

ପଟ୍ଟାମୁଣ୍ଡାଇ ୧୧/୭ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅତର୍ଗତ କଖାରୁଣୀ ଗ୍ରାମର ବ୍ୟବସାୟୀ ଦୁଇଭାଇଙ୍କୁ ଆକ୍ରମଣ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଛି। ପୋଲିସର ଅପାରଗତା ଓ ବିଳମ୍ବିତ ପଦକ୍ଷେପକୁ ବିରୋଧ କରି ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ ଶନିବାର ସଂନ୍ଧ୍ୟାରେ ଗ୍ରାମାଂଚଳ ଥାନା ଅଧିକାରୀଙ୍କୁ ଭେଟି ଅପରାଧୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଗ୍ରାମର ବୃଦ୍ଧିଜୀବୀମାନେ ନେବେଦନ କରିଛନ୍ତି। ଏହି ମାମଲାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଭାରାପ୍ରାପ୍ତ ଅଧିକାରି ପ୍ରଦିପ କୁମାର କାନୁନଗୋ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଆସନ୍ତା ଦୁଇ ଦିନ ମଧ୍ୟରେ ପ୍ରଥମେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ । ଗ୍ରାମବାସୀମାନେ ପୋଲିସର ଏହି ଆଶ୍ୱାସନାକୁ ଗ୍ରହଣ କରିଥିଲେ ।
ପ୍ରକାଶ ଯେ କଖାରୁଣ ଗ୍ରାମର ଶାରଦା ପ୍ରଧାନ ଓ ତାଙ୍କ ସାନ ଭାଇ ଶ୍ରୁତି ପ୍ରଧାନ ବୁଧବାର ରାତି ପ୍ରାୟ ୯ଟା୧୫ରେ କଂଟାବଣ ବଜାରରେ ଥିବା ଦୋକାନ ବନ୍ଦ କରି ବାଇକରେ ଘରକୁ ଫେରୁଥିଲେ। ଜିଗରଣ ପାଖ ସମିତି ରାସ୍ତା ପାଖରୁ ବାଇପଦା ଗ୍ରାମର ନଖିଅ। ମଲିକ, ଅଶୋକ ମଲିକ ଏକ ବାଇକରେ ସେମାନଙ୍କ ପିଛା କରି ବାଇପଦା ବାଙ୍କ ନିକଟରେ ବାଟ ଓଗାଳି ଥିଲେ। କିଛି ବୁଝିବା ପୂର୍ବରୁ ସେମାନେ ଗାଲିଗୁଲଜ କରିବା ସହ ବ୍ୟବସାୟୀ ଭ୍ରାତାଙ୍କ ପାଖରେ ଥିବା ଟଙ୍କା ଛଡାଇ ନେବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏଥିରେ କ୍ରୋଧାତ୍ନତ ହୋଇ ଦୁଇ ଅଭିଯୁକ୍ତ ପାଖରେ ରଖୁଥିବା ଲୁହାରଡରେ ସେମାନଙ୍କୁ ଆକ୍ରମଣ କରିଥିଲେ । ଦୁଇଭାଇ ତଳେ ପଡି ଯିବା ପରେ ପ୍ୟାକେଟରେ ଥିବା ୬୦ହଜାର ଟଙ୍କା ଛଡାଇ ନେଇଥିଲେ। ପାଟିତୁଣ୍ଡ ଶୁଣି ସେହି ଗାଁର ସତ୍ୟବ୍ରତ ମଲିକ, କ୍ଷୀରୋଦ ମଲିକ, ସନାତନ ମଲିକ, ପ୍ରକାଶ ମଲିକ, ରଞ୍ଜ ମଲିକ, ମୁସା ମଲିକ, ବାଦଲ ମଲିକ ପ୍ରମୁଖ ସେଠାକୁ ଆସି କିଛି ନ ବୁଝି କାହିଁକି ଆମ ଗାଁର ପିଲାଙ୍କୁ ମାରଧର କରୁଛ କହି ଓଲଟି ଆକ୍ରମଣ କରିଥିଲେ। ଏଥିରେ ଶାରଦା ଓ ସ୍ମୃତିପ୍ରସାଦଙ୍କ ମୁଣ୍ଡ ଫାଟି ରକ୍ତସ୍ରାବ ହୋଇଥିଲା। ଜୀବନ ବିକଳରେ ଉଭୟେ ସେଠାରୁ ଦୌଡି କିଛି ଦୂରରେ ଥିବା ଜଣଙ୍କ ଘରେ ପଶି ଯାଇଥିଲେ । ପରେ ସେମାନେ ୧୧୨ ପୋଲିସକୁ ଫୋନକରିଘଟଣା ସମ୍ପର୍କରେ ଅବଗତ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଁଚିିବା ପରେ ଅଭିଯୁକ୍ତମାନେ ସେଠାରୁ ଖସି ପଳାଇଯାଇଥିଲେ । ପୋଲିସ ବ୍ୟବସାୟୀ ଦୁଇ ଭାଇଙ୍କୁ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଡାକ୍ତରଖାନା ନେଇଥିଲେ।ପ୍ରଥମିକ ଚିକିତ୍ସାପରେ ସେମାନେ ପରିବାରଲୋକଙ୍କ ସହ ଗ୍ରାମଂଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ଗ୍ରାମାଂଚଳ ଥାନା ପୋଲିସ ଏକ ମାମଲା ୩୭୩/୨୦୨୬ ରୁଜୁ କରିଥିଲେ । ମାତ୍ର ଘଟଣାକୁ ୩ଦିନ ବିତି ଯାଇଥିଲେ ବି ଅଭିଯୁକ୍ତଙ୍କୁ ଗିରଫ କରି ପାରିନାହିଁ। ଯାହାକୁ ନେଇ କଖାରୁଣି ଗ୍ରାମର ଶତାଧିକ ଗ୍ରାମାବାସୀ ଥାନା ଅଧିକାରିଙ୍କୁ ଭେଟି ଗିରଫ ଦାବି କରିଛନ୍ତି ।

Leave a Reply