କେନ୍ଦ୍ରାପଡା,୧୨ା୮ : ରାଜ୍ୟର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ବାଞ୍ଛାନିଧି ଦାସ, ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନରସିଂହପୁର ଗ୍ରାମପଞ୍ଚାୟତର ଅଢାଖଣ୍ଡ ମଠସାହି ଗ୍ରାମର କିଡନୀ ପିଡିତ କୃତିବାସ ସାହଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ଏସମ୍ପର୍କରେ ଖବର ପାଇବା ପରେ ତୁରନ୍ତ ତାଙ୍କୁ ସହାୟତା […]
ଆସନ୍ତୁ ଭାବିବା
Your blog category
କେନ୍ଦ୍ରାପଡ଼ା,୧୨ା୮: ଉତ୍ତର ପ୍ରଦେଶର ବାରଣାସୀ ସ୍ଥିତ ସର୍ବୋଦୟ ସାଧନା କେନ୍ଦ୍ରକୁ କେନ୍ଦ୍ର ସରକାର ଉତ୍ତର ପ୍ରଦେଶ ପୋଲିସ ସହାୟତାରେ ଜୋରଜବରଦସ୍ତ ବୁଲଡୋଜର ଲଗାଇ ଭାଙ୍ଗି ମାଟିରେ ମିଶାଇଦେବା ସହ ସେଠାରେ ଥିବା ଗାନ୍ଧୀ-ସର୍ବୋଦୟ ପ୍ରକାଶନ ସଂସ୍ଥା ଓ ହଜାର ହଜାର ଦୁର୍ଲଭ ପୁସ୍ତକକୁ ନଷ୍ଟ କରିଦେବା ପରି କୁଖ୍ୟାତ କାର୍ଯ୍ୟର ପ୍ରଥମ ବାର୍ଷିକ ଉପଲକ୍ଷେ କେନ୍ଦ୍ରାପଡ଼ା ସହରର ପୁରୁଣା ବସ୍ଷ୍ଟାଣ୍ଡ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିର୍ି ସମ୍ମୁଖରେ ଧ୍ୟାନ ଆକର୍ଷଣ […]
କେନ୍ଦ୍ରାପଡ଼ା, ୧୨ା୮: କେନ୍ଦ୍ରାପଡାର ନୂତନ ଜିଲ୍ଲାପାଳ ଭାବେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସ୍ମୃତିରଞ୍ଜନ ପ୍ରଧାନ ଯୋଗ ଦେଇଛନ୍ତି । ଆଜି ସକାଳେ ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କୁ ସେ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ ପୂର୍ବାହ୍ନ ୧୧ଟାରେ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଶ୍ରୀ ପ୍ରଧାନ ଏହାପୂର୍ବରୁ ଗଜପତି ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟକରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ […]
କେନ୍ଦ୍ରାପଡା ୧୨/୮ – ବାରୋ ସ୍ଥିତ ଅଗ୍ରଣୀ ସ୍ୱେଚ୍ଛାସବୀ ଅନୁଷ୍ଠାନ ରୁରାଲ୍ ଡେଭ୍ଲପ୍ମେଂଟ୍ କଲ୍ଚ୍ରାଲ୍ ୟୁଥ୍ ଅର୍ଗାନାଇଜେସନ୍ ଆନୁକୂଲ୍ୟରେ ଭାବଗ୍ରାହୀ କଳା ନିକେତନର ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ ଆନ୍ତର୍ଜାତୀୟ ଯୁବ ଦିବସ-୨୦୨୪ ଯଥାବିଧି ପାଳିତ ହୋଇଯାଇଛି । ସଂଗଠନର ଯୁବ ସଂପାଦକ ଚିତରଂଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯକ୍ରମରେ ଭାବଗ୍ରାହୀ କଳା ନିକେତନର ପ୍ରତିଷ୍ଠାତା ସଂଗୀତଜ୍ଞ ବିମଳ ପ୍ରସାଦ ପରିଡା ଯୋଗଦେଇ ଯେ କୌଣସି ରାଷ୍ଟ୍ରର ନିର୍ମାଣ […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଧୋୟାଂଚଳ ଅନ୍ତର୍ଗତ ଅଳପୁଆ ପଂଚାୟତ ଅଳପୁଆଡିଆ ଗ୍ରାମରେ ସୋମବାର ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ମଞ୍ଜୁଲତା ଭଞ୍ଜ(୫୦) ବ୍ରାହ୍ମଣୀ ନଦୀକୁ ବାସନ ମାଜିବାକୁ ଯାଇଥିଲେ । ତେବେ ବହୁ ସମୟ ଧରି ସେ ଘରକୁ ନଫେରିବାରୁ ପରିବାର ଲୋକମାନେ ବ୍ୟସ୍ତ ହୋଇ ନଦୀ କୁଳକୁ ଖୋଜିବାକୁ ଯାଇଥିଲେ । ନଦୀ କୁଳରେ ତାଙ୍କ ଜୋତା ଥିବା ପରିବାର ଲୋକ ଓ ଗ୍ରାମବାସୀ ଦେଖିବାକୁ ପାଇଥିଲେ […]
