ମହାଦେବ ସେନାର ବାର୍ଷିକ ଯଜ୍ଞ ଉତ୍ସବ-୨୦୨୫



କେନ୍ଦ୍ରାପଡ଼ା,୨୭ା୨: ଗତକାଲି କେନ୍ଦ୍ରାପଡ଼ା ନିକଟସ୍ଥ ବାରୁଅ ଗ୍ରାମ ଇଟ୍ଟୀପୁର ପ୍ରସିଦ୍ଧ ଗିରିମଠ ପରିସରରେ ଚଳିତ ବର୍ଷ -୨୦୨୫ ପବିତ୍ର ମହାଶିବରାତ୍ରି ଉପଲକ୍ଷେ ବାର୍ଷିକ ଯଜ୍ଞ ଉତ୍ସବ, ଆଧ୍ୟାତ୍ମିକ ସଭା, ସମ୍ବର୍ଦ୍ଧନାସଭା, ଭଜନ କାର୍ଯ୍ୟକ୍ରମ ଇତ୍ୟାଦି ସ୍ଥାନୀୟ ମହାଦେବ ସେନା ତରଫରୁ ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ଆଇନଜୀବୀ ପ୍ରଦୀପ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ାର ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ବିଶିଷ୍ଟ ଅତିଥି କନିକା ରାଜମାତା ମହାରାଣୀ, ଓଳାଶୁଣୀ ମଠାଧୀଶ ଡଃ ନାମାନନ୍ଦ ଦାସ ମହାରାଜ, ସମ୍ମାନିତ ଅତିଥିଭାବେ ଡଃ ସର୍ବେଶ୍ୱର ସେଣ, କବି କରୁଣାକର ଦାସ, ମହାଦେବ ସେନାରାଜ୍ୟ ସଭାପତି ଗିରିମଠ ମଠାଧୀଶ ଧନେଶ୍ୱର ଦାସ, ସୁଦର୍ଶନ ମହାପାତ୍ର ଓ ସ୍ଥାନୀୟ ସରପଞ୍ଚ, ମୁଖ୍ୟବକ୍ତା ଭାବେ ରାଜ୍ୟ କଳାକାର ମହାସଂଘ ସଭାପତି ସତ୍ୟବ୍ରତ ପୁହାଣ ପ୍ରମୁଖ ଯୋଗଦେଇ ଥିଲେ । ଉଲ୍ଲେଖନୀୟ ସମାଜସେବା, କଳାକୃତି ପାଇଁ ସୌଦାମିନୀ ପଣ୍ଡା, କବି ଓ ସଂଯୋଜକ ଅଶୋକ ସାହୁ, କେଦାର ସାମନ୍ତରାୟ, ଦୀପକ ସାହୁ, ଦୋଳଗୋବିନ୍ଦ ସ୍ୱାଇଁ ପ୍ରମୁଖ ୭ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ଅତିଥି ପରିଚୟ ପ୍ରଦାନ ଓ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ କବି ଅଶୋକ କୁମାର ସାହୁ । କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଗୌତ୍ତମ ବେହେରା, ମାମିନି ଷଡ଼ଙ୍ଗୀ, ରବୀନ୍ଦ୍ର ମୁଦୁଲି ଓ ଭୀମସେନ ପରିଡା । ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉପସ୍ଥିତ ରହି ମହାଦୀପ ଦର୍ଶନ କରି ପ୍ରସାଦ ସେବନ କରିଥିଲେ । ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ଉତ୍ତମ ଚରଣ ସ୍ୱାଇଁ ।


Discover more from

Subscribe now to keep reading and get access to the full archive.

Continue reading