ପଟ୍ଟାମୁଣ୍ଡାଇ କଲେଜ ୧୯୯୩ ବ୍ୟlଚ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ



ପଟ୍ଟାମୁଣ୍ଡାଇ ୧୨/୪ ପଟ୍ଟାମୁଣ୍ଡାଇ କଲେଜର ୧୯୯୩ ବ୍ୟାଚ ଛାତ୍ର ଛାତ୍ରୀଙ୍କ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୁରାତନ ଛାତ୍ର ତଥା ଅଧ୍ୟାପକ ନୃସିଂହ ଚରଣ ସ୍ୱାଇଁଙ୍କ ପୌରହିତ୍ୟରେ କଲେଜ ପ୍ରେକ୍ଷାଳୟରେ ଅନୁଷ୍ଠିତ ବନ୍ଧୁମିଳନ ଉତ୍ସବରେ ପଟ୍ଟାମୁଣ୍ଡାଇ କଲେଜ ଅଧକ୍ଷ ପ୍ରଫେସର ଉମାକାନ୍ତ ପାତ୍ର ମୁଖ୍ୟଅତିଥି,ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଡ ରମେଶ କୁମାର ସାହୁ, କଲେଜ ଆଲୁମୋନି ଆସୋସିଏସନ୍ ସଭାପତି ରଶ୍ମି ରଞ୍ଜନ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କଲେଜର ଗୌରବ ଓ ସୁନାମକୁ ଆଗେଇ ନେବା ପାଇଁ ପୁରାତନ ଛାତ୍ରଛାତ୍ରୀମାନେ ନିଷ୍ଠାପର ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ। ଏହି ବନ୍ଧୁମିଳନ ଉତ୍ସବରେ ତପନ ପାତ୍ର,ଯୋତ୍ରିମୟ ତ୍ରିପାଠୀ,କବି ଅନ୍ତର୍ଯ୍ୟାମୀ ବେଜ, ବିଶ୍ୱ ରଞ୍ଜନ ପାତ୍ର,ଶୁଭଦିପ ଗୁପ୍ତା, ବସନ୍ତ ନାୟକ, ପ୍ରସଂଜିତ ସାମନ୍ତରାୟ, ପ୍ରଶାନ୍ତ ମହାପାତ୍ର, , ମୃତ୍ୟୁଞ୍ଜୟ ପଣ୍ଡା, ତୁଳସୀ ଚୌଧୁରୀ, ବସନ୍ତ ମଞ୍ଜରୀ ଦାସ, ଅନିତା ମହାନ୍ତି, ରେଖାରାଣୀ କର, ପୁଷ୍ପା ସାହୁ, ଅରୁଣା ପାତ୍ର,ଭାରତୀ ନାୟକ ପ୍ରମୁଖ ବହୁ ଛାତ୍ରଛାତ୍ରୀ ଯୋଗ ଦେଇ କଲେଜ ଜୀବନର ସ୍ମୃତି ଚାରଣ କରିଥିଲେ I ଶେଷରେ ଉପେନ୍ଦ୍ର କୁମାର ନାୟକ ଧନ୍ୟବାଦ ଦେଇଥିଲେ। ବନ୍ଧୁମିଳନ ଉତ୍ସବ ପରେ ପ୍ରଫୁଲ୍ଲ ଦାଶ ଓ ନିମାଇଁ ଦାଶଙ୍କ ସଂଯୋଜନାରେ ନୃତ୍ୟ ସଂଗୀତ ପରିବେଷଣ କରାଯାଇଥିଲା।


Next Post

ଓଡିଆ ପକ୍ଷପାଳନ ଅବସରରେ ପାରମ୍ପରିକ ଖାଦ୍ୟ ଦିବସ ପାଳିତ

Tue Apr 14 , 2026
କେନ୍ଦ୍ରାପଡ଼ା,୧୩ା୪:ଓଡିଆ ପକ୍ଷ ପାଳନର ତ୍ରୟୋଦଶ ଦିନ ଅବସରରେ ସୋମବାର ଡେରାବିଶ ବ୍ଲକ ଅଧିନସ୍ଥ ମିଶନ ଶକ୍ତି କାଫେ ପରିସରରେ ଜିଲ୍ଲାସ୍ତରୀୟ “ପାରମ୍ପରିକ ଖାଦ୍ୟ ଦିବସ” ବହୁ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ପରମ୍ପରା, ସ୍ୱାଦ ଓ ପୌଷ୍ଟିକ ମୂଲ୍ୟକୁ ପ୍ରଚାର ଓ ପ୍ରସାର କରିବା ସହ ଲୋକମାନଙ୍କୁ ଏହା ପ୍ରତି ଆକୃଷ୍ଟ କରାଯାଇଥିଲା। ଏହି ଅବସରରେ ଜିଲ୍ଲା ପରିଷଦ […]