କେନ୍ଦ୍ରାପଡା,୨୨/୧୦: ଆଜି ଗରାପୁରସ୍ଥିତ ବିଜେଡ଼ି କାର୍ଯ୍ୟାଳୟରେ କେନ୍ଦ୍ରପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୬ନଂ ଜୋନ୍ ଓ ୮ନଂ ଜୋନର ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ପ୍ରସ୍ତୁତି ବୈଠକ ବିଧାୟକ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଦଳର ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ପଦଯାତ୍ରାକୁ ବର୍ତ୍ତମାନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଗଲା ଓ ବାତ୍ୟା ପରେ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ। […]

ଭୁବନେଶ୍ୱର: ବାତ୍ୟା ଦାନା ବଙ୍ଗୋପସାଗରରେ ଶକ୍ତି ଜୁଟାଇ ଲଘୁଚାପ ହୋଇ ପଶ୍ଚିମ ଉତର ପଶ୍ଚିମ ଦିଗରେ ମାଡ଼ି ଆସୁଛି। ୨୨ ସକାଳୁ ଅବପାତ, ସନ୍ଧ୍ୟାରେ ଗଭୀର ଅବପାତରେ ପରିଣତ ହେବ। ୨୩ ସକାଳୁ ବାତ୍ୟାର ରୂପ ନେବ ।ଏହା ପରେ, ୨୪ ତାରିଖ ସକାଳ ସୁଦ୍ଧା ଉତର-ପଶ୍ଚିମ ଦିଗ ବଙ୍ଗୋପସାଗରରେ ଯାଇ ଓଡ଼ିଶାର ପୁରୀ ଏବଂ ବାଲେଶ୍ୱର ସାଗରଦୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଇଛି। ବାତ୍ୟାର ଲ୍ୟାଣ୍ଡଫଲ […]

ପଟ୍ଟାମୁଣ୍ଡାଇ : ତା-୨୧/୧୦ପଟ୍ଟାମୁଣ୍ଡାଇ ବ୍ଲକର ସଂସାରଫଳ ପଞ୍ଚାୟତ ଗୁଣ୍ଠି ଗାଁର ଚନ୍ଦନ ଦାସ ସଦ୍ୟ ପ୍ରକାଶିତ ଓଡିଶା ପ୍ରଶାସନିକ ସେଵା ଫଳାଫଳ ତାଲିକାର ୪୫୫ନମ୍ବର ସ୍ଥାନ ହାସଲ କରି ନିଜ ଗ୍ରାମ ଗୁଣ୍ଠି ତଥା ଅଞ୍ଚଳ ପାଇଁ ଗୈାରବ ଆଣିଛନ୍ତି। ତାଙ୍କର ସଫଳତାର ଶ୍ରେୟ ସେ ପିତା ଅବସରପ୍ରାପ୍ତ ଯୁଗ୍ମ ଶାସନସଚିବ ଅଶୋକ ଦାସ,ମାତା କମଳା ଦାସ ତାଙ୍କ  ଶିକ୍ଷୟତ୍ରୀଶିକ୍ଷକଙ୍କୁ ଦେଇଛନ୍ତି। ସେ ଜଣେ ବ୍ୟାଙ୍କ ଓ ପରବର୍ତୀ ସମୟରେ […]

ପଟ୍ଟାମୁଣ୍ଡାଇ ୨୧/୧୦ -ରାଜ୍ୟ ସରକାରଙ୍କ ନିର୍ଦେଶରେ ସମ୍ଭାବ୍ୟ ବାତ୍ୟା “ଦାନା”କୁ ସଫଳତାର ସହ ମୁକାବିଲା କରିବା ପ୍ରଶାସନିକ ପ୍ରସ୍ତୁତି ଜୋରଦାର କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଏ ଦିଗରେ ଜିଲ୍ଲାର ସମସ୍ତ ବିଡ଼ିଓ ଓ ତହସିଲଦାରଙ୍କୁ ସଜାଗ ରହିବାକୁ ନିର୍ଦେଶ ଦେଇଛନ୍ତି । ଏହି ବାତ୍ୟା ଉତର ପଶ୍ଚିମ ଦିଗ ଦେଇ ଓଡିଶା ଅତିକ୍ରମ କରିବା ସମ୍ଭାବନା ଥିବାରୁ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଭଦ୍ରକ ଓ […]

