କେନ୍ଦ୍ରାପଡ଼ା, ୫/୮: କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଲୟର ଚତୁର୍ଥ ଶ୍ରେଣୀର ଜଣେ କର୍ମଚାରୀଙ୍କ ମନମୁଖି କାର୍ଯ୍ୟକଳାପ ବିରୋଧରେ ପୁରାତନ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ସେମାନେ ଏହି ଦବଙ୍ଗଗିରୀ କର୍ମଚାରୀକୁ ସରକାରୀ ଉଚ୍ଚ ବିଦ୍ୟାଳୟରୁ ବଦଳି ନିମନ୍ତେ ଦାବି କରିଛନ୍ତି । ଏହି ଦାବି ପୁରଣ ନହେଲେ ପୁରାତନ ଛାତ୍ରଛାତ୍ରୀମାନେ ସ୍କୁଲ ସାମନାରେ ଅହୋରାତ୍ର ଧାରଣା ଦେବେ ବୋଲି ସୁଚାଇଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ ଏହି […]

କେନ୍ଦ୍ରାପଡ଼ା, ୫ା୮: କେନ୍ଦ୍ରାପଡ଼ା ସଦର ମହକୁମାରେ ଆଜି ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡ଼ା ମୁନିସିପାଲିଟି ଟାଉନ୍‌ହଲ୍‌ଠାରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର, ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଅତିରିକ୍ତ ଉପଜିଲ୍ଲାପାଳ ଅଶୋକ କୁମାର ଦାସ, ଜିଲ୍ଲାପରିଷଦର ଉପ-ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାସିନ୍ଧୁ […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ଗୌରବମୟ ସରକାରୀ ଶିକ୍ଷାନୁଷ୍ଠାନ ଏମଏନ ହାଇସ୍କୁଲ ୧୯୮୬ ବ୍ୟାଚ ପୁରାତନ ଛାତ୍ରସଂସଦ ପକ୍ଷରୁ ବିଶ୍ୱ ବନ୍ଧୁତ୍ୱ ଦିବସ ଅବସରରେ ହାଇସ୍କୁଲ ଠାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ କେନ୍ଦ୍ରାପଡ଼ା ଏଡିଏମ ନିଲୁ ମହାପାତ୍ର ଉଦଘାଟନ କରିଥିଲେ । ଏଥିରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, ବିକାଶ ପରିଷଦ ସମ୍ପାଦକ ଗୋପୀନାଥ ତ୍ରିପାଠୀ, ଚିତ୍ରଶିଳ୍ପୀ […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ମଣ୍ଡଳ ଶିକ୍ଷା ଅଧିକାରୀ ଅଧିନରେ ଥିବା ୬୬ ଶିକ୍ଷୟତ୍ର/ଶିକ୍ଷକଙ୍କ ଡେପୁଟେସନ ଅର୍ଡରକୁ ଜିଲା ଶିକ୍ଷାଧିକାରୀ ବାତିଲ କରିବା ପ୍ରତିବାଦରେ ଗତକାଲି ପଟ୍ଟାମୁଣ୍ଡାଇ ଅଂଚଳର ୧୫ଟି ସ୍କୁଲରେ ତାଲା ପଡିବା ସହିତ ଛାତ୍ରଛାତ୍ରୀ ଓ ଅଭିଭାବକ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇ ସହିତ ବିଭିନ୍ନ ମହଲରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅପ୍ରତ୍ୟାଶିତ ଅର୍ଡରକୁ ସମାଲୋଚନା କରାଯାଇଥିଲା । ପରିସ୍ଥିତି ଅଣାୟତ ହେଉଥିବା ଘଟଣା ସଂପର୍କରେ ଅନୁଧ୍ୟାନ କରି ଜିଲ୍ଲା […]

କେନ୍ଦ୍ରାପଡ଼ା, ୪ା୮: ପାର୍ବତୀ ଗୋବିନ୍ଦ ସ୍ମୃତି ସଂସଦର କେନ୍ଦ୍ରାପଡା ଜିଲ୍ଲା ସଂଯୋଜକ ସୁଦର୍ଶନ ମହାପାତ୍ରଙ୍କ ସଂଯୋଜନା ଏବଂ ଶଶଧର ପଣ୍ଡାଙ୍କ ସଭାପତିତ୍ୱରେ ଗରାପୁରସ୍ଥିତ ଶ୍ରୀଗୋପାଳଜୀଉ ମନ୍ଦିର ପରିସରରେ ଓଡିଆ ଭାଷା ସାହିତ୍ୟ ସମ୍ପର୍କିତ ଏକ ଆଲୋଚନାଚକ୍ର ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଭୀମସେନ ଭୂୟାଁ, ମୁଖ୍ୟବକ୍ତା ଭାବେ କବି ମାନସୀପ୍ରଭା ସ୍ୱାଇଁ, ଅତିଥି ଭାବେ ଦୀନବନ୍ଧୁ ସାହୁ, କେଶବ ଚନ୍ଦ୍ର ରାଉତ […]

