

କେନ୍ଦ୍ରାପଡ଼ା,୨୫ା୮:ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ମେରା ଯୁବା ଭାରତ (ମାଇଁ ଭାରତ), ଖୋର୍ଦ୍ଧା ଏବଂ ଜାତୀୟ ସେବା ଯୋଜନା (ଏନଏସଏସ), କିଟ ବିଶ୍ୱବିଦ୍ୟାଳୟ ର ମିଳିତ ସହଯୋଗରେ “ବିକଶିତ ଭାରତ ଯୁବା କନେକ୍ଟ – ସ୍ପୋର୍ଟସ୍ ଏଡିସନ୍’ କାର୍ଯ୍ୟକ୍ରମ ଆସନ୍ତା ଅଗଷ୍ଟ ୨୭ତାରିଖରେ କିଟ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜନ କରାଯିବ। ପ୍ରତିବର୍ଷ ଅଗଷ୍ଟ୨୯ ତାରିଖରେ ମହାନ ହକି ଖେଳାଳି ତଥା ଜାତୀୟ କ୍ରୀଡ଼ା ପ୍ରତୀକ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ ଅବସରରେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଏ । ଚଳିତ ବର୍ଷ ଏହି ଅବସରକୁ ଏକ ବ୍ୟାପକ ଜାତୀୟ ପଦକ୍ଷେପ ଭାବେ ପାଳନ କରାଯାଉଥିବା ବେଳେ ଯୁବ ସହଭାଗିତା, କ୍ରୀଡ଼ାର ବିକାଶ ଓ ରାଷ୍ଟ୍ର ନିର୍ମାଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି।“ବିକଶିତ ଭାରତ ଯୁବା କନେକ୍ଟ – ସ୍ପୋର୍ଟସ୍ ଏଡିସନ୍’ ଦେଶବ୍ୟାପୀ ଆୟୋଜିତ ହେଉଛି। ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର ଯୁବପିଢ଼ି, କ୍ରୀଡାବିତ୍ ଏବଂ ବିଭିନ୍ନ ଜନପ୍ରତିନିଧିଙ୍କୁ ଏକ ସାଧାରଣ ମଞ୍ଚରେ ଏକତ୍ରିତ କରିବା । ଏହା ଅଧିନରେ ବିଭିନ୍ନ ଜିଲ୍ଲାର ମହାବିଦ୍ୟାଳୟ ଗୁଡିକରେ ଯୁବା କନେକ୍ଟ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଯୁବକମାନଙ୍କୁ କ୍ରୀଡାବିତ୍, ସାଂସଦ, ବିଧାୟକ, ମନ୍ତ୍ରୀ ଏବଂ ସ୍ଥାନୀୟ ଜନପ୍ରତିନିଧିଙ୍କ ସହିତ ସିଧାସଳଖ ଆଲୋଚନା କରାଯିବାର ସୁଯୋଗ ପ୍ରଦାନ କରାଯାଉଛି ଓ ଏହି ଦେଶ ବ୍ୟାପୀ କାର୍ଯ୍ୟକ୍ରମର ଏକ ପ୍ରମୁଖ ଆକର୍ଷଣ ହେଉଛି ଅଗଷ୍ଟରେ୨୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭର୍ଚୁଆଲ୍ ମାଧ୍ୟମରେ ଯୁବକମାନଙ୍କୁ ସମ୍ବୋଧନ। ଦେଶର ୧,୬୦୦ଟି ସ୍ଥାନରେ ୮ ଲକ୍ଷରୁ ଅଧିକ ଯୁବ ଅଂଶଗ୍ରହଣକାରୀ ଏହି ଅଭିଯାନ ସହିତ ଯୋଡ଼ିହେବେ। କେନ୍ଦ୍ରାପଡାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୁବ ଅଂଶଗ୍ରହଣକାରୀ, ଏନଏସଏସ ସ୍ୱେଚ୍ଛାସେବୀ ଏବଂ ଅନ୍ୟାନ୍ୟ ଅଂଶୀଦାରମାନେ ପୂର୍ବାହ୍ନ ୧୦ଟା ସୁଦ୍ଧା ନିର୍ଦ୍ଧାରିତ ସ୍ଥାନରେ ଉପସ୍ଥିତ ହୋଇ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନରେ ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେବେ ।ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପରେ ଏକ ସ୍ୱତନ୍ତ୍ର ‘ଯୁବ ଇଣ୍ଟରାକ୍ସନ୍ ସେସନ୍’ ଆୟୋଜନ କରାଯିବ। ଏଥିରେ ମାଇଁ ଭାରତ, ସ୍ୱେଚ୍ଛାସେବୀ ଏବଂ ଯୁବ ଅଂଶଗ୍ରହଣକାରୀ ମାନେ ସ୍ଥାନୀୟ କ୍ରୀଡ଼ାବିତ୍ମାନଙ୍କ ସହିତ ସିଧାସଳଖ ଆଲୋଚନା କରିବେ । ଏହି ଆଲୋଚନାରେ ଗତ ୧୨ ବର୍ଷ ମଧ୍ୟରେ ଦେଶର କ୍ରୀଡ଼ା ଭିରିଭୂମିରେ ଘଟିଥିବା ପରିବର୍ତ୍ତନ ଏବଂ ଭାରତର କ୍ରୀଡ଼ା ପରିବେଶର ବିକାଶ ସମ୍ପର୍କରେ ଆଲୋଚନା କରାଯିବ।କାର୍ଯ୍ୟକ୍ରମରେ ଉପସ୍ଥିତ ସ୍ଥାନୀୟ ଜନପ୍ରତିନିଧ୍ ଏବଂ ବିଶିଷ୍ଟ ଅତିଥିମାନେ ମଧ୍ୟ ଯୁବକମାନଙ୍କୁ ସମ୍ବୋସ୍ତ କରିବା ସହିତ କ୍ରୀଡ଼ା, ଯୁବ ବିକାଶ ଏବଂ ରାଷ୍ଟ୍ର ନିର୍ମାଣ ସମ୍ପର୍କରେ ନିଜର ମତାମତ ରଖିବେ। ଏହା ପରେ ପ୍ରାୟ ୧୫ ମିନିଟ୍ର ‘ଯୁବ ସମ୍ବାଦ’ ଅନୁଷ୍ଠିତ ହେବ। ଏଥିରେ ଯୁବ ଅଂଶଗ୍ରହଣକାରୀ ମାନେ ଭାରତୀୟ କ୍ରୀଡାର ଭବିଷ୍ୟତ ଏବଂ ବିକଶିତ ଭାରତ ଗଠନ ସମ୍ପର୍କରେ ନିଜର ଚିନ୍ତାଧାରା, ପ୍ରସ୍ତାବ ଓ ଆକାଂକ୍ଷା ପ୍ରକାଶ କରିବାର ସୁଯୋଗ ପାଇବେ। ଏହି ପଦକ୍ଷେପ ମାଧ୍ୟମରେ ଯୁବପିଢ଼ି ଏବଂ ଦେଶର ବିକଶିତ କ୍ରୀଡ଼ା ପରିବେଶ ମଧ୍ୟରେ ଏକ ସୁଦୃଢ ସମ୍ପର୍କ ସ୍ଥାପନ ସହିତ ଯୁବକମାନଙ୍କୁ ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ପ୍ରୋତ୍ସାହିତ କରାଯିବ ଏବଂ ବିକଶିତ ଭାରତର ପରିକଳ୍ପନାକୁ ସାକାର କରିବାରେ ଯୁବ ଶକ୍ତିର ଅବଦାନକୁ ଆହୁରି ସୁଦୃଢ କରାଯିବ ବୋଲି ମାଇଁ ଭାରତର ଜିଲ୍ଲା ଯୁବ ଅଧିକାରୀ ବିକାଶ ଚନ୍ଦ୍ର ପ୍ରଧାନ, କେନ୍ଦ୍ରାପଡା ସାନ୍ଧ୍ୟା କଲେଜର ଏନଏସଏସ ପ୍ରୋଗ୍ରାମ ଅଫିସର ମୃତ୍ୟୁଞ୍ଜୟ ମହାନ୍ତି ଓ ମାଇଁ ଭାରତର ପ୍ରୋଗ୍ରାମ ଅଫିସର ଶୁଭେନ୍ଦ୍ର ନାଥ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Leave a Reply