କେନ୍ଦ୍ରାପଡାରୁ ଆରଏମଏସ ସେବା ଉଚ୍ଛେଦ ନିଷ୍ପତ୍ତି , ମୁଖ୍ୟ ଡାକପାଳଙ୍କୁ ଚିଠି ଲେଖିଲେ ବିଧାୟକ ଗଣେଶ୍ୱର



କେନ୍ଦ୍ରାପଡ଼ା, ୯ା୧: କେନ୍ଦ୍ରାପଡ଼ା ଜିଲ୍ଲାରୁ ରେଳବାଇ ଡାକସେବା ଉଚ୍ଛେଦ କରିବା ନେଇ ଯେଉଁ ନିଷ୍ପତ୍ତି ହୋଇଛି ତାହାକୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଓଡିଶା ସର୍କଲ ମୁଖ୍ୟ ଡାକପାଳଙ୍କୁ ଚିଠି ଲେଖିଛନ୍ତି। ଶ୍ରୀ ବେହେରା ଚିଠିରେ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ରାପଡା ସହରର ମହିପାଳ ଠାରେ ୧୯୭୭ମସିହାରୁ ଏପର୍ଯ୍ୟନ୍ତ ରେଳବାଇ ଡାକସେବା କାର୍ଯ୍ୟାଳୟ ଚାଲୁଅଛି। ଏହି କାର୍ଯ୍ୟାଳୟ ଜିଲ୍ଲାର ୯ଗୋଟି ବ୍ଲକ ଓ ଦୁଇ ଗୋଟି ପୈାରାଞ୍ଚଳରେ ଥିବା ୩୧ଟି ଡାକଘରୁ ଯେଉଁ ସବୁ ଚିଠିପତ୍ର ଆସେ ସେଗୁଡିକୁ ଦୂର ଦୂରାନ୍ତ ଠିକଣାରେ ପହଞ୍ଚାଇ ଥାଏ। କିନ୍ତୁ ଏବେ ଓଡିଶା ସର୍କଲର ମୁଖ୍ୟ ଡାକପାଳ ନିଷ୍ପତ୍ତି ନେଇଛନ୍ତି ଯେ ଏହି କାର୍ଯ୍ୟାଳୟକୁ ଏଠାରୁ ଉଚ୍ଛେଦ କରି କଟକ ସର୍କଲ ସହିତ ମିଶାଇ ଦେବା ପାଇଁ । ଏହାଦ୍ୱାରା ଏଠାରେ କାର୍ଯ୍ୟରତ କର୍ମଚାରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବେ। ଏଥିସହ ଜିଲ୍ଲାବାସୀ ମଧ୍ୟ ସମସ୍ୟାରେ ପଡିବେ। କାରଣ ଭୈାଗଳିକ ଦୃଷ୍ଟିକୋଣରୁ କେନ୍ଦ୍ରାପଡା ଜିଲ୍ଲା ବେଶ ଗୁରୁତ୍ୱପୂର୍ଣ୍ଣ। ଏହି ଜିଲ୍ଲା ସହ ପାରାଦୀପ ବନ୍ଦର ଓ ଧାମରା ବନ୍ଦର ସଂଯୋଗ ହୋଇଛି। ଏହି ଦୃଷ୍ଟିକୋଣରୁ କେନ୍ଦ୍ରାପଡା ଜିଲ୍ଲାରେ କାର୍ଯ୍ୟ କରୁଥିବା ରେଳ ଡାକସେବା କାର୍ଯ୍ୟାଳୟର ଗୁରୁତ୍ୱ ରହିଛି। ତେଣୁ ଏହି କାର୍ଯ୍ୟାଳୟକୁ ଏଠାରୁ ଉଠାଇ କଟକ ସର୍କଲ କାର୍ଯ୍ୟାଳୟ ସହିତ ଯୋଡିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ରାପଡା ବିଧାୟକ ଶ୍ରୀ ବେହେରା ଚିଠିରେ ଉଲ୍ଲେଖ କରିଛନ୍ତି।


Next Post

ସ୍ୱାଭିମାନୀ ପଟ୍ଟାମୁଣ୍ଡାଇର ପରିଚୟ ଫେରାଇବା ପାଇଁ ଦାବୀ

Fri Jan 10 , 2025
ପଟ୍ଟାମୁଣ୍ଡଇ ୧୦/୧;ସ୍ୱାଧୀନ ଭାରତରେ ଓଡ଼ିଶାର ଅନ୍ୟତମ ପ୍ରମୁଖ ନିର୍ବାଚନମଣ୍ଡଳୀ ଭାବେ ପଟ୍ଟାମୁଣ୍ଡାଇ ନିର୍ବାଚନମଣ୍ଡଳୀ ସ୍ୱତନ୍ତ୍ର ପରିଚିତି ଲାଭ କରିଥିଲା। ୨୦୦୯ ନିର୍ବାଚନ ପୂର୍ବରୁ ସୀମା ପୁନଃ ନିର୍ଦ୍ଧାରଣ ବେଳେ ପଟ୍ଟାମୁଣ୍ଡାଇ ସଂରକ୍ଷିତ ନିର୍ବାଚନଆସନର ବିଲୋପ ଘଟିଛି । ସୀମା ପୁନଃ ନିର୍ଦ୍ଧାରଣ ପୂର୍ବରୁ ପଟ୍ଟାମୁଣ୍ଡାଇ ବ୍ଲକର ୩୦ଟି ପଂଚାୟତ, ପୌରାଂଚଳର ୨୦ ଟି ଓାର୍ଦ ସହିତ କେନ୍ଦ୍ରାପଡ଼ା ବ୍ଲକର ୫ ଟା ପଂଚାୟତ ଓ ଆଳି ବ୍ଲକର ୧୦ ଟି […]