କେନ୍ଦ୍ରାପଡ଼ା ଜିଲ୍ଲା ଯାତ୍ରା କମିଟି ସଂଘ ର କାର୍ଯ୍ୟକର୍ତ୍ତା ମାନଙ୍କ ବୈଠକ ରବିବାର ସକାଳ ୧୦ ଘଟିକା ସମୟରେ ଗରା ପୁର୍ ଡାକ ବଙ୍ଗଳା ଠାରେ ଜିଲ୍ଳା ସଭାପତି ମିହିର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଯାତ୍ରା ମାଲିକ ମାନଙ୍କର ପ୍ରତିବର୍ଷ ମନଇଚ୍ଛା ଦର ବୃଦ୍ଧି, ଯାତ୍ରା ପରିବେଷଣ ସମୟରେ ଡିଜେଲ, ଜାଳେଣି କାଠ, କଳାକାର ମାନଙ୍କର ରହିବା ପାଇଁ ମନପସନ୍ଦର ଘର ଇତ୍ୟାଦି ୧୧ ଦଫା ଦାବି […]

କେନ୍ଦ୍ରାପଡା,୪/୮: ମାଧପୁରସ୍ଥିତ ପୁନର୍ବାସ ପରିସରରେ ପଦ୍ମା ରାଉତ ଭିନ୍ନକ୍ଷମ ବାଳିକା ମେଧାବୃତ୍ତି ଓ ସଫଳ ସମର୍ଥା ସମ୍ମାନ ପ୍ରଦାନ କରାଯାଇଛି । ବିଶିଷ୍ଟ କଥାକାର ତଥା ପୁନର୍ବାସର ମୁଖ୍ୟ ଉପଦେଷ୍ଟା ଡ଼. ବିରଜା ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ କବି ତଥା ପ୍ରାକ୍ତନ ଅଧ୍ୟକ୍ଷା ଡ. ଅପର୍ଣ୍ଣା ମହାନ୍ତି, ବିଶିଷ୍ଟ ଚିକିତ୍ସକ […]

କେନ୍ଦ୍ରାପଡ଼ା, ତା ୦୪/୦୮: ତୁଳସୀକ୍ଷେତ୍ରର ପରମ ଆରାଧ୍ୟ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିରରେ ଚିତାଲାଗି ଅମାବାସ୍ୟା ନୀତି ପାଳିତ ହୋଇଯାଇଛି । ଆଜି ପ୍ରତ୍ୟୁଷରେ ପହଡ଼ ଖୋଲା ଯାଇ ଜୟ ମଙ୍ଗଳା ଆଳତି କରାଯାଇଥିଲା । ପରେ ପରେ ନୀତି ସ୍ନାନ, ଗୋପାଳ ବଲ୍ଲଭ ଏବଂ ଦ୍ୱାରପାଳ ପୂଜା ସମ୍ପନ୍ନ ହୋଇଥିଲା । ଦିବା ୧୨ ଘଟିକା ସମୟରେ ସକାଳ ଧୂପ ଲାଗି ହେବା ପରେ ମହାପ୍ରଭୁଙ୍କ ବସ୍ତ୍ର […]