ପଟ୍ଟାମୁଣ୍ଡାଇ ୨୧/୧୦ -ପଟ୍ଟାମୁଣ୍ଡାଇ ବ୍ଲକ ଓଷ୍ଟା ସଂଘ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ପତିତପାବନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ବିଜୟ ଆଚାର୍ଯ୍ୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ପୂର୍ବତନ ଜିଲ୍ଲା ଉପସଭାପତି ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର, ଉପଦେଷ୍ଟା ଗୋକୁଳ ଚରଣ ରାଉତ, ଶିକ୍ଷକ ନେତା ଗୋଲକ ଭୂୟାଁ, ବାବାଜୀ ଦାସ, ହାଡିବନ୍ଧୁ ଭୂୟାଁ, ଦିଲ୍ଲୀପ ରାଉତ, ଗିରିଜା ଶଙ୍କର ସାମଲ, ବନ୍ଦନା ଜେନା,ବୀରେନ୍ଦ୍ର ସାମଲ ପ୍ରମୁଖ […]

କେନ୍ଦ୍ରାପଡ଼ା,୨୧ା୧୦: କେନ୍ଦ୍ରାପଡା ଜିଲ୍ଲା ଚେସ ଆସୋସିଏସନ ଆନୁକୂଲ୍ୟରେ ଚତୁର୍ଥ ଡାକ୍ତର ବୈଷ୍ଣବ ପରିଡା ମେମୋରିଆଲ ଓପନ ଚେସ ଟୁର୍ଣ୍ଣାମେଣ୍ଟ ଆସନ୍ତା ନଭେମ୍ବରମାସ ୨ ଓ ୩ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେବ। ତୁଳସୀ ମହିଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମମାନେ ଅଂଶଗ୍ରହଣ କରିବେ। ଏଥିସହିତ ଜିଲ୍ଲାର ଯେକୈାଣସି ଚେସ୍ ଖେଳାଳୀ ମଧ୍ୟ ଏହି […]

କେନ୍ଦ୍ରାପଡ଼ା,୨୧ା୧୦ : କେନ୍ଦ୍ରାପଡାର ଜଝାଙ୍ଗସ୍ଥିତ ଜିଲ୍ଲା ପୋଲିସ ରିଜର୍ଭ ପଡିଆରେ ସୋମବାର ୬୫ତମ ପୋଲିସ ସହିଦ୍ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ସହିଦ୍‌ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ୧୯୫୯ମସିହା ଅକ୍ଟୋବର ୨୧ତାରିଖ ଦିନ ସି.ଆର.ପି.ଏଫ.ର ୧୦ଜଣ କର୍ତ୍ତବ୍ୟନିଷ୍ଠ ଜବାନ ଲଦାଖଠାରେ ଭାରତସୀମା ଉଲ୍ଲଙ୍ଘନ କରିବାକୁ ପ୍ରୟାସ କରୁଥିବା ଚୀନ ଦେଶର ସୈନ୍ୟ ବାହିନୀ ସହିତ ଯୁଦ୍ଧ କରି […]

କେନ୍ଦ୍ରାପଡ଼ା,୨୧ା୧୦: କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜାର ସୋମବାର ଥିଲା ଷଷ୍ଠ ଦିବସ। ଆଗକୁ ବାତ୍ୟାର ସମ୍ଭାବନା ଥିବାରୁ ପ୍ରବଳ ଭିଡ଼ ହୋଇଥିଲା। ଦୁହୁରିଆ ପାଖରୁ ଭିଡ଼ ଆରମ୍ଭ ହୋଇ ଯାଇଥିଲା। ଦୁହରିଆ ବଜାର କମିଟି ପକ୍ଷରୁ ଗଜଲକ୍ଷ୍ମୀ ମୂର୍ତ୍ତି ହୋଇଛି। ଏହାକୁ ଦେଖିବା ପାଇଁ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଭିଡ଼ ହୋଇଥିଲା। ଆଇନ୍ ମହାବିଦ୍ୟାଳୟ ନିକଟ ସଦ୍‌ଭାବନା ପୂଜା କମିଟି, କଲେଜ ଛକ, ତିନିମୁହାଣୀ, ତହସିଲ ବଜାର, ବାୟା ବଜାର, ମହିପାଳ, […]

