କେନ୍ଦ୍ରାପଡ଼ା, ୨୬ା୬: ନିଶା ଏକ ସାମାଜିକ ବ୍ୟାଧି । ଏହି ବ୍ୟାଧିରୁ ମୁକ୍ତ ହୋଇ ସୁସ୍ଥ ଓ ଆନନ୍ଦପ୍ରଦ ଜୀବନ ଜୀଇଁବା ସହ ଏକ ନିଶାମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ ଜଣାଇଛନ୍ତି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ । ‘ଆନ୍ତର୍ଜାତିକ ନିଶା ନିବାରଣ ଓ ଅନୈତିକ ଚାଲାଣ ଦିବସ’ ପାଳନ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଆୟୋଜିତ ସାଧାରଣସଭାରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଜିଲ୍ଲାପାଳ କହିଛନ୍ତି […]
ଆସନ୍ତୁ ଭାବିବା
Your blog category
କେନ୍ଦ୍ରାପଡ଼ା, ୨୬ା୬: କାକଟ- ଦାନପୁର କେନାଲବନ୍ଧ ଆର.ଡି. ରାସ୍ତା ଗମନାଗମନ ପାଇଁ ଅତ୍ୟନ୍ତ ଅନୁପଯୁକ୍ତ ହୋଇପଡିଛି । ଖାଲଖମାରେ ପରିପୂର୍ଣ୍ଣ ହୋଇପଡିଥିବା ଏହି ରାସ୍ତାଟିରେ ଦୈନିକ ଦୂର୍ଘଟଣାମାନ ଘଟି ଧନଜୀବନ ହାନୀ ହେଉଥିବା ଦେଖାଯାଇଛି । ପୂର୍ବରୁ ଜଳସେଚନ ବିଭାଗ ଅଧିନରେ ଥିବା ଏହି ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ(ଆର.ଡି.) ବିଭାଗକୁ ହସ୍ତାନ୍ତର ହେବା ପରେ ପ୍ରାୟ ୧୦ବର୍ଷ ତଳେ କାକଟ ଠାରୁ ଦାନପୁର ପର୍ଯ୍ୟନ୍ତ ପିଚୁ କରାଯାଇଥିଲା । […]
କେନ୍ଦ୍ରାପଡା,୨୬/୬: କେନ୍ଦ୍ରାପଡା ମେଡିକାଲ ରୋଡ ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର କର୍ମକର୍ତ୍ତାଗଣ ନବନିର୍ବାଚିତ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ସେମାନେ ବିଧାୟକଙ୍କ ଗରାପୁରସ୍ଥିତ ବାସଭବନରେ ଭେଟି ବିଭିନ୍ନ ଦସମସ୍ୟା ଉପରେ ଆଲୋଚନା କରିଥିଲେ । ବିଧାୟକ ଶ୍ରୀ ବେହେରା ସେମାନଙ୍କର ଅଭାବ ଅସୁବିଧା ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସଂଘର ସଭାପତି ପୀତାମ୍ବର ଦାସ, ସାଧାରଣ ସମ୍ପାଦକ ହେମନ୍ତ […]
କେନ୍ଦ୍ରାପଡାତା.୨୬/୬- ପୂର୍ବାହ୍ନରେ ବାରୁଅ ସ୍ଥିତ ଜିଲ୍ଲାର ଏକ ମାତ୍ର ଗୋଷ୍ଠୀବେତାର କେନ୍ଦ୍ର ରେଡିଓ ଭାବଗ୍ରାହୀର ସରୋଜିନୀ ପରିଡାଷ୍ଟୁଡିଓ ପରିସରରେବିଶ୍ୱ ନିଶା ନିବାରଣ ଦିବସଉପରେ ଆଧାରିତ ଏକ ଆଲୋଚନାଚକ୍ର ଅନୁଷ୍ଠିତହୋଇଯାଇଛି । ଭାବଗ୍ରାହୀକଳା ନିକେତନ ଏବଂ ରେଡିଓଭାବଗ୍ରାହୀର ପ୍ରାଣ ପ୍ରତିଷ୍ଠାତାସଙ୍ଗୀତ ନିର୍ଦ୍ଦେଶକ ତଥା ସୁସଙ୍ଗଠକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହିକାର୍ଯ୍ୟକ୍ରମରେ ସମାଜସେବୀ ନିରଂଜନ ପରିଡା, ରେଡିଓ ଭାବଗ୍ରାହୀର ମୁଖ୍ୟଟ୍ରଷ୍ଟି ଧୀରାମଣି ପରିଡା, ଆର୍.ଡି.ସି.ୱା.ଇ.ଓ.ର ସଂପାଦକ ଚିତରଂଜନ ପ୍ରଧାନ, ସ୍ୱେଚ୍ଛାସେବୀ […]