କେନ୍ଦ୍ରାପଡ଼ା,୧୧ା୮:ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟିର ନୂତନ କର୍ମକର୍ତ୍ତା ନିର୍ବାଚନ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। କମିଟିର ସଭାପତି କରୁଣାକର ଦାସଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଶ୍ରୀ ଦାସ କହିଥିଲେ ଯେ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କର କନିକା ପ୍ରଜା ଆନ୍ଦୋଳନ ଓ ସ୍ୱାଧୀନତା ସଂଗ୍ରାମ ପ୍ରତି ଅତୁଳନୀୟ ଅବଦାନ ଥିଲା। ସେ ଥିଲେ ମହାତ୍ମାଗାନ୍ଧୀଙ୍କ ସାବରମତି ଆଶ୍ରମର […]
କେନ୍ଦ୍ରାପଡା,୧୧ା୮ : କେନ୍ଦ୍ରାପଡ଼ା ସହରର ବଡହାଟ ସ୍ଥିତ ପୂଜାରିଣୀ ଶାଢୀ ଦୋକାନ ସମ୍ମୁଖରେ ଥିବା ଏକ ବୁଲେଟ ହଠାତ ଜଳି ଉଠିଥିବା ଦେଖାଯାଇଥିଲା। ସ୍ଥାନୀୟ ଦୋକାନୀମାନେ ପାଣି ପକାଇ ସେହି ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେବି ତାହା ସମ୍ଭବ ହୋଇନଥିଲା। ପରେ ସ୍ଥାନୀୟ ଏକ ଦୋକାନରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ର ଆଣି ତା ସାହାଯ୍ୟରେ ନିଆଁକୁ ଆୟତ କରାଯାଇଥିଲା। ସୂଚନା ଅନୁଯାୟି ଜନୈକ ଗ୍ରାହକ କପଡା କିଣିବାକୁ ଆସି […]
କେନ୍ଦ୍ରାପଡା,୧୧ା୮ : ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଙ୍ଘ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଗୋପ ଠାରେ ସାଥି ସୋହାନା ବେଗମଙ୍କ ସଭାପତିତ୍ୱରେ ସଙ୍ଘର ଜିଲ୍ଲା ସାଧାରଣ ପରିଷଦ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସଙ୍ଘର ରାଜ୍ୟ ଉପସଭାପତି ସାଥି ରାଜକିଶୋର ସାମଲ, ରାଜ୍ୟ କୋଷାଧ୍ୟକ୍ଷ ସାଥି କାଂଚନବାଳା ରାଉତ, ଏଆଇଟିୟୁସି ରାଜ୍ୟ ନେତା ଆଇନଜୀବୀ ରମଣୀରଞ୍ଜନ ରାଉତରାୟ ପ୍ରମୁଖ ଯୋଗଦେଇ ପାଚିକା ମାନେ […]
କେନ୍ଦ୍ରାପଡା,୧୧/୮:ସାମାଜିକ ସଂଗଠନ ‘ଜୟ ରାଷ୍ଟ୍ର’ ପକ୍ଷରୁ ପୁସ୍ତକ ଚର୍ଚ୍ଚା କାର୍ଯ୍ୟକ୍ରମ ତିନିମୁହାଣୀସ୍ଥିତ ଶ୍ରୀରାମ ମନ୍ଦିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଆରେ ଅନୁବାଦ ହୋଇଥିବା ବଙ୍ଗଳା ଲେଖିକା ମାନସୀ ସିହ୍ନା ରାଓଲଙ୍କ ରଚିତ ଇଂରାଜୀ ପୁସ୍ତକ “ସାଫ୍ରନ୍ ସୋର୍ଡସ୍’ ସମ୍ପର୍କରେ ଚର୍ଚ୍ଚା ଆଲୋଚନା କରାଯାଇଥିଲା । ଏହି ନିଆରା ସାରସ୍ୱତ କାର୍ଯ୍ୟକ୍ରମରେ ବିଶିଷ୍ଟ ଅନୁବାଦିକା ନବଜ୍ୟୋତି ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକ ସମ୍ପର୍କରେ […]
