କେନ୍ଦ୍ରାପଡ଼ା, ୧୬ା୬: କେନ୍ଦ୍ରାପଡା ସହର ବଡହାଟ ଗ୍ରାମର ଲଳିତ କୁମାର ସାହୁଙ୍କ ପୁତ୍ର ସଞ୍ଜୟ କୁମାର ସାହୁ ଗତ ମେ ମାସ ୨୨ ତାରିଖ ଦିନ ତାଙ୍କର ଦୁତିଆଳ ମୌଜାରେ ଥିବା ଓରିଜିନାଲ ଖତିୟାନ ହଜିଯାଇଛି । ଘଟଣାରୁ ପ୍ରକାଶ ଯେ ଶ୍ରୀ ସାହୁଙ୍କ ଖତିୟାନ ନମ୍ବର ୬୪୯/୯୨ ଓ ପ୍ଲଟ୍ ନମ୍ବର ୨୯୧ର ୬୬ ଡିସମିଲ୍ର ଭରତପୁର ରାଜସ୍ୱ କାର୍ଯ୍ୟାଳୟକୁ ପାଉତି କାଟିବାକୁ ଯିବା ସମୟରେ କୌଣସି ସ୍ଥାନରେ […]
Year: 2024
କେନ୍ଦ୍ରାପଡା, ୧୬/୬: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର ପ୍ରସିଦ୍ଧ ଦକ୍ଷିଣକାଳୀ ମନ୍ଦିର ପରିସରରେ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ସଂଗଠନ ବାଗ୍ଦେବୀ କଳାମନ୍ଦିର ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ରଜ ମହୋତ୍ସବ-୨୦୨୪ ମହାସମାରୋହରେ ଉଦ୍ଯାପିତ ହୋଇଯାଇଛି । ସଂଗୀତ ନିର୍ଦ୍ଦେଶକ ସତ୍ୟପ୍ରିୟ ଦାସଙ୍କ ପୌରହିତ୍ୟରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡାରୁ ନବନିର୍ବାଚିତ ବିଧାୟକ ଗଣେଶ୍ୱର ବେହେରା, ମୁଖ୍ୟବକ୍ତା ଭାବେ କେନ୍ଦ୍ରାପଡାର ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର, ଭୁବନେଶ୍ୱରର ବିଶିଷ୍ଟ ପରିବେଶବିତ୍ ଶରତ ପଟ୍ଟନାୟକ, […]
ଭୁବନେଶ୍ୱର-୧୫/୦୬:-ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ପ୍ରଥମ ବିଜେପି ସରକାର ଗଠନ ହେବାର ୩ ଦିନ ପରେ ଆଜି ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜ ପାଖରେ ଗୃହ, ଅର୍ଥ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସୂଚନା ଓ ଲୋକସମ୍ପର୍କ, ଜଳସମ୍ପଦ, ଯୋଜନା ଓ ସଂଯୋଜନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ରଖିଛନ୍ତି । ସରକାରିଆ କମିଶନର ପ୍ରାବଧାନ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ତରଡ଼ିପାଳ ପଂଚାୟତର ବିଶିଷ୍ଟ ସମାଜସେଵୀକା ମହିୟସୀ ମହିଳା ଦିବଙ୍ଗତା ତୁଳସୀ ବିଶ୍ୱାଳଙ୍କ ସ୍ମୃତି ଉଦେଶ୍ୟରେ ତୁଳସୀ ମେଧା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ତରଡ଼ିପାଳ ହାଇସ୍କୁଲ ପଡିଆରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଚଳିତ ମାଟ୍ରିକ ଓ +୨ ପରୀକ୍ଷାରେ ଧୋୟାଞ୍ଚଳର ହାଇସ୍କୁଲ ଓ କଲେଜର ଟପରମାନଙ୍କୁ ତୁଳସୀ ମେଧା ସମ୍ମାନରେ ସମ୍ମାନିତ କରାଯାଇଛି । ସମାଜସେବୀ ଫିରୋଜ ବିଶ୍ୱାଳଙ୍କ […]
କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅଧିନ ସାନଅଢଙ୍ଗା ଗ୍ରାମ ସନ୍ନିକଟସ୍ଥ ଏକ ମଦ କାଉଁଟର ପାଖରେ ଜଣେ ପ୍ରାକ୍ତନ ସେନା କର୍ମଚାରୀ ପ୍ରମୋଦ ରାଉତଙ୍କୁ ଆଜି ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଛୁରା ମାଡ଼ରେ ପ୍ରମୋଦଙ୍କ ବାମପଟ ଛାତିରେ ଗଭୀର କ୍ଷତ ସୃଷ୍ଟି ହେବାରୁ ତାଙ୍କୁ ଚିକିତ୍ସା ପାଇଁ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ପ୍ରମୋଦ ବାଇକରେ ଫେରୁଥିବା ବେଳେ ଧସନାପାରି ମଦ […]
କେନ୍ଦ୍ରାପଡ଼ା, ୧୫ା୬: ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ଛତାସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନରେ ତାଲିମ ଗ୍ରହଣ କରି ସାରିଥିବା ମହିଳାମାନଙ୍କୁ ୩୫ଟି ସିଲେଇ ମେସିନ ପ୍ରଦାନ କରାଯାଇଛି । ଭାରତୀୟ ଷ୍ଟେଟ ବ୍ୟାଙ୍କର ପାରାଦ୍ୱୀପ ଆଞ୍ଚଳିକ କ୍ଷେତ୍ରୀୟ କାର୍ଯାଳୟ ପକ୍ଷରୁ କର୍ପୋରେଟ ସାମାଜିକ ଦାୟିତ୍ୱବୋଧର ଏକ କାର୍ଯ୍ୟକ୍ରମରେ ଯୋଗଦାନ କରି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର ଏବଂ […]
କେନ୍ଦ୍ରାପଡ଼ା, ୧୬/୪- କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୨ କିଲୋମିଟର ଦୂର କେନ୍ଦ୍ରାପଡା ବ୍ଲକ ଅଧିନ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଦୁତିଆଳ ଗ୍ରାମରେ ସମସ୍ତ ଯୋଜନା ଫେଲ ମାରିଛି । ସ୍ୱଚକ୍ଷୁରେ ନ ଦେଖିଲେ ବିଶ୍ୱାସ କରି ହେବନାହିଁ । ପଞ୍ଚାୟତ ବାସୀ ଭାବିଥିଲେ ଜଳକଷ୍ଟରୁ ମୁକ୍ତି ମିଳିବ । ସମସ୍ତଙ୍କ ଘରେ ଘରେ ପିଇବା ପାଣି ପହଞ୍ଚିବ । ଶ୍ୟାମସୁନ୍ଦରପୁର ପଞ୍ଚାୟତ ଦୁତିଆଳ ଗ୍ରାମର ୧୯ନଂ ୱାର୍ଡରେ ଜଳକଷ୍ଟକର […]
କେନ୍ଦ୍ରାପଡା ୧୫/୬- କେନ୍ଦ୍ରାପଡା ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଶ୍ରୀ ଶ୍ରୀ ମା କାକଟ ମଙ୍ଗଳା କ୍ଳବ୍ ଆନୁକୁଲ୍ୟରେ ପବିତ୍ର ରଜପର୍ବ ଉପଲକ୍ଷେ ଏକ ବିରାଟ ରଜ ମହୋତ୍ସବ ଶୁକ୍ରବାର ପ୍ରଥମ ରଜ ଉପଲକ୍ଷେ ଉଦଘାଟିତ ହୋଇଯାଇଅଛି । ଏହି ଉତ୍ସବକୁ ଉଦଘାଟିତ କରିଛନ୍ତି କେନ୍ଦ୍ରାପଡ଼ା ପୌରପରିଷଦର ପୌରପାଳିକା ସରିତା ସାହୁ । ଅନୁଷ୍ଠାନର ସଭାପତି ତଥା ୧୭ନଂ ୱାର୍ଡ କାଉନସିଲର ଉମେଶ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ସମ୍ପାଦକ ହାଡିବନ୍ଧୁ […]
