ଭିକାରୀ ଚରଣ ଦାସଙ୍କ ପୁରାଣ ଗଳ୍ପ ‘ରାତି ପାହିଲେ ନାରାୟଣ ମରିବେ’ ପୁସ୍ତକ ଉନ୍ମୋଚନ



ପଟ୍ଟାମୁଣ୍ଡାଇ ୯/୩ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌର ଅଡିଟୋରିୟମ ଭବନରେ କର୍ମକାଣ୍ଡ ନିପୁଣ ଓ କଳା ସହିତ୍ୟର ପୁରୋହିତ ଭିକାରୀ ଚରଣ ଦାସଙ୍କ ପୁରାଣ ଗଳ୍ପ ‘ରାତି ପାହିଲେ ନାରାୟଣ ମରିବେ’ ପୁସ୍ତକ ରବିବାର ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଗାଳ୍ପିକା ଅବନ୍ତି ବେହେରାଙ୍କ ପୁସ୍ତକ ଅର୍ଗଳିରେ ବେକ ମଧ୍ୟ ଉନ୍ମୋଚିତ ହେବା ସହିତ ବାପା ଉପରେ ଆଧାରିତ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ଅବଶରପ୍ରାପ୍ତ ବରିଷ୍ଠ ଜନସମ୍ପର୍କ ଅଧିକାରୀ ନିରାକାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଖ୍ୟାତ କବି ତଥା ଓ ପୂର୍ବତନ ସାଂସଦ ଡ଼ ପ୍ରସନ୍ନ କୁମାର ପାଟ୍ଟସାହାଣୀ ଅତିଥି ଭାବେ ଯୋଗଦେଇ ସଭା ଉଦଘାଟନ କରି ତାଙ୍କ ଅଭିଭାଷଣ ରଖି କହିଥିଲେ ଯେ ଆଜିର ଯୁବପିଢ଼ି ସାହିତ୍ୟମନସ୍କ ହେବା ଆବଶ୍ୟକ । ଓଡ଼ିଆ ସାହିତ୍ୟରେ ଗଳ୍ପର ଏକ ସ୍ୱତନ୍ତ୍ର ଅବଦାନ ରହିଛି। ଆଜି ଯେପରି ଭିକାରୀ ଚରଣ ଦାସଙ୍କ ପୁରାଣ ଗଳ୍ପ “ରାତି ପାହିଲେ ନାରାୟଣ ମରିବେ“ପୁସ୍ତକଟି ପୁରାଣ ଚରିତ୍ରକୁ ଆମ ସାମାଜିକ ଜୀବନରେ ପ୍ରୟୋଗ କରିଥିବା ଏହା ପାଠକଙ୍କୁ ନିଶ୍ଚୟ ଆମୋଦିତ କରିବ ବୋଲି ମତବ୍ୟକ୍ତ କରିଥିଲେ ।

 

କେନ୍ଦ୍ରାପଡ଼ା ବୌଦ୍ଧିକ ବିକାଶ ମଂଚ ସଭାପତି ରଣଧୀର ଜେନା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ମାନନୀୟ ଅତିଥି ଭାବେ ପଦ୍ମଲୋଚନ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ରାଉତଙ୍କ ସୁନାମଧନ୍ୟ କଥାକାର ଓ ଔପନ୍ୟାସିକ ପବିତ୍ର ପାଣିଗ୍ରାହୀ, ଓଡ଼ିଶା ଲୋକସେବା ଭବନର ଅବସରପ୍ରାପ୍ତ ଶାଖା ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଦାସ. ବିଶିଷ୍ଟ ସାହିତ୍ୟିକ ଡକ୍ଟର ମିହିର ସାହୁ, ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର, ସମାଜସେବୀ ଗୋପୀନାଥ ତ୍ରିପାଠୀ ଯୋଗ ଦେଇଥିବା ବେଳେ ବରେଣ୍ୟ ଅତିଥ୍ୟ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିଭା ପୂଜା ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତି: ବିଶିଷ୍ଟ ଅତିଥ୍ ଭାବେ ବେଲେଶ୍ୱର ସାହିତ୍ୟ ସଂସଦର ସଭାପତି ବ୍ରଜବନ୍ଧୁ ଦାଶ ପ୍ରମୁଖ ଯୋଗ ଦେଇ ନିଜ ନିଜ ଅଭିଭାଷଣ ରଖିଥିଲେ । ମୁଖ୍ୟବକ୍ତା ଭାବେ ଇଂଟରନ୍ୟାସ୍‌ନାଲ୍ ଗୀତା ମିଶନ୍‌ର ଅଧ୍ୟକ୍ଷ ଡକ୍ଟର ସ୍ୱାମୀ ଚିଦାନନ୍ଦ ବ୍ରହ୍ମଚାରୀ ତାଙ୍କ ଆଶୀର୍ବଚନରେ ଉପସ୍ଥିତ କବି, ଗାଳ୍ପିକ ଓ ଜନସାଧାରଣଙ୍କଙ୍କ ଉତ୍ସାହିତ କରିଥିଲା । ଏହି ଅବଶରରେ ବରିଷ୍ଠ ଗାଳ୍ପିକା ଅବନ୍ତୀ ବେହେରାଙ୍କ ଗଳ୍ପ ପୁସ୍ତକ ‘ଅର୍ଗଳିରେ ବେକ’ର ଉନ୍ମୋଚନ କରାଯାଇଥିଲା ଏଥିରେ ସମ୍ମାନନୀୟ ଅତିଥ୍ୟ ସ୍ୱନାମଧନ୍ୟ କଥାକାର ଓ ପ୍ରାବନ୍ଧିକା ଡକ୍ଟର ବାସନ୍ତୀ ମହାନ୍ତି ଓ ଅବଶରର ପ୍ରାପ୍ତ ଶିକ୍ଷକ ଶଚୀ ନନ୍ଦନ ଦାସ ନିଜ ନିଜର ଅଭିଭାଷଣ ରଖିଥିଲେ । ଏହି କାର୍ଯ୍ୟକ୍ରମରେ କବି ଆରାଧନା ଦାଶ, ଚାରୁଲତା ଭୂୟାଁ, ନଳନୀପ୍ରଭା ଦାଶ,ଅଶୋକ ପରିଡା, ଅକ୍ଷୟ ରାଉତ,ନୃସିଂହ ତରାଇ, ଶୁଭ୍ରଁଶୁ ଦାସ, ମଂଚାସିନଥଲେ । ସକାଳ ୯ଟାରୁ ଉତ୍ସବର ବିଭିନ୍ନ ମଂଚରେ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା। ସଭା ପ୍ରରମ୍ଭରେ ଦିପ ପଜ୍ୱଳନ, ଭଉଣୀମାନେ ଭକ୍ତି ସଙ୍ଗୀତ ପରିବେଷଣ ସହ ବାପା ଉପରେ ଆଧାରିତ କବିତା ପଠନ କରାଯାଇଥିଲା । ମଧ୍ୟାହ୍ନରେ ପୁରାଣ ଗଳ୍ପ ପୁସ୍ତକ ‘ ରାତି ପାହିଲେ ନାରାୟଣ ମରିବେ’ ଓ ଆଧୁନିକ ଡିଜିଟାଲ ଯୁଗର ରାଜନୈତିକ, ସାମାଜିକ, ଶିକ୍ଷା, ସ୍ୱାସ୍ଥ୍ୟ, ଜଳବାୟୁ ପରିବର୍ତନକୁ ନେଇ ଆଧାରିତ ଗାଳ୍ପିକା ଅବନ୍ତି ବେହେରାଙ୍କ ରଚିତ ପୁସ୍ତକ ଅର୍ଗଳିରେ ବେକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା। ଶେଷରେ ବେଲେଶ୍ୱର ସାହିତ୍ୟ ସଂସଦର ସମ୍ପାଦକ ପ୍ରମୋଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।


Next Post

ମଣ୍ଡିରେ ଧାନ ସଂଗ୍ରହ ପାଇଁ ସମୀକ୍ଷା ବୈଠକ

Wed Mar 11 , 2026
କେନ୍ଦ୍ରାପଡ଼ା,୧୦ା୩:ଆଜି ସନ୍ଧ୍ୟାରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ୨୦୨୫–୨୬ ଖରିଫ ବର୍ଷର ଧାନ ସଂଗ୍ରହ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ମୋଟ ୧୬,୧୨,୦୦୦ କୁଇଣ୍ଟାଲ ଧାନ ସଂଗ୍ରହର ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଥିବା ବେଳେ ଆଜି ସୁଦ୍ଧା ୧୨, ୬୧, ୪୭୩ କୁଇଣ୍ଟାଲ ଧାନ କ୍ରୟ କରାଯାଇଛି। ଏପର୍ଯ୍ୟନ୍ତ ଜିଲ୍ଲାର ୩୭,୩୯୯ ଜଣ […]