିଲେ । ଏଥିରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦୁମ୍ନ ସାମନ୍ତରାୟ ମୁଖ୍ୟଅତିଥି,ଯୋଗଦେଇଥିଲେ। ଗାଳ୍ପିକ ଡ଼ ନୀଳମଣି ଲେଙ୍କା ମୁଖ୍ୟ ବକ୍ତା , ପଣ୍ଡିତ ତ୍ରିଲୋକ୍ୟ ପ୍ରସାଦ ମିଶ୍ର ସରପଂଚ ସନ୍ତୋଷ ସେଠୀ, ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅଧ୍ୟାପକ ଡ. ହିମାଂଶୁ […]
Year: 2024
କେନ୍ଦ୍ରାପଡ଼ା,୨୦ା୧୧: କେନ୍ଦ୍ରାପଡା ଜିଲ୍ଲା ମିଳିତ ଟ୍ରକ ମାଲିକ ସଂଘ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସ୍ଥାନୀୟ ଗୌରୀଶଙ୍କର ହୋଟେଲରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମିଳିତ ଟ୍ରକ ମାଲିକ ସଂଘ କ୍ରିୟାନୁଷ୍ଠାନ କମିଟିର ଗତ ୩ ତାରିଖରେ ଅନୁଷ୍ଠିତ ହୋଇଥିବା ବୈଠକରେ ପାରିତ ପ୍ରସ୍ତାବଗୁଡିକ ଅନୁଯାୟୀ କ୍ରିୟାନୁଷ୍ଠାନ କମିଟି ତରଫରୁ ରାଜ୍ୟ ସରକାରଙ୍କୁ ଲଘୁ ଖଣିଜ ଦ୍ରବ୍ୟ ପରିବହନ ସୁପରିଚାଳନା ପାଇଁ ୧୧ ଦଫା ଦାବୀ ପତ୍ର ପ୍ରଦାନ […]
କେନ୍ଦ୍ରାପଡ଼ା,୨୦ା୧୧: ଗୌରବମୟ କଳା ସଂସ୍କୃତିର ପୂଜାରୀ ରୂପେ ଚିତ୍ରକଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ତଥା ଆଜୀବନ କଳା ସାଧନ ପାଇଁ ଚିତ୍ର ଶିଳ୍ପୀ ଅଜୟ ପଣ୍ଡାଙ୍କୁ “ଅନନ୍ୟ ଅକ୍ଷୟ ଚିତ୍ରକଳା ସମ୍ମାନ”ରେ ସମ୍ବର୍ଦ୍ଧିତ କରାଯାଇଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୁଅସ୍ଥିତ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ସଂଯୋଜନାରେ ସଙ୍ଗୀତ ଜଗତର ପ୍ରବାଦ ପୁରୁଷ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କ ୨୨ତମ ଶ୍ରାଦ୍ଧୋତ୍ସବ ସ୍ଥାନୀୟ ସିଦ୍ଧ ମହାପୁରୁଷ ମଠର […]
ପଟ୍ଟାମୁଣ୍ଡାଇ ୧୯/୧୧ -ପଟ୍ଟାମୁଣ୍ଡାଇ ବ୍ଲକ ଅଣ୍ଢରା ପଂଚାୟତ ଅଣ୍ଢରା ଗ୍ରାମର ଆରାଧ୍ୟ ଗ୍ରାମ ଦେବତୀ ମା ଧ୍ୟାନଧ୍ୟାୟୀଙ୍କ ବହୁ ପ୍ରତିକ୍ଷୀତ ଭଜନ “ମା ଲୋ ମା ଧ୍ୟାନଧ୍ୟାୟୀ ” ରାହାସ ଉତ୍ସ୍ୱ ଅବସରରେ ଲୋକାର୍ପିତ ହୋଇଯାଇଛି । ସୁଶାନ୍ତ ବାରିକଙ୍କ ପ୍ରଯୋଜନାରେ ପ୍ରସ୍ତୁତ ଭଜନ କ୍ୟାସେଟରେ ଅରୁଣ ମନ୍ତ୍ରୀ ରଚନା ଓ ବିଭୁ ପ୍ରସାଦ ତ୍ରିପାଠୀ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଲୋକପ୍ରିୟ କଣ୍ଠଶିଳ୍ପୀ ସୀମା ମହାପାତ୍ର କଣ୍ଠ ଦାନ […]