କେନ୍ଦ୍ରାପଡ଼ା, ୧୪ା୬: ରଜପର୍ବ ପାଇଁ ଗୁଲନଗର ପଞ୍ଚାୟତର ୨୧ନମ୍ବର ୱାର୍ଡରେ ଗରୀବ ସଂଖ୍ୟାଲଘୁ ଓ ଅନ୍ୟ ସଂପ୍ରଦାୟର ଲୋକମାନଙ୍କ ପୁଅ ଓ ଝିଅମାନଙ୍କୁ ସମାଜସେବୀ ସୁଶାନ୍ତ କୁମାର ଦାଶ ନୂଆ ଡ୍ରେସ ପ୍ରଦାନ କରିଛନ୍ତି । ଏହି ଉପଲକ୍ଷେ ଗୁଲନଗର ଗ୍ରାମପଞ୍ଚାୟତର ୨୧ନମ୍ବର ୱାର୍ଡରେ ଥିବା ରାମମନ୍ଦିର ନିକଟରେ ଆଜି ସକାଳୁ ସମାଜସେବୀ ଶ୍ରୀ ଦାଶ ପହଞ୍ଚି ରଜ ଉପଲକ୍ଷେ ଗରୀବ ଲୋକଙ୍କ ଝିଅ ଓ ପୁଅମାନଙ୍କୁ ନୂଆ ଡ୍ରେସ […]
BBSR୧୪ା୬: ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଭୁବନେଶ୍ୱରରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଜୟପୁର ବାସୀଙ୍କ ଆର୍ଶିବାଦରୁ ସେ ବିଧାୟକ ହୋଇଛନ୍ତି । ମା ଭଗବତୀ, ମା ଜଗତ ଜନନୀଙ୍କ ଆର୍ଶିବାଦରୁ ବିଜୟ ହୋଇଛି । ଜଗନ୍ନାଥଙ୍କ ଆର୍ଶିବାଦରୁ ସେ ରାଜ୍ୟରେ ପରିଚିତ ହୋଇଛନ୍ତି ବୋଲି ସୁଚନା ଦେଇଛନ୍ତି । ରାଜ୍ୟରେ କଂଗ୍ରେସ ସରକାର ନଥିଲେ ବି ଲୋକଙ୍କ ପାଇ କାମ କରିବି । ବିଧାନସଭାରେ କଂଗ୍ରେସ ହିଁ […]
ଓଡ଼ିଶାର ଗଣ ପର୍ବ ଭାବେ ପରିଚିତ ରଜ ମହୋତ୍ସବ ପାଇଁ ଗାଁ ଠୁ ସହର ବେଶ ଉତ୍ସବମୁଖର । ଗୁରୁବାର ଥିଲା ସଜବାଜ ଏଥିପାଇଁ ପଟ୍ଟାମୁଣ୍ଡାଇରେ ରଜ ପାଇଁ ବଜାର ସରଗରମ ହୋଇପଡିଛି । ପ୍ରବଳ ଖରା ଗୁଳୁଗୁଳି ଦିନବେଳା ବେପାରକୁ କିଛି ମାତ୍ରାରେ ପ୍ରଭାବିତ କରିଥିବା ବେଳେ ରାତିରେ ବେପାର ଜମୁଛି । ସଂଧ୍ୟା ବେଳେ ବିଭିନ୍ନ କପଡା ଦୋକାନ, ମିଠା, ପନିପରିବା, ଫଳ, ଜୋତାଚପଲ ଓ କସମେଟିକଟେସନାରୀ […]
କେନ୍ଦ୍ରାପଡ଼ା, ୧୩ା୬: ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ କେନ୍ଦ୍ରାପଡ଼ା ବହୁ ପ୍ରାକୃତିକ ବିପର୍ଯ୍ୟୟକୁ ବାରମ୍ବାର ସାମନା କରିଆସିଛି । ତେଣୁ ସମ୍ଭାବ୍ୟ ବନ୍ୟା, ବାତ୍ୟା ଓ ମରୁଡ଼ିକୁ ଦୃଷ୍ଟିରେ ରଖି ତାହାର ସଫଳ ମୁକାବିଲା ନିମନ୍ତେ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ‘ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି’ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନବନିର୍ବାଚିତ ପାଟକୁରା […]
