କେନ୍ଦ୍ରାପଡା,୨୬ା୧୦: ଆଜି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏକ ପ୍ରତିକ୍ରିୟା ଦେଇ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି ଯେ କେନ୍ଦ୍ରାପଡା ଜିଲ୍ଲାରେ ସାମୁଦ୍ରିକ ଝଡ ‘ଦାନା’ର ପ୍ରସ୍ତୁତି ଓ ପରିଚାଳନା କ୍ଷେତ୍ରରେ ଜିଲ୍ଲାର ବିରୋଧି ଦଳର ସମସ୍ତ ୬ଜଣ ବିଧାୟକଙ୍କୁ ଉପେକ୍ଷା କରିବା ଦୁର୍ଭାଗ୍ୟଜନକ । କେବଳ ଶାସକ ଦଳର ପ୍ରତିନିଧି ଓ କର୍ମକର୍ତ୍ତାମାନଙ୍କୁ ନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ କରିବା ଘୋର […]
Year: 2024
କେନ୍ଦ୍ରାପଡ଼ା,୨୬ା୧୦: ବାତ୍ୟା ‘ଦାନା’ର ପ୍ରଭାବ ହ୍ରାସ ପାଇବା ପରେ ଯୋଗାଯୋଗକୁ ସୁଗମ କରିବା ନିମନ୍ତେ ଓଡ୍ରାଫ୍ ଏବଂ ଏନଡିଆରଏଫ୍ ସହିତ ମିଶି ରାସ୍ତା କରିଛନ୍ତି କେନ୍ଦ୍ରାପଡା ପୋଲିସ। ରାସ୍ତା ଉପରେ ବାତ୍ୟା ପବନରେ ଗଛ ଉପୁଡି ବା ଭାଙ୍ଗି ପଡି ରାସ୍ତାରେ ଗମନାଗମନ ବନ୍ଦ ହୋଇଯାଇଥିବା ବେଳେ ଜମ୍ବୁ,ରାଜକନିକା, ଆଳି, ରାଜନଗର ଓ ତାଳଚୂଆ ପ୍ରଭୃତି ଅଞ୍ଚଳରେ କେନ୍ଦ୍ରାପଡା ପୋଲିସ ଓଡ୍ରାଫ୍ ଏବଂ ଏନଡିଆରଏଫ୍ ଦଳ ସହିତ ମିଶି ରାସ୍ତା […]
କେନ୍ଦ୍ରାପଡ଼ା,୨୬ା୧୦: କେନ୍ଦ୍ରାପଡା ଜିଲ୍ଲା ଚେସ ଆସୋସିଏସନ ଆନୁକୂଲ୍ୟରେ ତୁଳସୀ ମହିଳା ମହାବିଦ୍ୟାଳୟ ପରିସରରେ ଏକ ଚେସ ସଚେତନତା ଓ ପ୍ରଶିକ୍ଷଣ ଶିବିର ଶନିବାର ଉଦ୍ଘାଟିିତ ହୋଇଯାଇଛି। ଏହି ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରଞ୍ଜିତରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ଉଦଘାଟନୀ ଉତ୍ସବରେ ଓଡିଶାର ସର୍ବକନିଷ୍ଠ ଆନ୍ତର୍ଜାତୀୟ ଚେସ ମାଷ୍ଟର ରାକେଶ ଜେନା, ଜାତୀୟ ପ୍ରଶିକ୍ଷକ ଏସ. ସତ୍ୟକାମ, ଆନ୍ତର୍ଜାତୀୟ ଆରବିଟର ତଥା ଜିଲ୍ଲା […]
ପଟ୍ଟାମୁଣ୍ଡାଇ ତା ୨୫/୧୦-ସାମୁଦ୍ରିକ ଝଡ଼ ବାତ୍ୟା ଦାନା ଯୋଗୁଁ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଲଗାଣ ବର୍ଷା ଓ ପବନରେ ବହୁ କଚ୍ଚା, ଆଜବେଷ୍ଟ ଘର ଭାଙ୍ଗି ଯାଇଥିବାବେଳେ ବ୍ୟାପକ ଫସଲ ହାନୀ ଘଟିଛି । ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳର ବହୁ ରାସ୍ତାଘାଟ ଧୋଇ ଯାଇଛି । ବଡ଼ ବଡ଼ ଗଛ ଉପୁଡି ପଡି ଗମନାଗମନ ବାଧାପ୍ରାପ୍ତ ହୋଇଛି । ଯଦିଓ ପଟ୍ଟାମୁଣ୍ଡାଇ […]
କେନ୍ଦ୍ରାପଡା,୨୫ା୧୦: ଦାନା ବାତ୍ୟା ପରିଚାଳନା ଓ ରିଲିଫ୍ ସହାୟତା ଅବହେଳା ଅଭିଯୋଗରେ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଦୁଇଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗରଦପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ଜସ୍ମିନ ସୋରେନ୍ ଏବଂ ଆଳି ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଞ୍ଜୟ ପ୍ରଧାନଙ୍କୁ କାର୍ଯ୍ୟରୁ ନିଳମ୍ବିତ କରିଛନ୍ତି । ଶ୍ରୀ ସୋରେନଙ୍କୁ ମାର୍ଶାଘାଇ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଥିବା ବେଳେ ଶ୍ରୀ ପ୍ରଧାନଙ୍କୁ ରାଜକନିକା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଉପସ୍ଥିତ ରହିବା […]
କେନ୍ଦ୍ରାପଡା,୨୫ା୧୦: ଗତ ଗୁରୁବାର ଦିନ ଦାନା ବାତ୍ୟା ସମୟରେ କାର୍ଯ୍ୟରତ ଥିବା ଭୁବନେଶ୍ୱରର ଜଣେ ଡାକ୍ତରଙ୍କୁ ସାପ କାମୁଡିବାରୁ ଆହତ ହୋଇ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଘଟଣାରୁ ପ୍ରକାଶ ଯେ ଭୁବନେଶ୍ୱର ୪ନମ୍ବର ୟୁନିଟ୍ ଚିକିତ୍ସାଳୟର ମେଡିକାଲ ଅଫିସର ଡାକ୍ତର ବବୁଲ ମହାନ୍ତି ବାତ୍ୟା ଦାନା ପାଇଁ କାର୍ଯ୍ୟ କରିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଡେପୁଟେସନରେ ମହାକାଳପଡା ବାବର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ । […]
କେନ୍ଦ୍ରାପଡା,୨୫ା୧୦: ଆଜି ସନ୍ଧ୍ୟା ୬ଟା ରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ବାତ୍ୟା ପରିଚାଳନା ଓ ପରବର୍ତ୍ତୀ କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି । ଉକ୍ତ ସମୀକ୍ଷା ବୈଠକରେ ଉପମୁଖ୍ୟମନ୍ତ୍ରୀ ଜିଲ୍ଲାରେ ଶୂନ୍ୟ ମୃତ୍ୟୁ ନିମନ୍ତେ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ତଥା କେନ୍ଦ୍ରାପଡା ଜିଲ୍ଲା ପାଇଁ ନିଯୁକ୍ତ ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ସମର୍ଥ […]
ଡେରାବିଶ ୨୫/୧୦ ବେବର୍ତା ଅଜୟ ଦାସ : କେନ୍ଦ୍ରାପଡା ଜିଲା ଡେରାବିଶ ବ୍ଲକ ଅଧିନ ଇନ୍ଦାଳୋ ପଂଚାୟତ ଅଢ଼ଙ୍ଗା ଗାଁର ହୃଷିକେଶ ମିଶ୍ର ଶୁକ୍ରବାର ଏକ ଲୁହାରଡ ଧରି ନିଜ ଛାତ ଉପରେ ମାଙ୍କଡ଼ ହୁଡାଉଥିବା ବେଳେ ଅସାବଧାନତା କାରଣରୁ ଛାତରୁ ଖସି ପଡିଥିଲେ। ହୃଷିକେଶ ଧରିଥିବା ଲୁହାରଡ ତାଙ୍କ ବେକରେ ପଶି ମୁଣ୍ଡରେ ବାହାରିଥିଲା । ଫଳରେ ସେ ଗୁରୁତର ହୋଇପଡିଥିଲେ । ତାଙ୍କୁ ଗୁରୁତର ଭାବେ ସ୍ଥାନୀୟ […]
