କେନ୍ଦ୍ରାପଡ଼ା,୯ା୧: କେନ୍ଦ୍ରାପଡା ସହରର ଟେଲିକମ ଗ୍ରାଉଣ୍ଡରେ କେମ୍ ପକ୍ଷରୁ ଆୟୋଜିତ ୨୨ତମ ରାଜ୍ୟ ସ୍ତରୀୟ କେନ୍ଦ୍ରାପଡା ପୁସ୍ତକମେଳାର ୪ର୍ଥ ସନ୍ଧ୍ୟାରେ ଆୟୋଜିତ ସ୍ୱତନ୍ତ୍ର ସାରସ୍ୱତ ଆସର “ପଞ୍ଚଭାଷା କବି ସମ୍ମିଳନୀ”ରେ ରାଜ୍ୟର ୨୦ରୁ ଉର୍ଦ୍ଧ୍ୱ ଲୋକପ୍ରିୟ କବି ଯୋଗଦେଇ ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ଅନୁଷ୍ଠାନର ଇଭେଣ୍ଟ ମ୍ୟାନେଜର କବୟିତ୍ରୀ ନବଜ୍ୟୋତି ରାୟଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ ସମାରୋହରେ ବରିଷ୍ଠ କବୟିତ୍ରୀ ଡଃ ଅପର୍ଣ୍ଣା ମହାନ୍ତି ମୁଖ୍ୟ ଅତିଥି […]

କେନ୍ଦ୍ରାପଡ଼ା,୮ା୧: କେନ୍ଦ୍ରାପଡା ଜିଲ୍ଲାରେ ୭ଟି ନଦୀ ଓ ୨୭ଟି ଉପନଦୀ ରହିଥିବା ବେଳେ ଏଠାରେ ଥିବା ବାଲି ସୈରାତ ନିଲାମ ହୋଇପାରୁନାହିଁ। ମାତ୍ର ଗୋଟିଏ ବାଲି ସୈରାତକୁ ଛାଡି ଦେଲେ ଅନ୍ୟ ସୈରାତ ଗୁଡିକରୁ ଚୋରାରେ ବାଲି ଉଠାଣ ହେଉଛି। ଏହାଦ୍ୱାରା ସରକାର ରାଜସ୍ୱ ହରାଉଛନ୍ତି ବୋଲି ମାଟି ବାଲି ପାଣି ସୁରକ୍ଷା ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ପୋଲିସ, ଖଣି […]

କେନ୍ଦ୍ରାପଡା,୮ା୧: ଦ୍ୱାବିଂଶ କେନ୍ଦ୍ରାପଡା ରାଜ୍ୟସ୍ତରୀୟ ପୁସ୍ତକମେଳାର ତୃତୀୟ ସନ୍ଧ୍ୟାରେ କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ସାହିତ୍ୟ ସଭା ଆଲୋଚନା ଚକ୍ର, ସାହିତ୍ୟରେ ମାନବବାଦ, କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା ପର୍ବ ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି କବି କରୁଣାକର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କଥାକାର ତଥା ଭାରତୀୟ ରେଳପଥ ଟ୍ରାଫିକ ସେବାର ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ କୃପାସାଗର ସାହୁ ଯୋଗଦେଇ […]

ପଟ୍ଟାମୁଣ୍ଡାଇ ୮/୧ ପଟ୍ଟାମୁଣ୍ଡାଇ ଅର୍ବାନ ବ୍ୟାଙ୍କର ୨୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ପଟ୍ଟାମୁଣ୍ଡାଇ ଅର୍ବାନ ବ୍ୟାଙ୍କ ଶାଖା ନିର୍ଦ୍ଦେଶକ ଅମୂଲ୍ୟ କୁମାର ପ୍ରଧାନଙ୍କ ପୈାରହିତ୍ୟରେ ଆୟୋଜିତ ପ୍ରତିଷ୍ଠା ଦିବସ ଉତ୍ସବରେ ସିଇଓ ଭାଗ୍ୟଲକ୍ଷ୍ମୀ ପଣ୍ଡା ମୁଖ୍ୟଅତିଥି, ଜେନେରାଲ ମ୍ୟାନେଜର ( ଅପରେସନ) ସୁରେଶ ଚନ୍ଦ୍ର ପରିଡା ମୁଖ୍ୟବକ୍ତା,ଆଳି ଶାଖା ନିର୍ଦ୍ଧେଶକ କଳ୍ପତରୁ ମହାପାତ୍ର ସମ୍ମାନିତଅତିଥି ଭାବେ ଯୋଗ ଦେଇ ପଟ୍ଟାମୁଣ୍ଡାଇ ଶାଖା ଉତ୍ତମ ଗ୍ରାହକ ସେବା ଯୋଗାଇ ବ୍ୟବସାୟ […]

କେନ୍ଦ୍ରାପଡ଼ା,୮ା୧ : ଭାଗଚାଷୀଙ୍କୁ କ୍ଷତିପୂରଣ, ରାଜ୍ୟବ୍ୟାପୀ ମଣ୍ଡି ଖୋଲିବା ଏବଂ ମୃତ କୃଷକ ପରିବାରକୁ ୨୦ ଲକ୍ଷ ଟଙ୍କା ପ୍ରଦାନ ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଜାନୁଆରୀ ୧୦ରେ ରାଜ୍ୟବ୍ୟାପୀ କୃଷକ ଚେତାବନୀ ଦିବସ ପାଳନ ହେବ। କେନ୍ଦ୍ରାପଡାରେ ଏହାକୁ ସଫଳ କରିବା ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା କେନ୍ଦ୍ରାପଡା ଜିଲ୍ଲା ସମନ୍ୱୟ ସମିତି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଖଡ଼ିଅଙ୍ଗସ୍ଥିତ ଓଡିଶା କୃଷକସଭା ଜିଲ୍ଲା କାର୍ଯ୍ୟାଳୟରେ ବୁଧୁବାର […]

କେନ୍ଦ୍ରାପଡା,୮ା୧: ସମଗ୍ର ଶିକ୍ଷା କେନ୍ଦ୍ରାପଡା ଆନୁକୂଲ୍ୟରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସ୍ଥାନୀୟ ମୁନିସିପାଲଟି ଟାଉନହଲ୍‌ଠାରେ ଜିଲ୍ଲାର ୯ଗୋଟି ବ୍ଲକର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷାଧିକାରୀ, ପ୍ରଶାସନିକ ଅଧିକାରୀ, ଅଭିଭାବକ ଓ ଲୋକ ପ୍ରତିନିଧିମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାଇକେଲ ଚାଳନା, କୁଇଜ୍‌, ପୋଷ୍ଟର ପ୍ରସ୍ତୁତି ଓ ଉପସ୍ଥାପନା ଏବଂ ରଚନା ଲିଖନ କରାଯାଇଥିଲା । ଉଦ୍‌ଘାଟନୀ ପର୍ବରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ […]

ପଟ୍ଟାମୁଣ୍ଡାଇ ୮/୧- କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟ ପରିସରରେ ନୂତନ ଅତିରିକ୍ତ ଜିଲ୍ଲା କୋର୍ଟ ଉଦଘାଟିତ ହୋଇଯାଇଛି । ଓଡିଶା ଉଚ୍ଚନୟାଲୟର ମାନ୍ୟବର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ, ମାନ୍ୟବର ବିଚାରପତି ଏସ. କେ. ପାଣିଗ୍ରାହୀ ଭର୍ଚୁଆର ମୋଡରେ ଏହି ବହୁ ପ୍ରତିକ୍ଷିତ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟକୁ ଉଦଘାଟନ କରିଥିଲେ। ଜନସାଧାରଣଙ୍କ ଦ୍ୱାରା ଦେଶରେ ନ୍ୟାୟ ପ୍ରଦାନ ପରିପ୍ରେକ୍ଷୀରେ ଏହି କୋର୍ଟ ଉଦଘାଟନ କରାଯାଇଥିବା […]