କେନ୍ଦ୍ରାପଡ଼ା, ୨୫ା୬: କେନ୍ଦ୍ରାପଡାରେ ଦିନକୁ ଦିନ ମାଟି ମାଫିଆଙ୍କ ମନମାନୀ ବଢିବାରେ ଲାଗିଛି । ସରକାରୀ ଜମିରୁ ମାଟି ତାଡିନେଇ ଯାଉଥିବା ବେଳେ ଏବେ ବ୍ୟକ୍ତିଗତ ଜମିରୁ ମାଟି ତାଡିନେଉଥିବା ମାଟି ମାଫିଆଙ୍କ ଦୈାରାତ୍ମ୍ୟ ସମସ୍ତ ସୀମା ସହରଦ ପାରି କରି ଦେଇଛି । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଡେରାବିଶ ତହସିଲ ଅଧିନ ଚାନ୍ଦୋଳ ଖରଦାସାହି ଗ୍ରାମର ଅତନୁ ଘୋଷାଲଙ୍କ ପ୍ଲଟ ନମ୍ବର ୨୬୨୧ ଓ ୨୬୪୯ […]
କେନ୍ଦ୍ରାପଡ଼ା, ୨୫ା୬: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆ ହନୁମାନଜୀଉ ମନ୍ଦିର ନିକଟରେ ଜନଶକ୍ତି ପାର୍ଟି ପକ୍ଷରୁ ନବକୃଷ୍ଣ ଚୈାଧୁରୀଙ୍କ ଶ୍ରାଦ୍ଧଦିବସ ଅବସରରେ ବରିଷ୍ଠ ଆଇନଜୀବୀ ତଥା ପାର୍ଟିର ରାଜ୍ୟ ଅଧ୍ୟକ୍ଷ ପ୍ରଦୀପ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଟିତ ହୋଇଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଚୈାଧୁରୀଙ୍କ ସେବା, ସଚ୍ଚୋଟତାକୁ ପାଥେୟ କରି ଜନଶକ୍ତି ପାର୍ଟିର କର୍ମକର୍ତ୍ତାମାନେ ଅହରହ କାର୍ଯ୍ୟ କରିବାକୁ ଶ୍ରୀ ଦାଶ ଆହ୍ୱାନ ଦେଇଥିଲେ । […]
କେନ୍ଦ୍ରାପଡ଼ା, ୨୩ା୬: କେନ୍ଦ୍ରାପଡା ଜିଲ୍ଲା ବିଜେପି ପକ୍ଷରୁ କଳା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ କାକଟସ୍ଥିତ ଏକ ବେସରକାରୀ ମଣ୍ଡପରେ ଜିଲ୍ଲା ବିଜେପି ଉପ ସଭାପତି ଅଭିମନ୍ୟୁ ଗୋଛାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ବୈଦ୍ୟନାଥ ଚାଟାର୍ଜୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନାକର ବେହେରା, ଆଳି ବିଜେପି ନେତା କୃଷ୍ଣଚନ୍ଦ୍ର ପଣ୍ଡା, କେନ୍ଦ୍ରାପଡା ବିଧାନସଭା ନେତ୍ରୀ ଗୀତାଞ୍ଜଳୀ ସେଠୀ, ସାଧାରଣ ସମ୍ପାଦକ ଉପୀନ […]
କେନ୍ଦ୍ରାପଡା,୨୫/୬: କେନ୍ଦ୍ରାପଡାସ୍ଥିତ ଶ୍ୟାମଗୁଡିଆ ନିକଟସ୍ଥ ବିଜୁ ପଟ୍ଟନାୟକ ବହୁମୂଖୀ ଇଣ୍ଡୋର ଷ୍ଟାଡିୟମ ମଧ୍ୟରେ ଦୀର୍ଘ ଏକ ମାସ ଧରି ଚାଲିଥିବା ଗ୍ରୀଷ୍ମକାଳୀନ ବ୍ୟାଡ୍ମିଣ୍ଟନ ଶିବିର ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନୀ ଦିବସରେ କେନ୍ଦ୍ରାପଡା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ(ପ୍ରଶିକ୍ଷାର୍ଥୀ)ମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ଶିବିରକୁ ପରିଚାଳନା କରିଥିଲେ । ଏହି ଶିବିରରେ […]
କେନ୍ଦ୍ରାପଡ଼ା ଓ ରାଜନଗର ବିଧାନସଭା ଅଧୀନରେ ଥିବା ପଟ୍ଟାମୁଣ୍ଡାଇ ବ୍ଲକର ୩୧ (କେନ୍ଦ୍ରାପଡ଼ା -୧୨ ଓ ରାଜନଗର-୧୯) ପଂଚାୟତରେ ପାନୀୟଜଳ ସମସ୍ୟା ଓ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା ଓ ରାଜନଗର ବିଧାୟକ ଧ୍ରୁବ ସାହୁ ବ୍ଲକ ସମ୍ମିଳନୀ କକ୍ଷରେ ପ୍ରଶାସନିକ ଅଧିକାରୀ ଓ ପଂଚାୟତ ପ୍ରତିନିଧିଙ୍କୁ ନେଇ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି । […]
କେନ୍ଦ୍ରାପଡା ୨୫/୬: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ନିକିରାଇ ପଞ୍ଚାୟତର ସଫଳ ହୋମିଓ ଚିକିତ୍ସକ ଶରତ ଚନ୍ଦ୍ର ଜେନାଙ୍କ ଅଷ୍ଟମ ବାର୍ଷିକୀ ଶ୍ରାଦ୍ଧୋତ୍ସବ ଅବସରରେ ନିକିରାଇସ୍ଥିତ ବାସ ଭବନ ସମ୍ମୁଖରେ ଉପସ୍ଥିତ ଗ୍ରାମବାସୀ ତଥା ଆମନ୍ତ୍ରିତ ଅତିଥିମାନଙ୍କୁ ଆମ୍ବ, ବକୁଳ, ପିଜୁଳି, ଗୁଆ, କୃଷ୍ଣଚୂଡା, ଅଶୋକ, ରାଧାଚୂଡା, ଆକାଶି, ସୁଗନ୍ଧରାଜ ପ୍ରଭୃତି ବିଭିନ୍ନ ପ୍ରକାର ଶତାଧିକ ଚାରା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ଜେନା, ବିଜୟ […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ପୋଖରୀପଡା ପତିତପାବନ ରଥ ଯାତ୍ରା ପାଇଁ ପ୍ରସ୍ତୁତି ବୈଠଳ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ଅଧକ୍ଷ ହେମନ୍ତ ସାହୁ, ,ମନ୍ଦିର ପରିଚାଳନା କମିଟି ସଭାପତି ପୂର୍ଣ୍ଣ ଚନ୍ଦ୍ର ଦାଶ ପ୍ରମୁଖ ଯୋଗ ଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ […]
ଶିଳ୍ପ ବିହିନ କେନ୍ଦ୍ରାପଡ଼ା ଜିଲା ଅର୍ଥନୀତି ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ । ଉଦ୍ୟୋଗ ଭଳି କ୍ଷେତ୍ରରେ କେନ୍ଦ୍ରାପଡ଼ା ଜିଲା ଅଗ୍ରଣୀ ହୋଇପାରିନାହିଁ । ଉଦ୍ୟୋଗ କ୍ଷେତ୍ରରେ ଜିଲାକୁ ଆଗକୁ ବଢ଼ାଇବା ପାଇଁ ଯେଉଁ ସାମଗ୍ରୀକ ଚେଷ୍ଟା ଆବଶ୍ୟକ ତାହା ଦେଖିବାକୁ ମିଳିପାରୁନାହିଁ । ଶିକ୍ଷିତ ବେକାର ଯୁବତୀଯୁବକ ନିଯୁକ୍ତି ପଛରେ ନ ଧାଇଁ ଆତ୍ମନିର୍ଭରଶୀଳ ହେବାକୁ ବିଭ୍ିନ୍ନ ସଭାସମିତିରେ ଆହ୍ୱାନ କରାଯାଉଛି । ଏଥିପାଇଁ ଜିଲା ଶିଳ୍ପ କେନ୍ଦ୍ର […]
