କେନ୍ଦ୍ରାପଡାରେ ସନ୍ଥ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ



କେନ୍ଦ୍ରାପଡ଼ା,୨୭ା୭:କେନ୍ଦ୍ରାପଡ଼ା ଜିଲ୍ଲା ଧର୍ମ ଜାଗରଣ ସେନା ପକ୍ଷରୁ ପ୍ରାନ୍ତ ଯୋଜନା ଅନୁସାରେ ଏକ ସନ୍ଥ ସମ୍ମିଳନୀ କେନ୍ଦ୍ରାପଡ଼ା ଜିଲ୍ଲାରେ କରାଯିବା ପାଇଁ ଯୋଜନା କରାଯାଇଛି। ଏହି କାର୍ଯ୍ୟକ୍ରମ କିଭଳି ସରସ ସୁନ୍ଦର କରାଯାଇପାରିବ ସେଥିପାଇଁ ପ୍ରାନ୍ତୀୟ ଅଧିକାରୀ ମାନେ କେନ୍ଦ୍ରାପଡ଼ା ଜିଲ୍ଲା ଗ୍ରସ୍ଥ କରି ଶିବାନନ୍ଦ ଆଶ୍ରମରେ ସନ୍ଥ ସମ୍ମିଳନୀ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାନ୍ତ ସଂସ୍କୃତି ପ୍ରମୁଖ ସ୍ମୃତି ସାଗର ମହାରାଜ, ପ୍ରାନ୍ତ ସାଧୁସନ୍ଥ ପ୍ରମୁଖ ତ୍ରୈଲୋକ୍ୟ ଦାସ ମହାରାଜ,ସହ ପ୍ରାନ୍ତ ସଂସ୍କୃତି ପ୍ରମୁଖ ଶରତ ଚନ୍ଦ୍ର କର, ପ୍ରାନ୍ତ ବିଧି ପ୍ରମୁଖ ଚନ୍ଦ୍ର କାନ୍ତ ପ୍ରଧାନ, ଯାଜପୁର ଜିଲ୍ଲା ସଂସ୍କୃତି ପ୍ରମୁଖ ଅରବିନ୍ଦ ପଟ୍ଟନାୟକ, ସାଧୁ ସନ୍ଥ ପ୍ରମୁଖ ସୁନିଲ ଦାସ, ଧର୍ମ ଜାଗରଣ ପ୍ରମୁଖ ରାଜେନ୍ଦ୍ର ଗିରି, କେନ୍ଦ୍ରାପଡ଼ା ଜିଲ୍ଲା ଧର୍ମ ଜାଗରଣ ସହ ସଂଯୋଜକ ଶଶାଙ୍କ କୁମାର ଜେନା, ଜିଲ୍ଲା ପ୍ରଶାସନିକ ପ୍ରମୁଖ ମାଧବ ପ୍ରଧାନ, କେନ୍ଦ୍ରାପଡ଼ା ଜିଲ୍ଲା ସଂସ୍କୃତି ପ୍ରମୁଖ ପ୍ରତାପ ରାଉତ, ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ, ବିଶ୍ୱରୂପ ନନ୍ଦ ସରସ୍ୱତୀ, ପାର୍ବତୀ ବେହେରା, ଅଭିଜିତ ଦାସ, ନିକେତନ ଜେନା ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ରାପଡ଼ା ଜିଲ୍ଲାରେ ହେବାକୁ ଥିବା ସନ୍ଥ ସମ୍ମିଳନୀକୁ କିଭଳି ଭବ୍ୟ ଦିବ୍ୟ କରାଯିବ ସେ ବିଷୟରେ ଆଲୋଚନା କରିଥିଲେ।


Next Post

ହରିହରାନନ୍ଦ ଧ୍ୟାନମନ୍ଦିରରେ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ

Sun Jul 27 , 2025
ପରମହଂସ ପଜ୍ଞାନନ୍ଦଜୀ ୬୬ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ପଟ୍ଟାମୁଣ୍ଡାଇ ୨୫/୭ କଳ୍ପତରୁ ନାୟକ-ପରମହଂସ ପଜ୍ଞାନନ୍ଦଜୀ ୬୬ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଅଗଷ୍ଠ ୧୦ ରେ ରକ୍ତଦାନ ଶିବର ଆୟୋଜନକୁ ନେଇ ଏକ ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ହରିହରାନନ୍ଦ ଧ୍ୟାନମନ୍ଦିର ବେଲତଳ ଠାରେ ଅନୁଷ୍ଠିତ ହୋଇଯାଇଛି । ବାବା ଦୁଷ୍ମନ୍ତ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସ୍ୱାମୀ ସୁଗିଦାନନ୍ଦ ଗିରି, ସ୍ୱାମୀ ବ୍ରଜେଶାନନ୍ଦ ଗିରି , ସ୍ୱାମୀ […]

KANIKA