ବରିଷ୍ଠ ନାଗରିକ ମଞ୍ଚର ବୈଠକ



କେନ୍ଦ୍ରାପଡ଼ା,୧୪ା୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ଗ୍ରାମ ପଞ୍ଚାୟତ ବରିଷ୍ଠ ନାଗରିକ ମଞ୍ଚର ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଆୟବା ପଞ୍ଚାୟତ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବୈଠକରେ ପଡୋଶୀ ଗ୍ରାମ ପଞ୍ଚାୟତ ପୁରୁଷୋତ୍ତମର ୩ଜଣ ବରିଷ୍ଠ ନାଗରିକ ଯୋଗଦାନ କରିଥିଲେ । ଉକ୍ତ ବୈଠକରେ ସଭାପତି ଅମୁଲ୍ୟ କୁମାର ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ । ବରିଷ୍ଠ ନାଗରିକ ଶିକ୍ଷାବିତ୍ କୈଳାଶ ଚନ୍ଦ୍ର ସ୍ୱାଇଁ ସଂଯୋଜନା କରିଥିଲେ । ଓଡିଶା ହାଇକୋର୍ଟର ସରକାରୀ ଆଇନଜୀବୀ ଅଭିନାଷ ପଣ୍ଡା ମୁଖ୍ୟ ଅତିଥି ଭାବେ ଯେଗଦାନ କରି ଦୁଇଟି ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ବରିଷ୍ଠ ନାଗରିକ ବିଜୟ କୁମାର ସ୍ୱାଇଁ, ନାନୁ ଚରଣ ଦାସ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ସାନ୍ତଶାହି ଠାରୁ ଗଣ୍ଡାଖିଆ ପର୍ଯ୍ୟନ୍ତ ତୁରନ୍ତ ମରାମତି କରିବା ଓ ନରଣପୁର ଠାରେ ଥିବା +୨ ବିଜ୍ଞାନ କଲେଜର ଦୁରବସ୍ଥା ସଂର୍ପକରେ ଆଲୋଚନା କରାଯାଇ ଜିଲ୍ଲା ପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚି ତାଙ୍କୁ ଅବଗତ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ଦାୟିତ୍ୱ ନାନୁ ଚରଣ ଦାସ ଓ ଅମୁଲ୍ୟ କୁମାର ସ୍ୱାଇଁ, ସ୍ୱାଧିନ ସ୍ୱାଇଁଙ୍କୁ ଅର୍ପଣ କରାଯାଇଥିଲା । ଗଣ୍ଡାଖିଆ ଠାରେ ଏକ ଫାଣ୍ଡି ସ୍ଥାପନ କରିବା ଓ ଏସ୍‌. ବି. ଆଇର ଏ.ଟି.ଏମ୍ କେନ୍ଦ୍ର ସ୍ଥାପନ ବିଷୟ ମଧ୍ୟ ଆଲୋଚନା କରାଯାଇଥିଲା । ଏ ସମ୍ପର୍କିତ ତୁରନ୍ତ ପଦକ୍ଷେପ ନେବାକୁ ଅଭିନାଷ ପଣ୍ଡା ମହୋଦୟଙ୍କୁ ଦାୟିତ୍ୱ ଅର୍ପଣ କରାଗଲା । ବରିଷ୍ଠ ନାଗରିକ ହୃଷିକେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।


Next Post

କବୟିତ୍ରୀ ଅନ୍ନପୂର୍ଣ୍ଣା ମହାନ୍ତି ପୁସ୍ତକମେଳା ସାହିତ୍ୟ ସମ୍ମାନରେ ସମ୍ମାନୀତ

Wed Jan 14 , 2026
କେନ୍ଦ୍ରାପଡା ୧୪/୧ : କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜରର୍ଜ (କେମ୍‌) ପୁସ୍ତକମେଳା ଶ୍ରେଷ୍ଠ ସାହିତ୍ୟ ସମ୍ମାନ ସହରସ୍ଥ ମାଧପୁର ଗ୍ରାମର ବରିଷ୍ଠ କବୟିତ୍ରୀ ଓ କଥାକାର ଅନ୍ନପୂର୍ଣ୍ଣା ମହାନ୍ତିଙ୍କୁ କେନ୍ଦ୍ରାପଡ଼ା ତ୍ରୟୋବିଂଶତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକ ମେଳାରେ ସମ୍ମାନୀତ କରାଯାଇଛି । ଶ୍ରୀମତୀ ମହାନ୍ତି ଓଡ଼ିଆ ସାହିତ୍ୟରେ ଦଶନ୍ଧିରୁ ଉର୍ଦ୍ଧ୍ୱକାଳ ବ୍ୟାପୀ ନିରବଧୂ ଯୋଗଦାନ ନିମନ୍ତେ ‘ଶ୍ରାବଣୀ ସାହିତ୍ୟ ସଂସଦ’ଠାରୁ ଆରମ୍ଭ କରି ‘ଗୋକର୍ଣିକା କବିତା ସମ୍ମାନ’, ‘ଜାଗରୂକ ସମ୍ମାନ’ ଓ […]

KANIKA