ମା ଅନ୍ନପୂର୍ଣ୍ଣା ଦେବୀଙ୍କ ୭୯ ତମ ବାର୍ଷିକ ପୂଜା ଉତ୍ସବ



ପଟ୍ଟାମୁଣ୍ଡାଇ ୧/୪- ପଟ୍ଟାମୁଣ୍ଡାଇ ପୈାରପରିଷଦ ଅନ୍ତର୍ଗତ ବେଲତଳ ଗ୍ରାମର ମା ଅନ୍ନପୂର୍ଣ୍ଣା ଦେବୀଙ୍କ ୭୯ ତମ ବାର୍ଷିକ ପୂଜା ଉତ୍ସବ ୫ ଦିନ ଧରି ମହା ସମାରୋହରେ ପାଳିତ ହୋଇଯାଇଛି । ଏଇ ଅବସରରେ ମୁଖ୍ୟ ପୂଜକ ଭ୍ରମରବର ତ୍ରିପାଠୀ ପ୍ରଭାକର ପଣ୍ଡା ଗାଁର ମୁଖ୍ୟ ପୂଜକ ନବ କିଶୋର ପଣ୍ଡା ମା ଖରାଖାଇ ଠାକୁରାଣୀଙ୍କ ପୂଜକ ପିତାମ୍ବର ପଣ୍ଡା ପ୍ରମୁଖ ମା ଅନ୍ନପୂର୍ଣ୍ଣା ଦେବୀ ଙ୍କର ବିଭିନ୍ନ ନୀତି, କ୍ରାନ୍ତି, ସେବା ଓ ପୂଜା ପାଠ ସମ୍ପନ୍ନ କରିଥିଲେ । ସପ୍ତମୀ ପୂଜା, ବିଲ୍ଵବରଣ ଶୁଭାଧିବାସ, ଅଶୋକା ଷ୍ଟମୀ, ଜଳାଭିଷେକ , କଳସ ଯାତ୍ରା ଷୋଡଶ ଉପଚାର ପୂଜା, ଚଣ୍ଡି ପାଠ , ନାମସଂକୀର୍ତନ ନବମୀ ପୂଜା ଦଶମୀପୂଜା ଯଥାଵିଧି ସମ୍ପନ୍ନ ହୋଇ ବିସର୍ଜନ ହୋଇଥିଲା । ଏଇ ଅବସରରେ ଭଜନ ପ୍ରବଚନ ଓ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପୂଜା ଉତ୍ସବ ର ବିଭିନ୍ନ ଦିବସରେ ରାଜନଗର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି,ପଟ୍ଟାମୁଣ୍ଡାଇ ପୈାରାଧ୍ୟକ୍ଷ ହେମନ୍ତ ସାହୁ,ଜିଲ୍ଲା ଶ୍ରୀରାମ ସେନା ସଭାପତି ଶାରଦା ପ୍ରସାଦ ରାଉତ, ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ର, ଯୁବନେତା କାଉନସିଲର ଗୋପିବଲ୍ଲଭ ନାୟକ ଗୋପିନାଥ ତ୍ରିପାଠୀ,କାଉନସିଲର ପ୍ରତିନିଧି ପ୍ରଭାତ ମଳିକ, ଯୁବ ନେତା ମିଟୁ ମନୋଜ ନାୟକ ପ୍ରଶାନ୍ତ ରାଉତ ପ୍ରମୁଖ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସମେତ ପଟ୍ଟାମୁଣ୍ଡାର ଅଂଚଳର ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନେ ଯୋଗ ଦେଇ ମା’ଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ ।  ଏହି ପୂଜା ଉତ୍ସବକୁପ୍ରଫେସର ସବ୍ୟସାଚୀ ତ୍ରିପାଠୀ, ପ୍ରାଧ୍ୟାପକ ମନୋଜ ପରିଡା,ଇଂ ତପନ ପାତ୍ର ନାଟ୍ୟକାର ଗୋଲକ ମହାରଣା ପରମେଶ୍ୱର ପରିଡା ସୁବାସ ସ୍ୱାଇଁ , ସୁଧାକର ପଣ୍ଡା , ଶୈଲେନ୍ଦ୍ର ନାୟକ ଅଶୋକ ଦାଶ ଅକ୍ଷୟ ଲେଙ୍କା , ଅକ୍ଷୟ ସାହୁ, ସମ୍ପାଦକ ବାସୁଦେବ ମହାନ୍ତି, ଅମୂଲ୍ୟ ବେହେରା , ଗଗନ ସେଣ ସୁନାମଣି ଦାଶ ମନୋରଞ୍ଜନ କର, ପ୍ରମୋଦ ସାହୁ, ସୂର୍ଯ୍ୟକାନ୍ତ ନାୟକ ସୁରଥ ସ୍ୱାଇଁ, ସଞ୍ଜୟ ଦାସ ପ୍ରତାପ ନାୟକ , ରଶ୍ମିରଞ୍ଜନ ପାଢୀ , ହାପି ଦାସ, ମହେଶ୍ୱର ବେହେରା , ବିଟୁ ପଣ୍ଡା , ବାବିନ ପଣ୍ଡା ,ଅଭିରାମ ନାୟକ , ଚିକୁ ବେହେରା , ସନ୍ତୋଷ ସ୍ୱାଇଁ , ସୁରେନ୍ଦ୍ର ପଣ୍ଡା , ବାଇଆ ବେହେରା ସିପନ ବିଶ୍ୱାଳ ସୈାଭାଗ୍ୟ ବେହେରାଙ୍କ ସମେତ ବେଲତଳ ଗ୍ରାମବାସୀ ପରିଚାଳନା କରିଥିଲେ ।  ମା’ ଅନ୍ନପୂର୍ଣ୍ଣାଙ୍କ ପୂଜା ଉତ୍ସବ ଦେଖିବା ପାଇଁ ଆଖପାଖ ଅଂଚଳରୁ ଶହ ଶହ ଶ୍ରଦ୍ଧାଳୁ ମାନଙ୍କର ଭିଡ ଦେଖିବାକୁ ମିଳିଥିଲା । 


Next Post

ବେଲତଳ ପ୍ରକଳ୍ପ ଉପ୍ରା ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ

Sat Apr 4 , 2026
ପଟ୍ଟାମୁଣ୍ଡାଇ ୪/୪ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବେଲତଳ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବିଶ୍ୱରଞ୍ଜନ ଦାଶଙ୍କ ତତ୍ୱାବଧାନରେ ପ୍ରବେଶ ଉତ୍ସବ ପାଳନ ଅବଶରରେ ଅତିଥି ଭାବେ କାଉନସିଲର ଗୋପିବହ୍ଲଭ ନାୟକ, ଆଇନଜୀବୀ ଗୋପିନାଥ ତ୍ରିପାଠୀ ଓ ପୂର୍ବତନ ପ୍ରଧାନ ଶିକ୍ଷୟୀତ୍ରି ଆରତୀ ଭଳ ପ୍ରମୁଖ ଯୋଗଦେଇ ଖଡିଛୁଆଁ ଆମ ଓଡିଆ ସଂସ୍କୃତିରେ […]