କେନ୍ଦ୍ରାପଡ଼ା,୮ା୭:ଆଜି କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟା ପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ରଥଯାତ୍ରାର ଦ୍ୱିତୀୟ ଦିନରେ ଅପରାହ୍ନ ୩ଟାରେ ରଥ ଟଣାଯାଇ ପ୍ରାୟ ଏକଶହ ମିଟର ଯିବା ପରେ ଦେବୋତ୍ତର କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ରଥ ବାମପଟକୁ ମାଡିଯାଇଥିଲା । ରଥକୁ ଡାହାଣ ପାଶ୍ୱର୍କୁ ମୋଡଦେବାକୁ ରେଳବାଇରୁ ଜଗ୍ ଅଣାଯାଇ ରଥକୁ ଡାହାଣ ପାଶ୍ୱର୍କୁ ମୋଡ ଦେବାପରେ ପୁନର୍ବାର ରଥ ଟଣା ଯାଇ ମାତ୍ର ୨୫ମିଟର ଯିବା ପରେ […]

କେନ୍ଦ୍ରାପଡ଼ା, ୮ା୭: କେନ୍ଦ୍ରାପଡା କଲେଜରେ ୧୪ଟି ଏସି, ଲାପଟପ୍ ଓ ଅଗ୍ନି ନିର୍ବାପକ ଯନ୍ତ୍ର ଚୋରି ଘଟଣାରେ ସମ୍ପୂକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହିତ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ କଲେଜର ପୁରାତନ ଛାତ୍ରମାନେ ସୋମବାର ଟାଉନ ଥାନା ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧାରଣା ଦେଇଛନ୍ତି । ଘଟଣା ଅନୁଯାୟୀ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ଏକ ନୂତନ ଏସି ଚୋରି ହୋଇଥିବା ସମ୍ପର୍କରେ କଲେଜ ପକ୍ଷରୁ କେନ୍ଦ୍ରାପଡା ଟାଉନ […]

କେନ୍ଦ୍ରାପଡା, ୮ା୭: ତୁଳସୀ କ୍ଷେତ୍ରର ପ୍ରସିଦ୍ଧ ରଥଯାତ୍ରା ଅବସରରେ ଭିନ୍ନକ୍ଷମଙ୍କ ନିମନ୍ତେ କାର୍ଯ୍ୟରତ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଏକ ସଚେତନତା ଷ୍ଟଲ ଖୋଲାଯାଇଛି । ବିଶେଷ କରି ନୂତନ ଭିନ୍ନକ୍ଷମ ଅଧିକାର ଆଇନ,୨୦୧୬ରେ ଅନ୍ତର୍ଭୁକ୍ତ ଥିବା ନାନାଦି ସୁବିଧା, ସଂରକ୍ଷଣ, ପ୍ରାବଧାନ ଓ ସ୍ୱତନ୍ତ୍ର ଅଧିକାର ସମ୍ପର୍କିତ ସଂକ୍ଷିପ୍ତ ସୂଚନା ଏବଂ ନୂତନ ୨୧ପ୍ରକାରର ଭିନ୍ନକ୍ଷମତା ଓ ଏହାର ଲକ୍ଷଣ ସମ୍ପର୍କିତ ସଂକ୍ଷିପ୍ତ ସୂଚନା ଏଠାରେ ପ୍ରଦାନ କରାଯାଉଛି । […]

ପଟ୍ଟାମୁଣ୍ଡାଇ୮/୭ ପ୍ରତିବର୍ଷ ଜୁଲାଇ ମାସର ୧ ତାରିଖ ରୁ ୭ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ପାଳିତ ହେଉଛି ୭୫ତମ ବନମହୋତ୍ସବ । ଏହି ଅବସରରେ ରବିବାର ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ୧୯୯୩ ମସିହା ପୂର୍ବତନ ଛାତ୍ରୀଛାତ୍ରଙ୍କ ତରଫରୁ ମିଁଜାଉଁଣୀ ପଡିଆରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା । ପୁରାତନ ଛାତ୍ର ଅନ୍ତର୍ଯ୍ୟାମୀ ବେଜ୍‌ଙ୍କ ସଂଯୋଜନାରେ ପୁରାତନ ଛାତ୍ରୀଛାତ୍ର ବସନ୍ତ ନାୟକ, ଶୁଭଦୀପ ଗୁପ୍ତା, ଉପେନ୍ଦ୍ର ନାୟକ, ଜ୍ୟୋତ୍ରୀମୟ ତ୍ରୀପାଠି, ମୃତ୍ୟୁଞୟ […]

ପଟ୍ଟାମୁଣ୍ଡାଇ ତା ୮/୭-ରାଜ୍ୟ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ନିର୍ଦେଶକ୍ରମେ ପଟ୍ଟାମୁଣ୍ଡାଇ ପ୍ରଖଣ୍ଡ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ମିଳିତ ଭାବେ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ କରାଯାଇଛି । ପବିତ୍ର ରଥଯାତ୍ରା ଅବସରରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଜନସାଧାରଣଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯିବା ସହିତ ପ୍ରଚଣ୍ଡ ରୌଦ୍ରତାପରୁ ମୁକ୍ତି ପାଇଁଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ପତିତପାବନ ମନ୍ଦିର […]

