ବିକଶିତ ଗାଁ ବିକଶିତ ଓଡ଼ିଶା” ଯୋଜନା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ



କେନ୍ଦ୍ରାପଡ଼ା,୫ା୨: “ବିକଶିତ ଗାଁ ବିକଶିତ ଓଡିଶା” ସମୃଦ୍ଧ ଓଡ଼ିଶାର ଏକ ନୂତନ ପରିଭାଷା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ମିନି ଷ୍ଟାଡିୟମରେ “ବିକଶିତ ଗାଁ ବିକଶିତ ଓଡିଶା’ ଯୋଜନାର ଶୁଭାରମ୍ଭ କରିଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଲକସ୍ତରରେ ଏହି କାର୍ଯ୍ୟକ୍ରମକୁ ଆଭାଷୀ ମାଧ୍ୟମରେ ସିଧାପ୍ରସାରଣର ବ୍ୟବସ୍ଥା କରାଯାଇଥିଲା । ଏହି କ୍ରମରେ କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମାସ୍ଥିତ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡିଆରେ “ବିକଶିତ ଗାଁ, ବିକଶିତ ଓଡିଶା’ ଶୁଭାରମ୍ଭ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ ଶୁଭାରମ୍ଭ କାର୍ଯ୍ୟକ୍ରମ ଜିଲ୍ଲାର ୭ଟି ବ୍ଲକ ଓ ରାଜନଗର ବ୍ଲକର ହାଇସ୍କୁଲ ପଡିଆରେ ଅଭାଷୀ ମାଧ୍ୟମରେ ସିଧାପ୍ରସାରଣ କରାଯାଇଥିଲା । ଭାରତର ଆତ୍ମା ଗାଁରେ ରହିଛି ବୋଲି ମହାତ୍ମା ଗାନ୍ଧୀଙ୍କ ଉକ୍ତିକୁ ମୁଖ୍ୟମନ୍ତ୍ରୀ ସ୍ମରଣ କରାଇଥିଲେ । ଗାଁର ବିକାଶ ବିନା ରାଜ୍ୟର ବିକାଶ ପରିକଳ୍ପନା ଅସମ୍ଭବ ବୋଲି ସେ ମତବ୍ୟକ୍ତ କରିଥିଲେ । ଗାଁରେ ସହରର ସୁଖ ଓ ସ୍ୱଚ୍ଛନ୍ଦ୍ୟ ଉପଲବ୍ଧ କରାଇବା ସହ ଗାଁର ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ବ୍ୟବସ୍ଥା କ୍ଷେତ୍ରରେ ବିକାଶ ଆଣିବା ରାଜ୍ୟ ସରକାରଙ୍କର ମୂଳ ଉଦ୍ଦେଶ୍ୟ । ଏହି ଯୋଜନା ମାଧ୍ୟମରେ ପ୍ରତି ଗାଁ ସ୍ମାର୍ଟ ଗାଁରେ ପରିଣତ ହେବ । ଗାଁ ହସିଲେ ରାଜ୍ୟ ହସିବ । ୨୦୪୭ ମସିହା ସୁଦ୍ଧା ଭାରତବର୍ଷକୁ ସାରା ବିଶ୍ୱରେ ପ୍ରଥମ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଯେଉଁ ସ୍ୱପ୍ନ ରହିଛି ତାକୁ ସାକାର କରିବାକୁ ଖୋର୍ଦ୍ଧାର ପାଇକ ମାଟିରେ ରାଜ୍ୟବାସୀଙ୍କୁ ସେ ଆହ୍ୱାନ ଦେଇଥିଲେ । ଗାଁର ଭାଗବତ ଟୁଙ୍ଗି, ଭୋଗ ମଣ୍ଡପ, କମ୍ୟୁନିଟି ହଲ, ମନ୍ଦିର ଉନ୍ନତି, ପ୍ରାଥମିକ ବିଦ୍ୟାଳୟ ଗୃହର ସମ୍ପ୍ରସାରଣ, ଗାଁ ଖେଳପଡିଆ ଆଦି ଉନ୍ନତିକର କାର୍ଯ୍ୟ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ଓ ମୌଳିକ ଭିତ୍ତିଭୂମି ବିକାଶ ସହ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢୀକରଣ, ଅନୁନ୍ନତ ଜନଜାତି ସମୁଦାୟ ବସବାସ କରୁଥିବା ଅଞ୍ଚଳରେ ଆଭ୍ୟନ୍ତରୀଣ ଓ ଆନ୍ତଃ ଗ୍ରାମ୍ୟ ସଡ଼କ ସଂଯୋଗୀକରଣ, କ୍ଷୁଦ୍ର ପର୍ଯ୍ୟଟନସ୍ଥଳୀର ବିକାଶ ଓ ଉନ୍ନତିକରଣ, ଶିକ୍ଷା ଓ କ୍ରୀଡା ଭିତ୍ତିଭୂମିର ସମ୍ପ୍ରସାରଣ ଓ ଆଧୁନିକୀକରଣ ଭଳି ଜନମଙ୍ଗଳକାରୀ ବହୁମୁଖୀ ପ୍ରକଳ୍ପର ନିର୍ମାଣ ଓ କାର୍ଯ୍ୟାନ୍ୱୟନ ପାଇଁ ୫ବର୍ଷ ମଧ୍ୟରେ ୫ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ମହାକାଳପଡା ବିଧାୟକ ଡ. ଦୂର୍ଗା ପ୍ରସନ୍ନ ନାୟକ, ସାଂସଦଙ୍କ ପ୍ରତିନିଧି ତଥା ଜିଲ୍ଲା ବିଜେପି ସଭାପତି ଶଶାଙ୍କ ଶେଖର ସେଠୀ, ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି, କେନ୍ଦ୍ରାପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ରଶ୍ମିତା ସେଠୀ, ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, କେନ୍ଦ୍ରାପଡା ବିଡିଓ ଅଭିଷେକ ସ୍ୱାଇଁ, କେନ୍ଦ୍ରାପଡା ତହସିଲଦାର ତାପସ କୁମାର ଦେହୁରୀ, ଜିଲ୍ଲାସ୍ତରୀୟ ଅଧିକାରୀ, ଜିଲ୍ଲା ପରିଷଦର ସଭ୍ୟ ସଭ୍ୟା, ଜନ ପ୍ରତିନିଧି, ୱାର୍ଡ ମେମ୍ବର, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ । ସେହିଭଳି ୮ଟି ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷ/ ଅଧ୍ୟକ୍ଷା, ବ୍ଲକ ପ୍ରଶାସନ ଅଧିକାରୀ ଓ କର୍ମକର୍ତ୍ତା, ତହସିଲଦାର, ପଞ୍ଚାୟତ ସମିତି ସଭ୍ୟ/ସଭ୍ୟା, ୱାର୍ଡ ମେମ୍ବର, ସରପଞ୍ଚ ପ୍ରମୁଖ ଯୋଗ ଦେଇଥିଲେ । ପ୍ରତ୍ୟେକ ବ୍ଲକ ଓ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ୯ଜଣ ବରିଷ୍ଠ ଅଧିକାରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦାୟିତ୍ୱ ଅର୍ପଣ କରାଯାଇଥିଲା ।


