

କେନ୍ଦ୍ରାପଡା୧୧ା୭ : ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ଆହ୍ୱାନରେ କେନ୍ଦ୍ରାପଡା ଜିଲ୍ଲା ଶାଖା କନଭେନସନ୍ ଦୁହୁରିଆ ସ୍ଥିତ ଶିକ୍ଷକ ଭବନ ସମ୍ମିଳନୀ କକ୍ଷରେ ଓଷ୍ଟାର ଜିଲ୍ଲା ସଭାପତି ଅଶୋକ କୁମାର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଅଛି । ସମନ୍ୱୟ ସମିତିର ଆବାହକ ତଥା ଜିଲ୍ଲା ଓଷ୍ଟାର ସଂପାଦକ ଭଗବାନ ସାହୁ କନ୍ଭେସନସନ୍ର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ଉପସ୍ଥିତ ଶିକ୍ଷକ ନେତୃତ୍ୱ ମାନଙ୍କୁ ସ୍ୱାଗତ କରିଥିଲେ । ସମନ୍ୱୟ ସମିତିର ରାଜ୍ୟ ଆବାହକ ତଥା ରାଜ୍ୟ ଓଷ୍ଟାର ସାଧାରଣ ସଂପାଦକ ରଂଜନ କୁମାର ଦାଶ ସରକାରଙ୍କର ଆଭିମୁଖ୍ୟ ପ୍ରକାଶ କରିବା ସହ ଶିକ୍ଷକ କର୍ମଚାରୀ ମାନଙ୍କର ବିବିଧ ସମସ୍ୟା ଉପରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଓଷ୍ଟା ଆନ୍ଦୋଳନ ସଂପାଦକ ରମାକାନ୍ତ ମହାପାତ୍ର, ରାଜ୍ୟ ଓଷ୍ଟା ସଂପାଦକଙ୍କ ପ୍ରଣବ କୁମାର ଜେନା, ମାଣିକେଶ୍ୱର ସ୍ୱାଇଁ, କାର୍ଯ୍ୟକାରିଣୀ ସଦସ୍ୟ ମଧୁସୂଦନ ଦେ, ଅଲୋଷ୍ଟା ରାଜ୍ୟ କାର୍ଯ୍ୟକାରୀ ସଭାପତି ଧନେଶ୍ୱର ପାତ୍ର, ଉପସଭାପତି ସୁଶାନ୍ତ କୁମାର ପ୍ରଧାନ, ପ୍ରାକ୍ତନ ଜିଲ୍ଲା ସଂପାଦକ ତପନ କୁମାର ସିଂହ, ହେମନ୍ତ କୁମାର ନାୟକ, ପ୍ରାକ୍ତନ ଜିଲ୍ଲା ସଭାପତି ପ୍ରମୋଦ କୁମାର ବେହେରା, ନିର୍ମଳ କୁମାର ନାୟକ, ଜିଲ୍ଲା ଓଷ୍ଟା ଯୁଗ୍ମ ସଂପାଦକ ଅଲେଖ ଚନ୍ଦ୍ର ମହାନ୍ତି, ଉପସଭାପତି ରିନା ରାଉତ, ଯୁଗ୍ମ ସଂପାଦିକା ସରୋଜିନୀ ସ୍ୱାଇଁ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟା ମଧୁଚ୍ଛନ୍ଦା ଶର୍ମା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ମହେଶ୍ୱର ସାହୁ, ରବିନ୍ଦ୍ର କୁମାର ଦାସ, ଜିଲ୍ଲାର ଓଷ୍ଟା ଯୁଗ୍ମ ସଂପାଦକ ଟିଟିକାନ୍ତ ନାୟକ, କାର୍ଯ୍ୟକାରୀ ସଦସ୍ୟ ବିଶ୍ୱଜିତ୍ ଦାସ ଓ ତୁଷାର କାନ୍ତ ନାୟକ, ୯ଟି ବ୍ଲକର ଓଷ୍ଟାର ସଭାପତି ଓ ସଂପାଦକ ସାମିଲ ସଂଗଠନ ମଦ୍ରାସାର ଜିଲ୍ଲା ସଭାପତି ମୋବାରକ ଖାଁ, ଜିଲ୍ଲା ସଂପାଦକ ସେକ୍ ଆରୁଫ, ଅଲୋଷ୍ଟାର ଜିଲ୍ଲା ସଭାପତି କରୁଣାକର ଭଳ, ଜିଲ୍ଲା ସଂପାଦକ ଆଶୋକ କୁମାର ସାହୁ, ଅଲୋଷ୍ଟାର ବିଭିନ୍ନ ବ୍ଲକ ନେତୃତ୍ୱ, ଅଣ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଶିକ୍ଷକ ନେତା ପଙ୍କଜ କୁମାର ବେହୁରା, ଶିକ୍ଷକ ନେତା ପ୍ରିୟ ରଞ୍ଜନ ବିଶ୍ୱାଳ, ବ୍ୟାସଦେବ ବେବର୍ତ୍ତା, ମଧୁଦୂଦନ ବେହେରା ପ୍ରମୁଖ ଆଗାମୀ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ରଣ କୈାଶଳ ପ୍ରସ୍ତୁତି କରିଥିଲେ । ଓଷ୍ଟା ଜିଲ୍ଲା ଯୁଗ୍ମ ସଂପାଦକ ଅଲେଖ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply