ଅବସରପ୍ରାପ୍ତ ଷ୍ଟେଟବ୍ୟାଙ୍କ କର୍ମଚାରୀଙ୍କ ବିୟୋଗରେ ଶୋକ



କେନ୍ଦ୍ରାପଡ଼ା,୨୮ା୧୧:ଷ୍ଟେଟବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀ କାଙ୍ଗାଳି ଚରଣ ମାଝିଙ୍କ ବିୟୋଗରେ ଭାରତୀୟ ଷ୍ଟେଟବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖା ଓ ଷ୍ଟେଟବ୍ୟାଙ୍କ ପେନସନରର୍ସ ସଙ୍ଘ ଓଡିଶା ସର୍କଲର ଆଞ୍ଚଳିକ ସମ୍ପାଦକଙ୍କ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି। ଷ୍ଟେଟବ୍ୟାଙ୍କ ଟ୍ରିବ୍ୟୁଟ୍ ଯୋଜନା ଅନୁଯାଇ ପଟ୍ଟାମୁଣ୍ଡାଇ ଷ୍ଟେଟବ୍ୟାଙ୍କ ଶାଖା ପକ୍ଷରୁ ମୁଖ୍ୟ ପରିଚାଳକ ଅଶୋକ କୁମାର ରାଉତ, ଷ୍ଟେଟବ୍ୟାଙ୍କ ପେନସନରର୍ସ ସଙ୍ଘ ଓଡିଶା ସର୍କଲର ଆଞ୍ଚଳିକ ସମ୍ପାଦକ ଗଣେଶ୍ୱର ମେକାପ, ସଙ୍ଘର ଜିଲ୍ଲା ସମ୍ପାଦକ ଉଦୟନାଥ ସାହୁ, ସୁନାକର ଜେନା, ଇଶ୍ୱର ଚନ୍ଦ୍ର ସାହୁ, ଷ୍ଟେଟବ୍ୟାଙ୍କ କର୍ମଚାରୀ ସଙ୍ଘ ଆଞ୍ଚଳିକ ସମ୍ପାଦକ ରମେଶ ଚନ୍ଦ୍ର ମାଝିଙ୍କ ସମେତ ପଟ୍ଟାମୁଣ୍ଡାଇ ଷ୍ଟେଟବ୍ୟାଙ୍କ ଶାଖାର ଅନ୍ୟ ଅଧିକାରୀମାନେ ପଟ୍ଟାମୁଣ୍ଡାଇ ପୈାରାଞ୍ଚଳ ଅନ୍ତର୍ଗତ ୧୧ନମ୍ବର ୱାର୍ଡସ୍ଥିତ ସ୍ୱର୍ଗତ ମାଝିଙ୍କ ବାସଭବନରେ ପହଞ୍ଚି ତାଙ୍କ ପତ୍ନୀ ବାସନ୍ତି ମାଝିଙ୍କୁ ଷ୍ଟେଟବ୍ୟାଙ୍କ ପକ୍ଷରୁ ୩୦ହଜାର ଟଙ୍କା ଓ ଶୋକ ବାର୍ତ୍ତା ପ୍ରଦାନ କରିଛନ୍ତି। ଷ୍ଟେଟବ୍ୟାଙ୍କ ପେନସନରର୍ସ ସଙ୍ଘ ପକ୍ଷରୁ ଆଞ୍ଚଳିକ ସମ୍ପାଦକ ଶ୍ରୀ ମେକାପ ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି।


Next Post

ଶରତ ମହୋତ୍ସବ ଓ ମୂର୍ଚ୍ଛନାର ବାର୍ଷିକ ଉତ୍ସବ

Fri Nov 28 , 2025
କେନ୍ଦ୍ରାପଡ଼ା,୨୮ା୧୧:ଓଡିଶାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନାର ବାର୍ଷିକ ଉତ୍ସବ ଓ ଓଡ଼ିଶା କଲଚର୍ ଆର୍ଟ ଏକାଡେମୀ (ଓକା) ଅନୁଷ୍ଠାନର ଜାତୀୟ ସ୍ତରୀୟ ଶରତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଦିନେଶ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ସଂସ୍କୃତି ନିର୍ଦ୍ଦେଶକ ଓ ପ୍ରାକ୍ତନ ଶ୍ରୀମନ୍ଦିର ପ୍ରଶାସକ ରଞ୍ଜନ କୁମାର ଦାସ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ବସନ୍ତ […]

KANIKA