ଭେଣ୍ଡିଂ ଜୋନ୍ ଖତ ଖାଉଛି, ରାସ୍ତାକଡ ଫୁଟ୍‌ପାଥ୍‌ରେ ବେପାରୀ ଦିଆଯାଉନି ଭେଣ୍ଡିଂ ଜୋନ୍‌ କେନ୍ଦ୍ରାପଡ଼ା ଜିଲ୍ଲାର ଦ୍ୱିତୀୟ ବୃହତମ ସହର ତଥା ଓଡିଶାର ପ୍ରସିଦ୍ଧ ବାଣିଜ୍ୟ ପେଣ୍ଠ ପଟ୍ଟାମୁଣ୍ଡାଇ ସହରରୁ ଟ୍ରାଫିକ ସମସ୍ୟା ଦୂର କରିବା ନିମନ୍ତେ ରାସ୍ତାକଡ଼ ଓ ଫୁଟପାଥ୍ ବ୍ୟବସାୟୀଙ୍କୁ କିଭଳି ଥଇଥାନ କରିହେବ ସେ ନେଇ ବିଭିନ୍ନ ସ୍ଥାନରେ ପୌରପ୍ରଶାସନ ପକ୍ଷରୁ ଭେଣ୍ଡିଂ ଜୋନ କରାଯାଇଥିଲା । ତେବେ ଭେଣ୍ଡିଂ ଜୋନ୍ ନିର୍ମାଣ କରାଯାଇଥିଲେ ମଧ୍ୟ […]

ପଟ୍ଟାମୁଣ୍ଡାଇ ତା ୧୭/୬-ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମ ଏନ ହାଇସ୍କୁଲର ୧୯୭୮ମାଟ୍ରିକ ବ୍ୟାଚ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।  ପ୍ରାକ୍ତନ ଅଧ୍ୟାପକ ବିରଜାନନ୍ଦ ମହାନ୍ତିଙ୍କ ପୌରହିତ୍ୟରେ ଆୟୋଜିତ ଗୁରୁ ପୂଜନ ଓ ବନ୍ଧୁମିଳନ ଉତ୍ସବରେ ପୁରାତନ ଶିକ୍ଷକ ଖଗେଶ୍ୱର ପରିଡା, ପରୀକ୍ଷିତ ରାୟ,କୃଷ୍ଣ ଚନ୍ଦ୍ର ପଣ୍ଡା ଓ ଗୋପାଳ ଚନ୍ଦ୍ର ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏମ ଏନ ହାଇସ୍କୁଲର ଗୌରବମୟ […]

କେନ୍ଦ୍ରାପଡ଼ା,୧୭ା୭: କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଫକିରାବାଦ୍ ଉର୍ଦ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସେକ ମନସୁର ଅଲ୍ଲୀଙ୍କୁ ଉତ୍କଳ ସନ୍ତାନ ସମ୍ମାନ ପ୍ରଦାନ କରାଯାଇଛି । ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ କଟକସ୍ଥିତ କଳାବିକାଶ କେନ୍ଦ୍ରରେ ଅନୁଷ୍ଠିତ ଏକ ଉତ୍ସବରେ ଓଡିଶା ଉଚ୍ଚନ୍ୟାୟାଳୟର ଅବସରପ୍ରାପ୍ତ ନ୍ୟାୟାଧୀଶ ଏ.ଏସ. ନାଇଡୁ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ ଲୋକପାଳ ବିଭୂ ପ୍ରସାଦ ପରିଡା, କଟକ- ବାରବାଟୀର […]

କେନ୍ଦ୍ରାପଡ଼ା,୧୭ା୭: କେନ୍ଦ୍ରାପଡାରେ ଇଦ୍‌-ଉଲ- ଜୁହା ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି । ଏହା ହେଉଛି ମୁସଲମାନ ଭାଇମାନଙ୍କର ବଳିଦାନର ପର୍ବ । ଏହି ପର୍ବ ତିନିଦିନ ଧରି ପାଳନ ହେବାକୁ ଥିବା ବେଳେ ପ୍ରଥମ ଦିନ ସମୁହ ନମାଜ ପାଠ କରାଯାଇଥାଏ । ପୁରୁଣା ଇଦଘା, ନୂଆ ଇଦଘା, ମିନାର ମସଜିଦ୍‌, ଫକିରାବାଦ୍ ମସଜିଦ୍‌, ଜୟୀପୁରା, ରଣପଡା, ଗରାପୁର, ଭରତପୁର, ତିଳତ୍ତମାଦେଇପୁର ପ୍ରଭୃତି ମସଜିଦ୍‌ରେ ଆଜି ସମୁହ ନମାଜ […]

ଦେବାଳିଆ ମୌସୁମୀ ଧାନ ଚାଷକୁ ପ୍ରଭାବିତ , କିସମ ପରିବର୍ତନ ଯୋଗୁ ପଡିଆ ପଡୁଛି ଜମି କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ନିଅଂଟିଆ ବର୍ଷା ଏବଂ ଚାଷ ଖର୍ଚ୍ଚ ବୃଦ୍ଧିକୁ ନେଇ ମହାସଙ୍କଟରେ ପଡିଛନ୍ତି ଚାଷୀ । ଏପରି କି ଅନେକ ଚାଷୀ ଚାଷ କାର୍ଯ୍ୟରୁ ନିଜକୁ ଦୂରେଇ ନେଲେଣି । ଗୋଟିଏପଟେ ପ୍ରାକୃତିକ ବିପର୍ଯ୍ୟୟ, ଅନ୍ୟପଟେ ଚାଷ କାର୍ଯ୍ୟରେ ହେଉଥିବା ଖର୍ଚ୍ଚ ସେମାନଙ୍କ ଆର୍ôଥକ ମେରୁଦଣ୍ଡକୁ ଦୋହଲାଇ ଦେଉଛି […]

କେନ୍ଦ୍ରାପଡା, ୧୬/୬: ଓଡିଶାର ଅନ୍ୟତମ କୃଷିଭିତ୍ତିକ ଗଣପର୍ବ ପବିତ୍ର ରଜ ଅବସରରେ କଟକ ଜିଲ୍ଲା ନିଶ୍ଚନ୍ତକୋଇଲି ବ୍ଲକ ଅନ୍ତଗର୍ତ ମୁଗୁରିଆ, ଉତରକୂଳ ଏବଂ ମେହେନ୍ଦିପୁର ଗ୍ରାମର ପୁଣ୍ୟୋତୟା ଶୁକ୍‌ପାଇକା ନଦୀ ପଠାରେ ଅବସ୍ଥିତ ଶ୍ରୀଶ୍ରୀ ନୀଳକଣ୍ଠେଶ୍ୱର ମହାଦେବ ଟ୍ରଷ୍ଟ ଆନୁକୂଲ୍ୟରେ ମନ୍ଦିର ବେଢାରେ ଦୁଇଦିନ ଧରି ପ୍ରଥମ ରଜ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମନ୍ଦିରର ପ୍ରାଣ ପ୍ରତିଷ୍ଠାତା ବିଶିଷ୍ଟ ସମାଜସେବୀ ତଥା ଆଧ୍ୟାତ୍ମବାଦୀ ସେତୁପୁରୁଷ […]

କେନ୍ଦ୍ରାପଡ଼ା, ୧୬/୬: ଶାନ୍ତି ଶୃଙ୍ଖଳାର ସହ ଇଦ-ଉଲ-ଜୁହା ପର୍ବ ପାଳନ ପାଇଁ ଆଜି ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଦିବା ୧୧ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନୀଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳ, ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଏସଡିପିଓ ଦେବେନ୍ଦ୍ର ମଲ୍ଲିକ, କେନ୍ଦ୍ରାପଡ଼ା ବିଡିଓ ବନ୍ଦନା ଖଟୁଆ, ଟାଉନ […]

କେନ୍ଦ୍ରାପଡ଼ା, ୧୬ା୬: କେନ୍ଦ୍ରାପଡା ସହର ବଡହାଟ ଗ୍ରାମର ଲଳିତ କୁମାର ସାହୁଙ୍କ ପୁତ୍ର ସଞ୍ଜୟ କୁମାର ସାହୁ ଗତ ମେ ମାସ ୨୨ ତାରିଖ ଦିନ ତାଙ୍କର ଦୁତିଆଳ ମୌଜାରେ ଥିବା ଓରିଜିନାଲ ଖତିୟାନ ହଜିଯାଇଛି । ଘଟଣାରୁ ପ୍ରକାଶ ଯେ ଶ୍ରୀ ସାହୁଙ୍କ ଖତିୟାନ ନମ୍ବର ୬୪୯/୯୨ ଓ ପ୍ଲଟ୍ ନମ୍ବର ୨୯୧ର ୬୬ ଡିସମିଲ୍‌ର ଭରତପୁର ରାଜସ୍ୱ କାର୍ଯ୍ୟାଳୟକୁ ପାଉତି କାଟିବାକୁ ଯିବା ସମୟରେ କୌଣସି ସ୍ଥାନରେ […]

  କେନ୍ଦ୍ରାପଡା, ୧୬/୬: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର ପ୍ରସିଦ୍ଧ ଦକ୍ଷିଣକାଳୀ ମନ୍ଦିର ପରିସରରେ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ସଂଗଠନ ବାଗ୍‌ଦେବୀ କଳାମନ୍ଦିର ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ରଜ ମହୋତ୍ସବ-୨୦୨୪ ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ସଂଗୀତ ନିର୍ଦ୍ଦେଶକ ସତ୍ୟପ୍ରିୟ ଦାସଙ୍କ ପୌରହିତ୍ୟରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡାରୁ ନବନିର୍ବାଚିତ ବିଧାୟକ ଗଣେଶ୍ୱର ବେହେରା, ମୁଖ୍ୟବକ୍ତା ଭାବେ କେନ୍ଦ୍ରାପଡାର ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର, ଭୁବନେଶ୍ୱରର ବିଶିଷ୍ଟ ପରିବେଶବିତ୍ ଶରତ ପଟ୍ଟନାୟକ, […]

ଭୁବନେଶ୍ୱର-୧୫/୦୬:-ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ପ୍ରଥମ ବିଜେପି ସରକାର ଗଠନ ହେବାର ୩ ଦିନ ପରେ ଆଜି ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜ ପାଖରେ ଗୃହ, ଅର୍ଥ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସୂଚନା ଓ ଲୋକସମ୍ପର୍କ, ଜଳସମ୍ପଦ, ଯୋଜନା ଓ ସଂଯୋଜନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ରଖିଛନ୍ତି । ସରକାରିଆ କମିଶନର ପ୍ରାବଧାନ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ  ବ୍ଲକ ଅନ୍ତର୍ଗତ ତରଡ଼ିପାଳ ପଂଚାୟତର ବିଶିଷ୍ଟ ସମାଜସେଵୀକା ମହିୟସୀ ମହିଳା ଦିବଙ୍ଗତା ତୁଳସୀ ବିଶ୍ୱାଳଙ୍କ ସ୍ମୃତି ଉଦେଶ୍ୟରେ ତୁଳସୀ ମେଧା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ତରଡ଼ିପାଳ ହାଇସ୍କୁଲ ପଡିଆରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଚଳିତ ମାଟ୍ରିକ ଓ +୨ ପରୀକ୍ଷାରେ ଧୋୟାଞ୍ଚଳର ହାଇସ୍କୁଲ ଓ କଲେଜର ଟପରମାନଙ୍କୁ ତୁଳସୀ ମେଧା ସମ୍ମାନରେ ସମ୍ମାନିତ କରାଯାଇଛି । ସମାଜସେବୀ ଫିରୋଜ ବିଶ୍ୱାଳଙ୍କ […]

କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅଧିନ ସାନଅଢଙ୍ଗା ଗ୍ରାମ ସନ୍ନିକଟସ୍ଥ ଏକ ମଦ କାଉଁଟର ପାଖରେ ଜଣେ ପ୍ରାକ୍ତନ ସେନା କର୍ମଚାରୀ ପ୍ରମୋଦ ରାଉତଙ୍କୁ ଆଜି ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଛୁରା ମାଡ଼ରେ ପ୍ରମୋଦଙ୍କ ବାମପଟ ଛାତିରେ ଗଭୀର କ୍ଷତ ସୃଷ୍ଟି ହେବାରୁ ତାଙ୍କୁ ଚିକିତ୍ସା ପାଇଁ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ପ୍ରମୋଦ ବାଇକରେ ଫେରୁଥିବା ବେଳେ ଧସନାପାରି ମଦ […]

କେନ୍ଦ୍ରାପଡ଼ା, ୧୫ା୬: ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ଛତାସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନରେ ତାଲିମ ଗ୍ରହଣ କରି ସାରିଥିବା ମହିଳାମାନଙ୍କୁ ୩୫ଟି ସିଲେଇ ମେସିନ ପ୍ରଦାନ କରାଯାଇଛି । ଭାରତୀୟ ଷ୍ଟେଟ ବ୍ୟାଙ୍କର ପାରାଦ୍ୱୀପ ଆଞ୍ଚଳିକ କ୍ଷେତ୍ରୀୟ କାର୍ଯାଳୟ ପକ୍ଷରୁ କର୍ପୋରେଟ ସାମାଜିକ ଦାୟିତ୍ୱବୋଧର ଏକ କାର୍ଯ୍ୟକ୍ରମରେ ଯୋଗଦାନ କରି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର ଏବଂ […]

କେନ୍ଦ୍ରାପଡ଼ା, ୧୬/୪- କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୨ କିଲୋମିଟର ଦୂର କେନ୍ଦ୍ରାପଡା ବ୍ଲକ ଅଧିନ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଦୁତିଆଳ ଗ୍ରାମରେ ସମସ୍ତ ଯୋଜନା ଫେଲ ମାରିଛି । ସ୍ୱଚକ୍ଷୁରେ ନ ଦେଖିଲେ ବିଶ୍ୱାସ କରି ହେବନାହିଁ । ପଞ୍ଚାୟତ ବାସୀ ଭାବିଥିଲେ ଜଳକଷ୍ଟରୁ ମୁକ୍ତି ମିଳିବ । ସମସ୍ତଙ୍କ ଘରେ ଘରେ ପିଇବା ପାଣି ପହଞ୍ଚିବ । ଶ୍ୟାମସୁନ୍ଦରପୁର ପଞ୍ଚାୟତ ଦୁତିଆଳ ଗ୍ରାମର ୧୯ନଂ ୱାର୍ଡରେ ଜଳକଷ୍ଟକର […]

କେନ୍ଦ୍ରାପଡା ୧୫/୬- କେନ୍ଦ୍ରାପଡା ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଶ୍ରୀ ଶ୍ରୀ ମା କାକଟ ମଙ୍ଗଳା କ୍ଳବ୍ ଆନୁକୁଲ୍ୟରେ ପବିତ୍ର ରଜପର୍ବ ଉପଲକ୍ଷେ ଏକ ବିରାଟ ରଜ ମହୋତ୍ସବ ଶୁକ୍ରବାର ପ୍ରଥମ ରଜ ଉପଲକ୍ଷେ ଉଦଘାଟିତ ହୋଇଯାଇଅଛି । ଏହି ଉତ୍ସବକୁ ଉଦଘାଟିତ କରିଛନ୍ତି କେନ୍ଦ୍ରାପଡ଼ା ପୌରପରିଷଦର ପୌରପାଳିକା ସରିତା ସାହୁ । ଅନୁଷ୍ଠାନର ସଭାପତି ତଥା ୧୭ନଂ ୱାର୍ଡ କାଉନସିଲର ଉମେଶ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ସମ୍ପାଦକ ହାଡିବନ୍ଧୁ […]

କେନ୍ଦ୍ରାପଡ଼ା, ୧୪ା୬: ରଜପର୍ବ ପାଇଁ ଗୁଲନଗର ପଞ୍ଚାୟତର ୨୧ନମ୍ବର ୱାର୍ଡରେ ଗରୀବ ସଂଖ୍ୟାଲଘୁ ଓ ଅନ୍ୟ ସଂପ୍ରଦାୟର ଲୋକମାନଙ୍କ ପୁଅ ଓ ଝିଅମାନଙ୍କୁ ସମାଜସେବୀ ସୁଶାନ୍ତ କୁମାର ଦାଶ ନୂଆ ଡ୍ରେସ ପ୍ରଦାନ କରିଛନ୍ତି । ଏହି ଉପଲକ୍ଷେ ଗୁଲନଗର ଗ୍ରାମପଞ୍ଚାୟତର ୨୧ନମ୍ବର ୱାର୍ଡରେ ଥିବା ରାମମନ୍ଦିର ନିକଟରେ ଆଜି ସକାଳୁ ସମାଜସେବୀ ଶ୍ରୀ ଦାଶ ପହଞ୍ଚି ରଜ ଉପଲକ୍ଷେ ଗରୀବ ଲୋକଙ୍କ ଝିଅ ଓ ପୁଅମାନଙ୍କୁ ନୂଆ ଡ୍ରେସ […]

BBSR୧୪ା୬: ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଭୁବନେଶ୍ୱରରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଜୟପୁର ବାସୀଙ୍କ ଆର୍ଶିବାଦରୁ ସେ ବିଧାୟକ ହୋଇଛନ୍ତି । ମା ଭଗବତୀ, ମା ଜଗତ ଜନନୀଙ୍କ ଆର୍ଶିବାଦରୁ ବିଜୟ ହୋଇଛି । ଜଗନ୍ନାଥଙ୍କ ଆର୍ଶିବାଦରୁ ସେ ରାଜ୍ୟରେ ପରିଚିତ ହୋଇଛନ୍ତି ବୋଲି ସୁଚନା ଦେଇଛନ୍ତି । ରାଜ୍ୟରେ କଂଗ୍ରେସ ସରକାର ନଥିଲେ ବି ଲୋକଙ୍କ ପାଇ କାମ କରିବି । ବିଧାନସଭାରେ କଂଗ୍ରେସ ହିଁ […]

ଓଡ଼ିଶାର ଗଣ ପର୍ବ ଭାବେ ପରିଚିତ ରଜ ମହୋତ୍ସବ ପାଇଁ ଗାଁ ଠୁ ସହର ବେଶ ଉତ୍ସବମୁଖର । ଗୁରୁବାର ଥିଲା ସଜବାଜ ଏଥିପାଇଁ ପଟ୍ଟାମୁଣ୍ଡାଇରେ ରଜ ପାଇଁ ବଜାର ସରଗରମ ହୋଇପଡିଛି । ପ୍ରବଳ ଖରା ଗୁଳୁଗୁଳି ଦିନବେଳା ବେପାରକୁ କିଛି ମାତ୍ରାରେ ପ୍ରଭାବିତ କରିଥିବା ବେଳେ ରାତିରେ ବେପାର ଜମୁଛି । ସଂଧ୍ୟା ବେଳେ ବିଭିନ୍ନ କପଡା ଦୋକାନ, ମିଠା, ପନିପରିବା, ଫଳ, ଜୋତାଚପଲ ଓ କସମେଟିକଟେସନାରୀ […]

କେନ୍ଦ୍ରାପଡ଼ା, ୧୩ା୬: ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ କେନ୍ଦ୍ରାପଡ଼ା ବହୁ ପ୍ରାକୃତିକ ବିପର୍ଯ୍ୟୟକୁ ବାରମ୍ବାର ସାମନା କରିଆସିଛି । ତେଣୁ ସମ୍ଭାବ୍ୟ ବନ୍ୟା, ବାତ୍ୟା ଓ ମରୁଡ଼ିକୁ ଦୃଷ୍ଟିରେ ରଖି ତାହାର ସଫଳ ମୁକାବିଲା ନିମନ୍ତେ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ‘ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି’ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନବନିର୍ବାଚିତ ପାଟକୁରା […]

କେନ୍ଦ୍ରାପଡ଼ା, ୧୨ା୬: ନବ ନିର୍ବାଚିତ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାବଗତପୁର ପଞ୍ଚାୟତକୁ ଗସ୍ତ କରି ପ୍ରଥମେ ଚଣ୍ଡୀବଜାରସ୍ଥିତ ମା’ ରାମଚଣ୍ଡୀ ଦେବୀଙ୍କୁ ଦର୍ଶନ କରି ଆଶ୍ରିର୍ବାଦ ନେବା ପରେ ସ୍ୱର୍ଗତ ଭାଗବତ ସ୍ୱାଇଁଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ଏହାପରେ ହୃଦଘାତରେ ମୃତ୍ୟୁବରଣ କରିଥିବା ସିମଳଦାର ଶିବ ବେହେରାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ପରେ ଅସୁସ୍ଥ ଥିବା ପ୍ରଭାକର ମଲିକଙ୍କ […]

  କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ତାଳୁକ ଆଇନ ସେବା ସମିତିର ଅଧ୍ୟକ୍ଷ ସିନିଅର ସିଭିଲ ଜର୍ଜ ସୁଶ୍ରୀ ସଂଗୀତା ମଲ୍ଲିକଙ୍କ ନିର୍ଦ୍ଦେଶରେ ବୁଧବାର ତାଲୁକ ଆଇନ ସେବା ସମିତି ପକ୍ଷରୁ ବାଲିପଡ଼ା ନୋଡାଲ ଉପ୍ରା ବିଦ୍ୟାଳୟ ଠାରେ ଶିଶୁ ଶ୍ରମିକ ନିବାରଣ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବାର ଆସୋସିଏସନ କୋଷାଧକ୍ଷ ଆଇନୀଜୀବୀ ଧୀରେନ୍ଦ୍ର ନାଥ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ତାଲୁକ ଫ୍ରଟଂ ଅଫିସର […]

କେନ୍ଦ୍ରାପଡ଼ା, ୧୨ା୬: ଦିନ ଥିଲା କେନ୍ଦ୍ରାପଡାକୁ ମନ୍ତ୍ରୀପଡା ବୋଲି କୁହାଯାଉଥିଲା । ଜିଲ୍ଲାରେ ଏକାଥରକେ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ୩/୪ଜଣ ମନ୍ତ୍ରୀ ଥିବା ବେଳେ କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରୁ କେନ୍ଦ୍ରମନ୍ତ୍ରୀ ଏବଂ ଲୋକସଭା ବାଚଷ୍ପତି ମଧ୍ୟ ଥିଲେ । ଆଜି କିନ୍ତୁ ସମୟ ବଦଳି ଯାଇଛି । କେନ୍ଦ୍ରାପଡାର ସେ ହୃଦଗୈାରବକୁ ଆଜି ଆଉ ଗୁରୁତ୍ୱ ଦିଆଯାଉନି । କେନ୍ଦ୍ରାପଡା ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଏକମାତ୍ର […]

କେନ୍ଦ୍ରାପଡା ୧୨ା୬ – କେନ୍ଦ୍ରାପଡ଼ାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଆମ ଗାଁ ସାହିତ୍ୟ ପରିଷଦ ତରଫରୁ ଶ୍ୟାମସୁନ୍ଦରପୁର୍ ସ୍ଥିତ ଚଣ୍ଡିଆ ପାଲେସ୍ ପରିସରରେ କବି ଲେଖକ ଓ କଳାକାର ସମ୍ମିଳନୀରେ ପରିଷଦର ସଭାପତି ନାଟ୍ୟକାର ସଞ୍ଜୟ କୁମାର ମଲ୍ଲିକଙ୍କ ନାଟ୍ୟ ପୁସ୍ତକ ଶେଷ ଠିକଣା ଲୋକାର୍ପଣ ହୋଇ ଯାଇଛି । ପ୍ରଥମ ଅଧିବେଶନରେ ହୋଇଥିବା କବିତା ପାଠୋତ୍ସବରେ ବିଶିଷ୍ଟ ସ୍ତମ୍ବକାର ଡ. ସର୍ବେଶ୍ୱର ସେଣଙ୍କ ଅଧ୍ୟକ୍ଷତା କରିଥିଲେ । ଅନ୍ୟତମ […]

କେନ୍ଦ୍ରାପଡ଼ା,୧୨ା୬: କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରରେ ବିଜୟ ଲାଭ ପରେ ନବ ନିର୍ବାଚିତ ବିଧାୟକ ଗଣେଶ୍ୱର ବେହେରା ମଙ୍ଗଳବାର ବିଜୟ ଶୋଭାଯାତ୍ରାରେ ବାହାରି ଚନ୍ଦନପୁର ପଞ୍ଚାୟତରେ ଧନ୍ୟବାଦ ପଦଯାତ୍ରାରେ ବୁଲିଛନ୍ତି । ଜଗନ୍ନାଥ ବିଦ୍ୟାପୀଠ ପାଖରୁ ପଦଯାତ୍ରା ଆରମ୍ଭ ହୋଇ ଗାନ୍ଧୀଛକ, ବସ୍‌ଷ୍ଟାଣ୍ଡ ଦେଇ ଦଧିବାମନଜୀଉ ମନ୍ଦିରରେ ଶେଷ ହୋଇଥିଲା । ପଞ୍ଚାୟତର ବିଭିନ୍ନ ସ୍ଥାନରେ ବିଧାୟକ ଶ୍ରୀ ବେହେରାଙ୍କ ସମେତ ପଞ୍ଚାୟତର ପ୍ରତିନିଧି ଓ ସମସ୍ତ କର୍ମୀମାନଙ୍କ ସହ ପଦଯାତ୍ରା […]