କେନ୍ଦ୍ରାପଡ଼ା, ୧୧ା୮: ଏହି ବ୍ଲକ୍ ଅନ୍ତର୍ଗତ କୁତରଙ୍ଗସ୍ଥିତ ମଦନମୋହନ ଜ୍ଞାନପୀଠଠାରେ କେନ୍ଦ୍ରାପଡା ବ୍ଲକ୍ର ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ରବିବାର ଦିନ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପସଭାପତି ରାଜକିଶୋର ନାୟକଙ୍କ ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତ୍ରୈଲୋକ୍ୟ ଚରଣ ସ୍ୱାଇଁ, ତପନ କୁମାର ସିଂହ, ନିର୍ମଳ କୁମାର ନାୟକ, ରାଜ୍ୟ ସମ୍ପାଦକ ପ୍ରଣବ କୁମାର ଜେନା, ଜିଲ୍ଲା ଉପସଭାପତି ପ୍ରମୋଦ କୁମାର ବେହେରା, […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଏକ ଚଳନ୍ତା କାରରେ ହଠାତ ନିଆଁ ଲାଗି ଜଳିଯାଇଛି । କାର ଗାଡ଼ିଟି କଟକ-ଚାନ୍ଦବାଲି ରାସ୍ତାରେ ଯାଉଥିବା ବେଳେ କଷଣଅଂଟା ନିକଟରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ଗାଡ଼ିରେ ନିଆଁ ଲାଗିବା ପରେ ଗାଡ଼ିର ଡ୍ରାଇଭର ଗାଡିରୁ ବାହାରି ପଡ଼ିଥିଲେ । ଧୀରେ ଧୀରେ ଗାଡ଼ିଟି ବେଶି ବେଶି ଜଳିବାକୁ ଲାଗିଥିଲା । ତେବେ, ଅଗ୍ନିକାଣ୍ଡ କିପରି ଘଟିଛି ସେ ନେଇ କୌଣସି […]
କେନ୍ଦ୍ରାପଡ଼ା, ୧୦/୮: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ବିଣାପାଣି ଦାଶଙ୍କ ସଭାପତିତ୍ୱରେ ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ ସମ୍ମିଳନୀ (ପିଟିଏ)ର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶିବାଶିଷ ପତି, ଅନ୍ୟାନ୍ୟ ସଭ୍ୟ/ସଭ୍ୟା, ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ ଓ ୧୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନଙ୍କ ଅଭିଭାବକ ଉପସ୍ଥିତ ଥିଲେ। ଏହି ବୈଠକରେ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ନିରାପତ୍ତା ବ୍ୟବସ୍ଥା, ଆଇନ […]
କେନ୍ଦ୍ରାପଡା,୯ା୮ :କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମପଞ୍ଚାୟତର କହ୍ନେଇପୁର ଗ୍ରାମର ଜନୈକ ଚାଷୀ ଋଣ ବୋଝ ସହି ନପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ଜଣଙ୍କ ହେଉଛନ୍ତି ମହେନ୍ଦ୍ର ପ୍ରଧାନ(୫୦)। ମହେନ୍ଦ୍ର ଗୋଟିଏ ଆମ୍ବ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ କେନ୍ଦ୍ରାପଡା ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ ମହେନ୍ଦ୍ର ସକାଳ ୯ଟାରେ ଘରୁ ବିଲକୁ […]
କେନ୍ଦ୍ରାପଡା,୧୦ା୮ : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଉଦୟନଗର ଗ୍ରାମରେ ସନ୍ଦେହଜନକ ଭାବରେ ବୁଲି ଫେରିବାଲା ବ୍ୟବସାୟ କରୁଥିବା ଦୁଇ ବାଂଗଲାଦେଶୀଙ୍କୁ ଗ୍ରାମବାସୀମାନେ ଅଟକାଇ ସଦର ଥାନାକୁ ଖବର ଦେଇଥିଲେ। ସେମାନଙ୍କ ଆଧାରକାର୍ଡ ଓ ଭୋଟର ପରିଚୟପତ୍ର ନକଲି ଥିବା ନେଇ ସନ୍ଦେହ କରି ଗ୍ରାମବାସୀମାନେ ପୋଲିସକୁ ଜଣାଇଥିଲେ। ଏହି ଘଟଣାକୁ ନେଇ ଲୋକମାନଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା। ଖବର ପାଇ ଘଟଣାସ୍ଥଳରେ କେନ୍ଦ୍ରାପଡା ସଦର ଥାନା ଅଧିକାରୀ […]