କେନ୍ଦ୍ରାପଡ଼ା,୨୧/୧୦- ପବିତ୍ର ଗଜଲଷ୍ମୀ ପୂଜାର ୫ମ ସନ୍ଧ୍ୟାରେ ସ୍ଥାନୀୟ ପୁରୁଣା ବସ୍‌ଷ୍ଟାଣ୍ଡସ୍ଥିତ ମା’ ଗଜଲଷ୍ମୀ ପୂଜା କମିଟି ଆମନ୍ତ୍ରଣ କ୍ରମେ କେନ୍ଦ୍ରାପଡ଼ାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ “ନୂପୁର ଡ୍ୟାନ୍ସ ଏକାଡେମୀ’ ତରଫରୁ ଚିତ୍ତାକର୍ଷକ ମନୋରଞ୍ଜନ ସନ୍ଧ୍ୟାରେ ଓଡିଶୀ, ସମ୍ବଲପୁରୀ ନୃତ୍ୟଗୁରୁ ନିର୍ଲିପ୍ତା ବେହେରାଙ୍କ ଶିକ୍ଷାଦାନରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ପରିବେଷଣ କରାଯାଇଥିଲା । ତୁଳସୀ କ୍ଷେତ୍ରାଧିପତି ସିଦ୍ଧ ବଳଦେବଜୀଉଙ୍କ ଉପରେ ବୈଶ୍ୟ ସଦାଶିବ ଦାସଙ୍କ […]

ପଟ୍ଟାମୁଣ୍ଡାଇ ୨୧/୧୦-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ପୋଖରୀଆପଡା ଗାଁ ପୁଅ ସୁନୀଲ ସ୍ୱାଇଁ ଓଏଏସ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ପିତା ସନତ ସ୍ୱାଇଁ (ବୁଢ଼ା )ଜଣେ ବ୍ୟବସାୟୀ ହୋଇଥିବାବେଳେ ମା ସୁଷମା ସ୍ୱାଇଁ ଜଣେ ଗୃହିଣୀ । ସୁନୀଲ ପିଲା ଦିନରୁ ମେଧାବୀ ଛାତ୍ରୀ ଭାବେ ବିଭିନ୍ନ ପରୀକ୍ଷାରେ ସଫଳତା ହାସଲ କରି ନିଜର ଅନନ୍ୟ ପ୍ରତିଭାର ପରିଚୟ ଦେଇ ଆସିଛନ୍ତି । ଚଳିତ […]

କେନ୍ଦ୍ରାପଡା,୨୧/୧୦: ଆଜି ଗରାପୁର ବିଜେଡ଼ି କାର୍ଯ୍ୟାଳୟରେ ବିଧାୟକ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୭ ତାରିଖରେ ୫ନଂ ଜୋନ୍‌ର ପଦଯାତ୍ରା ଧୂମାତ ଗାନ୍ଧୀପୀଠରୁ ଆରମ୍ଭ ହୋଇ ଇନ୍ଦୁପୁର ଗାନ୍ଧୀମଣ୍ଡପ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ୭ନଂ ଜୋନ୍‌ର ଚୌଦକୁଲାଟ ଗାନ୍ଧୀମଣ୍ଡପଠାରୁ ଅରୁଆ ହାଇସ୍କୁଲ୍ ପର୍ଯ୍ୟନ୍ତ ଆସନ୍ତା ୨୮ତାରିଖରେ କରାଯିବ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ବିଜେଡ଼ି ସଭାପତି […]

କେନ୍ଦ୍ରାପଡ଼ା, ୨୦ା୧୦: କେନ୍ଦ୍ରାପଡା ବଳଦେବ ହାଇସ୍କୁଲର ୧୯୭୭ମାଟ୍ରିକ ବ୍ୟାଚ ପକ୍ଷରୁ ଏକ ଗୁରୁପୂଜନ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅଙ୍ଗୁଳାଇସ୍ଥିତ ପିଏନଏସ ଯାନ୍ତ୍ରିକ ବୈଷୟିକ ଶିକ୍ଷାନୁଷ୍ଠାନ ପରିସରରେ ଅନୁଷ୍ଠିତ ଉତ୍ସବରେ ୪୭ବର୍ଷର ପୁରୁଣା ୩୨ଜଣ ବନ୍ଧୁ ଏକାଠି ହୋଇ ସେମାନଙ୍କର ସେହି ସ୍କୁଲ ବେଳର ଅତୀତର ସ୍ମୃତିକୁ ରୋମନ୍ଥନ କରିବା ସହିତ ବର୍ତ୍ତମାନ ପର୍ଯ୍ୟନ୍ତ ବିତି ଯାଇଥିବା ସମୟର ସ୍ରୋତ ସମ୍ପର୍କରେ ଆଲୋଚନା ଓ ପର୍ଯ୍ୟାଲୋଚନା […]

