ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ ବଣ୍ଟନ



କେନ୍ଦ୍ରାପଡ଼ା,୧୯ା୧୨:ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ୨ ଜଣ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ ବଣ୍ଟନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଜିଲ୍ଲାପାଳ ରଘୁରାମ ଆର. ଆୟର ୨ ଜଣ ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ଭୀଷ୍ମ କୁମାର ଦାସ ଓ ଅନିତା ରାଉତଙ୍କୁ ମାଗଣା ଲାପଟପ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ( ସାଧାରଣ) ନବକ୍ରିଷ୍ଣ ଜେନା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଫକିର ମୋହନ ମାଝି, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ବେହୁରା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ବେଉରା ପରିଚାଳନା କରିଥିଲେ। ପ୍ରକାଶ ଥାଉ କି, ସରକାରଙ୍କ ନିୟମାନୁଯାୟୀ +୩ ରୁ ଅଧିକ ଶିକ୍ଷା ଗ୍ରହଣ କରିଥିବା ସମ୍ପୂର୍ଣ ଦୃଷ୍ଟିବାଧିତ ବା କ୍ଷଣଶକ୍ତି ଦୁଷ୍ଟିବାଧିତ ଛାତ୍ରଛାତ୍ରୀ ମାନେ ମାଗଣା ଲାପଟପ ପାଇବା ପାଇଁ ବିଭାଗର ଅନ୍‌ଲାଇନ୍ ପୋର୍ଟାଲରେ ଆବଶ୍ୟକୀୟ ଦସ୍ତାବିଜ ସହ ସଂପୃକ୍ତ ଶିକ୍ଷାନୁଷ୍ଠାନରୁ ଏହାକୁ ପ୍ରମାଣିତ କରାଇ ଆବେଦନ କରିବାକୁ ପଡିଥାଏ।


Next Post

ଗୀତା ପାଠ କଲେ ଯୁବପିଢୀ ସୁନାଗରିକ ହୋଇପାରିବେ , ଗୀତା ଜ୍ଞାନ ଯଜ୍ଞ ଉଦଘାଟିତ

Sat Dec 20 , 2025
କେନ୍ଦ୍ରାପଡ଼ା,୨୦ା୧୨:ପ୍ରଜ୍ଞାନ ମିଶନ ପକ୍ଷରୁ ଆୟୋଜିତ ଗିତା ଜ୍ଞାନଯଜ୍ଞ ଜିଲ୍ଲା ସଂସ୍କୃତି ଭବନରେ ଶନିବାର ଉଦଘାଟିତ ହୋଇଯାଇଛି। ଏହି ଉପଲକ୍ଷେ ସ୍ୱାମୀ ପ୍ରଜ୍ଞାନାନନ୍ଦଜୀଙ୍କ  ମହାରାଜ ପ୍ରଦୀପ ପ୍ରଜ୍ଵଳନ କରି ଉଦଘାଟନ କରିଥିବ ବେଳେ ଦିବ୍ୟ ଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ଆଜିର ଗିତା ଜ୍ଞାନଯଜ୍ଞରେ ଶ୍ରୀମଦ ଭାଗବତ ଗୀତାର ପ୍ରଥମ ଅଧ୍ୟାୟର କେତେରାଟି ଶ୍ଲୋକକୁ ବାଖ୍ୟା କରିଯିବା ସହ […]

KANIKA