ବିକଶିତ ଗାଁ ବିକଶିତ ଓଡ଼ିଶା ଶୁଭାରମ୍ଭ ବେଳେ ଯୁବ ଓ ଛାତ୍ରକଂଗ୍ରେସ ପକ୍ଷରୁ ବ୍ଲକ ଘେରାଉ ଉଦ୍ୟମ



ପଟ୍ଟାମୁଣ୍ଡାଇ ୫/୨ – ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟ ପରିସରରେ ବୁଧବାର ‘ବିକଶିତ ଗାଁ ବିକଶିତ ଓଡ଼ିଶା’ର ଲୋକାର୍ପଣ କାର୍ଯ୍ୟକ୍ରମ ଚାଲିଥିଲା ବେଳେ ଖୋର୍ଦ୍ଧାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦବୋଦ୍ଧନ ଦେଉଥିଲେ । ଏହି ସମୟରେ ଛାତ୍ର କଂଗ୍ରେସ ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକରେ ଚାଲିଥିବା ବିଭିନ୍ନ ଦୁର୍ନୀତର ପ୍ରତିବାଦ ଓ ଗରିବ ଜନସାଧାରଣଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରି ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ଓ ବିଡିଓଙ୍କ ବଦଳି ଦାବୀରେ ଏକ ଶୋଭାଯାତ୍ରାରେ ଆସି ପଟ୍ଟାମୁଣ୍ଡାଇ ବ୍ଲକ ଘେରାଉ କରିବା ପାଇଁ ଉଦ୍ୟମ କରିବାବେକେ ପଟ୍ଟାମୁଣ୍ଡାଇ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ପୋଲିସ ବାହିନୀ କଂଗ୍ରେସ ଶୋଭାଯାତ୍ରାକୁ ଅଟକାଇ ସବୁ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିଲା।
କେନ୍ଦ୍ରାପଡ଼ା ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିଭୁ ପ୍ରସାଦ ଜେନା, ଜିଲା ଦଳିତ ସେଲ ସଭାପତି ସର୍ବେଶ୍ୱର ସେଠୀଙ୍କ ତତ୍ୱାବଧନରେ ପୂର୍ବନିଦ୍ଧାରିତ ସମୟ ଅନୁଯାଇ ଯୁବ ଓ ଛାତ୍ର କଂଗ୍ରେସ କର୍ମୀମାନେ ପଟ୍ଟାମୁଣ୍ଡାଇ ବ୍ଲକରେ ବିଭିନ୍ନ ସ୍ତରରେ ହେଉଥିବା ଦୁର୍ନୀତି, ଗରିବ ଲୋକଙ୍କୁ ନ୍ୟାୟ ପ୍ରଦାନ, ରାସ୍ତା, ସ୍କୁଲ, କମ୍ୟୁନିଟ ସେଂଟର ଆଦି ବିଭିନ୍ନ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି, ବୃଦ୍ଧାବୃଦ୍ଧ ଭତା ନପାଇ ହନ୍ତସନ୍ତ ହେବା, ଆବାସ ଯୋଜନାରେ ଦୁର୍ନୀତି ଓ ଛତୁଆ ଯୋଗାଣରେ ଦୁର୍ନୀତି ଓ ବିଡିଓଙ୍କ ବଦଳି ଦାବୀରେ ଏକ ଶୋଭାଯାତ୍ରାରେ ଆସି ପଟ୍ଟାମୁଣ୍ଡାଇ ବ୍ଲକ ଘେରାଉ କରିବା ପାଇଁ ଉଦ୍ୟମ କରିବାବେକେ ପଟ୍ଟାମୁଣ୍ଡାଇ ପ୍ରାଣି ଡାକ୍ତରଖାନା ସମ୍ମୁଖରେ ପୋଲିସ ବାହିନୀ କଂଗ୍ରେସ ଶୋଭାଯାତ୍ରାକୁ ଅଟକାଇ ଥିଲା । ପଟ୍ଟାମୁଣ୍ଡାଇ ବ୍ଲକରେ ବିକଶିତ ଗାଁ ବିକଶିତ ଓଡ଼ିଶା ସରକାରୀ କାର୍ଯ୍ୟକ୍ରମ ଚାଲିଥିବା ଓ ବହୁ ମହିଳା ଓ ପୁରୁଷ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ଗଣ୍ଡଗୋଳ ଆଶଙ୍କାରେ ପୋଲିସ ଶୋଭାଯାତ୍ରାକୁ ଅଟକାଇବାରୁ ଯୁବଛାତ୍ର କଂଗ୍ରେସ ନେତା ଓ କର୍ମୀମାନେ ରାସ୍ତାରେ ବସି ପ୍ରତିବାଦ କରିବା ସହିତ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଏହି ବ୍ଲକ ଘେରାଉ ଶୋଭାଯାତ୍ରରେ ନଗର ଯୁବଛାତ୍ର କଂଗ୍ରେସ ସଭାପତି ଦିବେଶ ରାଜ,ରମାକାନ୍ତ ଜେନା, ବିବ୍ରତ ବେହେରା, କଳ୍ପତରୁ ମଲିକ ଇଶ୍ୱର ମଲିକ,କୋବ୍ରା ମଲିକ, ପ୍ରମୁଖ ସାମିଲ ହୋଇଥିଲେ । ଆଇନ ଶୃଙ୍ଖଳା ଭଙ୍ଗ ଆଶଙ୍କାରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଆନ୍ଦୋଳନକାରୀ ଯୁବଛାତ୍ର କଂଗ୍ରେସ କର୍ମୀମାନଙ୍କୁ ଗିରଫ କରି ଥାନାକୁ ନେଇ ଯାଇଥିଲେ


Discover more from

Subscribe now to keep reading and get access to the full archive.

Continue reading