କେନ୍ଦ୍ରାପଡ଼ା, ୨୦ା୧୦: କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡା. କିଶୋର ଚନ୍ଦ୍ର ମିଶ୍ର ଓମ୍‌ସାର ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସଭାପତି ପଦ ପାଇଁ ମୋଟ୍ ତିନିଜଣ ପ୍ରତିଦ୍ୱନ୍ଦିତା କରୁଥିଲେ । ଡା. ମିଶ୍ର ୮୬ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଡା. ପ୍ରଶାନ୍ତ କୁମାର ମହାପାତ୍ରଙ୍କୁ ୧୦୧୧ଖଣ୍ଡ ଭୋଟ ମିଳିଥିବା ବେଳେ ଡା. ମିଶ୍ର […]

ପଟ୍ଟାମୁଣ୍ଡାଇ ୨୦/୧୦ -ପଟ୍ଟାମୁଣ୍ଡାଇ ବ୍ଲକର ନରସିଂହପୁର ଠାରେ ବହୁ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଗଜଲଷ୍ମୀ ପୂଜା ଅନୁଷ୍ଠିତ ହେଉଛି । ନରସିଂହପୁର ଗଜଲକ୍ଷ୍ମ ପୂଜା କମିଟି ଆନୁକୂଲ୍ୟରେ ଦୀର୍ଘ ବର୍ଷ ହେବ ସେଠାରେ ଗଜଲକ୍ଷ୍ମୀ ପୂଜା ଆୟୋଜିତ ହୋଇଆସୁଛି ।ସୁନ୍ଦର ଆଲୋକ ସାଜସଜ୍ଜାରେ ନରସିଂହପୁର ଗ୍ରାମ ଝଲସୁଥିବା ବେଳେ ପୂଜା ମଣ୍ଡପରେ ମା’ଙ୍କର ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ବହୁ ସମାଗମ ଦେଖିବାକୁ ମିଳିଛି । କୁମାର ପୂର୍ଣ୍ଣିମା ଠାରୁ ରବିବାର […]

ପଟ୍ଟାମୁଣ୍ଡାଇ ୨୦/୧୦  ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଅନୁଷ୍ଠିତ +୩ ଗଣିତ ଶେଷ ବର୍ଷ ପରୀକ୍ଷା ଫଳ ମେଧା ତାଲିକାରେ ଥିବା ପ୍ରଥମ ୧୦ଜଣଙ୍କ ମଧ୍ୟରେ ପଟ୍ଟାମୁଣ୍ଡାଇ କଲେଜର ସୁନିତା କର ୫ମ ସ୍ଥାନ ଅଧିକାର କରି ପଟ୍ଟାମୁଣ୍ଡାଇ କଲେଜ ଗୌରବ ବୃଦ୍ଧି କରିଛନ୍ତି । ଏଥି ପାଇଁ ପଟ୍ଟାମୁଣ୍ଡାଇ କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁ ଓ ଗଣିତ ବିଭାଗ ମୁଖ୍ୟ ଅଧ୍ୟାପକ ଅରବିନ୍ଦ ପାଣ୍ଡବ ଛାତ୍ରୀଙ୍କୁ ଅଭିନନ୍ଦନ ଓ […]

ପଟ୍ଟାମୁଣ୍ଡାଇ ୨୦/୧୦ – ରାଜ୍ୟ ପବ୍ଲିକ ସର୍ଭିସ କମିଶନ ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌‌) ପରୀକ୍ଷାରେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇରୁ  ସନ୍ଦୀପ , ସୌମ୍ୟାଶ୍ରୀ, ସାଗରୀକା ସଫଳତା ପାଇ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂସାରଫଳ ପଂଚାୟତ ଗୁଣ୍ଠି ଗ୍ରାମର ସନ୍ଦିପ ସିଂହ୧୫୭ ତମ  ସ୍ଥାନ ପାଇରଥିବା ବେଳେ  ଦୋଷିଆ ପଂଚାୟତ ବାସୁଦେବପୁର ଗ୍ରାମର ସୌମ୍ୟାଶ୍ରୀ ଦାସ ୩୯୪ ସ୍ଥାନ ଓ ବଡମୂଳବସନ୍ତ ପଂଚାୟତ ବାଟିପଡା ଗ୍ରାମର ଶ୍ରୀମତୀସ୍ୱାଗରୀକା […]