କେନ୍ଦ୍ରାପଡ଼ା,୧୯ା୧୧: ଗୁଲନଗର ପଂଚାୟତର ସୁଜାନଗରସ୍ଥିତ ବାଲିଯାତ୍ରା ପଡ଼ିଆରେ କେନ୍ଦ୍ରାପଡ଼ା ବାଲିଯାତ୍ରା ମହୋତ୍ସବର ପଞ୍ଚମ ସନ୍ଧ୍ୟାରେ ମହୋତ୍ସବର ସଭାପତି ପ୍ରଦୀପ ଦାସଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଯୋଗଦେଇ କହିଲେ ଏହିଠାରେ ପ୍ରତିବର୍ଷ ବାଲିଯାତ୍ରା ହେବ । ଏହାକୁ କେହି ବନ୍ଦ କରିପାରିବେ ନାହିଁ । ଗୁଲ୍ନଗରର କାରିଗରମାନେ ପାଟ୍ଟଶାଢି ତିଆରି କରି ବିଦେଶକୁ […]
ପଟ୍ଟାମୁଣ୍ଡାଇ ୧୯/୧୧–କାର୍ତ୍ତିକେଶ୍ୱର ଭସାଣି ଉତ୍ସବରେ ବାଜା ପାରମ୍ପରିକ ନୃତ୍ୟରେ ରେ କମ୍ପୁଛି ପଟ୍ଟାମୁଣ୍ଡାଇ ସହର । ଭଳିକି ଭଳି ଆଲୋକ ସଜାରେ ଝଲସି ଉଠିଛି ପୁରା ସହର । ଏଥିସହ ପଟ୍ଟାମୁଣ୍ଡାଇ ସହରବାସୀ ମେଳଣ ଉତ୍ସବ କରି ମେଲାଣି ଦେଇଛନ୍ତି ଗୌରୀ ପୁତ୍ର କାର୍ତ୍ତିକେଙ୍କୁ । ସୋମବାର ପଂଚୁକରୁ ପଟ୍ଟାମୁଣ୍ଡାଇ ପୌରାଂଚଳ ପୋଖରିଆପଡା, ଦକ୍ଷିଣଦିଆ, ବାଲିପଡା, ବେଲତଳ ପ୍ରଭୁତି ଗ୍ରାମରେ କାର୍ତ୍ତିକେଶ୍ୱର ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଥିଲା । ପୂଜା […]
କେନ୍ଦ୍ରାପଡ଼ା,୧୯ା୧୧: କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ଜିଲ୍ଲାପାଳ ସ୍ମତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ ସମିତି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଜାନୁୟାରୀ ୧୦ ତାରିଖରୁ ୧୧୮ଟି ମଣ୍ଡିରେ ଧାନକ୍ରୟ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି। ମଣ୍ଡିଗୁଡିକର ଭିତ୍ତିଭୂମି ଓ ଧାନର ମାନ ନିର୍ଦ୍ଧାରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଯୋଗୀ ଯନ୍ତ୍ରପାତି ଗୁଡିକର ବ୍ୟବସ୍ଥା କରାଯାଇଛି। ମଣ୍ଡିଗୁଡିକ ସପ୍ତାହରେ ୩ଦିନ […]
କେନ୍ଦ୍ରାପଡା,୧୮ା୧୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୁଅ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ ରେଡିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ଓଡିଆ ସଂଗୀତ ଜଗତର ପ୍ରବାଦ ପୁରୁଷ ଚିରସବୁଜ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତିଙ୍କ ପୁଣ୍ୟ ୨୨ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଅନନ୍ୟ ଅକ୍ଷୟ ଉତ୍ସବ ସ୍ଥାନୀୟ ସିଦ୍ଧ ମହାପୁରୁଷ ମଠର ମନୋରମ ପ୍ରାକୃତିକ ପରିବେଶରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କଳା ନିକେତନ ତଥା ରେଡିଓ ଭାବଗ୍ରାହୀର […]
