ପଟ୍ଟାମୁଣ୍ଡାଇ ବ୍ଲକରେ ସୁଶାସନ ଓ ବିକାଶ କର୍ମଶାଳା



ପଟ୍ଟାମୁଣ୍ଡାଇ ୨୭/ – ରାଜ୍ୟ ସରକାରଙ୍କ ପଂଚାୟତରାଜ ବିଭାଗ ନିର୍ଦେଶରେ ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ ସୁଶାସନ ଓ ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିପିଡିଓ ପିତାମ୍ବର ଜେନାଙ୍କ ପୌରହିତ୍ୟରେ ଆୟୋଜିତ ସୁଶାସନ ଓ ବିକାଶ କର୍ମଶାଳା ସଚେତନତା ଶିବିରରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଉପାଧକ୍ଷା ଜୟନ୍ତୀ ସ୍ୱାଇଁ, ଭାରାପ୍ରାପ୍ତ ବିଡ଼ିଓ ଅଶୋକ ମହାନ୍ତି, ଏବିଡ଼ିଓ ସନ୍ତୋଷ ମନ୍ତ୍ରୀ ପ୍ରମୁଖ ଯୋଗ ଦେଇ ସୁଶାସନ ପାଇଁ ଆବଶ୍ୟକ କାର୍ଯ୍ୟକ୍ରମ ଓ ବିକାଶ ପାଇଁ ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ଉପରେ ଆଲୋକପାତ କରିଥିଲେ । ବଡ଼ମୂଳବସନ୍ତ ସରପଂଚ ସନ୍ତୋଷ ସେଠୀ ଓ ବାଛରା ସରପଂଚ ରଂଜିତା ସାହୁ ସୁଶାସନ ଓ ବିକାଶ କାର୍ଯ୍ୟକ୍ରମ ଉପରେ ସୁଚିନ୍ତିତ ମତାମତ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଂଚାୟତର ସରପଂଚ ସମିତି ସଭ୍ୟ, ପଂଚାୟତ ନିର୍ବାହୀ ଅଧିକାରୀ, ଅଙ୍ଗନବାଡି ଓ ଆଶା କର୍ମୀ ଯୋଗ ଦେଇଥିଲେ । ଶେଷରେ ସିପି ପ୍ରିୟ ରଞ୍ଜନ ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading