ନେପାଳ ଦୁର୍ବିପାକ ପାଇଁ ଶ୍ରୀମାଙ୍କ ପ୍ରାର୍ଥନା



କେନ୍ଦ୍ରାପଡ଼ା,୩୦ା୮:ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ନେପାଳରେ ହୋଇଥିବା ଦୁର୍ବିପାକ ପାଇଁ ସମବେତ ପ୍ରାର୍ଥନା କରିବା ସହିତ ଶିବାର୍ଚ୍ଚନା, ଗୁରୁପୂଜା, ମହାମନ୍ତ୍ର ଓ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରିଛନ୍ତି। ଏଥିସହିତ ନେପାଳବାସୀଙ୍କ ଧନଜୀବନର ସୁରକ୍ଷା ନିମିତ୍ତ ଜଗତରନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଶିବାନନ୍ଦ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ଗୁରୁଜୀ ଓ ଗୁରୁମାଙ୍କ ସହିତ ସମବେତ ପ୍ରାର୍ଥନାରେ ଯୋଗଦେଇ ନେପାଳବାସୀଙ୍କ ମଙ୍ଗଳକାମନା କରି ପ୍ରାର୍ଥନା କରିଥିଲେ। ଯେଉଁମାନଙ୍କର ବିୟୋଗ ହୋଇଛି ସେମାନଙ୍କ ଆତ୍ମାର ଶାନ୍ତିପାଇଁ ଏବଂ ଯେଉଁମାନେ ବିପଦରେ ଅଛନ୍ତି ଓ ଯେଉଁମାନେ ନିଜର ଜୀବନକୁ ବାଜି ଲଗାଇ ଉଦ୍ଧାର କାର୍ଯ୍ୟରେ ସତତ ଉଦ୍ୟମରତ ଅଛନ୍ତି ସେମାନଙ୍କ ପାଇଁ ଶ୍ରୀମା ଈଶ୍ୱରଙ୍କ ପାଖରେ ହୃଦୟଭରା ପ୍ରାର୍ଥନା କରି ସମସ୍ତ ଜଗତବାସୀ ଏଥିନିମନ୍ତେ ପ୍ରାର୍ଥନା କରିବାକୁ ନିବେଦନ କରିଛନ୍ତି। ବନ୍ୟା ପ୍ରପିଡିତ ଅଞ୍ଚଳମାନଙ୍କ ପାଇଁ ମଧ୍ୟ ଶ୍ରୀମା ପ୍ରାର୍ଥନା କରିଛନ୍ତି। ବନ୍ୟାର ତାଣ୍ଡବବଲୀଳା ଯୋଗୁଁ ବହୁ ଲୋକ ଦୁଃଖରେ ବିପନ୍ନ ଅବସ୍ଥାରେ ରହୁଥିବାରୁ ସେହି ଲୋକମାନଙ୍କ ବିପତ୍ତି ଦୂର ପାଇଁ ସମସ୍ତେ ପ୍ରାର୍ଥନା କରନ୍ତୁ ବୋଲି ଶ୍ରୀମା କହିଛନ୍ତି।


Be the first to comment

Leave a Reply

Your email address will not be published.