କେନ୍ଦ୍ରାପଡା,୧୦ା୮ : କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ହାଟବାଣପୁର ଗ୍ରାମରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ମକର ଦାସଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସ୍ୱର୍ଗତ ମକର ଦାସ ଏବଂ ତାଙ୍କ ପତ୍ନୀ ଦୁଲଣୀ ଦାସ ଙ୍କର ପ୍ରତିମୂର୍ତ୍ତିକୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ବିମ୍ବାଧର ମୁଦୁଲି ଓ ଉପସଭାପତି ଫକୀର ମୋହନ ଦାସଙ୍କ […]
କେନ୍ଦ୍ରାପଡା, ୧୦ା୯: ବଳଦେବ ସେନା ପକ୍ଷରୁ ବାଂଲାଦେଶରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରକୁ ଭଙ୍ଗାରୁଜା କରାଯିବା ଓ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ ସ୍ୱରୂପ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସେନାର ସଦସ୍ୟ ଓ ମନ୍ଦିର ସେବକବୃନ୍ଦ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କିଛିଦିନ ପୂର୍ବେ ବାଂଲାଦେଶରେ ଛାତ୍ର ଆନ୍ଦୋଳନରୁ ଆରମ୍ଭ ହୋଇଥିବା ହିଂସାକାଣ୍ଡ ଉଗ୍ର ରୂପ ନେଇଛି । […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ଘରେ ଘରେ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଇବା ଲାଗି ରାଜ୍ୟ ସରକାର ସଂସାରଫଳ ଠାରେ ୪୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ କରାଯାଇଥିବା ମେଗା ପାନୀୟ ଜଳ ପ୍ରକଳ୍ପର ପାଇପ ବିଛା କାର୍ଯ୍ୟ କାରାଯାଉଥିବାରୁ ବ୍ୟାପକ ରାସ୍ତା ନଷ୍ଟ ହେଉଛି। ବହୁ ପରିମାଣରେ ବିଭିନ୍ନ କିସମର ଛୋଟବଡ ଗଛ କଟାଯାଉଥିବା ବେଳେ ରାସ୍ତା ପାର୍ଶ୍ୱରୁ ଜେସିବି ଲଗାଇ ମାଟି ଖୋଳି ପାଇପ୍ […]
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦୋଶିଆ ୟୁଜିୟୁପି ସ୍କୁଲର ଛାତ୍ରୀ ସ୍ୱାତୀସ୍ମିତା ସ୍ୱାଇଁ ଚଳିତବର୍ଷ ନିମନ୍ତେ କ୍ରିଏଟିଭ ଆର୍ଟରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ସ୍ୱାତୀସ୍ମିତ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଗରା ଗ୍ରାମର ରମେଶ ଚନ୍ଦ୍ର ସ୍ୱାଇଁଙ୍କ ଓ ସ୍ୱିତା ସ୍ୱାଇଁଙ୍କ ସାନ ଝିଅ ଅଟେ। ଛାତ୍ର ଅବସ୍ଥାରେ ଦୋଷିଆ ୟୁଜିୟୁପି ସ୍କୁଲରେ ପାଠ ପଢିବା ସମୟରେ ବିଭିନ୍ନ ପ୍ରତିଯୋଗିତାରେ […]
କେନ୍ଦ୍ରାପଡା,୯ା୮: କେନ୍ଦ୍ରାପଡା ସହରର ତିନିମୁହାଣୀସ୍ଥିତ ଗାନ୍ଧୀ ସ୍ମୃତିପୀଠ ଠାରେ ଆଜି ଅଗଷ୍ଟ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି । ଭାରତଛାଡ ଆନ୍ଦୋଳନକୁ ମନେ ପକାଇବା ସହିତ ଆଜିର ଯୁବ ଓ ଛାତ୍ର ସମାଜକୁ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଏହି ଅବସରରେ ଅତିଥିମାନେ ଆହ୍ୱାନ ଦେଇଥିଲେ । ସାରା ବିଶ୍ୱରେ ଯୁଦ୍ଧର ଘନଘଟା ଚାଲିଥିବା ବେଳେ ଗାନ୍ଧି ଅଧିକ ଆବଶ୍ୟକ ବୋଲି ବକ୍ତାମାନେ କହିଥିଲେ । ସକାଳ ୬ଟାରୁ […]
