ବନ୍ୟାଞ୍ଚଳ ବୁଲି ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ



କେନ୍ଦ୍ରାପଡ଼ା,୨୬ା୭ :କେନ୍ଦ୍ରାପଡ଼ା ଜିଲ୍ଲାରେ ଚାରିଦିନ ତଳେ ଯୋଗଦେଇଥିବା ନୂତନ ଜିଲ୍ଲାପାଳ ରଘୁରାମ ଆର ଆୟାର ଶନିବାର ବନ୍ୟା ପ୍ରଭାବିତ ଆଳି ଏବଂ ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ସ୍ଥାନ ବୁଲି ସ୍ଥିତି ପରୀକ୍ଷା କରିଛନ୍ତି। ନଦୀ ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ଲୋକମାନେ କିପରି ସମସ୍ୟାରେ ଅଛନ୍ତି ତାହା ଜିଲ୍ଲାପାଳ ଦେଖିଥିଲେ। ତେଣୁ ତୁରନ୍ତ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ବନ୍ୟା ଯୋଗୁ କେତେକ ଗ୍ରାମରେ କୁମ୍ଭୀର ରାସ୍ତା ଓ ବାଡିରେ ବୁଲୁଥିବା ଜିଲ୍ଲାପାଳଙ୍କୁ ଗ୍ରାମବାସୀମାନେ କହିଥିଲେ।  ତୁରନ୍ତ ଲୋକମାନଙ୍କ ଜୀବନ ଯେପରି ବିପଦରେ ନ ପଡେ ସେଥିପ୍ରତି ପଦକ୍ଷେପ ନେବାକୁ ଜିଲ୍ଲାପାଳ ବନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ବନ ବିଭାଗ ପକ୍ଷରୁ ଦୁଇଟି କୁମ୍ଭୀର ଉଦ୍ଧାର କରାଯାଇଛି। ସେହିପରି ଜଳ ପ୍ଲାବିତ ଅଞ୍ଚଳରେ କିପରି ଗୋଖାଦ୍ୟ ପହଞ୍ଚି ପାରିବ ସେ ନେଇ ମଧ୍ୟ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବନ୍ୟାଞ୍ଚଳ ଗସ୍ତ ସାରି ଆସିବା ପରେ ଜଳ ପ୍ଲାବିତ ଗ୍ରାମଗୁଡିକରେ ଲୋକମାନେ କିପରି ବିପଦରେ ନ ପଡିବେ ସେ ନେଇ ତ୍ୱରିତ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବନ୍ୟାଞ୍ଚଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଯେପରି ଆଉ ନ ଘଟେ ସେଥିପ୍ରତି ସଜାଗ ରହିବା ପାଇଁ ଜିଲ୍ଲାପାଳ ସ୍ଥାନୀୟ ବିଡିଓ ଏବଂ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଗସ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା (ସାଧାରଣ) ଓ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ(ରାଜସ୍ୱ), ଆଳି ଓ ପଟ୍ଟାମୁଣ୍ଡାଇ ବିଡ଼ିଓ, ତହସିଲଦାର ଏବଂ ସମସ୍ତ ଲାଇନ ବିଭାଗର ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।


Discover more from

Subscribe now to keep reading and get access to the full archive.

Continue reading