

ପଟ୍ଟାମୁଣ୍ଡାଇ ୨୦/୭ – ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ଅଧୀନରେ ଥିବା ସାନଜରିଆ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ତଥା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶ୍ୱ ଜନସଂଖ୍ୟା ଦିବସ ଓ ସଚେତନତା ପକ୍ଷ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସାନଜରିଆ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଡ଼ା ପ୍ରଦୀପ କୁମାର ଚମ୍ପତି ଯୋଗ ଦେଇ ଜନସଂଖ୍ୟା ନିୟଂତ୍ରଣ ପାଇଁ ଆବଶ୍ୟକ ସଚେତନତା ଓ ଜନସହଭାଗିତା ପାଇଁ ଆହ୍ୱାନ ଦେଇଥିଲେ।ଏ ଥିରେ ଫାର୍ମାସୀ ଅଫିସର ପ୍ରଭାତ ରଞ୍ଜନ ଦାସ, ଲାବ ଅଫିସର ରଜନୀକାନ୍ତ ସୂତାର ନର୍ସିଂ ଅଫିସର ସାଗରୀକା ବେହେରା, ସୁଶାନ୍ତ ଦେବତା ସରୋଜ ପଟ୍ଟନାୟକ, ମହେଶ୍ୱର ଦାସ, ମନୋରଞ୍ଜନ ସୂତାର ଯୋଗ ଦେଇଥିଲେ । ସାରା ବିଶ୍ୱରେ ୧୧-୨ ୪ ଜୁଲାଇ ପର୍ଯ୍ୟନ୍ତ ଜନସଂଖ୍ୟା ସ୍ଥିରିକରଣ ପକ୍ଷ ପାଳନ କରାଯାଉଛି। ସାନଜରିଆ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ “ପିଲାଙ୍କ ଜନ୍ମରେ ରଖନ୍ତୁ ଉଚିତ୍ ବ୍ୟବଧାନ, ସୁସ୍ଥ ଓ ସୁଖୀ ହେବ ପାରିବାରିକ ଜୀବନ” ସ୍ଲୋଗାନ ଦେଇ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ନୂତନ ଅସ୍ଥାୟୀ ଗର୍ଭ ନିରୋଧକ ଇଞ୍ଜେକ୍ସନ “ଅନ୍ତରା”, ଗର୍ଭ ନିରୋଧକ ବଟିକା, କପରଟି, ଆଇୟୁସିଡି ୩୭୫ ଓ ୩୮୦ ଏ ଜରୁରୀକାଳୀନ ଗର୍ଭ ନିରୋଧକ ବଟିକା, କଣ୍ଡୋମ, ପୁରୁଷ ବନ୍ଧ୍ୟାକରଣ, ମହିଳା ବନ୍ଧ୍ୟାକରଣ ସମ୍ପର୍କରେ ଏକ ସଚେତନତା ସୃଷ୍ଟି ପାଇଁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।

Leave a Reply