ଧାନବିକି ରଖିଥିଲେ ଟଙ୍କା,  ଲୁଟି ନେଲେ ଦୁର୍ବୃତ



ପଟ୍ଟାମୁଣ୍ଡାଇ ୪/୨-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ସମ୍ମୁଖରେ ମଙ୍ଗଳବାର ପୂର୍ବହ୍ନରେ ଜଣେ ବ୍ୟକ୍ତିଙ୍କ ଗାଡ଼ି ଡିକିରୁ ୧ ଲକ୍ଷ ଟଙ୍କା ଚୋରି ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ମଙ୍ଗଳବାର ପଟ୍ଟାମୁଣ୍ଡାଇ ଗ୍ରାମଂଚଳ ଥାନା ଅନ୍ତର୍ଗତ ପନ୍ତୁରି ଗ୍ରାମର କମଳାକାନ୍ତ ପ୍ରଧାନ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କରୁ ୧ ଲକ୍ଷ ଟଙ୍କା ଉଠାଇ ନିଜ ଗାଡ଼ି ଡିକିରେ ରଖିଥିଲେ। ପଟ୍ଟାମୁଣ୍ଡାଇ ବଜାରର ଆଦର୍ଶଥାନା ନିକଟରେ ଗାଡି ଛାଡି ସେ କୌଣସି ଏକ ଦୋକାନକୁ ଯାଇ ଥିବା ବେଳେ ତାଙ୍କ ଡିକି ଭାଙ୍ଗି ଜଣେ ଲୁଟେରା ଟଙ୍କା ଚୋରୀ କରିଥିଲେ। ଏନେଇ କମଳାକାନ୍ତ ଆଦର୍ଶ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା କହିଛନ୍ତି।


Discover more from

Subscribe now to keep reading and get access to the full archive.

Continue reading