

ପଟ୍ଟାମୁଣ୍ଡାଇ ତା ୨୪/୮- କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବପୁରାତନ ଆଧ୍ୟାତ୍ମିକ ପୀଠ ପଟ୍ଟାମୁଣ୍ଡାଇ ରାଧାରମଣ ମଠ ଠାରେ ଶ୍ରାବଣ ମାସର ଶେଷ ସୋମବାରରେ ଗୋପେଶ୍ୱର ମହାଦେବଙ୍କ ନିକଟରେ ରୁଦ୍ରାଭିଷେକ ଓ ଭକ୍ତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି I ମଠ ମହନ୍ତ ସ୍ୱାମୀ ଅସୀମାନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରଭୁ ରାଧାରମଣ ଦେବ ପ୍ରଭୁ ଶ୍ରୀ ଜଗନ୍ନାଥ ବଳଭଦ୍ର ମା ସୁଭଦ୍ରା ପ୍ରଭୁ ହନୁମାନଜୀଉଙ୍କ ସମେତ ସମସ୍ତ ଦେବଦେବୀଙ୍କ ପୂଜାର୍ଚନା କରାଯାଇଥିଲା I ଏଇ ଅବସରରେ ଭକ୍ତମାନେ ନାମସଂକ୍ରିତନ ଓ ଭଜନ ଜଣାଣ କରିଥିଲେ I ଏଥିରେ ପଟ୍ଟାମୁଣ୍ଡାଇ ର ପ୍ରାକ୍ତନ ପୌରାଧକ୍ଷ ରବୀନ୍ଦ୍ର ମହାନ୍ତି, ସହିରା ସରପଞ୍ଚ ହେମନ୍ତ ମହାନ୍ତି ସୁରେନ୍ଦ୍ର ମହାନ୍ତି, ସରସ୍ବତୀ ଶିଶୁ ଶିକ୍ଷା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ପ୍ରଭୁଦତ୍ତ ଦାଶ ଓ ସମ୍ପାଦକ ଅମ୍ବୁଜ ଭୂଷଣ ନାୟକ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗ ଦେଇଥିଲେ I ଏହି କାର୍ଯ୍ୟକ୍ରମକୁ ମୃତ୍ୟୁଞ୍ଜୟ ସୂତାର, ରାଧାରମଣ ପ୍ରସାଦ ନାୟକ ପରିଚାଳନା କରିଥିଲେI

Leave a Reply