କେନ୍ଦ୍ରାପଡ଼ା ୨୫/୧୦-ବାତ୍ୟା ଦାନା ସ୍ଥଳଭାଗ ଛୁଇଁଛି। ଭିତରକନିକା-ଧାମରା ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରୁଛି ବାତ୍ୟା।ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସକାଳ ଯାଏ ଚାଲୁ ରହିବ।ଏବେ ବାଲେଶ୍ୱର,ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରର ଉପକୂଳ ଅଞ୍ଚଳରେ ୮୦ ରୁ ୧୦୦ କିମି ଚାଲିଛି। ଆଗକୁ ପବନର ବେଗ ଆହୁରି ବଢ଼ିବ। ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରେସ ସୂଚନା ଦେଇଛନ୍ତି। ସେ କହିଛନ୍ତି,ଏଯାବତ ୫ ଲକ୍ଷ ୮୪ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି। ଆହୁରି ପ୍ରାୟ […]
ପଟ୍ଟାମୁଣ୍ଡାଇ ୨୪/୧୦ -ବେଳକୁ ବେଳ ଭୟଙ୍କର ରୂପନେଇ ଦାନା ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଗୁରୁବାର ରାତିରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏହା କେନ୍ଦ୍ରାପଡା ଜିଲା ତାଳଚୁଆରେ ଲ୍ୟାଣ୍ଡଫଲ କରିବ ବୋଲି ଆକଳନ କରାଯାଇଥିବା ବେଳେ ପଟ୍ଟାମୁଣ୍ଡାଇ, ରାଜନଗରରେ ବିଶେଷ ଭାବେ ପ୍ରଭାବକୁ ଦୃଷ୍ଟିରେ ରଖି ରେଡ ସିଗ୍ନାଲ ଦିଆଯାଇଛି। ଲୋକେ ସତର୍କ ରହିବାକୁ କୁହାଯିବା ପରେ ଏକପ୍ରକାର ଭୟର ବାତାବରଣ […]
କେନ୍ଦ୍ରାପଡା, ୨୪ା୧୦: ଆଜି ପୂର୍ବାହ୍ନ ୧୧.୩୦ ମିନିଟ୍ ସମୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା ମୁକାବିଲା ନିମନ୍ତେ ନିଆଯାଇଥିବା ଆଗୁଆ ପଦକ୍ଷେପ ବିଷୟରେ ଆଭାସୀ ମାଧ୍ୟମରେ ସମୀକ୍ଷା କରିଛନ୍ତି । କେନ୍ଦ୍ରାପଡ଼ା ଓସୱାନ ହଲରେ ଉକ୍ତ ଆଭାସୀ ବୈଠକରେ କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଗସ୍ତରେ ଆସିଥିବା ପୂର୍ବତନ ଜିଲ୍ଲାପାଳ ସମର୍ଥ ବର୍ମା, ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଜିଲ୍ଲା ମୁଖ୍ୟ […]
