କେନ୍ଦ୍ରାପଡ଼ା,୧୬ା୪:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନାରୀମାନଙ୍କୁ ଅଗ୍ରାଧିକାର ଦେବା ପାଇଁ ଆହୁତ କାର୍ଯ୍ୟକ୍ରମ ନାରୀଶକ୍ତି ବନ୍ଦନ ପାଇଁ ଏକ ବିଶାଳ ଶୋଭାଯାତ୍ରା ସଂସଦୀୟ ନିର୍ବାଚନମଣ୍ଡଳୀ କ୍ଷେତ୍ର ସଂଯୋଜିକା ଡ଼. ଜ୍ୟୋତ୍ସ୍ନାରାଣୀ ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରା କେନ୍ଦ୍ରାପଡା ସହରର ନୂଆ ବସଷ୍ଟାଣ୍ଡରୁ ବାହାରି ସହର ପରିକ୍ରମା କରି ତିନିମୁହାଣୀରେ ପହଞ୍ଚିଥିଲା। ଏଥିରେ ଦୁଇ ହଜାରରୁ ଅଧିକ ନାରୀ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାରୀ ଶକ୍ତି […]

କେନ୍ଦ୍ରାପଡ଼ା,୧୬ା୪: କେନ୍ଦ୍ରାପଡା ସହରର ଫକିରାବାଦ୍ ଆଜାଦ୍ କ୍ଲବ ପକ୍ଷରୁ ଏକ ଜାତୀୟ ସ୍ତରୀୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି। ଏହି ଉପଲକ୍ଷେ ଆଜାଦ୍ କ୍ଲବର ସଭାପତି ହିବଜୁର ରହେମାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦ୍ରାପଡାରେ ଏଭଳି ଟୁର୍ଣ୍ଣାମେଣ୍ଟର ଆୟୋଜନ ଦ୍ୱାରା ଯୁବବର୍ଗଙ୍କ ମଧ୍ୟରେ କ୍ରୀଡା ପ୍ରତି ଆଗ୍ରହ ସୃଷ୍ଟି ହେବା ସହିତ ଏହି ଜିଲ୍ଲାରେ […]

କେନ୍ଦ୍ରାପଡ଼ା,୧୬ା୪:କେନ୍ଦ୍ରାପଡା ବ୍ଲକ ଅଧିନ ଗୁଣ୍ଡୁଚି ବଟରେ ବିଶ୍ୱଶାନ୍ତି ମହାଯଜ୍ଞ ଉଦଘାଟିତ ହୋଇଯାଇଛି। ଏହି ଯଜ୍ଞକୁ ଉଦଘାଟନ କରି ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ପ୍ରଖ୍ୟାତ ଆଧ୍ୟାତ୍ମିକ ଗୁରୁ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ପାଞ୍ଚ ମହାଯଜ୍ଞର ବର୍ଣ୍ଣନା କରି କହିଲେ ଅନ୍ନଯଜ୍ଞ, ଜ୍ଞାନଯଜ୍ଞ, ଘୃତଯଜ୍ଞ, ନାମଯଜ୍ଞ ଓ ସେବାଯଜ୍ଞ କରିଲେ ଦେଶର ମଙ୍ଗଳ ହେବା ସହିତ ଭଲ ବର୍ଷା ହୋଇପାରିବ। ଫଳରେ ଧରିତ୍ରୀ ଶସ୍ୟଶାମଳା ହୋଇ ଭଲ ଫଳ […]