କେନ୍ଦ୍ରାପଡ଼ା,୧୮ା୧୧: ଚଳିତ ନଭେମ୍ବର ମାସ ୧୨ ତାରିଖ ରବିବାର ସକାଳ ୯ଘଟିକା ସମୟରେ କେନ୍ଦ୍ରାପଡା ଟାଉନସ୍ଥିତ ସୁଜାତା ପ୍ୟାଲେସ୍ କେନ୍ଦ୍ରାପଡା ବ୍ଲକ ରୋଡ୍ଠାରେ କେନ୍ଦ୍ରାପଡା ଜିଲ୍ଲା ଶୌଣ୍ଢିକ ସମାଜ ତରଫରୁ ଏକ ବିଶାଳ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସଭାପତି ଭକ୍ତଚରଣ ସାହୁ ସଭା ପରିଚାଳନା କରିଥିଲେ । ରାଜ୍ୟସ୍ତରୀୟ ନେତୃବୃନ୍ଦ ଯଥା ରାଜ୍ୟ ସଭାପତି ବିକ୍ରମ କେଶରୀ ସାହୁ, ପୃଷ୍ଟପୋଷକ ଗୋବିନ୍ଦ ଚନ୍ଦ୍ର ସାହୁ, […]
କେନ୍ଦ୍ରାପଡା, ୧୮ା୧୧: ସାମାଜିକ ସଂଗଠନ “ଜୟ ରାଷ୍ଟ୍ର ଚାରିଟେବୁଲ ଟ୍ରଷ୍ଟ” ପକ୍ଷରୁ ଆସନ୍ତା ଡିସେମ୍ବର ୧ ତାରିଖ ଦିନ ତୃତୀୟ ରାଷ୍ଟ୍ରବାଦୀ କବିତା ମହୋତ୍ସବ ଅନୁଷ୍ଠିତ ହେବ । ଏ ନେଇ ଆଜି ଏକ ପ୍ରସ୍ତୁତି ବୈଠକ ଗୋପ ରାମମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ବିଶିଷ୍ଟ ସାହିତ୍ୟିକ ତଥା ସ୍ତମ୍ଭକାର ଦାଶ ବେନହୁର ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିବେ । ବକ୍ତାଭାବେ ବିଶିଷ୍ଟ କବି […]
କେନ୍ଦ୍ରାପଡ଼ା,୧୮ା୧୧: ସମ୍ବିଧାନ ହୀରକ ଜୟନ୍ତୀ ପାଇଁ କେନ୍ଦ୍ରାପଡ଼ାରେ ବୁଲିଲା ୟୁନାଇଟେଡ଼ ଫୋରମର, ସଚେତନତା ରଥ । କେନ୍ଦ୍ରାପଡା ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଆଇନ ପ୍ରଣୟତା ଡ: ବି ଆର ଆମ୍ବେଦକରଙ୍କୁ ସମ୍ମାନର ସହିତ ରଥ ବନ୍ଦାପନା କରିବାର ଦେଖିବାକୁ ମିଳିଛି । ମୂଳ ନିବାସୀ ୟନାଇଟେଡ଼ ଫୋରମ ସଂଗଠନ ତରଫରୁ ସୁପ୍ରଭା ମଲ୍ଲିକଙ୍କ ନେତୃତ୍ୱରେ ଏହି ସଚେତନତା କାର୍ଯ୍ୟକ୍ରମ ସଫଳ ହୋଇଛି । ମୂଳନୀବାସୀ ୟନାଇଟେଡ଼ ଫୋରମର କାର୍ଯ୍ୟକାରୀ ଅଧ୍ୟକ୍ଷ […]
କେନ୍ଦ୍ରାପଡ଼ା,୧୮ା୧୧: ଗୁଲନଗର ପଂଚାୟତର ସୁଜାନଗରସ୍ଥିତ ବାଲିଯାତ୍ରା ପଡ଼ିଆରେ କେନ୍ଦ୍ରାପଡ଼ା ବାଲିଯାତ୍ରା ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ମହୋତ୍ସବର ସଭାପତି ପ୍ରଦୀପ ଦାସଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ଜ୍ଞାନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ କହିଲେ ଏହିଠାରେ ପ୍ରତିବର୍ଷ ବାଲିଯାତ୍ରା ହେବ । ଯାହା ସହଯୋଗ ଆବଶ୍ୟକ ମୁଁ କରିବି । ଆସନ୍ତାବର୍ଷ ଭିତରେ […]
