ପଟ୍ଟାମୁଣ୍ଡାଇରେ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଶୁଭାରମ୍ଭ



ପଟ୍ଟାମୁଣ୍ଡାଇ୫/୨ – ସାରା ରାଜ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଥିବା ବେଳେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟ ପରିସରରେ ବୁଧବାର ‘ବିକଶିତ ଗାଁ ବିକଶିତ ଓଡ଼ିଶା’ର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦଘାଟନୀ ସମାରୋହ ଭିଡିଓ କନଫରେନ୍ସ ମାଧ୍ୟମରେ ଏଠାରେ ପ୍ରଦର୍ଶିତ ହୋଇଥିଲା। ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭ୍ରାଶୁଂ ସାହୁଙ୍କ ତତ୍ୱବଧାନରେ ଆୟୋଜିତ ମନୋଜ୍ଞ ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ,, ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ,ସାଂସଦ ପ୍ରତିନିଧି ସୁନାକାର ବେହେରା, ବିଡ଼ିଓ ଶୁଭ୍ରାଂଶୁ ସାହୁ, ଅତିରିକ୍ତ ବିଡ଼ିଓ ସନ୍ତୋଷ ମନ୍ତ୍ରୀ, ଜିଲ୍ଲା କର୍ମନିଯୁକ୍ତି ଅଧିକାରୀ ଘନଶ୍ୟାମ ସା,ବ୍ଲକ ସହନିର୍ବାହୀଯନ୍ତ୍ରୀ ରୋଜାଲିନ ମହାଳିକ, ବ୍ଲକ ସହକାରୀ ଯନ୍ତ୍ରୀ ବିନାୟକ ମିଶ୍ର, କତୃଶେଷ ବ୍ରହ୍ମା,ସିଡିପିଓ ଲଷ୍ମୀମଣି ସିଂ, ଯୋଗାଣ ନିରୀକ୍ଷକ ପୁଷ୍ପଲତା ଗାହାଣ,ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳଙ୍କ ସମେତ ବିଭିନ୍ନ ପଂଚାୟତର ନିର୍ବାଚିତ ସରପଂଚ ଓ ସମିତି ସଭ୍ୟମାନେ ସାମିଲ ହୋଇଥିଲେ। ଏଥିରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ୧୦୦ରୁ ଉର୍ଦ୍ଧ୍ୱ ମହିଳା ଯୋଗ ଦେଇଥିଲେ।


Discover more from

Subscribe now to keep reading and get access to the full archive.

Continue reading