ରେସୱା ସ୍ୱଳ୍ପରହଣୀ କେନ୍ଦ୍ର ଅନ୍ତେବାସୀଙ୍କୁ ଶୀତବସ୍ତ୍ର ବଣ୍ଟନ



କେନ୍ଦ୍ରାପଡ଼ା,୧୭ା୧:କେନ୍ଦ୍ରାପଡା ଭି.ଆଇ.ପି. ରୋଡ ସନ୍ନିକଟରେ ଅବସ୍ଥିତ ରେସୱା ସ୍ୱଳ୍ପରହଣୀ କେନ୍ଦ୍ରର ଅନ୍ତେବାସୀମାନଙ୍କୁ ସମାଜସେବୀ ସ୍ୱର୍ଗତା ନନ୍ଦିତା ବ୍ରହ୍ମାଙ୍କ ସ୍ମୃତିରେ ଡାକ୍ତର ସୁଧିର କୁମାର ବ୍ରହ୍ମା ଶୀତବସ୍ତ୍ର(ଶାଲ) ପ୍ରଦାନ କରିଛନ୍ତି। ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପସ୍ଥିତ ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦିପ କୁମାର ମହାନ୍ତି ସ୍ୱର୍ଗତା ବ୍ରହ୍ମା ବିଗତ ଦିନରେ କିପରି ଗରିବ ନିଷ୍ପେସିତ ଲୋକଙ୍କୁ ସାହାଯ୍ୟର ହାତ ବଢାଉଥିଲେ ତାହା ବର୍ଣ୍ଣନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସମବାୟବୀତ ରଣଧୀର ଜେନା, କବି ଅବନ୍ତୀ ବେହେରା, ଚିତ୍ତରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ମିନତୀ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Next Post

ତରାପୁରରେ ବିଶାଳ ହିନ୍ଦୁ ସମ୍ମିଳନୀ

Sun Jan 18 , 2026
କେନ୍ଦ୍ରାପଡ଼ା,୧୮ା୧:ସନାତନ ଧର୍ମ ସୃଷ୍ଟିର ସର୍ବ ପୁରାତନ ତଥା ଏକମାତ୍ର ଧର୍ମ। ସନାତନ ସଂସ୍କୃତି ବସୁଧୈବ କୁଟୁମ୍ବକଂର ବାର୍ତ୍ତର୍ା ଦେଇଥାଏ। ସମଗ୍ର ବିଶ୍ୱର ମଙ୍ଗଳ କାମନା ତଥା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଅନାଦି କାଳରୁ ଏହି ଧର୍ମ ଚେଷ୍ଟା କରି ଆସିଛି ଓ ଦେଶ ମାତୃକାକୁ ନିଜର ମାଆ ବୋଲି ସମ୍ବୋଧନ କରିଆସିଛି। ହିନ୍ଦୁ ସଂସ୍କୃତି କେବଳ ଦେବୀ ବା ଦେବତା ନୁହେଁ, ମାନବ, ବୃକ୍ଷଲତା ଏପରିକି ଜଡ଼ ବସ୍ତୁରେ […]

KANIKA