ପଟ୍ଟାମୁଣ୍ଡାଇ ବିଇଓଙ୍କ ପରଲୋକ : ବିଭିନ୍ନ ମହଲରେ ଶୋକ

0
WhatsApp Image 2026-11-15 at 20.13.39


କେନ୍ଦ୍ରାପଡ଼ା,୧୫ା୧୧:କେନ୍ଦ୍ରାପଡା ସଦର ଥାନା ଅଧିନ ଜଣ୍ଟିଲୋ ଗ୍ରାମର ବାସିନ୍ଦା ତଥା ପଟ୍ଟାମୁଣ୍ଡାଇ ମଣ୍ଡଳ ଶିକ୍ଷାଧିକାରୀ ଅଜୟ କୁମାର ବାରିକଙ୍କର ରବିବାର ଅପରାହ୍ନରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ଜଣ୍ଟିଲୋ ଛକ ନିକଟରେ ଥିବା କଳିଙ୍ଗ ଚିକିତ୍ସାଳୟରେ ହୃଦଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୯ବର୍ଷ ବୟସ ହୋଇଥିଲା ।
ବିଇଓ ଶ୍ରୀ ବାରିକ ରବିବାର ଦିନ ୧ଟା ବେଳେ ମଧ୍ୟାହ୍ନ ଭୋଜନ ସାରି ନିଜ ଘରେ ବସିଥିବାବେଳେ ହଠାତ ପଡି ଯାଇଥିଲେ । ତାଙ୍କ ପତ୍ନୀ ତଥା ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ହାଇସ୍କୁଲ ପ୍ରଧାନଶିକ୍ଷୟତ୍ରୀ ଉର୍ମିଳା ଜେନା ଓ ପରିବାରଲୋକମାନେ ତାଙ୍କୁ ପାଖରେ ଥିବା କଳିଙ୍ଗ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇଥିଲୋ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ୱର୍ଗତ ବାରିକ ରାଜନଗର ବ୍ଲକ ବି ଆର ସି ସି, ଆନନ୍ଦପୁର ବ୍ଲକ ଶିକ୍ଷାଧିକାରୀ ଭାବେ ଦକ୍ଷତାର ସହ କାର୍ଯ୍ୟ କରିବା ପରେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ଦାୟିତ୍ୱ ଗ୍ରହଣ କରି ଶିକ୍ଷକ ଶିକ୍ଷୟତ୍ରୀ ଓ ଜନସାଧାରଣଙ୍କ ପ୍ରିୟଭାଜନ ହୋଇପାରିଥିଲେ ।
ତାଙ୍କ ବିୟୋଗ ଖବର ପାଇ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ଯୁବନେତା ରାଜେଶ ପଣ୍ଡାଙ୍କ ସମେତ ବହୁ ବିଶିଷ୍ଟବ୍ୟକ୍ତି ତାଙ୍କ ଜଣ୍ଟିଲୋସ୍ଥିତ ବାସଭବନରେ ପହଞ୍ଚି ସ୍ୱର୍ଗତ ବାରିକଙ୍କ ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଗ୍ରାମ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠପୁତ୍ର କ୍ଷିତିଶ ମୁଖାଗ୍ନି ଦେଇଥିଲେ। ତାଙ୍କର ଏଭଳି ଅକାଳ ବିୟୋଗରେ ସ୍ଥାନୀୟ ଶିକ୍ଷା ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି।ଏହି ଦୁଃଖଦ ଖବର ପାଇବା ପରେ ଅଞ୍ଚଳର ବହୁ ବିଶିଷ୍ଟ ଶିକ୍ଷାବିତ୍ ଓ ବୁଦ୍ଧିଜୀବୀ ଗଭୀର ମର୍ମାହତ ହୋଇ ଶୋକ ପ୍ରକାଶ କରିଛନ୍ତି। ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରେମାନନ୍ଦ ପଣ୍ଡା, କଣ୍ଡୁରୀ ଚରଣ ସ୍ୱାଇଁ, ସିଆରସିସି ମଳୟ ଜେନା, ଏବଂ ଅନ୍ତର୍ଯ୍ୟାମୀ ବେଜ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

 


Leave a Reply