କେନ୍ଦ୍ରାପଡ଼ା,୨୦ା୧୦: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ‘ମାଇ ଏନ୍‌ସିସି ଆଲୁମିନି ଆସୋସିଏସନ’କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହେବାକୁ ଯାଉଥିବା ଆନ୍ତଃଜିଲ୍ଲା ମେଗା ପ୍ରତିଯୋଗିତା ପାଇଁ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା ମହାବିଦ୍ୟାଳୟ ପରିସରରେ ଥିବା ମାଇଁ ଏନ୍‌ସିସି କମ୍ୟୁନିଟି ସେଣ୍ଟର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସନ୍ତା ମେଗା ପ୍ରତିଯୋଗିତାରେ ନୃତ୍ୟ, ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ପ୍ରବନ୍ଧ ଲିଖନ ଭଳି ପ୍ରତିଯୋଗିତାମାନ ଅନୁଷ୍ଠିତ ହେବାକୁ […]

ପଟ୍ଟାମୁଣ୍ଡାଇ ୧୯/୧୦-ସାମାନ୍ୟ ବର୍ଷା ପବନ ଯୋଗୁ ପଟ୍ଟାମୁଣ୍ଡାଇ ସହରରେ ୬ରୁ ୮ ଘଣ୍ଟା ଧରି ଲାଇନ୍‌ ଚାଲିଯାଇଛି। ସହର ଠାରୁ ଉପକଣ୍ଠ ଅବସ୍ଥା ଆହୁରି ଭୟଙ୍କର। ସାମାନ୍ୟ ବର୍ଷାରେ ଯଦି ଏମିତି, ତେବେ ବାତ୍ୟା ହେଲେ କି ଅବସ୍ଥା ହେବ ସେ ନେଇ ପ୍ରଶ୍ନ ଉଠିଛି।  ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଟାଟା ପାଓ୍ବାର ଭିତ୍ତିଭୂମି ପ୍ରସ୍ତୁତି ଓ ଗ୍ରାହକ‌ସେବା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଥିବା ନେଇ କୁହାଯାଉଥିଲେ ମଧ୍ୟ ଏଭଳି […]

ପଟ୍ଟାମୁଣ୍ଡାଇ ୧୮/୧୦–ଶାରଦୀୟ ଦୂର୍ଗା ପୂଜା ଉତ୍ସବ ପଟ୍ଟାମୁଣ୍ଡାଇ ଅଂଚଳର ଅନନ୍ୟ ଗଣପର୍ବ ଓ ସଂସ୍କୃତି ଓ ପରମ୍ପରାର ମୁକସାକୀ ହୋଇଥିଲେ ମଧ୍ୟ ବିଗତ କେତେବର୍ଷ ହେବ ମା ଧନଦାତ୍ରୀ ଗଜଲଷ୍ମୀଙ୍କ ପୂଜା ଉତ୍ସବ ଆରମ୍ଭ ହୋଇଛି । ଏହି ପୂଜା ଆରମ୍ଭ ବେଳେ ହାତଗଣତି କେତୋଟି ମେଢ଼କୁ ନେଇ ଆରମ୍ଭ କରାଯାଇଥିଲା । ମାତ୍ର ଏବେ ଏହା ପଟ୍ଟାମୁଣ୍ଡାଇ ସହର ସମେତ ଗ୍ରାମାଂଚଳର ବିଭିନ୍ନ ଜାଗାରେ ଗଜଲଷ୍ମୀ ପୂଜାର ଭିନ୍ନ […]

