ଜିଆରଏସଙ୍କୁ ୪ବର୍ଷ ଜେଲଦଣ୍ଡ



କେନ୍ଦ୍ରାପଡା,୨୭ା୨: ଏକ ଲାଞ୍ଚ କାରବାର ମାମଲାର ବିଚାର କରି କଟକସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଏଣ୍ଡର ଗ୍ରାମପଞ୍ଚାୟତର ପୂର୍ବତନ ଗ୍ରାମରୋଜଗାର ସେବକ(ଜି.ଆର.ଏସ.) ଲଳିତବସନ୍ତ ଘଡେଇଙ୍କୁ ୪ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିବା ସହିତ ଏକ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଅଭିଯୁକ୍ତ ଏଣ୍ଡର ଗ୍ରାମପଞ୍ଚାୟତର ପୂର୍ବତନ ଜି.ଆର.ଏସ ଥିବା ବେଳେ ଏକ ସିମେଣ୍ଟ କଂକ୍ରୀଟ ରାସ୍ତାର ନିର୍ମାଣ କରିଥିବା ଠିକାଦାରଙ୍କ ସିକ୍ୟୁରିଟି ଜମାଅର୍ଥ ଫେରାଇବା ପାଇଁ ତାଙ୍କୁ ଲାଞ୍ଚ ମାଗିଥିଲେ। ଏନେଇ ସଂପୃକ୍ତ ଅଭିଯୋଗକାରୀ ଠିକାଦାର ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଯାହାଫଳରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ତାଙ୍କୁ ଗିରଫ କରି ତାଙ୍କ ଠାରୁ ଲାଞ୍ଚ ଅର୍ଥ ଜବତ କରିଥିଲେ। ଏହି ମାମଲାର ଅଭିଯୋଗ ଫର୍ଦ୍ଦ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଦାଖଲ କରାଯିବା ପରେ ମାମଲା ବିଚାରାଧିନ ଥିଲା। ସେହି ମାମଲାର ବିଚାର କରି କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଅଭିଯୁକ୍ତ ଶ୍ରୀ ଘଡେଇଙ୍କୁ ଉପରୋକ୍ତ ଦଣ୍ଡାଦେଶ କରିଛନ୍ତି। କୋର୍ଟ ଦଣ୍ଡବିଧାନ କରିବା ପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି। ଏଥିସହିତ ତାଙ୍କୁ ଚାକିରୀରୁ ଅନ୍ତର କରାଯାଇଛି।


Discover more from

Subscribe now to keep reading and get access to the full archive.

Continue reading