ପଟ୍ଟାମୁଣ୍ଡାଇ ତା ୭/୧-ପଟ୍ଟାମୁଣ୍ଡାଇ କଲେଜ ଇତିହାସ ବିଭାଗ ପକ୍ଷରୁ “ପାଇକ ବିଦ୍ରୋହ -ଓଡିଶାରେ ଇଂରେଜ ଶାସନ ବିରୋଧରେ ପ୍ରଥମ ଅସ୍ତ୍ରଭିତ୍ତିକ ଆନ୍ଦୋଳନ”ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟ ଓ ବିଭାଗୀୟ ମୁଖ୍ୟ ରଞ୍ଜନ ବେହୁରାଙ୍କ ସଂଯୋଜନାରେ ଆୟୋଜିତ ଆଲୋଚନାଚକ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟ ସହକାରୀ ପ୍ରଫେସର ଡ଼ ଅଜିତ କୁମାର ସାହୁ ମୁଖ୍ୟଆଲୋଚକ ଭାବେ ଯୋଗ ଦେଇ ପାଇକ ମାନଙ୍କ ସାମାଜିକ […]

ପଟ୍ଟାମୁଣ୍ଡାଇ ତା ୭/୧-ପଟ୍ଟାମୁଣ୍ଡାଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଧନ୍ଦାମୂଳକ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ୮ଦିନ ଧରି ବାଳିକା ଆତ୍ମରକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।  ଏଥିରେ ପଟ୍ଟାମୁଣ୍ଡାଇ କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବାଳିକାମାନଙ୍କ ପାଇଁ ଆତ୍ମରକ୍ଷାର ଗୁରୁତ୍ୱ ଓ ଏଥି ପାଇଁ ତାଲିମର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ପଟ୍ଟାମୁଣ୍ଡାଇ କଲେଜ ଆଡ଼ମିନଷ୍ଟେଟିଭ ବର୍ସର ପ୍ରାଧ୍ୟାପକ ଡ଼ ସର୍ବେଶ୍ୱର […]

ପଟ୍ଟାମୁଣ୍ଡାଇ ତା ୭/୧- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ବ୍ରାହ୍ମଣୀ କଲେଜରେ ବାଳିକା ଆତ୍ମସୁରକ୍ଷା ଶିବିର ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମକୁ କଲେଜ ଅଧକ୍ଷ ଗୌରୀ କୁମାର ସାମଲ ଉଦଘାଟନ କରିଥିଲେ । ଅଧ୍ୟାପିକା ମମତାମୟୀ ପଟନାୟକଙ୍କ ସଂଯୋଜନାରେ ଆୟୋଜିତ ଶିବିରରେ ଅଧ୍ୟାପକ ନଟବର ସୂତାର, ଶିବ ଚରଣ ଦାସ, ସତ୍ୟଜିତ ବେହେରା, ଡ଼ ମନୋରଞ୍ଜନ ସାହୁ ଓ ଅଧ୍ୟାପିକା ସୋନାଲି ଚୌଧୁରୀଙ୍କ ସହିତ ୨ଜଣ ପ୍ରଶିକ୍ଷିକା ଆତ୍ମସୁରକ୍ଷା […]

କେନ୍ଦ୍ରାପଡା,୭ା୧: କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ବଳଦେବ ହାଇସ୍କୁଲ ୧୯୭୪ ବ୍ୟାଚ୍‌ର ପୁରାତନ ଛାତ୍ରଛାତ୍ରୀଙ୍କର ଏକ ବୈଠକ ନିକଟସ୍ଥ ଗଣ୍ଡାକିଆ ମା’ ଛୁଆଳିଆ ଠାକୁରାଣୀ ପୀଠରେ ହରେକୃଷ୍ଣ ବରାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ରବିନାରାୟଣ ସାହୁ, ଧିରେନ କୁମାର ସାହୁ, ରବିନ୍ଦ୍ର ଲେଙ୍କା, ଭରତ ସାହୁ ଓ ପ୍ରଫୁଲ୍ଲ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଦିବଂଗତ ଗୁରୁଜୀ ଓ ବନ୍ଧୁମାନଙ୍କ ଅମର ଆତ୍ମାର ସଦ୍‌ଗତି […]

କେନ୍ଦ୍ରାପଡା, ୭ା୧: କେନ୍ଦ୍ରାପଡା ଜିଲ୍ଲାରୁ ରେଳବାଇ ଡାକସେବା ଉଛେଦ ନକରିବା ପାଇଁ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଡାକସେବା କାର୍ଯ୍ୟାଳୟର କର୍ମଚାରୀମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ କେନ୍ଦ୍ରାପଡା ଜିଲ୍ଲାର ମହିପାଳ ଠାରେ ୧୯୭୭ମସିହାରୁ ଅଦ୍ୟାବଧି ଏକ ରେଳବାଇ ଡାକସେବା କାର୍ଯ୍ୟାଳୟ ଚାଲୁଅଛି। ଏହି କାର୍ଯ୍ୟାଳୟ ଅଧିନରେ ଜିଲ୍ଲାର ୯ଗୋଟି ବ୍ଲକ ଓ ଦୁଇ ଗୋଟି ପୈାରାଞ୍ଚଳରେ ଥିବା ୩୧ଟି ଡାକଘରର ଡାକସେବା କାର୍ଯ୍ୟ […]

କେନ୍ଦ୍ରାପଡ଼ା, ୭ା୧: ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଓ ବ୍ଲକ୍ ସ୍ତରୀୟ ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ ତାଲିମ୍ ନିମନ୍ତେ ପରାମର୍ଶ ଶିବିର ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକର ଆଭିମୁଖ୍ୟ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଘନଶ୍ୟାମ ସା। ମାନବ ସମ୍ବଳର ବିକାଶ […]

କେନ୍ଦ୍ରାପଡ଼ା, ୭ା୧ : ଜିଲ୍ଲା ବିଜେପି ପକ୍ଷରୁ ରାଜ୍ୟରେ ପ୍ରବାସୀ ଭାରତୀୟ ଦିବସ ପାଳନ ନେଇ ଏକ ପତ୍ରକାର ସମ୍ମିଳନୀ ସ୍ଥାନୀୟ ମୀରପାଟଣା ଲକ୍‌ରୋଡ୍‌ସ୍ଥିତ ସ୍ୱୟଂ ସେଲିବ୍ରେସନ୍ ମଣ୍ଡପରେ ଜିଲ୍ଲା ସଭାପତି କିଶୋର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାକାଳପଡା ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ ଯୋଗଦେଇ କହିଲେ ଯେ କେନ୍ଦ୍ର ସରକାରଙ୍କ ଫୋକସ୍‌ରେ ଆମ ରାଜ୍ୟ ଓଡିଶା ରହିଛି । ଓଡିଶାର ସାମଗ୍ରିକ ବିକାଶ, ୨୦୩୬ […]

କେନ୍ଦ୍ରାପଡ଼ା,୭ା୧: ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଶାନ୍ତକୁଞ୍ଜ(ଉ.ଖ.)ପକ୍ଷରୁ ପରମ ବନ୍ଦନୀୟା ମାତାଜୀଙ୍କର ଜନ୍ମ ଶତବାର୍ଷିକ, ଅଖଣ୍ଡ ଜ୍ୟୋତି ପ୍ରଜ୍ଜ୍ୱଳନର ଶତବାର୍ଷିକୀ ଓ ପରମପୂଜ୍ୟ ଗୁରୁଦେବ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟଙ୍କ ଆଧ୍ୟାତ୍ମିକ ଜନ୍ମ ଶତବାର୍ଷିକ ପାଳନ ନିମନ୍ତେ ସମଗ୍ର ଭାରତ ବର୍ଷରେ ପରିକ୍ରମା କରୁଥିବା ପାବନ ଜ୍ୟୋତି କଳସ ଯାତ୍ରା କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ବ୍ଲକ ରେ ୩୧ତାରିଖ ଠାରୁ ଜାନୁଆରୀ ୯ତାରିଖ ପର୍ଯ୍ୟନ୍ତ ପରିକ୍ରମା କରୁଅଛି। ଏହି ୍‌ାତ୍ରାର […]

କେନ୍ଦ୍ରାପଡା ୭/୧-କେନ୍ଦ୍ରାପଡ଼ା ସହର ଉପଖଣ୍ଡ ଗୁଆଳସିଂ ଠାରେ ଥିବା ଜିଲ୍ଲା ସଂସ୍କୃତି ଭବନକୁ ହୁଇଲ୍ ଚେୟାର ବ୍ୟବହାରକାରୀ ଏବଂ ଚଳନଶକ୍ତି ବାଧିତ ବ୍ୟକ୍ତିମାନଙ୍କ ସହଜ ପ୍ରବେଶ ନିମନ୍ତେ ପୁନର୍ବାସ ପକ୍ଷରୁ ରାମ୍ପ ନିର୍ମାଣ ପାଇଁ ଦାବି କରାଯାଇଛି। ଜିଲ୍ଲା ପ୍ରଶାସନ ଦ୍ୱାରା ମୁନିସିପାଲଟି ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଭିନ୍ନକ୍ଷମଙ୍କ ନିମନ୍ତେ କାର୍ଯ୍ୟରତ ସେଚ୍ଛାସେବୀ ଅନୁଷ୍ଠାନ ପୁନର୍ବାସ ତରଫରୁ ଏହାର କାର୍ଯ୍ୟକାରୀ ପରିଷଦର ସଦସ୍ୟ ବଂଶ୍ରୀଧର […]

କେନ୍ଦ୍ରାପଡ଼ା ୭/୧: କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର୍ସ (କେମ) ଦ୍ୱାରା ଆୟୋଜିତ ମହିପାଳ ସ୍ଥିତ ଟେଲିକମ ପଡିଆରେ ଦ୍ୱାବିଂଶତମ ରାଜ୍ୟସ୍ତରୀୟ ପୁସ୍ତକମେଳାର ଦ୍ୱିତୀୟ ସଂନ୍ଧ୍ୟାରେ ଭାବଗ୍ରାହୀ କଳାନିକେତନ ଓ କଟକର ଅକ୍ଷୟ ମହାନ୍ତି ଟ୍ରଷ୍ଟ ଦ୍ୱାରା ଅକ୍ଷୟମହାନ୍ତି ସ୍ମୃତି ସଂନ୍ଧ୍ୟା ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶିକ୍ଷାବିତ୍ ଅଜୟ ରାଉତ ଉଦ୍‌ଘାଟନ କରିଥିବା ବେଳେ ସଭାପତି ଅକ୍ଷୟ ପାଣି, ସମ୍ପାଦକ ଏମଡି ଜାହିଦ୍ ଖାଁ, ଅଧ୍ୟାପକ ମୋହନ ଜେନା ପ୍ରମୁଖ […]

କେନ୍ଦ୍ରାପଡ଼ା ୭/୧: କେନ୍ଦ୍ରାପଡା ବ୍ଲକ ଗୁଲନଗର ପଞ୍ଚାୟତ ଅନ୍ତର୍ଗତ ସୁଜନଗର ଗ୍ରାମର ମଦନମୋହନ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରି ହୋଇଯାଇଛି ବୋଲି ସଦର ଥାନରେ ଅଭିଯୋଗ ହୋଇଛି । ଗତ ସୋମବାର ବିଳମ୍ବିତ ରାତିରେ ଦୁବୁର୍ତ୍ତମାନେ ମନ୍ଦିରର ତାଲାଭାଙ୍ଗି ମଦନମୋହଜୀୟୁଙ୍କ ୫ଟି ରୁପା ମୁକୁଟ, ବଂଶୀ, ଚୁଡି ସହିତ ବହୁ ମୂଲ୍ୟବାନ ଗହଣା ଚୋରି ହୋଇଛି । ଏଥି ସହିତ ମନ୍ଦିର ଭିତରେ ଥିବା ଦାନ ବାସ୍କକୁ ଭାଙ୍ଗି […]

ପଟ୍ଟାମୁଣ୍ଡାଇ ତା ୬/୧- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମା ଛୁଆଳିଆ ପୀଠ ଠାରେ ଆଳି ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ବନ୍ଧୁମିଳନ ଉତ୍ସବ ‘ସମ୍ପର୍କ”-୨୦୨୫ ଅନୁଷ୍ଠିତ ହୋଇଯାଇଛି । ଆଳି ବ୍ଲକ ବି ଆର ସି ସି ଉଦକର ସାମଲଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ଓସେପା ଅତିରିକ୍ତ ନିର୍ଦେଶକ ଡ଼ ସନାତନ ପଣ୍ଡା ମୁଖ୍ୟଅତିଥି, କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ ନାଗ ମୁଖ୍ୟବକ୍ତା ଓ ବିଜୁ ପଟନାୟକ […]

କେନ୍ଦ୍ରାପଡା, ୬ା୧: ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ନିର୍ଭୁଲ ଓ ଶୁଦ୍ଧ ଭୋଟର ତାଲିକାର ଆବଶ୍ୟକତା ରହିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ସୋମବାର ଚୂଡ଼ାନ୍ତ ଭୋଟର ତାଲିକା – ୨୦୨୫ ପ୍ରକାଶ ପାଇଛି। ଏହି ଅବସରରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପ-ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଅତିରିକ୍ତ ଉପ ଜିଲ୍ଲାପାଳ ଅଶୋକ କୁମାର ଦାସ, […]

ପଟ୍ଟାମୁଣ୍ଡାଇ ତା ୬/୧-କେନ୍ଦ୍ରାପଡ଼ା ଜିଲ୍ଲା ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ ଜ୍ୟୋତି କଳସ ରଥ ପଟ୍ଟାମୁଣ୍ଡାଇ ସହର ପରିକ୍ରମା କରିଛି । ବେଲତଳ ଗୁଲ ନଗର ଗାୟତ୍ରୀ ପ୍ରଜ୍ଞାପୀଠ ପରିସରରେ ଜ୍ୟୋତି କଳସ ରଥକୁ ପୂଜାର୍ଚନା ସହ ପୁଷ୍ପମାଲ୍ୟ ଦେଇ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ପରିକ୍ରମା କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଗାୟତ୍ରୀ ପ୍ରଜ୍ଞା ପୀଠରୁ ନାମ ସଂକୀର୍ତନ ସହିତ ଏହି ଜ୍ୟୋତି କଳସ ରଥ […]

କେନ୍ଦ୍ରାପଡା, ୬ା୧: କେନ୍ଦ୍ରାପଡ଼ା ସଦର ମହକୁମାରେ ସୋମବାର ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ଣ ୧୦ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ପୈାରସଂସ୍ଥା ଟାଉନ୍‌ହଲ୍ ପରିସରରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର, ଉପ-ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, […]

କେନ୍ଦ୍ରାପଡ଼ା, ୬ା୧ : କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ସୋମବାର ଅପରାହ୍ନରେ ଜିଲ୍ଲାପାଳ ସ୍ମତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ ସମିତିର ୨ୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଜାନୁୟାରୀ ୧୦ତାରିଖରୁ ଜିଲ୍ଲାର୧୧୮ ଗୋଟି ପ୍ୟାକ୍କ୍ସର ୧୨୩ ଗୋଟି ମଣ୍ଡି ମାଧ୍ୟମରେ ଧାନକ୍ରୟ କରାଯିବାକୁ ନିଷ୍ପତିଗ୍ରହଣ କରାଯାଇଛି। ମଣ୍ଡିଗୁଡିକର ଭିତ୍ତିଭୂମି ଓ ଧାନର ମାନ ନିର୍ଦ୍ଧାରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଯୋଗୀ […]

କେନ୍ଦ୍ରାପଡା,୬ା୧: କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ୮ ଦିନିଆ ଆତ୍ମ ସୁରକ୍ଷା କୌଶଳ ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ପ୍ରଫେସର ଅଶୋକ କୁମାର ଦାସ ଉଦ୍‌ଘାଟନ କରି ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି କୌଶଳ ଗୁଡିକ କିପରି ପ୍ରତ୍ୟେକ ଛାତ୍ରୀପାଇଁ ନିତ୍ୟାନ୍ତ ଆବଶ୍ୟକ ତାହା ତାଙ୍କ ଉଦ୍‌ବୋଧନ ମାଧ୍ୟମରେ ପ୍ରକାଶ କରିଥିଲେ । ଏଥିରେ ଅଂଶ ଗ୍ରହଣ କରୁଥିବା […]