ଅଯୋଧ୍ୟା ରାମ ମନ୍ଦିରରେ ଦାନ ଭେଟି ଚୋରି , କାର୍ଯ୍ୟାନୁଷ୍ଠାନ ଦାବି କଲା କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ



କେନ୍ଦ୍ରାପଡା୨୦ା୭: ରାମ ମନ୍ଦିର ନାମରେ ରାଜନୀତି କରି ସରକାରକୁ ଆସିଥିବା ବିଜେପି ଦଳର ସମର୍ଥକ ତଥା ଆରଏସ୍‌ଏସ୍ ସଦସ୍ୟ ରାମ ମନ୍ଦିର ଦାନ ବା ଭେଟିକୁ ଚୋରି କରାଯାଉଛି । ଏହି ଚୋରି ଅର୍ଥରେ ସାଂସଦ କିଣାଯାଉଛି ବୋଲି କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ଅଭିଯୋଗ କରିଛି । ଏକମାସ ମଧ୍ୟରେ ୬୫ଥର ରାମ ମନ୍ଦିର ଦାନ ଅର୍ଥକୁ ମନ୍ଦିରର କର୍ମଚାରୀ ଗଣତି ସମୟରେ ଚୋରି କରିଛନ୍ତି । ତଳିଆ କର୍ମଚାରୀଙ୍କୁ ଗିରଫ କରାଯାଇଥିବା ବେଳେ ଏହାର ମୁଖିଆଙ୍କୁ ଗିରଫ କରାଯାଉ ନାହିଁ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଡା. ଦେବସ୍ମିତା ଶର୍ମା ସୋମବାର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ରାମ ମନ୍ଦିର ନିର୍ମାଣ କରିବା, ରାମଲାଲଙ୍କୁ ପ୍ରତିଷ୍ଠା କରିବା, ମନ୍ଦିର ଉଦ୍‌ଘାଟନ କରିବା ଏବଂ ରାମ ମନ୍ଦିର ଟ୍ରଷ୍ଟ ଗଠନ କରିବାରେ ପ୍ରମୁଖ ଭୂମିକା ନେଇଥିବା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିର ଚୋରି ଘଟଣାରେ ନିରବ କାହିଁକି ବୋଲି ଡା. ଶର୍ମା ପ୍ରଶ୍ନ କରିଛନ୍ତି । ଟ୍ରଷ୍ଟର ଅଧ୍ୟକ୍ଷ ଚମ୍ପତ ରାୟ, ସଭ୍ୟ ଅନିଲ ମିଶ୍ର, ଗୋବିନ୍ଦ ଦେବ ଗିରି, ଗୋପାଳ ରାଓ ଏବଂ ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତ୍ତା ମାନେ ଚୋରି ଘଟଣାରୁ ବଞ୍ôଚପାରିବେ ତ ? ଯେତେବେଳେ ସମ୍ପୂର୍ଣ୍ଣ ଟ୍ରଷ୍ଟ କାଠଗଡାରେ ଠିଆ ହୋଇଛି ସେତେବେଳେ କାର୍ଯ୍ୟାନୁଷ୍ଠାନ କେବଳ କନିଷ୍ଠ କର୍ମଚାରୀଙ୍କ ମଧ୍ୟରେ କାହିଁକି ସୀମିତ ରହିଛି । ତଥାକଥିତ ଡବଲ ଇଞ୍ଜିନ ସରକାର କଣ ଦୋଷୀ ମାନଙ୍କୁ ସୁରକ୍ଷା ଦେଉଛନ୍ତି ? କେନ୍ଦ୍ର ସରକାର କଣ ସତ ସାମ୍ନାକୁ ଆସିବାକୁ ଭୟ କରୁଛନ୍ତି । ଯଦି ସବୁକିଛି ସ୍ୱଚ୍ଛ ଥିଲା ତେବେ ଇସ୍ତଫା ଦେବାର ଆବଶ୍ୟକତା କାହିଁକି ପଡିଲା । ସର୍ବୋଚ୍ଚ ସ୍ତରର ବ୍ୟକ୍ତିମାନଙ୍କୁ ଏ ପର୍ଯ୍ୟନ୍ତ କାହିଁକି ଗିରଫ କରାଯାଇ ନାହିଁ ବୋଲି ଜିଲ୍ଲା କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉପସ୍ଥାପନ କରିଛି ।
ରାମ ମନ୍ଦିର ଦାନ ଚୋରି ଘଟଣାରେ ସବିଶେଷ ତଥ୍ୟ ଜନସାଧାରଣଙ୍କୁ ଅବଗତ କରାଇବା ନିମନ୍ତେ ଏବଂ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଜିଲ୍ଲା କଂଗ୍ରେସ ବିଭିନ୍ନ ଦାବି କରିଛି । ଦାବି ଗୁଡିକ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଜବାବ ଦିଅନ୍ତୁ ଟ୍ରଷ୍ଟ ଗଠନ ଏହାର ପ୍ରମୁଖ ନିଯୁକ୍ତି ଏବଂ ଏହାର ତଦାରଖରେ ତାଙ୍କ ସରକାର ତଥା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଭୂମିକା କଣ ଥିଲା, ତାହା ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରନ୍ତୁ ଏବଂ ଏଭଳି ଗୁରୁତର ଅଭିଯୋଗ ସତ୍ତ୍ୱେ ସେ ନୀରବ ଅଛନ୍ତି ତାହା ପ୍ରକାଶ କରନ୍ତୁ । ତୁରନ୍ତ ଗିରଫଦାରୀ ଚମ୍ପତ ରାୟ, ଅନିଲ ମିଶ୍ର ଏବଂ ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ସମସ୍ତ ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ ଏଫ୍‌ଆଇଆର୍ ପଞ୍ଜିକୃତ କରାଯାଇ ସେମାନଙ୍କୁ ଗିରଫ କରାଯାଉ । ସୁପ୍ରିମକୋର୍ଟ ତତ୍ତ୍ୱାବଧାନରେ ସ୍ୱାଧୀନ ନ୍ୟାୟିକ ତଦନ୍ତ ଏହି କଥିତ ଲୁଟର ଯୋଜନା କିଏ କରିଥିଲା ଏବଂ କାହା ସୁରକ୍ଷାରେ ଏହା ବର୍ଷ ବର୍ଷ ଧରି ଚାଲିଥିଲା ତାହା ସ୍ପଷ୍ଟ କରିବା ପାଇଁ ସମ୍ପୂର୍ଣ୍ଣ ମାମଲାର ସୁପ୍ରିମକୋର୍ଟଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ତଦନ୍ତ ହେବା ଉଚିତ୍ । ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ତୁରନ୍ତ ଭଙ୍ଗ ସ୍ୱଚ୍ଛତା ଏବଂ ଜବାବ ଦେଇ ସୁନିଶ୍ଚିତ କରିବା ପାଇଁ ବର୍ତ୍ତମାନର ଟ୍ରଷ୍ଟକୁ ଭଙ୍ଗ କରାଯାଉ ଏବଂ ଧାର୍ମିକ ନେତା, ବିଶିଷ୍ଟ ନାଗରିକ, ପ୍ରଶାସନିକ ବିଶେଷଜ୍ଞ ଏବଂ ସ୍ୱାଧୀନ ସଦସ୍ୟମାନଙ୍କୁ ନେଇ ଏହାର ପୁନର୍ଗଠନ କରାଯାଉ । ଦାନ ଏବଂ ଭେଟିର ସମ୍ପୂର୍ଣ୍ଣ ଫୋରେନ୍ସିକ ଅଡିଟ୍ ରାମ ମନ୍ଦିର ସହ ଜଡିତ ସମସ୍ତ ଦାନ, ଭେଟି, ଜମି କାରବାର, କାର୍ଯ୍ୟକ୍ରମ ଏବଂ ବ୍ୟୟର ଏକ ସ୍ୱାଧୀନ ଫୋରେନ୍ସିକ ଅଡିଟ୍ କରାଯାଉ ଏବଂ ଏହାର ରିପୋର୍ଟ ସାର୍ବଜନୀନ କରାଯାଉ ବୋଲି ଜିଲ୍ଲା ସଭାପତି ଡାକ୍ତର ଶର୍ମା ସାମ୍ବାଦିକ ସମ୍ମିଳନୀରେ ଦାବି ସମ୍ପର୍କରେ ସୂଚନା ଦେଇଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଡ଼ ସିପ୍ରା ମଲ୍ଲିକ ଜିଲ୍ଲା ସଂଯୋଜକ ପ୍ରଫୁଲ୍ଲ ଦାସ, ବରିଷ୍ଠ କଂଗ୍ରେସ ନେତା ଫକୀର ଖଟୁଆ, ଜିଲ୍ଲା ସଂଗଠନ ସମ୍ପାଦକ ସତ୍ୟପ୍ରିୟ ସାମଲ, ବିଧୂଭୂଷଣ ମହାପାତ୍ର ପ୍ରମୁଖ ରାମ ମନ୍ଦିର ଚୋରି ସମ୍ପର୍କରେ କହିଥିଲେ ।


Be the first to comment

Leave a Reply

Your email address will not be published.