କେନ୍ଦ୍ରାପଡ଼ା,୧୮ା୧୧: ଓଡିଶା ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନସନ ଯୋଜନାଭୁକ୍ତ ) କେନ୍ଦ୍ରାପଡା ବ୍ଲକ ଆନୁକୂଲ୍ୟରେ ଗରାପୁରସ୍ଥିତ ଶିକ୍ଷକ ଭବନରେ ଏକ ସମ୍ବର୍ଦ୍ଧନା ବୈଠକ, ପ୍ରାଥମିକ ଶିକ୍ଷା ଓ ଶିକ୍ଷକ ମାନଙ୍କର ସମସ୍ୟା ସମ୍ପର୍କିତ ଏକ ଆଲୋଚନାଚକ୍ର ବ୍ଲକ ସଭାପତି ଦାଶରଥି ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ନୂତନ କନିଷ୍ଠ ଶିକ୍ଷକ ଭାବେ ଯୋଗଦେଇଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଓ ଜିଲ୍ଲା ପାରି ବଦଳି ହୋଇ ଆସିଥିବା ଶିକ୍ଷକ, […]
କେନ୍ଦ୍ରାପଡ଼ା,୧୮ା୧୧: ଜିଲ୍ଲାପାଳ ଜିଲ୍ଲାର ବିକାଶ ଦିଗରେ ମନୋନିବେଶ କରିବା ଉଚିତ। କାରଣ ଜିଲ୍ଲାର ବିକାଶ ଦିଗରେ ଜିଲ୍ଲାପାଳଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବର୍ତ୍ତମାନର କେନ୍ଦ୍ରାପଡା ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଜିଲ୍ଲାର ବିକାଶ ଦିଗରେ ମନୋନିବେଶ କରିବା ଅପେକ୍ଷା ରାଜନୈତିକ ବୟାନବାଜୀରେ ଲିପ୍ତ ରହିଛନ୍ତି। ତେଣୁ ସେ ଏହି ରାଜନୈତିକ ବୟାନବାଜି ବନ୍ଦ କରନ୍ତୁ ବୋଲି ବିଜୁ ଜନତା ଦଳ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ପ୍ରଦାନ କରାଯାଇଛି। ଜିଲ୍ଲା […]
କେନ୍ଦ୍ରାପଡ଼ା,୧୮ା୧୧: ରାଜ୍ୟସ୍ତରୀୟ ୭୧ତମ ସମବାୟ ଦିବସ ପାଳନ ଅବସରରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପ୍ରାଥମିକ କୃଷି ସମବାୟ ସମିତିକୁ ପୁରସ୍କୃତ କରାଯାଇଛି। ଏହି ଉପଲକ୍ଷେ ଓଡିଶା ରାଜ୍ୟ ସମବାୟ ୟୁନିଅନର ସଭାପତି ସୁଶ୍ରୀ ପ୍ରବାସିନୀ ଷଡଙ୍ଗୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ବିଧାନସଭା ବାଚସ୍ପତି ସୁରମା ପାଢୀ ମୁଖ୍ୟ ଅତିଥି ଏବଂ ସମବାୟ, ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳସାମନ୍ତ, ସମବାୟ ବିଭାଗ […]
ପଟ୍ଟାମୁଣ୍ଡାଇ ୧୭/୧୧କଳ୍ପତରୁ ନାୟକ-ପଟ୍ଟାମୁଣ୍ଡାଇ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ଆଲମୁନି ବୈଠକ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ପ୍ରାଣୀ ବିଜ୍ଞାନ କକ୍ଷରେ ଆୟୋଜିତ ଆଲମୁନି ବୈଠକରେ ପୁରାତନ ଛାତ୍ର ଖବରଦାତା ସ୍ମୃତି ରଞ୍ଜନ ବେହେରା, ଶିକ୍ଷକନେତା ନିର୍ମଳ ଜେନା, ହେମନ୍ତ ନାୟକ, ଚିନ୍ମୟ ପାତ୍ର,ନିଗମ ବେହେରା, ଅମରେଶ ପରିଡା, ପ୍ରବୀର ସେଠୀ, ଆୟୁଷ୍ମାନ ରଥ ସତ୍ୟବ୍ରତ ସେଠୀ, ଛାତ୍ରୀ ସ୍ୱୀକୃତି ରାଉତ, ନିରୁପମା […]
ପଟ୍ଟାମୁଣ୍ଡାଇ ୧୭/୧୧ -ପଟ୍ଟାମୁଣ୍ଡାଇ ବିଡ଼ିଓଙ୍କୁ ଦୁଃବ୍ୟବହାର ଓ ବ୍ଲକ ଗଣ୍ଡଗୋଳ ଘଟଣାକୁ ନେଇ ସରପଂଚ ଓ ସମିତି ସଭ୍ୟ ସଂଘ ଚଳାଇଥିବା ଆମରଣ ଅନଶନ ରବିବାର ୫ ଦିନରେ ଓହରିଯାଇଛନ୍ତି। ଆଜି ସଂନ୍ଧ୍ୟାରେ କେନ୍ଦ୍ରାପଡା ଏସପି ସିଦ୍ଧାର୍ଥ କଟାରିଆ ପହଁଚି ସରପଂଚ ସମିତିସଭ୍ୟ ସଂଘର କର୍ମକର୍ତାଙ୍କ ସହ ଆଲୋଚନା କରିବା ପରେ ଅନଶନ ଶେଷ ହୋଇଛି। ବ୍ଲକ କର୍ମକ୍ଷେତ୍ରରେ ଉତମ ପରିବେଶ ସହିତ ଗଣ୍ଡଗୋଳକାରୀଙ୍କ ବିରୋଧରେ ହୋଇଥିବା ଆଲୋଚନା […]
କେନ୍ଦ୍ରାପଡ଼ା,୧୭ା୧୧: କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ପରିସରରେ ଜଣେ ମହିଳା ବସ କଣ୍ଡକ୍ଟରଙ୍କୁ ବଳାତ୍କାର କରାଯାଇଛି। ଏ ନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ହେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିସହ ମହିଳାଙ୍କ ଡାକ୍ତରୀମାଇନା କରାଯିବା ପାଇଁ ତାଙ୍କୁ ଡାକ୍ତରଖାନା ପଠାଯାଇଛି। ଏଥିସହିତ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ପୋଲିସର ସୂଚନା ଅନୁଯାୟୀ ମହିଳା ଜଣକ […]
କେନ୍ଦ୍ରାପଡ଼ା,୧୭ା୧୧: କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କ ପରିସରରେ ୭୧ତମ ନିଖିଳ ଭାରତୀୟ ସମବାୟ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ସପ୍ତରଙ୍ଗି ସମବାୟ ପତାକା ଉତ୍ତୋଳନ କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ସମବାୟ ସମିତି ସମୁହର ମଣ୍ଡଳ ସହକାରୀ ସମବାୟ ନିବନ୍ଧକ ସନ୍ତୋଷ କୁମାର ଦାସ ଯୋଗଦେଇ କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର ପ୍ରତିଷ୍ଠାତା ତଥା ବିଶିଷ୍ଟ ସମବାୟବିତ୍ ସ୍ୱର୍ଗତ […]
କେନ୍ଦ୍ରାପଡ଼ା,୧୭ା୧୧: ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପକ୍ଷରୁ ଆୟୋଜିତ ପୁରାଣ ପ୍ରସିଦ୍ଧ ତୁଳସୀ କ୍ଷେତ୍ରରେ କାର୍ତ୍ତିକ ପଞ୍ଚୁକ ହବିଷ୍ୟାଳି ବ୍ରତ ଉଦ୍ଯାପିତ ହୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲା ଓ ଜିଲ୍ଲା ବାହାରୁ ୨ଶହରୁ ଉର୍ଦ୍ଧ୍ୱ ମହିଳା ଏଥିରେ ଯୋଗଦେଇ ହବିଷ୍ୟାଳୀ ବ୍ରତ କରିଥିଲେ । ଜିଲ୍ଲା ପ୍ରଶାସନ ଓ ଶ୍ରୀବଳଦେବଜୀଉ ମନ୍ଦିର ପ୍ରଶାସନ ସମେତ ବଳଦେବ ସେନାର ସଭାପତି ପୁପୁନ ସ୍ୱାଇଁ ଓ ତାଙ୍କ ସହଯୋଗୀମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ […]