ଭୁବନେଶ୍ୱର୨୪/୧୦-ଧିରେ ଧିରେ ସ୍ଥଳଭାବର ନିକଟତର ହେଉଛି ବାତ୍ୟା ‘ଦାନା’ । ତେବେ ସମୁଦ୍ର ମଧ୍ୟରେ ବଳ ଗୋଟାଇବା ସହ ବାତ୍ୟାର ଗତି ମନ୍ଥର ହେବାରେ ଲାଗିଛି । ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୧୦ କି.ମି. ବେଗରେ କୂଳ ଆଡ଼କୁ ମାଡ଼ି ଆସିଛି ବାତ୍ୟା ‘ଦାନା’ ।ଏବେ ପାରାଦୀପଠାରୁ ୧୦୦ କି.ମି. ଦୂରରେ ରହିଛି । ଧାମରାଠାରୁ ୧୩୦ କି.ମି. ଦୂରରେ ରହିଛି ।ଆଜି ମଧ୍ୟରାତ୍ରୀରୁ ଆରମ୍ଭ ହେବ […]
ଭୁବନେଶ୍ୱର,୨୪।୧୦:-ଉପକୂଳଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଗୁରୁବାର ମଧ୍ୟରାତିରୁ ଶୁକ୍ରବାର ପୂର୍ବାହ୍ନ ଯାଏଁ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ ବୋଲି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ବଡ଼ ସୂଚନା ଦେଇଛନ୍ତି। ଲ୍ୟାଣ୍ଡଫଲ ବେଳେ ବାତ୍ୟାର ବେଗ ଅଧିକ ରହିବା ଅନୁମାନ କରାଯାଉଥିବାରୁ ମାଟି ଘରେ ଥିବା ଲୋକେ ପକ୍କା ଘରକୁ ଚାଳିଯିବାକୁ କୁହାଯାଇଛି। ଏପରିକି ଟିଣ ଘର, ଗଛ, ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ିବା ସମ୍ଭାବନା ରହିଛି। ଏହି ସମୟ […]
ଭୁବନେଶ୍ୱର,୨୪।୧୦- ଭୀଷଣ ବାତ୍ୟା ନେଇ ଉପକୂଳଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଗୁରୁବାର ମଧ୍ୟରାତ୍ରରେ ଏହା ସ୍ଥଳଭାଗ ଛୁଇଁବ। ବର୍ତ୍ତମାନ ଏହା ପାରାଦୀପଠାରୁ ୧୮୦ କିମି ଦୂରରେ ଥିବା ବେଳେ ଧାମରାଠାରୁ ୨୧୦ କିମି ଦୂରରେ ରହିଛି। ରାତିରେ ଲ୍ୟାଣ୍ଡଫଲ ହେବାକୁ ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଲ୍ୟାଣ୍ଡଫଲକୁ ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଭୀଷଣ ବାତ୍ୟାର ରୂପ ନେଇଥିବା ଦାନା […]
ପଟ୍ଟାମୁଣ୍ଡାଇ ୨୩/୧୦ -ସମ୍ଭାବ୍ୟ ବାତ୍ୟା “ଦାନା ଭିତରକନିକା ଠାରେ ଲ୍ୟାଣ୍ଡ ଫଲ କରିବା ଭାରତୀୟ ପାଣିପାଗ ବିଭାଗ ଆକଳନ କରିବା ପରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳରେ ଆଶା ଆଶଙ୍କା ଓ ଭୟ ସୃଷ୍ଟି ହୋଇଛି । ପଟ୍ଟାମୁଣ୍ଡାଇ ତଳିଆ ଅଂଚଳରେ ଥିବା ଅସୁରକ୍ଷିତ ଲୋକମାନଙ୍କ ଆଖିରୁ ନିଦ ହଜି ଯାଇଛି । ରାଜ୍ୟ ସରକାରଙ୍କ ନିର୍ଦେଶରେ ସମ୍ଭାବ୍ୟ ବାତ୍ୟା “ଦାନା”କୁ ସଫଳତାର ସହ ମୁକାବିଲା କରିବା ପ୍ରଶାସନିକ ପ୍ରସ୍ତୁତି […]
