୬୧୦ପୂର୍ଣ୍ଣ ଅନୁଦାନପ୍ରାପ୍ତ ବରିଷ୍ଠ ପ୍ରଧାନ ଶିକ୍ଷକଙ୍କ ବନ୍ଧୁମିଳନ



କେନ୍ଦ୍ରାପଡ଼ା, ୫ା୨: ୬୧୦ସ୍କିମ ଅନ୍ତର୍ଗତ ୫୧ଟି ପୂର୍ଣ୍ଣ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଅବସରପ୍ରାପ୍ତ ପ୍ରଧାନଶିକ୍ଷକମାନଙ୍କର ଏକ ବନ୍ଧୁମିଳନ ଉତ୍ସବ ବଡଚଣା ବ୍ଲକ ଅଧିନସ୍ତ ଉଦୟଗିରିରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ମଲ୍ଲିକ, ସୁବାସ ପଣ୍ଡା, ନାରାୟଣ ଦାସ, କୈଳାସ ଚନ୍ଦ୍ର ସ୍ୱାଇଁ, ବାଇଧର ଜେନା, ଧରଣୀଧର ଦାସ, ମୋହନ ସାମଲ, ନିରଞ୍ଜନ ପଲେଇ, ରାମଚନ୍ଦ୍ର ଖିଲାର, ଯୋଗେନ୍ଦ୍ର ବାରିକ, ବୃନ୍ଦାବନ ସାହୁ, ପ୍ରମୋଦ ସାହୁ, ପ୍ରିୟବ୍ରତ ଦାସ, ଅରୁଣ କୁମାର ପରିଡା, ମହେଶ୍ୱର ଜେନା ପ୍ରମୁଖ ଯୋଗଦେଇଥିଲେ। ପ୍ରଥମେ ୯ଜଣ ଦିବଗଂତ ପ୍ରଧାନଶିକ୍ଷକଙ୍କ ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏଥିସହିତ ବିଭିନ୍ନ ବିଷୟ ଉପରେ ଆଲୋଚନା ମଧ୍ୟ କରାଯାଇଥିଲା। ବାଇଧର ଜେନାଙ୍କ ଦ୍ୱାରା ସ୍ଥାପିତ ବ୍ରାଇଟ୍ ଫ୍ୟୁଚର ଏକାଡେମୀରେ ସମସ୍ତଙ୍କ ନିମନ୍ତେ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିଲା। ପରବର୍ତ୍ତୀ ବନ୍ଧୁମିଳନ ଆସନ୍ତା ମାର୍ଚ୍ଚମାସ ୯ତାରିଖରେ ଚଣ୍ଡିଖୋଲସ୍ଥିତ ମହାବିନାୟକଙ୍କ ପୀଠରେ କରାଯିବା ପାଇଁ ସ୍ଥିର କରାଗଲା।


Discover more from

Subscribe now to keep reading and get access to the full archive.

Continue reading