ଆଜି ଚିତାଲାଗି ଅମାବାସ୍ୟା ବା ଚିତଉ ଉଆଁସ । ଓଡ଼ିଶାରେ  ଗଣପର୍ବ ପାଳିତ ହୁଏ ।  ଏହା ଶ୍ରାବଣ ମାସର ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ । ଏହି ଦିନ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ଚିତାଲାଗି ହୋଇଥାଏ । ଜଗନ୍ନାଥଙ୍କ ନିତିଦିନିଆ ପୂଜା ଓ ଧୂପ ଶେଷ ହେବା ପରେ ଦଇତାପତିମାନେ ତିନି ଠାକୁରଙ୍କ ଲଲାଟରେ ଚିତା ଲାଗି କରନ୍ତି । ଏହି ଦିନ ଗେଣ୍ଡା ଆଦି […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ମଣ୍ଡଳ ଶିକ୍ଷା ଅଧିକାରୀ ଅଧିନରେ ଥିବା ୧୫ଟି ବିଦ୍ୟାଳୟର ଅଭିଭାବକ ଓ ପରିଚାଳନା କମିଟି ସଦସ୍ୟମାନେ ଜିଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶନାମା ଓ ମନମାନୀକୁ ବିରୋଧ କରି ବିଦ୍ୟାଳୟରେ ତାଲା ପକାଇ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ଫଳରେ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ/ଶିକ୍ଷକ ଓ କର୍ମଚାରୀମାନେ ବାହାରେ ଛିଡ଼ା ହୋଇ ଫେରିଥିବା ଜଣାପଡ଼ିଛି । ଜିଲା ଶିକ୍ଷାଧିକାରୀ ସ୍କୁଲର ସମସ୍ୟା ବିଷୟରେ ଅବଗତ ନଥାଇ କିପରି ଏଭଳି […]

କେନ୍ଦ୍ରାପଡା ଜିଲା ରାଜନଗର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଦିନିକିଆ ଭିତରକନିକା ସଂରକ୍ଷଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଚିଲିକା ଉନ୍ନୟନ କର୍ତୁପକ୍ଷଙ୍କ ଆନୁକୂଲ୍ୟରେ ଓ ଜିଆଇଜେଡ ସହାୟତାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରକୁ ବନଖଣ୍ଡ ଅଧିକାରୀ ସୁଦର୍ଶନଗୋପୀନାଥ ଯାଦବ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଶ୍ରୀ ଯାଦବ ଭିତରକନିକା ଜାତୀୟ ଉଦ୍ୟାନ, ଭିତରକନିକା ବନ୍ୟପ୍ରାଣୀ ଅଭୟାରଣ୍ୟ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟକୁ କିପରି ପରିଚାଳନା କରାଯାଉଛି, […]

କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ବାରହାପୁର ଗ୍ରାମର କଳ୍ପତରୁ ଖଣ୍ଡୁଆଳଙ୍କ ପୋଖରୀରେ କୁମ୍ଭୀର ପଶିଥିବା ଖବର ପାଇ ବନବିଭାଗର ଏକ ଦଳ ଜାଲ ସାହାଯ୍ୟରେ କୁମ୍ଭୀରଟିକୁ ଖୋଜାଯାଇଥିଲା । କୁମ୍ଭୀରଟି ପୋଖରୀ ନିକଟରେ ଥିବା ନାଳରୁ ଧରା ପଡିଥିଲା । ଚାରିଫୁଟ ନଅ ଇଂଚର ମାଈ କୁମ୍ଭୀର । ଏହାକୁ ବାଉଁଶଗଡ ନଦୀରେ ନେଇ ରାଜନଗର ରେଞ୍ଜର କର୍ମଚାରୀମାନେ ଛାଡି ଦେଇଥିବା ଜଣାପଡିଛି । ଏହି କୁମ୍ଭୀରଟି ହଂସୁଆ ନଦୀରୁ […]

କେନ୍ଦ୍ରାପଡ଼ା,୨ା୮: ଏକ ଆଳୁଗୋଦାମର ମ୍ୟାନେଜରଙ୍କୁ ସ୍ପଷ୍ଟ ଦିବାଲୋକରେ ଭୂଜାଲିରେ ହାଣି ତାଙ୍କ ପାଖରୁ ୯ଲକ୍ଷ ଟଙ୍କା ଲୁଟି ନେଇଥିବା କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଛି । ଦୈତାରୀ – ପାରାଦୀପ ଜାତୀୟ ରାଜପଥର ଏକ ଢାବା ନିକଟସ୍ଥ ରାସ୍ତା ଉପରେ ଏହି ଲୁଟର ଶୀକାର ହୋଇଛନ୍ତି ଗୋପଛକରେ ଥିବା ଆଳୁ ଗୋଦାମର ମ୍ୟାନେଜର ସୁଶାନ୍ତ ସାହୁ । ଆକ୍ରମଣରେ ସୁଶାନ୍ତ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି […]