ଆଜି ରାତିରୁ ୨୫ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ୍ ଭିତରକନିକା-ଢାମରା ମଧ୍ୟରେ ଛୁଇଁବ ସ୍ଥଳଭାଗ ପବନର ବେଗ ୧୦୦ ରୁ ୧୨୦ କିମି ରହିବ ଆଜିଠାରୁ ୪ ଜିଲ୍ଲାରେ ଅତିପ୍ରବଳ ବର୍ଷା ଆଶଙ୍କା କିଛି ସ୍ଥାନରେ ୨୦ ସେମିରୁ ଅଧିକ ବର୍ଷା ସମ୍ଭାବନା ବାତ୍ୟା ପ୍ରଭାବରେ ୧ ରୁ ୨ ମିଟର ଆସିପାରେ ଜୁଆର ଅଧିକ ପ୍ରଭାବିତ ହେବ କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ସ୍ଥାନାନ୍ତର […]
ଭୁବନେଶ୍ୱର, ୨୩ା୧୦-ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ଓ ଏହାର ପ୍ରଭାବକୁ ନେଇ ଜନମାନସରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତାରେ ରାଜ୍ୟବାସୀଙ୍କୁ ଦୃଢ଼ ମନୋବଳ ନେଇ ବାତ୍ୟାକୁ ମୁକାବିଲା କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଓଡ଼ିଶାରେ ଏକ ସୁଦୃଢ଼ ବିପର୍ୟ୍ୟୟ ମୁକାବିଲା ବ୍ୟବସ୍ଥା ପ୍ରତିଷ୍ଠା ହୋଇଛି ଓ ଏହି ବ୍ୟବସ୍ଥା ମାଧ୍ୟମରେ ସମସ୍ତଙ୍କ ମିଳିତ […]
କେନ୍ଦ୍ରାପଡା ୨୩ା୧୦- ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୧୧୦ କ୍ରମରେ ରହି ସଫଳତା ଅର୍ଜ୍ଜୁନ କରିଥିବା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଦଧିପୁର ଗ୍ରାମର ଅବିନାଶ ରାଉତରାୟଙ୍କୁ ମହାକାଳପଡ଼ା ବିକାଶ ମଞ୍ଚ ତରଫରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଶିକ୍ଷକ ଅପୂର୍ବ କୁମାର ରାଉତଙ୍କ ଆଦରଣୀୟ ସନ୍ତାନ ଅବିନାଶ ଇତି ପୂର୍ବରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପରିଷଦର କନିଷ୍ଠ ବୈଜ୍ଞାନିକ ଭାବେ ନିଯୁକ୍ତି ପାଇଥିଲେ। ଓଏଏସ ପରୀକ୍ଷାରେ କୃତୀତ୍ୱ ଅର୍ଜ୍ଜନ କରି ଅଞ୍ଚଳ […]
Cyclone Alert: ଓଡ଼ିଶା ଆଡକୁ ମାଡି ଆସୁଥିବା ଭୀଷଣ ବାତ୍ୟା ଦାନା ଏବେ ସକ୍ରିୟ ହେଉଛି । ଆସନ୍ତାକାଲି ଅର୍ଥାତ୍ ୨୩ରୁ ୨୫ଯାଏଁ ତିନି ଦିନ ଧରି ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ହାଇ ଆଲର୍ଟ ଜାରି କରିଛି । ପବନ ମଧ୍ୟ ଜୋରରେ ବହିବ। ତେବେ ଏହି ସମୟରେ ସତର୍କ ରହିବାକୁ କହିଛି ପାଣିପାଗ ବିଭାଗ। କାଲିଠୁ ରାଜ୍ୟର ବିଭିନ୍ନ […]