କେନ୍ଦ୍ରାପଡ଼ା, ୯ା୮: ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କୁ ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ କଲେକ୍ଟୋରେଟ ଷ୍ଟଫ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଷ୍ଟାଫ କମିଟିର ସଦସ୍ୟମାନେ ଯୋଗଦେଇ ଜିଲ୍ଲାପାଳଙ୍କ ସ୍ୱଳ୍ପ କାର୍ଯ୍ୟକାଳ ସମୟର ମଧୁର ସ୍ମୃତିଚାରଣ କରିବା ସହ ବିକାଶ ମୂଳକ କାର୍ଯ୍ୟର […]
ଆଖିରେ ଝର ଝର ହୋଇ ଲୁହ ଝରୁଛି । ଥମିବାର ନା ନେଉନି । ଘରର ଭେଣ୍ଡିଆ ପୁଅ ଯେବେ ବାପା ମାଆଙ୍କୁ ପୋଷିବା ବୟସରେ କୌଣସି ରୋଗରେ ଆକ୍ରାନ୍ତ ହୋଇପଡେ ସେ ଅବା କଣ କରିବେ । ଘରର ପୁଅଟି ଏବେ ତା ବାପା ମାଆଙ୍କ ପାଇଁ ବୋଝ ପାଲଟି ଯାଇଛି । ପୁଅକୁ ଏଭଳି ଅବସ୍ଥାରେ ଦେଖି କାହାକୁ କିଛି ନ କହି ନିଜ ପୁଅକୁ ଚାହିଁ […]
କେନ୍ଦ୍ରାପଡ଼ା, ୮ା୮: କେନ୍ଦ୍ରାପଡା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଆଲୋକ କୁମାର ମହାନ୍ତିଙ୍କର ସୂଚନା ଓ ଲୋକସମ୍ପର୍କ ବିଭାଗ ମୁଖ୍ୟାଳୟ ଭୁବନେଶ୍ୱରକୁ ବଦଳି ହୋଇଛି। ଏସମ୍ପର୍କରେ ଗତ ଜୁଲାଇମାସ ୨୪ତାରିଖରେ ବିଭାଗୀୟ ନିର୍ଦେଶନାମା ପ୍ରକାଶ ପାଇଥିଲା। କେନ୍ଦ୍ରାପଡା ଜିଲ୍ଲାରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଶ୍ରୀ ମହାନ୍ତି କାର୍ଯ୍ୟ ତୁଲାଇଥିଲେ । ତାଙ୍କ କାର୍ଯ୍ୟ ଅବଧି ଭିତରେ ସେ ନିଜର ସଚ୍ଚୋଟତା ଓ କର୍ତ୍ତବ୍ୟନିଷ୍ଠପରାୟଣତା ପାଇଁ […]
କେନ୍ଦ୍ରାପଡ଼ା, ୮ା୮: ପୁରୀରୁ ଚୋରି ଯାଇଥିବା ‘ଗୋପିନାଥ’ ନାମକ ଏକ ବସକୁ କେନ୍ଦ୍ରାପଡା ସଦର ଥାନା ପୋଲିସ ଆଜି ଅପରାହ୍ନରେ ଜବତ କରିଛି। ପୁରୀରୁ ଚୋରି ହୋଇଥିବା ଏହି ବସଟିକୁ ପ୍ରଥମେ ପାରାଦୀପ ନିଆଯାଇଥିବା ବେଳେ ସେଠାରୁ ୫୩ନମ୍ବର ଜାତୀୟ ରାଜପଥ ଦେଇ କେନ୍ଦ୍ରାପଡା ଆଡକୁ ବସଟି ଆସୁଥିବା ସମ୍ପର୍କରେ କେନ୍ଦ୍ରାପଡା ସଦର ଥାନା ଅଧିକାରୀ ସରୋଜ କୁମାର ସାହୁଙ୍କୁ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଜଣାଇଥିଲେ। ଖବର ପାଇବା […]
କେନ୍ଦ୍ରାପଡ଼ା, ୮ା୮: କେନ୍ଦ୍ରାପଡାର ନୂତନ ଜିଲ୍ଲାପାଳ ଭାବେ ଆଇ.ଏ.ଏସ. ସ୍ମୃତିରଞ୍ଜନ ପ୍ରଧାନଙ୍କୁ ନିଯୁକ୍ତି ଦିଆଯାଇଛି। ଶ୍ରୀ ପ୍ରଧାନ ଏବେ ଗଜପତିର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଅଛନ୍ତି। କେନ୍ଦ୍ରାପଡା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶକୁ ବାଲେଶ୍ୱର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଜିଲ୍ଲାପାଳ ଶ୍ରୀ ବିକାଶ କେନ୍ଦ୍ରାପଡାରେ ଗତ ଜାନୁଆରୀ ମାସ ୩୦ତାରିଖରେ ଜିଲ୍ଲାପାଳ ଭାବେ ଯୋଗଦେଇଥିଲେ।