କେନ୍ଦ୍ରାପଡ଼ା, ୧୨ା୬: ନବ ନିର୍ବାଚିତ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାବଗତପୁର ପଞ୍ଚାୟତକୁ ଗସ୍ତ କରି ପ୍ରଥମେ ଚଣ୍ଡୀବଜାରସ୍ଥିତ ମା’ ରାମଚଣ୍ଡୀ ଦେବୀଙ୍କୁ ଦର୍ଶନ କରି ଆଶ୍ରିର୍ବାଦ ନେବା ପରେ ସ୍ୱର୍ଗତ ଭାଗବତ ସ୍ୱାଇଁଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ଏହାପରେ ହୃଦଘାତରେ ମୃତ୍ୟୁବରଣ କରିଥିବା ସିମଳଦାର ଶିବ ବେହେରାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ପରେ ଅସୁସ୍ଥ ଥିବା ପ୍ରଭାକର ମଲିକଙ୍କ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ତାଳୁକ ଆଇନ ସେବା ସମିତିର ଅଧ୍ୟକ୍ଷ ସିନିଅର ସିଭିଲ ଜର୍ଜ ସୁଶ୍ରୀ ସଂଗୀତା ମଲ୍ଲିକଙ୍କ ନିର୍ଦ୍ଦେଶରେ ବୁଧବାର ତାଲୁକ ଆଇନ ସେବା ସମିତି ପକ୍ଷରୁ ବାଲିପଡ଼ା ନୋଡାଲ ଉପ୍ରା ବିଦ୍ୟାଳୟ ଠାରେ ଶିଶୁ ଶ୍ରମିକ ନିବାରଣ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବାର ଆସୋସିଏସନ କୋଷାଧକ୍ଷ ଆଇନୀଜୀବୀ ଧୀରେନ୍ଦ୍ର ନାଥ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ତାଲୁକ ଫ୍ରଟଂ ଅଫିସର […]
କେନ୍ଦ୍ରାପଡ଼ା, ୧୨ା୬: ଦିନ ଥିଲା କେନ୍ଦ୍ରାପଡାକୁ ମନ୍ତ୍ରୀପଡା ବୋଲି କୁହାଯାଉଥିଲା । ଜିଲ୍ଲାରେ ଏକାଥରକେ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ୩/୪ଜଣ ମନ୍ତ୍ରୀ ଥିବା ବେଳେ କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରୁ କେନ୍ଦ୍ରମନ୍ତ୍ରୀ ଏବଂ ଲୋକସଭା ବାଚଷ୍ପତି ମଧ୍ୟ ଥିଲେ । ଆଜି କିନ୍ତୁ ସମୟ ବଦଳି ଯାଇଛି । କେନ୍ଦ୍ରାପଡାର ସେ ହୃଦଗୈାରବକୁ ଆଜି ଆଉ ଗୁରୁତ୍ୱ ଦିଆଯାଉନି । କେନ୍ଦ୍ରାପଡା ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଏକମାତ୍ର […]
କେନ୍ଦ୍ରାପଡା ୧୨ା୬ – କେନ୍ଦ୍ରାପଡ଼ାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଆମ ଗାଁ ସାହିତ୍ୟ ପରିଷଦ ତରଫରୁ ଶ୍ୟାମସୁନ୍ଦରପୁର୍ ସ୍ଥିତ ଚଣ୍ଡିଆ ପାଲେସ୍ ପରିସରରେ କବି ଲେଖକ ଓ କଳାକାର ସମ୍ମିଳନୀରେ ପରିଷଦର ସଭାପତି ନାଟ୍ୟକାର ସଞ୍ଜୟ କୁମାର ମଲ୍ଲିକଙ୍କ ନାଟ୍ୟ ପୁସ୍ତକ ଶେଷ ଠିକଣା ଲୋକାର୍ପଣ ହୋଇ ଯାଇଛି । ପ୍ରଥମ ଅଧିବେଶନରେ ହୋଇଥିବା କବିତା ପାଠୋତ୍ସବରେ ବିଶିଷ୍ଟ ସ୍ତମ୍ବକାର ଡ. ସର୍ବେଶ୍ୱର ସେଣଙ୍କ ଅଧ୍ୟକ୍ଷତା କରିଥିଲେ । ଅନ୍ୟତମ […]