Next Post

୬୧୦ପୂର୍ଣ୍ଣ ଅନୁଦାନପ୍ରାପ୍ତ ବରିଷ୍ଠ ପ୍ରଧାନ ଶିକ୍ଷକଙ୍କ ବନ୍ଧୁମିଳନ

Wed Feb 5 , 2025
କେନ୍ଦ୍ରାପଡ଼ା, ୫ା୨: ୬୧୦ସ୍କିମ ଅନ୍ତର୍ଗତ ୫୧ଟି ପୂର୍ଣ୍ଣ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଅବସରପ୍ରାପ୍ତ ପ୍ରଧାନଶିକ୍ଷକମାନଙ୍କର ଏକ ବନ୍ଧୁମିଳନ ଉତ୍ସବ ବଡଚଣା ବ୍ଲକ ଅଧିନସ୍ତ ଉଦୟଗିରିରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ମଲ୍ଲିକ, ସୁବାସ ପଣ୍ଡା, ନାରାୟଣ ଦାସ, କୈଳାସ ଚନ୍ଦ୍ର ସ୍ୱାଇଁ, ବାଇଧର ଜେନା, ଧରଣୀଧର ଦାସ, ମୋହନ ସାମଲ, ନିରଞ୍ଜନ ପଲେଇ, ରାମଚନ୍ଦ୍ର ଖିଲାର, ଯୋଗେନ୍ଦ୍ର ବାରିକ, ବୃନ୍ଦାବନ ସାହୁ, ପ୍ରମୋଦ […]

You May Like