

କେନ୍ଦ୍ରାପଡ଼ା,୨୧ା୭:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ଯୋଗଦେଇଛନ୍ତି ପ୍ରାଧ୍ୟାପକ ଚିତ୍ତରଞ୍ଜନ ଦାସ। ପ୍ରାଧ୍ୟାପକ ଦାସ କଟକ ଜିଲ୍ଲା କୁଆଁପାଳସ୍ଥିତ ଜବାହରଲାଲ ନେହେରୁ ଡିଗ୍ରୀ କଲେଜର ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ଥିଲେ।ଉଚ୍ଚଶିକ୍ଷା ବିଭାଗ ପ୍ରାଧ୍ୟାପକ ଶ୍ରୀ ଦାସଙ୍କୁ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରିଛି। ପ୍ରାଧ୍ୟାପକ ଶ୍ରୀ ଦାସ ଏଠାରେ ଯୋଗଦେବା ପରେ କଲେଜ ପରିଚାଳନା ପରିଷଦ ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନାଙ୍କୁ ସାକ୍ଷାତ କରି ତାଙ୍କ ଯୋଗଦାନ ରିପୋର୍ଟ ପ୍ରଦାନ କରିଛନ୍ତି। ନୂତନ ଅଧ୍ୟକ୍ଷ ପ୍ରଫେସର ଦାସଙ୍କୁ କେନ୍ଦ୍ରାପଡା କଲେଜର ସମସ୍ତ ବିଭାଗର ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀମାନେ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ। ସେହିପରି ଏଠାରେ ଥିବା ଭାରପ୍ରାପ୍ତ ଅଧ୍ୟକ୍ଷ ଶାନ୍ତନୁ କୁମାର ଜେନାଙ୍କୁ ତୁରନ୍ତ ଭାରମୁକ୍ତ କରିଦିଆଇଛି। ଶ୍ରୀ ଜେନା ଭଦ୍ରକ ଜିଲ୍ଲାର ଅଗରପଡା ଡିଗ୍ରୀ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଭାବରେ ଯୋଗଦେବେ।

Leave a Reply