କେନ୍ଦ୍ରାପଡ଼ା,୧୨ା୬: କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରରେ ବିଜୟ ଲାଭ ପରେ ନବ ନିର୍ବାଚିତ ବିଧାୟକ ଗଣେଶ୍ୱର ବେହେରା ମଙ୍ଗଳବାର ବିଜୟ ଶୋଭାଯାତ୍ରାରେ ବାହାରି ଚନ୍ଦନପୁର ପଞ୍ଚାୟତରେ ଧନ୍ୟବାଦ ପଦଯାତ୍ରାରେ ବୁଲିଛନ୍ତି । ଜଗନ୍ନାଥ ବିଦ୍ୟାପୀଠ ପାଖରୁ ପଦଯାତ୍ରା ଆରମ୍ଭ ହୋଇ ଗାନ୍ଧୀଛକ, ବସ୍ଷ୍ଟାଣ୍ଡ ଦେଇ ଦଧିବାମନଜୀଉ ମନ୍ଦିରରେ ଶେଷ ହୋଇଥିଲା । ପଞ୍ଚାୟତର ବିଭିନ୍ନ ସ୍ଥାନରେ ବିଧାୟକ ଶ୍ରୀ ବେହେରାଙ୍କ ସମେତ ପଞ୍ଚାୟତର ପ୍ରତିନିଧି ଓ ସମସ୍ତ କର୍ମୀମାନଙ୍କ ସହ ପଦଯାତ୍ରା […]
ଭୁବନେଶ୍ୱର,- ଭାରତୀୟ ଜନତା ପାଟିର ଦଳ ଆଜି ନୂଆ ସରକାର ଦାୟିତ୍ୱ ଗ୍ରହଣ କରବାକୁ ଯାଉଛି । ୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ବିପୁଳ ସଫଳତା ପରେ ଦଳ ନୂଆ ସରକାର ଗଢୁଛି । ମାତ୍ର ଲୋକଙ୍କ ମନରେ ପ୍ରଶ୍ନ ଉଠିଛି, ରାଜ୍ୟରେ ବିଜେପି, ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବ କି ନାହିଁ ସେଥି ନେଇ ଓଡ଼ିଶାବାସୀଙ୍କ ମନରେ ସବୁଠୁ ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି […]
ଓଡିଶାରେ ମୌସୁମୀ ପ୍ରବେଶ ସତ୍ୱେ ରାଜ୍ୟରେ ବର୍ଷା ନାହିଁ । ଅସହ୍ୟ ତାତି ସହ ଗୁଳୁଗୁଳି ଲାଗିରହିଛି । ଆସନ୍ତା ଶୁକ୍ରବାର ରଜପର୍ବ ଆରମ୍ଭ ହୋବ । ମୌସୁମୀ ଆଗମନ ବିଳମ୍ବ ଯୋଗୁ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଓ ମ୍ୟୁନିସପାଲଟି ଅଂଚଳରେ ଖରିଫ ଚାଷ ପାଇଁ ଆଶାନୁରୂପକ ବର୍ଷା ହୋଇନାହିଁ । ଫଳରେ ମୁଖ୍ୟତଃ ଖରିଫ ଧାନଚାଷ ଉପରେ ନିର୍ଭର କରୁଥିବା ଚାଷୀ ଚିନ୍ତାରେ ପଡ଼ିଛନ୍ତି । ଅକ୍ଷୟ […]
କେନ୍ଦ୍ରାପଡ଼ା, ୧୧ା୬: ବନ ବିଭାଗର ବେଆଇନ କାର୍ଯ୍ୟ ବିରୋଧରେ ରାମଚଣ୍ଡୀ କୃଷକସଭା ପକ୍ଷରୁ ଆଜି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କୁ ଭେଟି ଅଭିଯୋଗପତ୍ର ପ୍ରଦାନ କରାଯାଇଛି । ସେହି ଅଭିଯୋଗପତ୍ରରେ ଦର୍ଶାଯାଇଛି ଯେ ମହାକାଳପଡା ତହସିଲ ଅଧିନ ଯୋଗିଧାନକୁଦର କନ୍ଧ ଚାଷୀମାନଙ୍କୁ ରାଜନଗର ଡି.ଏଫ.ଓ.ଙ୍କ ନିର୍ଦେଶରେ ତାଙ୍କ କର୍ମଚାରୀମାନେ ବିଭିନ୍ନ ସମୟରେ କନ୍ଧଚାଷୀଙ୍କ ଅକ୍ତିଆରରେ ଥିବା ଜମି ଉପରକୁ ନଯିବା ପାଇଁ ଧମକଚମକ ଦେଉଛନ୍ତି । କନ୍ଧଚାଷୀମାନେ ସି.ଏସ.ନମ୍ବର- ୫୨୯/୨୦୧୮ରେ […]
କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଳପୁଆ ନୋଡ଼ାଲ ଉଚ୍ଚବିଦ୍ୟାଳୟର ୨୦୦୪ ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଓ ଗୁରୁ ପୂଜନ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ପ୍ରଧାନ ଶିକ୍ଷକ ଭଗବାନ ରାଉତଙ୍କ ପୌରହିତ୍ୟ ଓ ପୁରାତନ ଛାତ୍ର ପ୍ରିତିଶ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ବନ୍ଧୁମିଳନ ଓ ଗୁରୁପୂଜନ ଉତ୍ସବରେ ପ୍ରାକ୍ତନ ଶିକ୍ଷକ ଭଗବାନ ରାଉତ, ବିଷ୍ଣୁ ଚରଣ ଧଳ, ବ୍ରଜକିଶୋର ଶତପଥୀ, ଗୌରାଙ୍ଗ ସାହୁ, ବସନ୍ତ […]
ଭୁବନେଶ୍ଵର 11/6: ଓଡ଼ିଶାରେ ସରକାର ଗଠନ କରିବାକୁ ଭାଜପା ଦାବି କରିଛି। ରାଜଭବନ ଯାଇ ଭାଜପାର ଟିମ୍ ମଙ୍ଗଳବାର ରାଜ୍ୟରେ ସରକାର ଗଠନ କରିବାକୁ ଦାବି ଜଣାଇଛନ୍ତି। ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କ ସହ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଏବଂ କେନ୍ଦ୍ରମନ୍ତ୍ରୀ ରାଜଭବନ ଯାଇ ସରକାର ଗଠନ କରିବାକୁ ଦାବି କରିଥିଲେ। ଏହାପରେ ଆସନ୍ତାକାଲି ଜନତା ମଇଦାନରେ ନୂଆ ସରକାରର […]
ଭୁବନେଶ୍ୱର,୧୧।୬- ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଓଡ଼ିଶା ବିଧାନସଭା ନିର୍ବାଚନ-୨୦୨୪ର ଫଳାଫଳ ଗତ ୪ ତାରିଖ ଦିନ ଆସିଲା ପରେ ରାଜ୍ୟବାସୀ ଯେଉଁ ଘୋଷଣାକୁ ଅପେକ୍ଷା କରିଥିଲେ, ତାହା ଆଜି ପ୍ରକାଶ ପାଇଛି। ମଙ୍ଗଳବାର ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀଙ୍କଠାରେ ମୋହର ବାଜିଛି। ବୁଧବାର ମୋହନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। […]
୯୩ ତମ ଜୟନ୍ତୀ ପାଳନରେ ଜିଲ୍ଲା ସ୍ତରିୟ ଆଲୋଚନାଚକ୍ର ବିଶିଷ୍ଟ ନାରୀନେତ୍ରୀ, ଓଡି଼ଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ, ସାରସ୍ୱତ ସାଧିକା ନନ୍ଦିନୀ ଶତପଥୀଙ୍କର ବିଭିନ୍ନ କ୍ଷେତ୍ରରେ ଦକ୍ଷତା ରହିଥିଲା । ଜଣେ ମୁଖ୍ୟମନ୍ତ୍ରୀ ଭାବେ ସେ ଅନେକ କଠୋର ନିଷ୍ପତିନେଇ ତାକୁ କାର୍ଯ୍ୟକାରୀ କରାଇଥିଲେ ବୋଲି ନନ୍ଦିନୀ ଶତପଥୀଙ୍କ ୯୩ତମ ଜୟନ୍ତୀ ପାଳନ ଅବସରରେ ସୋମବାର ଅପରାହ୍ନରେ କେନ୍ଦ୍ରାପଡା ଜିଲା ରାଜନଗର ଶୌଳେନ୍ଦ୍ର ନାରାୟଣ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ନନ୍ଦିନୀ […]