ପଟ୍ଟାମୁଣ୍ଡାଇ ତା ୨୧/୧୦-ରାଜ୍ୟ ସରକାରଙ୍କ ନିର୍ଦେଶରେ ସମ୍ଭାବ୍ୟ ବାତ୍ୟା “ଦାନା”କୁ ସଫଳତାର ସହ ମୁକାବିଲା କରିବା ପ୍ରଶାସନିକ ପ୍ରସ୍ତୁତି ଜୋରଦାର କରାଯାଇଛି । ଅସୁରକ୍ଷିତ ଅବସ୍ଥାରେ ଥିବା ଲୋକ ମାନଙ୍କୁ ସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ଓ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀରେ ରଖା ଯିବା ପାଇଁ ବ୍ୟବସ୍ଥା କରାଯାଇ ତଦନୁଯାୟୀ ପଦକ୍ଷେପ ନିଆଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକରେ ବଢ଼େଇ ପଡା, ସାତକୁଡ଼ିଆ, ବିଲିକଣା, କଜଳବନ୍ଧ, କୋରିଆପଲ୍ଲା, ଶଙ୍କ ପୁର, ପାଳପାଟଣା, […]
କେନ୍ଦ୍ରାପଡ଼ା, ୨୨ା୧୦: ବାତ୍ୟା ‘ଦାନା’ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଓ ପ୍ରସ୍ତୁତି, ଉଦ୍ଧାର ଏବଂ ରିଲିଫ ପ୍ରଦାନ ପ୍ରଭୃତି କାର୍ଯ୍ୟକୁ ତଦାରଖ କରିବା ପାଇଁ ପର୍ଯ୍ୟଟନ ବିଭାଗ ନିର୍ଦେଶକ ତଥା ପୂର୍ବତନ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ରାଜ୍ୟ ସରକାର କେନ୍ଦ୍ରାପଡା ଜିଲ୍ଲା ନିମନ୍ତେ ନିଯୁକ୍ତି ପ୍ରଦାନ କରିଛନ୍ତି। ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, ପୁରୀ ଓ ଜଗତସିଂହପୁର ଭଳି ଅନ୍ୟ ୫ଟି ଜିଲ୍ଲା […]
କେନ୍ଦ୍ରାପଡ଼ା,୨୨ା୧୦: ଆଇଏମ୍ଡିର ସତର୍କ ସୂଚନା ଅନୁଯାୟୀ ସମ୍ଭାବ୍ୟ ବାତ୍ୟା ‘ଦାନା’ ଓଡ଼ିଶା ଉପକୂଳରେ ୨୪ ଓ ୨୫ ତାରିଖ ମଧ୍ୟରେ ପ୍ରବଳ ବର୍ଷା ଓ ବାତ୍ୟା ଜନିତ କ୍ଷୟକ୍ଷତି ଆଶଙ୍କା ସୃଷ୍ଟି କରିଛି। ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଯେଉଁ ନିର୍ଦେଶନାମା ଜାରି କରାଯାଇଛି ସେହି ଆଧାରରେ କେନ୍ଦ୍ରପଡା ଜିଲ୍ଲାପ୍ରଶାସନ ବାତ୍ୟା ମୁକାବିଲା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ସୋମବାର ଅପରାହ୍ନ ୪.୩୦ […]
କେନ୍ଦ୍ରାପଡ଼ା,୨୨ା୧୦: କେନ୍ଦ୍ରାପଡା ସହରରେ ଚଳିତ ବର୍ଷ ପାଇଁ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଓ ଭଷାଣୀ ଉତ୍ସବ ଶାନ୍ତି ଓ ଶୃଙ୍ଖଳାର ସହିତ ପାଳନ କରାଯିବା ନିମନ୍ତେ ସମସ୍ତ ମେଢ କମିଟିର ସଭାପତି, ସମ୍ପାଦକ ଓ ସରକାରୀ ପଦାଧିକାରୀମାନଙ୍କୁ ନେଇ ଏକ ଜରୁରୀକାଳୀନ ପ୍ରସ୍ତୁତି ବୈଠକ ପୈାରସଂସ୍ଥା ଟାଉନହଲ ପରିସରରେ ମଙ୍ଗଳବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ […]