କେନ୍ଦ୍ରାପଡ଼ା,୨ା୮: କର୍ମକ୍ଷେତ୍ରରେ ମହିଳାଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଆଇନର ପୂର୍ଣ୍ଣ ଉପଯୋଗ ଏବଂ କର୍ମକ୍ଷେତ୍ରରେ ଯୌନ ଉତ୍ପୀଡ଼ନର ନିରାକରଣ ଦିଗରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏକ ଦିନିକିଆ ପ୍ରଶିକ୍ଷଣ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି ଦିନିକିଆ ପ୍ରଶିକ୍ଷଣ ଶିବିରକୁ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଉଦ୍‌ଘାଟନ କରି କହିଛନ୍ତି, “ମାନବିକ ଅଧିକାରର ସୁରକ୍ଷା ସହ ଲିଙ୍ଗଭିତିକ ହିଂସାମୁକ୍ତ ପ୍ରଶାସନ […]

କେନ୍ଦ୍ରାପଡ଼ା,୨ା୮: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଞ୍ଚାୟତର ଭରତପୁର ପ୍ରାଥମିକ ବିଦ୍ୟାଳୟ ମରାମତିରେ ମହାଦୁର୍ନୀତି ହୋଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଭରତପୁର ପ୍ରାଥମିକ ବିଦ୍ୟାଳୟ ମରାମତି ପାଇଁ ଗତ ୭.୭. ୨୦୨୩ରିଖରେ କେନ୍ଦ୍ରାପଡା ବ୍ଲକର କନିଷ୍ଠ ଯନ୍ତ୍ରୀ ସ୍ୱରୂପ କୁମାର ଦାଶଙ୍କ ନାମରେ ୩ଲକ୍ଷ ୫୦ହଜାର ଟଙ୍କାର କାର୍ଯ୍ୟାଦ୍ଦେଶ କେନ୍ଦ୍ରାପଡା ବିଡିଓ ପ୍ରଦାନ କରିଛନ୍ତି । କିନ୍ତୁ ଭରତପୁର ପ୍ରାଥମିକ ବିଦ୍ୟାଳୟ ମରାମତି […]

କେନ୍ଦ୍ରାପଡା,୨/୮: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାନମାଣତିଆ ପଞ୍ଚାୟତ ହାଇସ୍କୁଲ ଜରିଆବାଡର ପ୍ରଧାନଶିକ୍ଷକ ଅଲେଖ ଚନ୍ଦ୍ର ଦାସ ଓ କାର୍ଯ୍ୟାଳୟ ବଡବାବୁ ପରୀକ୍ଷିତ ସାମଲଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ଉତ୍ସବ ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ସୁବାସ ଚନ୍ଦ୍ର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ରାଜ୍ୟ କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଯୁଗ୍ମ ସାଧାରଣ ସମ୍ପାଦକ ବ୍ରଜକିଶୋର ବିଶ୍ୱାଳ, ରାଜ୍ୟ […]

କେନ୍ଦ୍ରାପଡା ୨/୮ – ପରିସଂଖ୍ୟାନରୁ ଜଣାଯାଏ ଓଡ଼ିଶାରେ ଉଚ୍ଚଶିକ୍ଷାରେ ଭିନ୍ନକ୍ଷମ ଛାତ୍ରୀଙ୍କ ସ୍ଥିତି ସାଧାରଣ ଛାତ୍ରୀଙ୍କ ତୁଳନାରେ ନୈରାଶ୍ୟଜନକ ଅଟେ । କେବଳ ଶିକ୍ଷା ମାଧ୍ୟମରେ ତଥା ପ୍ରଦତ୍ତ ସୁବିଧା ଓ ସଂରକ୍ଷଣ ଦ୍ୱାରା ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ସଶକ୍ତ କରାଯାଇ ପାରିବ ସତ ଏଥି ସହତ ବର୍ହି ପ୍ରୋତ୍ସାହନର ମଧ୍ୟ ଆବଶ୍ୟକତା ରହିଛି ।କେନ୍ଦ୍ରାପଡ଼ା ଜିଲ୍ଲାରେ ଚଳିତ ଶିକ୍ଷା ବର୍ଷରେ ମାଟ୍ରିକ୍‌, ଯୁକ୍ତ ଦୁଇ ଏବଂ ସ୍ନାତକ ବର୍ଗରେ […]

କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକରେ ଗଢି ଉଠିଥିବା ବେଆଇନ ଲାବୋରେଟୋରୀ ଓ ପାଥୋଲ୍ୟାବ ଉପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରଶ୍ମିରଂଜନ ମହାନ୍ତିଙ୍କ ନେତୃତ୍ୱରେ ତହସିଲଦାର ଅଜୟକୁମାର ମହାନ୍ତି, ସବଇନ୍ସିପେକ୍ଟର ସୈାମ୍ୟରଂଜନ ଜାଲି ପ୍ରମୁଖ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ଲାବୋରେଟୋରୀ ଓ ପାଥୋଲ୍ୟାବ ଉପରେ ଚଢାଉ କରି କାଗଜପତ୍ର ଯାଂଚ କରିଥିଲେ । ସମସ୍ତ ଲାବୋରେଟୋରୀ ଓ ପାଥୋଲ୍ୟାବ ମଧ୍ୟରୁ ଗୋଟିଏ […]