ପଟ୍ଟାମୁଣ୍ଡାଇ ୧୮/୧୦-କେନ୍ଦ୍ରାପଡ଼ା ଜିଲା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଗାନ୍ଧୀ ଦର୍ଶନ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୂର୍ଯ୍ୟ କୁମାର ରାଉତରାୟଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟଅତିଥି କବି ନିରୁପମା ଦାସ, ଗାନ୍ଧୀ ପ୍ରତିଷ୍ଠାନ ଜିଲ୍ଲା ସମ୍ପାଦକ ଆଦିକନ୍ଦ ରାଉତ ମୁଖ୍ୟବକ୍ତା ଓ ଉପସଭାପତି ରବୀନ୍ଦ୍ର ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅହିଂସା, ଶାନ୍ତି ପ୍ରତିଷ୍ଠା ଓ ଗାନ୍ଧୀବାଦ ଉପରେ ଆଲୋଚନା […]

କେନ୍ଦ୍ରାପଡ଼ା, ୧୮ା୧୦: ଜଣେ କର୍କଟ ପିଡିତା ମହିଳାଙ୍କୁ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ଆର୍ଥିକ ସହଯୋଗର ହାତ ବଢାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ତଥା ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମିରେଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ କର୍କଟ ପିଡିତାଙ୍କ ସମ୍ପର୍କରେ ଗଣମାଧ୍ୟମରୁ ଜାଣିବା ପରେ ତୁରନ୍ତ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସଂଯୋଜକ ପ୍ରଦୀପ କୁମାର ମହାନ୍ତିଙ୍କୁ ପରାମର୍ଶ ଦେଇଥିଲେ। ଟ୍ରଷ୍ଟର ସଂଯୋଜକ […]

କେନ୍ଦ୍ରାପଡା, ୧୮ା୧୦: ପବିତ୍ର କୁମାର ପୂର୍ଣ୍ଣିମା ଉପଲକ୍ଷେ ବାରୁଅସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ ରେଡିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ଚିରସବୁଜ ଅକ୍ଷୟ ମହାନ୍ତି କକ୍ଷରେ କୁମାର ଉତ୍ସବ-୨୦୨୪ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କଳା ନିକେତନ ତଥା ରେଡିଓ ଭାବଗ୍ରାହୀର ପ୍ରତିଷ୍ଠାତା ସଂଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି ଭାବରେ […]

ଗାଁ ଛକ ପିଣ୍ଡି ଉପରେ ଗାଁ ଲୋକେ ବସି ଆଲୋଚନା re ଅକ୍ଟୋବର ମାସରେ ବାତ୍ୟା ଆସିଲେ ବଡ ଭୟ ଲାଗେ । ନରେନ୍ଦ୍ର ବାବୁ – ୧୯୯୯ ଅକ୍ଟୋବର ୨୯ରେ ମହାବାତ୍ୟା ଭୟଙ୍କର ବିପର୍ଯ୍ୟୟ ଘଟାଇବା ଘଟଣା ଏ ପର୍ଯ୍ୟନ୍ତ ମନରୁ ଲିଭି ନାହିଁ। ପୁଣି ଅକ୍ଟୋବର ୨୨ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଅନ୍ତର୍ଜାତୀୟ ପାଣିପାଗ ମଡେଲ ପକ୍ଷରୁ […]

କେନ୍ଦ୍ରାପଡା,୧୫ା୧୦: ବିଶିଷ୍ଟ ଆଇନଜୀବୀ ସ୍ୱର୍ଗତ ବସନ୍ତ କୁମାର ପତିଙ୍କ ଧର୍ମପତ୍ନୀ ଧର୍ମପରାୟଣା ମହିଳା କନକ ମଞ୍ଜରୀ ଦେବୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ମହିପାଳସ୍ଥିତ ବାସଭବନରେ ପାଳିତ ହୋଇଯାଇଛି । ଏହି ଅବସରରେ ଟ୍ୟାକ୍ସ ଆପିଲ ଟ୍ରିବ୍ୟୁନାଲ ବିଚାରପତି ଯଥା ସ୍ୱର୍ଗତ ମଞ୍ଜରୀ ଦେବୀଙ୍କ ବଡପୁଅ ଶୁଭେନ୍ଦୁ ପତିଙ୍କ ସଂଯୋଜନାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ୟୁନାଇଟେଡ୍‌ନେସନ୍‌(ମିଳିତ ଜାତିସଂଘ)ର ପରାମର୍ଶଦାତା ଦେବୀ ପ୍ରସାଦ ଦାସ, ଇଂ ଗୁରୁ ପ୍ରସାଦ […]