କେନ୍ଦ୍ରାପଡ଼ା, ୨୪ା୬: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଲୟରେ ବିଭିନ୍ନ ବିଷୟରେ ସ୍ନାତ୍ତୋକୋତ୍ତର(ପିଜି) ଶିକ୍ଷା ପାଇଁ କ୍ଲାସ ଖୋଲିଥିଲେ ମଧ୍ୟ ପାଠ୍ୟକ୍ରମ ଚୟନ, ଶିକ୍ଷାଦାନ ଓ ପରିଚାଳନାରେ ଗୁରୁତ୍ତର ବାଧା ସୃଷ୍ଟି ହୋଇଥିବା ଆଜି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଏହିସବୁ ସମସ୍ୟା ଗୁଡିକୁ ନେଇ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ସୃଷ୍ଟି ହୋଇଛି । ଏନେଇ ଆଜି କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ସ୍ନାତ୍ତୋକୋତ୍ତର(ପିଜି) ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ […]
କେନ୍ଦ୍ରାପଡ଼ା, ୨୪ା୬: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡ଼ା ପଞ୍ଚାୟତର ସମିତିସଭ୍ୟା ସନ୍ଧ୍ୟାରାଣୀ ସେଠୀଙ୍କ ଅକାଳ ବିୟୋଗରେ ଆଜି କେନ୍ଦ୍ରାପଡ଼ା ବ୍ଲକରେ ଏକ ଶୋକସଭା ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଅଧକ୍ଷା ରଶ୍ମିତା ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ/ସଭ୍ୟାମାନେ ଯୋଗଦେଇ ସ୍ୱର୍ଗତା ସେଠୀଙ୍କ ଉଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାଥନା କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ବିଡ଼ିଓ ବନ୍ଦନା […]
କେନ୍ଦ୍ରାପଡ଼ା, ୨୪ା୬: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଞ୍ଚାୟତର ଭରତପୁର ଫୋରପୋଲ ଠାରୁ ଗୋବରୀ କେନାଲ ବନ୍ଧ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ପ୍ରାୟ ୨୦ବର୍ଷ ତଳେ ନିର୍ମାଣ ହୋଇଥିବା ଏହି ରାସ୍ତାର ଅବସ୍ଥା ବର୍ତ୍ତମାନ ଚଳାଚଳ ପାଇଁ ଅତ୍ୟନ୍ତ ଅନୁପଯୁକ୍ତ ହୋଇପଡିଛି । ଖାଲଖମାରେ ପରିପୂର୍ଣ୍ଣ ହୋଇପଡିଥିବା ଏହି ରାସ୍ତାରେ ଦୈନିକ ଦୂର୍ଘଟଣା ଘଟି ଧନଜୀବନ କ୍ଷୟକ୍ଷତି ହେବାରେ ଲାଗିଛି । ଏହି ରାସ୍ତା […]
କେନ୍ଦ୍ରାପଡା, ୨୪/୬: ଜ୍ଞାନପ୍ରଭା ମିଶନ ଦ୍ୱାରା ଆୟୋଜିତ ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜଙ୍କ ମାର୍ଗଦର୍ଶନରେ ଶିକ୍ଷକମାନଙ୍କୁ ନେଇ ସୃଜନିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ପରମହଂସଜୀ “ଆଦର୍ଶ ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା’ ଉପରେ ମାର୍ଗଦର୍ଶନ କରିଥିଲେ । ଆଦର୍ଶ ଶିକ୍ଷକଙ୍କ ଦ୍ୱାରା ଆଦର୍ଶ ଛାତ୍ର, ଆଦର୍ଶ ବିଦ୍ୟାଳୟ ଏବଂ ଆଦର୍ଶ ସମାଜ କିପରି ଗଠନ ହୋଇପାରିବ ସେହି ବିଷୟରେ ଆଲୋକପାତ କରିଥିଲେ । ଏଥିରେ ୨୫୦ରୁ ଉର୍ଦ୍ଧ୍ୱ […]
କେନ୍ଦ୍ରାପଡ଼ା,୨୩ା୬: । କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ମାର୍ଶାଘାଇ ବ୍ଲକ ବଛରାଇ ଗାଁ ର ମଣିଭୂଷଣ ପରିଡାଙ୍କ ପୁଅ ସନ୍ତୋଷ କୁମାର ପରିଡା ଜଣେ ମେଡ଼ିସିନ ଡିଷ୍ଟ୍ରିବୁଟର ଭାବେ କାମ କରନ୍ତି । ସେ ବିଭିନ୍ନ କମ୍ପାନୀର ଔଷଧ ଓଡିଶା ବାହାରୁ ଆଣି ନିଜର ବ୍ୟବସାୟ କରିଥାନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଥାନା ଅଧୀନ ଚଉଦକୁଲାଟ ଅଞ୍ଚଳର ବିଭୂକଲ୍ୟାଣ ମିଶ୍ର ନାମକ ଜଣେ ଯୁବକଙ୍କ ସହିତ ସନ୍ତୋଷଙ୍କ ମେଡ଼ିସିନ ବ୍ୟବସାୟ […]
କେନ୍ଦ୍ରାପଡା,୨୩/୬: ପ୍ରାକ୍ତନ ଶିକ୍ଷା ପରିଦର୍ଶକ ତଥା ମାର୍ଶାଘାଇ ଅଞ୍ଚଳର ଲୋକପ୍ରିୟ ବିଶିଷ୍ଟ ଶିକ୍ଷାବିତ୍ ସ୍ୱର୍ଗତ ପ୍ରସନ୍ନ କୁମାର ବିଶ୍ୱାଳଙ୍କୁ ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନ ତରଫରୁ ଶ୍ରଦ୍ଧାଞ୍ଜଳି ସହ ସ୍ମୃତିଅର୍ଘ୍ୟ ଅର୍ପଣ କରାଯାଇଛି । ସ୍ୱର୍ଗତ ବିଶ୍ୱାଳଙ୍କର ଆକସ୍ମିକ ଦୁର୍ଘଟଣା ପରେ ମାସାଧିକ କାଳ ଚିକିତ୍ସା ପରର ବିୟୋଗ ସମସ୍ତଙ୍କୁ ସ୍ତମ୍ଭୀଭୁତ କରିବା ସହ ଶୋକର ଛାୟା ଖେଳାଇ ଦେଇଛି । ଆଜିର ଏହି ସ୍ମୃତି ସଭାରେ ସଂଗଠନର […]
କେନ୍ଦ୍ରାପଡା,୨୩/୬: କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କର ୨୯ତମ ବାର୍ଷିର୍କ ସାଧାରଣ ସଭା ରବିବାର ଦିନ ଉଦୟନଗର ସ୍ଥିତ ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବ୍ୟାଙ୍କର ସଭାପତି ଗୁରୁ ପ୍ରସାଦ ମହାନ୍ତିଙ୍କ ସଭାପତିତ୍ୱରେ ପରିଚାଳନା ପରିଷଦର ଉପସଭାପତି ଡ. ଅପର୍ଣ୍ଣା ମହାନ୍ତି, ନିର୍ଦ୍ଦେଶକ ରଶ୍ମିରଞ୍ଜନ ଚୌଧୁରୀ, ଶ୍ରୀକାନ୍ତ ନାୟକ, ସଂଗ୍ରାମ କେଶରୀ ମଲ୍ଲିକ, ଶୁକାନ୍ତ କୁମାର ଦ୍ୱିବେଦୀ, ଶୁଧାଂଶୁ ଶେଖର ପ୍ରତାପ, ନବଜ୍ୟୋତି ରାୟ, ପ୍ରଫୁଲ୍ଲ କୁମାର […]
କେନ୍ଦ୍ରାପଡା ୨୩/୬- କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ ୧୯ତମ କ୍ୟୁରୋଗି ଏବଂ ଅଷ୍ଟମ ପୁମ୍ସି ଚାମ୍ପିୟନସିପ୍ ପ୍ରତିଯୋଗିତା କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲା ତାଇକୋଣ୍ଡ ସଂଘର ସଭାପତି ବିମଳ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଓଡିଶା ତାଇକ୍ୱଣ୍ଡ ପର୍ଯ୍ୟବେକ୍ଷକ ଶ୍ରୀକାନ୍ତ ପରିଡା ଅତିଥି ଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ପୁସ୍କୃତ କରିଥିଲେ । ଏହି ପ୍ରତିଯୋଗିତାରେ ଜିଲ୍ଲାର ୧୦ଟି ଶାଖାରୁ ୨୫୦ରୁ […]
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ତୁଳସୀଡ଼ିଆ ଗାଁରେ ରବିବାର ସକାଳୁ ବିଦ୍ୟୁତ ଆଘାତରେ ୬ଟି ଗୃହ ପାଳିତ ଗାଈ, ବଳଦ ଓ ବାଛୁରୀଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ହୋଇଥିବା ଗୋ ସମ୍ପଦ ମାଲିକଙ୍କୁ କ୍ଷତିପୂରଣ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତରଡିପାଳ ପଂଚାୟତ ତୁଳସିଡିଆ ଗ୍ରାମର ଗାଈଗୋରୁ ମାନେ ବିଲକୁ ଚରିବାକୁ ଯାଇଥିବା ବେଳେ ବିଦ୍ୟୁତ ତାର ତଳେ ପଡିରହିଥିବାରୁ ତାର ସଂସ୍ପର୍ଶରେ […]
ପୁରୀ-ସ୍ନାନପୂର୍ଣ୍ଣମୀରେ ଆଜି ଚତୁର୍ଦ୍ଧାମୂର୍ତି ରତ୍ନବେଦିରୁ ପହଣ୍ଡି ହୋଇ ସ୍ନାନବେଦିରେ ବିରାଜମାନ କରିବା ସହ ୧୦୮ ଗଡ଼ୁ ଅଭିମନ୍ତ୍ରିତ ଅଧିବାସ ଜଳରେ ସ୍ନାନ କରିଛନ୍ତି । ଏହାପରେ ଭକ୍ତଙ୍କୁ ଗଜାନନ ବେଶରେ ଦର୍ଶନ ଦେଇଛନ୍ତି ମହାବାହୁ । ଶ୍ରୀ ଜଗନ୍ନାଥଙ୍କୁ ୩୫ ଗଡ଼ୁ ଜଳ, ବଳଭଦ୍ରଙ୍କୁ ୩୩ ଗଡ଼ୁ, ସୁଭଦ୍ରାଙ୍କୁ ୨୨ ଗଡ଼ୁ ଓ ସୁଦର୍ଶନଙ୍କୁ ୧୮ ଗଡ଼ୁ ଜଳରେ ସ୍ନାନ କରାଯାଇଛି । ଅଷ୍ଟଗନ୍ଧ, କୃଷ୍ଣଅଗୁର, ଉଶୀର, ଗୋରଚନା, ଦେବଦାରୁ, […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ପୋଖରୀଆପଡା ପତିତପାବନ ମନ୍ଦିରରେ ପବିତ୍ର ସ୍ନାନ ପୂର୍ଣ୍ଣିମା ମହାସମାରୋହରେ ସମସ୍ତ ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି । ମନ୍ଦିର ପରିଚାଳନା କମିଟି ସଭାପତି ପୂର୍ଣ୍ଣ ଚନ୍ଦ୍ର ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୂଜକମାନେ ପ୍ରଭୁ ଶ୍ରୀ ଜଗନ୍ନାଥ, ବଲଭଦ୍ର ଓ ମା ସୁଭଦ୍ରାଙ୍କ ପୂଜାର୍ଚନା ନୀତିକ୍ରାନ୍ତି ଯଥାବିଧି ସଂପନ୍ନ କରିଥିଲେ । ସକାଳ ୯.୧୫ ମିନିଟରେ ଠାକୁରଙ୍କ ପହଣ୍ଡି ବିଜେ ୧୦.୩୦ ମିନିଟରେ ୧୦୮ […]
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଚଉଦକୁଲାଟ ପାଣ୍ଡି ଅଧିନ ଗାଙ୍ଗପଡ଼ା ପଞ୍ଚାୟତ ସମିତିସଭ୍ୟା ସନ୍ଧ୍ୟାରାଣୀ ସେଠୀଙ୍କର ୩୫ବର୍ଷ ବୟସରେ ଆଜି ବିୟୋଗ ହୋଇଯାଇଛି । ଗତ ୪ ଦିନ ତଳେ ହଠାତ ତାଙ୍କ ଶରୀର ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ପରେ ଗୁରୁତର ହୋଇପଡିବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ […]
