ପଟ୍ଟାମୁଣ୍ଡାଇ ନିମ୍ନମାଧ୍ୟମିକ ଶିକ୍ଷକ ସଂଘ ସାମ୍ବିଧାନିକ ସମ୍ମିଳନୀ



ପଟ୍ଟାମୁଣ୍ଡାଇ ତା ୧୨/୪- ପଟ୍ଟାମୁଣ୍ଡାଇ ବ୍ଲକ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ୧୭ତମ ସାମ୍ବିଧାନିକ ସମ୍ମିଳନୀ ବଡ଼ମୋହନ ପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀ ଆରମ୍ଭରେ ପ୍ରାକ୍ତନ ବ୍ଲକ ସଭାପତି ସୁନାମଣି ଦାଶ ପତାକା ଉତ୍ତୋଳନ କରିଥିଲେ ।  ଜିଲ୍ଲା ସଂଘ ସଭାପତି କରୁଣାକର ଭଳ ଓ ଯୁଗ୍ମ ସମ୍ପାଦକ ତୁଷାରକାନ୍ତ ସ୍ୱାଇଁ ପ୍ରଦୀପ ପ୍ରଜ୍ବଳନ କରିବା ପରେ ଶିକ୍ଷକ ଗୌରବ ବନମାଳୀ ବ୍ରହ୍ମଚାରୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।  ପଟ୍ଟାମୁଣ୍ଡାଇ ବ୍ଲକ ନିମ୍ନମାଧ୍ୟମିକ ଶିକ୍ଷକ ସଂଘ ସଭାପତି ରବି ନାରାୟଣ ମହାପାତ୍ର ଙ୍କ ପୌରହିତ୍ୟରେ ଆୟୋଜିତ ସମ୍ମିଳନୀରେ ବରିଷ୍ଠ ଶିକ୍ଷକ ନେତା ରଂଜିତ କୁମାର ସାମଲ, ଗୀତା ରାଣୀ ରାୟ, ଶ୍ରୀମନ୍ତ ନାରାୟଣ ସାମନ୍ତରାୟ, ବିଜୟ କୁମାର ସାମଲ, ଉଷାରାଣୀ ରଥ, ଅନୁସୂୟା ପୂଜାରୀ, ଅନନ୍ୟା ବାରିକ, ଶରତ ଚନ୍ଦ୍ର ଗାହାଣ, ଅରୁଣ ଦାଶ ପ୍ରମୁଖ ବହୁ ଶିକ୍ଷକ ନେତା ଯୋଗ ଦେଇ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ଓ ସାଙ୍ଗଠନିକ ଅଭିବୃଦ୍ଧି ଉପରେ ଅଭିଭାଷଣ ଦେଇଥିଲେ।  ଏହି ସମ୍ମିଳନୀରେ ବିବରଣୀ ପାଠ କରାଯାଇ ବିଗତ ଦିନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯାଇଥିଲା ।  ସଂଗଠନ ଅଭିବୃଦ୍ଧି ପାଇଁ ନୂତନ କର୍ମକର୍ତ୍ତା ଚୟନ ନିମନ୍ତେ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଜିଲ୍ଲା ସଭାପତିଙ୍କ ଅନୁମୋଦନକ୍ରମେ ସର୍ବସମ୍ମତି କ୍ରମେ ନୂତନ କର୍ମକର୍ତ୍ତା ଭାବେ ସଭାପତି – ବୀର କିଶୋର ସାହୁ, ଉପସଭାପତି -ଶ୍ରୀବତ୍ସ ନାରାୟଣ ସାମନ୍ତରାୟ ସମ୍ପାଦକ ପ୍ରଦୀପ କୁମାର ସାହୁ ଯୁଗ୍ମ ସମ୍ପାଦକ ଦେବେନ୍ଦ୍ର ନାଥ ସ୍ୱାଇଁ କୋଷାଧକ୍ଷ ନରହରି ପରିଡା ସହସମ୍ପାଦକ ଶ୍ରୀକାନ୍ତ ଶତପଥୀ ଓ ରମେଶ ସ୍ୱାଇଁ ଏବଂ ଉପଦେଷ୍ଟା ଭାବେ ଅଜୟ ଜେନାଙ୍କୁ ମନୋନୀତ କଟାଯାଇଥିଲା ।  ସଭାପତି ନୂତନ କର୍ମକର୍ତ୍ତା ମାନଙ୍କୁ ଶପଥ ପାଠ କରାଇଥିଲେ । ଏଇ ଅବସରରେ ଦିବଂଗତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀଙ୍କ ଆତ୍ମାର ସଦଗତି ପାଇଁ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।  ଶେଷରେ ଶିକ୍ଷକ ନେତା ପ୍ରଦୀପ୍ତ ସାମଲ ଧନ୍ୟବାଦ ଦେଇଥିଲେ । 


Next Post

ଖଡ଼ିଅଣ୍ଟା ହାଇସ୍କୁଲରେ ଗୁରୁ ପୂଜନ

Mon Apr 13 , 2026
ପଟ୍ଟାମୁଣ୍ଡାଇ ତା ୧୨/୪- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଖଡିଅଣ୍ଟା ହାଇସ୍କୁଲରେ ୨୦୦୭ ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ପ୍ରଧାନଶିକ୍ଷକ ଆଶିଷ କୁମାର ଦାସଙ୍କ ପୌରହିତ୍ୟରେ ଆୟୋଜିତ ଗୁରୁ ପୂଜନ ଉତ୍ସବରେ ପ୍ରାକ୍ତନ ପ୍ରଧାନଶିକ୍ଷକ ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର, ପ୍ରାକ୍ତନ ଶିକ୍ଷକ ସର୍ବେଶ୍ୱର ଜେନା, ଅଭୟ ଜେନା ବିଦ୍ୟାଧର ମହାନ୍ତି, ମଧୁସୂଦନ ଦାସ, ଗୋକୁଳ ଜେନା ରବୀନ୍ଦ୍ର ଦାଶ ପିତାମ୍ବର ପ୍ରଧାନ […]