
କେନ୍ଦ୍ରାପଡ଼ା,୧୦ା୨: ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘର ଏକ ବୈଠକ କେନ୍ଦ୍ରାପଡାସ୍ଥିତ ଗୃହଲକ୍ଷ୍ମୀ ସଭା ଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ଗୋଲଖ ବେହେରା ସଭାପତିତ୍ୱ କରିଥିଲେ । ମହାସଂଘର ରାଜ୍ୟ ସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା ତଥା ରାଜ୍ୟ ଉପସଭାନେତ୍ରୀ ସବିତା ଜେନାଙ୍କ ଉପସ୍ଥିତିରେ ହୋଇଥିବା ଏହି ବୈଠକରେ ଜିଲ୍ଲାର ଶତାଧିକ ଶିକ୍ଷକ/ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ରାଷ୍ଟ୍ରୀୟ ସ୍ତରରେ ତଥା ରାଜ୍ୟ ସ୍ତରରେ ମହାସଂଘ ତରଫରୁ ରାଷ୍ଟ୍ର, ଶିକ୍ଷା, ଶିକ୍ଷାୟତନ ଓ ଶିକ୍ଷକମାନଙ୍କ ପାଇଁ ନିଆଯାଉଥିବା ଅନେକ ଉନ୍ନତିମୂଳକ ପଦକ୍ଷେପ ସମ୍ପର୍କରେ ରାଜ୍ୟ ସଭାପତି ସୂଚନା ପ୍ରଦାନ କରିଥିଲେ । ସାମ୍ପ୍ରତିକ ପରିସ୍ଥିତିରେ ହେଉଥିବା ମୂଲ୍ୟବୋଧର ଅବକ୍ଷୟଜନିତ ସମସ୍ୟାକୁ ସମାଧାନ କରିବାରେ ମହାସଂଘର ନେତୃତ୍ୱରେ ଶିକ୍ଷକମାନେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇ ସମୃଦ୍ଧ ରାଷ୍ଟ୍ର ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଗୋଲଖ ବେହେରା ମତବ୍ୟକ୍ତ କରିଥିଲେ । ଏହି ବୈଠକରେ ସଭାପତି କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ତତ୍ତ୍ୱାବଧାନରେ ମହାସଂଘର କେନ୍ଦ୍ରାପଡା ଜିଲ୍ଲା ଶାଖାର କାର୍ଯ୍ୟକର୍ତ୍ତା ଘୋଷଣା କରାଯାଇଥିଲା । ଏହି ବୈଠକରେ ପ୍ରମୋଦ କୁମାର ଖୁଣ୍ଟିଆ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଶ୍ୱିନୀ କୁମାର ରାଉତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ନବ ନିର୍ବାଚିତ କର୍ମକର୍ତ୍ତାମାନେ ରାଷ୍ଟ୍ର ଗଠନରେ ବ୍ରତି ହେବେ ବୋଲି ଶପଥ ଗ୍ରହଣ କରିଥିଲେ । ଶେଷରେ ଅନନ୍ତ କୁମାର ପରିଡା ଧନ୍ୟବାଦ ଜ୍ଞାପନ କରିଥିଲେ ।
ନବ ନିର୍ବାଚିତ କର୍ମକର୍ତ୍ତାମାନେ ହେଲେ ସଭାପତି- ପ୍ରମୋଦ କୁମାର ଖୁଣ୍ଟିଆ, ଉପସଭାପତି- ଅନିଲ କୁମାର ଦାଶ ଓ କମଳାକାନ୍ତ ସାହୁ, ସଂଗଠନ ସମ୍ପାଦକ- କନକ ଓଝା, ଅତିରିକ୍ତ ସଂଗଠନ ସମ୍ପାଦକ- ଅନ୍ତ କୁମାର ପରିଡା, ସାଧାରଣ ସମ୍ପାଦକ- ଅଶ୍ୱିନୀ କୁମାର ରାଉତ, ସମ୍ପାଦକ- ହରିଶଙ୍କର ତରାଇ ଓ ପବିତ୍ର ବେହେରା, ସହ ସମ୍ପାଦକ- ଦିଲ୍ଲୀପ କୁମାର ବାରିକ ଓ ନିଗମାନନ୍ଦ ରାଉତରାୟ, କୋଷାଧ୍ୟକ୍ଷ- ସୁଚିତ୍ରା ବେହେରା, ଉପଦେଷ୍ଟା- ବିଦ୍ୟତ୍ ଖୁଣ୍ଟିଆ, ଜ୍ୟୋସ୍ନାରାଣୀ ଜେନା, ଜୟଦେବ ମଣ୍ଡଳ, ସୁକାନ୍ତ କୁମାର ତ୍ରିପାଠୀ ଓ ଦିବାକର ବାରିକ, ଗଣମାଧ୍ୟମ ପ୍ରମୁଖ- ଭକ୍ତରଞ୍ଜନ ସ୍ୱାଇଁ, ମାତୃଶକ୍ତି ପ୍ରମୁଖ- କଲ୍ୟାଣୀ ମନ୍ତ୍ରୀ ଓ କାକୁଲି ମଲ୍ଲିକ, ଶୈକ୍ଷିକ ବିଭାଗ- ଚିରଞ୍ଜିବୀ ସାହୁ, ଲିନା ସାମଲ, ଅଲେଖ ଚନ୍ଦ୍ର ସ୍ୱାଇଁ, ହିମାଂଶୁ ଶେଖର ପରିଡା, କାର୍ଯ୍ୟକାରୀ ସଭ୍ୟ-ଅଚ୍ୟୁତ କୁମାର ପୃଷ୍ଟି, ଲକ୍ଷ୍ମୀଧର ଲେଙ୍କା, କେଦାର ବେହେରା, ଉମେଶ ଚନ୍ଦ୍ର ସ୍ୱାଇଁ, ରାଜେନ୍ଦ୍ର କୁମାର ଦାସ, ଦିପ୍ତୀରଞ୍ଜନ ଜେନା ପ୍ରମୁଖ ମନୋନୀତ ହୋଇଛନ୍ତି ।










