ଟ୍ରଷ୍ଟ ପକ୍ଷରୁ କର୍କଟ ପିଡିତଙ୍କୁ ଆର୍ଥିକ ସହାୟତା



କେନ୍ଦ୍ରାପଡ଼ା, ୬ା୨: ଶ୍ରୀମତୀ ଦେବୀ ବାଞ୍ଛାନିଧି ଦାସ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଣେ କର୍କଟ ପିଡିତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ନିର୍ଦେଶ କ୍ରମେ ଟ୍ରଷ୍ଟର ସଂଯୋଜକ ପ୍ରଦିପ କୁମାର ମହାନ୍ତି ଏହି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଡେରାବିଶି ବ୍ଲକର ଗରାମପୁର ଗ୍ରାମର ବସନ୍ତ କୁମାର ବଳ ଦୀର୍ଘଦିନ ଧରି କର୍କଟ ରୋଗରେ ପିଡିତ ହୋଇ ଚିକିତ୍ସାଧିନ ଅଛନ୍ତି। ଆର୍ଥିକ ସଙ୍କଟରେ ଗତି କରୁଥିବା ଶ୍ରୀ ବଳଙ୍କ ଘରେ ପହଞ୍ଚି ଟ୍ରଷ୍ଟର ସଂଯୋଜକ ଶ୍ରୀ ମହାନ୍ତି ଟ୍ରଷ୍ଟ ପକ୍ଷରୁ ଆର୍ôଥକ ସହାୟତା ପ୍ରଦାନ କରିଥିଲେ।


Next Post

ମାର୍ଶାଘାଇ ବ୍ଲକର ଅଙ୍ଗନୱାଡିକେନ୍ଦ୍ର ଗୁଡିକ ଭାଉଚର ନଥାଇ ସାମଗ୍ରୀ କିଣୁଥିବା ଅଭିଯୋଗ

Thu Feb 6 , 2025
କେନ୍ଦ୍ରାପଡ଼ା, ୬ା୨: କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା(ଆଇ.ସି.ଡି.ଏସ.) କାର୍ଯ୍ୟାଳୟ ଅଧିନରେ ଥିବା ଅଙ୍ଗନୱାଡିକେନ୍ଦ୍ର ଗୁଡିକ କିଣୁଥିବା ସାମଗ୍ରୀର କୈାଣସି ଭାଉଚର ରଖିନଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ମାଣିପୁର ଗ୍ରାମର ଶ୍ରୀଚରଣ ମାହାଳିଙ୍କ ପୁଅ ସୂଚନା ଅଧିକାର ଅଭିଯାନ କର୍ମୀ ରମାକାନ୍ତ ମାହାଳି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ସେ ସୂଚନା ଅଧିକାର ଆଇନରେ ମାର୍ଶାଘାଇ ଆଇ.ସି.ଡି.ଏସ.କୁ […]

You May Like