ଚୋରା ମଦ ଜବତ,୬ଗିରଫ



କେନ୍ଦ୍ରାପଡ଼ା,୬ା୭:କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ଜମ୍ବୁ ସାମୁଦ୍ରିକ ଓ ମାର୍ଶାଘାଇ ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ପ୍ରଭାକରପୁର ଗ୍ରାମର ଚନ୍ଦା ଖିଲର (୫୦)ଙ୍କ ଠାରୁ ୨୭ ଲିଟର ଚୋରା ଦେଶୀ ରନ୍ଧା ମଦ, ବଉଳକଣି ଗ୍ରାମର ରବି ଖିଲର(୫୦)ଙ୍କ ଠାରୁ ୮୫୦ କିଗ୍ରାର ଚୋରା ଗୁଡ ପୋଚ ମଦ, ଗୌରାଙ୍ଗ ରାଉତ(୨୫)ଙ୍କ ଠାରୁ ୬୫୦ କିଗ୍ରାର ଗୁଡ ପୋଚ ମଦ, ବଡପାଳ ଗ୍ରାମର ଶୋଭ ବେହେରା(୫୮)ଙ୍କ ଠାରୁ ୭୧ ଲିଟର ଚୋରା ବିଦେଶୀ ମଦ, ତିଖିରି ଗ୍ରାମର ତୁନିଲତା ପଲାଇ(୩୦)ଙ୍କ ଠାରୁ ୬୨ ଲିଟର ଚୋରା ବିଦେଶୀ ମଦ ଓ ଡେକାନୀ ଗ୍ରାମର ନୃସିଂହ ପ୍ରଧାନ(୪୫)ଙ୍କ ଠାରୁ ୩୫୪ ଲିଟର ଗୁଡପୋଚ ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାକ୍ଷରୁ ସମୁଦାୟ ୫୧୫.୫ ଲିଟର ବିଦେଶୀ ଓ ଦେଶୀ ଚୋରା ରନ୍ଧା ମଦ ଜବତ କରାଯାଇ ୬ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଉପ ନିରୀକ୍ଷକ ପ୍ରିୟଦର୍ଶି ମାନସରଞ୍ଜନ ମିଶ୍ରଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।


Be the first to comment

Leave a Reply

Your email address will not be published.