ଭୁବନେଶ୍ୱର,୧ା୮: ଖୋଲିବ ସମବାୟ ଦୁର୍ନୀତି ପେଡି! ବନ୍ଧା ହେବେ ଅଧିକାରୀ! ସରକାରୀ ତହବିଲକୁ ଫେରିବ ଆତ୍ମସାତ ହୋଇଥିବା ଟଙ୍କା! ବୁଧବାର ବିଧାନସଭାରେ ଆସିଛି ଆଖିତରାଟି ଦେଲା ଭଳି ତଥ୍ୟ । ମିଳିଥିବା ସୂଚନା ଅନୁସାରେ ସମବାୟ ବ୍ୟାଙ୍କ ଗୁଡିକରେ ହୋଇଛି ୨୦୦ କୋଟିରୁ ଅଧିକ ଦୁର୍ନୀତି । ତଥ୍ୟ କହୁଛି, ରାଜ୍ୟରେ ମୋଟ ୧୮ଟି କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ହୋଇଛି ୧୪୭ କୋଟି ଟଙ୍କାର ଦୁର୍ନୀତି । କିନ୍ତୁ ଆଶ୍ଚର୍ଯ୍ୟର […]

କେନ୍ଦ୍ରାପଡା ୧/୮- ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ମାସିକ ବନ୍ଧୁ ମିଳନ ପର୍ବ ବୁଧବାର ସଂଧ୍ୟା ଘ ୭.୩୦ ମିନିଟ ସମୟରେ ଆବାସୀ ବୈଠକ ଭର୍ତ୍ତୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ମାସିକ ରାଜଶ୍ରୀ “ଇ’ ପତ୍ରିକାର ଜୁଲାଇ ସଂଖ୍ୟା ରଥଯାତ୍ରା ବିଶେଷାଙ୍କ “ରାଜଶ୍ରୀ’ କୁ ଶ୍ରୀ ଜଗନ୍ନାଥ ସଂସ୍କୃତିର ବିଶିଷ୍ଟ ଗବେଷକ ତଥା ପ୍ରବକ୍ତା ପ୍ରଫେସର ଡ ହରିହର କାନୁନଗୋ ଉନ୍ମୋଚନ […]

କେନ୍ଦ୍ରାପଡ଼ା, ୧ା୮: କେନ୍ଦ୍ରାପଡା ଜିଲ୍ଲା ଜୀବିକା ମିଶନ ଓ ମିଶନଶକ୍ତିରେ ହୋଇଥିବା ବ୍ୟାପକ ଦୁର୍ନୀତିର ତଦନ୍ତ ଦାବିରେ ଓଡିଶା ସୂଚନା ଅଧିକାର ଅଭିଯାନ(ଓସା) କେନ୍ଦ୍ରାପଡା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ଚାରିଦିନ ଧରି ଚାଲିଥିବା ଧାରଣାକୁ ଆଜି ସ୍ଥଗିତ ରଖାଯାଇଛି । ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲାପରିଷଦର ଭାରପ୍ରାପ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ନିଲୁ ମହାପାତ୍ର ଧାରଣାସ୍ଥଳକୁ ଆସି ଧାରଣାକାରୀଙ୍କ ସହ ଆଲୋଚନା କରିବା […]

କେନ୍ଦ୍ରାପଡ଼ା,୧ା୮: ଦକ୍ଷତା ବୃଦ୍ଧି ଏବଂ ନିଯୁକ୍ତି, ଦୀର୍ଘକାଳୀନ ଓ ସ୍ୱଳ୍ପକାଳୀନ ବୈଷୟିକ ଶିକ୍ଷା ପ୍ରଶିକ୍ଷଣ ଉପରେ ସଚେନତନତା ସୃଷ୍ଟି କରିବା ଲକ୍ଷ୍ୟରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଗଡ଼ିବ ‘କୌଶଳ ରଥ ।’ ଏହି କୌଶଳ ରଥର ବାଧାମୁକ୍ତ ପରିକ୍ରମା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ଣରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଏହି […]