ଗୋବରୀ ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଲୋକଙ୍କ ଦ୍ୱାରା ଉଦ୍ଧାର



ପଟ୍ଟାମୁଣ୍ଡାଇ ୭/୭ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନରେ ଥିବା ସାନଜରିଆ ପଂଚାୟତରେ ଆଜି ଏକ ଅଭାବନୀୟ ଚାଂଚଲ୍ୟକର ଘଟଣା ଘଟିଛି I ସ୍ଥାନୀୟ ଭେଡିସାହି ଗ୍ରାମର ଜନୈକା ମହିଳା ଗୋବରୀ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି I ତେବେ ସେଠାରେ ଉପସ୍ଥିତ ସ୍ଥାନୀୟ ଲୋକମାନେ ଅତ୍ୟନ୍ତ ତତ୍ପରତା ଓ ସାହସିକତାର ସହିତ ନଦୀ ମଧ୍ୟରୁ ମହିଳାଙ୍କୁ ଉଦ୍ଧାର କରିବା ଫଳରେ ମହିଳା ଜଣକ ଅଳ୍ପକେ ମୃତ୍ୟୁ ମୁଖରୁ ରକ୍ଷା ପାଇ ଯାଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ସାନଜରିଆ ଭେଡିସାହି ଗ୍ରାମର  ଜନୈକା ମହିଳା ସକାଳ ୯ଘଟିକା ସମୟରେ ଗଣ୍ଡାକିଆ ପୋଲ ନିକଟରେ ପହଂଚି ପୋଲ ଉପରୁ ହଠାତ ଗୋବରୀ ନଦୀ ନଦୀ ଗର୍ଭକୁ ଡେଇଁ ପଡ଼ିଥିଲେ। ନଦୀର ପ୍ରଖର ସ୍ରୋତରେ ସେ ଭାସି ଯାଉଥିବା ଦେଖି ପୋଲ ନିକଟରେ ଥିବା ଲୋକମାନେ ମହିଳାଙ୍କୁ ବୁଡ଼ି ଯାଉଥିବା ଅବସ୍ଥାରେ ଉଦ୍ଧାର କରି କୂଳକୁ ଆଣିଥିଲେ। ନଦୀ ମଧ୍ୟରୁ ଜୀବନ୍ତ ଉଦ୍ଧାର କରାଯିବା ପରେ ମହିଳାଙ୍କୁ ପ୍ରାଥମିକ ଚିକିତ୍ସା କରା ଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ସେ ବର୍ତମାନ ସୁରକ୍ଷିତ ଥିବା ଜଣାପଡ଼ିଛି। ଏହି ଅଭାବନୀୟ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ପାରିବାରିକ କଳହ ଯୋଗୁଁ ମହିଳା ଜଣକ ଏଭଳି ଚରମ ନିଷ୍ପତିି ନେଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।


Be the first to comment

Leave a Reply

Your email address will not be published.