ପଟ୍ଟାମୁଣ୍ଡାଇ ୧୭/୧୧ କଳ୍ପତରୁ ନାୟକ-ପଟ୍ଟାମୁଣ୍ଡାଇ ପ୍ରଜ୍ଞାନ ମିଶନ ଓ ବଣିକ ସଂଘ ପକ୍ଷରୁ ମିଳିତ ଭାବେ ସ୍ଥାନୀୟ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ପବିତ୍ର କାର୍ତିକ ପୂର୍ଣ୍ଣିମା ଅବସରରେ ୩ଦିନ ବ୍ୟାପି ଗୀତା ଜ୍ଞାନ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆନ୍ତଃଜ୍ୟାତିକ ଖ୍ୟାତିସମ୍ପନ୍ନ କ୍ରିୟା ଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦଜି ଯୋଗ ଦେଇ ଗୀତାର ୪ର୍ଥ ଅଧ୍ୟାୟ ଜ୍ଞାନ କର୍ମ ସନ୍ୟାସ ଯୋଗ ଉପରେ ତାତ୍ୱିକ ଆଲୋଚନା କରିବା ସହିତ ସମବେତ […]
ପୋଲିସର ପାତରଅନ୍ତର ନୀତିକୁ ନେଇ ବିଜେଡି ଉଠେଇଲା ପ୍ରଶ୍ନ ପଟ୍ଟାମୁଣ୍ଡାଇ ୧୬/୧୧ – ଗତ ୫ ତାରିଖରେ ଭାଜପା ଯୁବନେତା ଜ୍ୟୋତିପ୍ରକାଶ ପ୍ରଧାନ ପଟ୍ଟାମୁଣ୍ଡାଇ ବିଡ଼ିଓଙ୍କୁ ଦୁଃବ୍ୟବହାର ଓ ଗଣ୍ଡଗୋଳ ଘଟଣାରେ ସରପଂଚ ଓ ସମିତିସଭ୍ୟ ସଂଘ ପକ୍ଷରୁ ଜାରିିଥିବା ଅନଶନର ତୃତୀୟ ଦିନ ଶୁକ୍ରବାର ସଂନ୍ଧ୍ୟାରେ ଅଭିଯୁକ୍ତ ଜ୍ୟୋତିପ୍ରକାଶ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ପହଂଚିଥିଲେ । କେନ୍ଦ୍ରାପଡ଼ା ଅତିରିକ୍ତ ଏସପି, ପଟ୍ଟାମୁଣ୍ଡାଇ ଏସଡିପିଓ ଥାନାରେ ଉପସ୍ଥିତ ରହି ସ୍ଥିତି […]
ପଟ୍ଟାମୁଣ୍ଡାଇ ୧୬/୧୧ -ପଟ୍ଟାମୁଣ୍ଡାଇ ବିଡ଼ିଓଙ୍କୁ ଦୁଃବ୍ୟବହାର ଓ ବ୍ଲକ ଗଣ୍ଡଗୋଳରେ ସମ୍ପୃକ୍ତ ଥିବା ଜ୍ୟୋତି ପ୍ରକାଶ ପ୍ରଧାନଙ୍କୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ଥାନାରୁ ଜାମିନରେ ଛାଡି ଦେବା ଘଟଣାରେ ବିଜେଡି ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଶନିବାର ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ, ବ୍ଲକ ବିଜେଡି ସଭାପତି କିଶୋର ସାହୁ, ନଗର […]
କେନ୍ଦ୍ରାପଡ଼ା,୧୬ା୧୧: ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଅଭିଯୁକ୍ତ କପିଳେନ୍ଦ୍ର ମଲ୍ଲିକକୁ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ କୋର୍ଟ ଅଭିଯୁକ୍ତକୁ ୫୦ ହଜାର ଟଙ୍କାର ଜୋରିମାନା ଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି। ସେହିପରି ନାବାଳିକାଙ୍କୁ ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ଜରିଆରେ ୪ ଲକ୍ଷ ଟଙ୍କାର କ୍ଷତି ପୂରଣ ପ୍ରଦାନ କରିବାକୁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ […]