ଅଗ୍ନିବୀର(ବାୟୁସେନା)ଚୟନ ନିମନ୍ତେ ପରାମର୍ଶ ଶିବିର


କେନ୍ଦ୍ରାପଡ଼ା, ୨୬ା୭: ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ କାରଗିଲ ବିଜୟ ଦିବସ ଅବସରରେ ଅଗ୍ନିବୀର (ବାୟୁସେନା) ଚୟନ ନିମନ୍ତେ ଏକ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ, କେନ୍ଦ୍ରାପଡ଼ା ସାନ୍ଧ୍ୟ ମହାବିଦ୍ୟାଳୟ ଏବଂ ଛତାସ୍ଥିତ ସରକାରୀ ପଲିଟେକନିକ୍‌ଠାରେ ଏହିି ଶିବିର ଆୟୋଜନ ହୋଇଥିଲା । ଏହି ଶିବିରରେ ଭୁବନେଶ୍ୱରସ୍ଥିତ ୯ ଏୟାରମ୍ୟାନ୍ ଚୟନ କେନ୍ଦ୍ରର ସରଜେଂଟ୍ ଦୀପକ ଏବଂ ରାହୁଲ ଯୋଗଦେଇ ବାୟୁସେନାରେ ଭର୍ତ୍ତିର୍ ନିମନ୍ତେ ଆବଶ୍ୟକୀୟ ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ବିଷଦ୍ ବର୍ଣ୍ଣନା କରିଥିଲେ । ଅନ୍ ଲାଇନ୍ ଫର୍ମ ପୁରଣଠାରୁ ଶାରୀରିକ ପରୀକ୍ଷା ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି ସମ୍ପର୍କରେ ଆଶାୟୀ ପିଲାଙ୍କୁ ଗୋଟିଗୋଟି କରି ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଘନଶ୍ୟାମ ସା, ସମ୍ପୃକ୍ତ କଲେଜ୍‌ର ଅଧ୍ୟକ୍ଷ ଓ କର୍ମଚାରୀମାନେ ଆବଶ୍ୟକୀୟ ମନ୍ତବ୍ୟ ପ୍ରଦାନ କରିଥିଲେ । ୧୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ଶିବିରରେ ଅଂଶଗ୍ରହଣ କରି ଅଗ୍ନିବୀର (ବାୟୁ ସେନା)ରେ ନିଜର କ୍ୟାରିୟର କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ।

 


Next Post

ନକଲି ଡାକ୍ତର ଗିରଫ

Sat Jul 27 , 2024
କେନ୍ଦ୍ରାପଡ଼ା, ୨୬ା୭- କେନ୍ଦ୍ରାପଡ଼ା ସହରରୁ ଜଣେ ନକଲି ଡାକ୍ତରଙ୍କୁ ଟାଉନ୍ ଥାନା ପୋଲିସ ଗିରଫ୍ କରିଛି । ଖବର ନେବାରୁ ଜଣାପଡିଛି ଯେ – ପୌରପରିଷଦର ୮ – ନଂ ୱାର୍ଡ ସ୍ଥିତ ଜଣେ ଯୁବକ ୨୦୧୮ ମସିହାରୁ ନିଜ ଘରେ ଏକ ପ୍ରାଇଭେଟ୍ କ୍ଲିନିକ କରି ସେଠାରେ ରକ୍ତ, ମଳ, ମୂତ୍ର ଓ ଇସିଜି ପ୍ରଭ୍ରୁତି ପରୀକ୍ଷା କରିବା ସହିତ ନିଜକୁ ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଡାକ୍ତର […]