ପଟ୍ଟାମୁଣ୍ଡାଇ, ତା ୮/୭-ଦୀର୍ଘ ୨୫ବର୍ଷ ଧରି ରାଜ୍ୟ ଶାସନ କରିବା ପରେ ଚଳିତ ନିର୍ବାଚନରେ ବିଜେଡି ପରାଜୟ ବରଣ କରିଛି । ସମ୍ପ୍ରତି ବିରୋଧୀ ଦଳ ଭୂମିକାରେ ଥିବା ବିଜେଡିର ସଂଗଠନକୁ ତୃଣମୂଳ ସ୍ତରରେ ମଜଭୁତ କରିବା ପାଇଁ ରାଜ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସାଙ୍ଗଠନିକ ସ୍ତରରେ ବ୍ୟାପକ ଅଦଳବଦଳ କରି ଜନସାଧାରଣଙ୍କ ସମସ୍ୟା ନେଇ ଜୋରଦାର ଲଢେଇ କରିବାକୁ ବିଜେଡିକୁ ଏକ ସଶକ୍ତ ବିରୋଧୀଦଳରେ ପରିଣତ କରିବା […]

ପଟ୍ଟାମୁଣ୍ଡାଇ୮/୭ – ନୂଆଦିଲ୍ଲୀର ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଉତ୍ସବ ପାଳନ ଅବସରରେ ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର ସହଦେବବାବା ଯୁବ ପରିଷଦ ଦିଲ୍ଲୀ ଶାଖାପକ୍ଷରୁ ସେବାକାର୍ଯ୍ୟ ପରିବେଷଣ ନେଇ ବିଭିନ୍ନ ମହଲରୁ ସାଧୁବାଦ । ନୂଆଦିଲ୍ଲୀ ହାଉଜଖାସ ଭିଲେଜସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ୪୬ତମ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି । ଚଳିତବର୍ଷ ପାଗ ଅନୁକୂଳ ଥିବାରୁ ଦିଲ୍ଲୀ ଓ ଏହାର ଆଖପାଖ ଇଲାକାରୁ ଆସିଥିବା ଓଡ଼ିଆ ଓ ଅଣଓଡ଼ିଆ […]

କେନ୍ଦ୍ରାପଡ଼ା,୭ା୭:ଆଜି କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟା ପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଶ୍ରୀଗୁଣ୍ଡିଚା ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜୀଉମାନେ ପହଣ୍ଡି ହୋଇ ବ୍ରହ୍ମତାଳଧୋଜ ରଥରେ ଆସିନ ହୋଇଥିଲେବି ସୂର୍ଯ୍ୟାସ୍ତ ହୋଇଯିବାରୁ ରଥ ଆଉ ଟଣା ହୋଇପାରିନଥିଲା । ଆସନ୍ତା କାଲି ରଥ ଟଣା ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ରଥ ଟାଣି ନ ପାରି ଭକ୍ତମାନେ ନିରାଶରେ ଘରକୁ ଫେରିଥିବା ଦେଖାଯାଇଥିଲା । ଅପରାହ୍ନ […]

କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ କୋରୋ ସ୍ଥିତ ପାବନ କ୍ଷେତ୍ରରେ ବିରାଜିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଅଗ୍ରଣୀ ସ୍ୱେଚ୍ଛସେବୀ ସଂଗଠନ ରୁରଲ୍ ଡେଭ୍‌ଲପ୍‌ମେଂଟ୍ କଲ୍‌ଚରାଲ୍ ୟୁଥ୍ ଅର୍ଗାନାଇଜେନ୍ ଆନୁକୂଲ୍ୟରେ ଶ୍ରୀଗୁଣ୍ଡିଚା ମହୋତ୍ସବ ଯଥାବିଧି ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସ୍ଥୟୀ ସଭାପତି ବିଶିଷ୍ଟ ସଂଗୀତଜ୍ଞ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ଜିଲ୍ଲା ଅଗ୍ନି ନିର୍ବାପକ ଅଧିକାରୀ ତଥା ମନ୍ଦିର ଟ୍ରଷ୍ଟର […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଚଂଳ ପୋଖରୀଆପଡା ପତିତପାବନଜୀଉଙ୍କ ରଥ ସଂନ୍ଧ୍ୟା ୮ଟା ବେଳେ ବକ୍ତାରପୁର ମାଉସୀ ମା ମନ୍ଦିର ଚକଡା ଛୁଇଁଛି । ପବିତ୍ର ରଥଯାତ୍ରା ଉପଲକ୍ଷେ ପ୍ରତ୍ୟୁଷରୁ ମନ୍ଦିର ପୂଜକ ମାନେ ପହଡ ଖୋଲିଥିଲେ । ମଙ୍ଗଳ ଆରତି ସକାଳ ୭ଟା ବେଳେ ମହାସ୍ନାନ ଓ ବାଲ୍ୟଧୂପ ହୋଇଥିଲା । ସକାଳ ସାଢେ ୯ଟା ବେଳେ ବକ୍ତାରପୁର ମାଉସୀ ମା ମନ୍ଦିରରୁ ନିମନ୍ତ୍ରଣ ମାଳ ପହଚିଂଥିଲା । ସକାଳ […]

କେନ୍ଦ୍ରାପଡା, ୬ା୭: କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେ ବିଭିନ୍ନ ବ୍ରାଣ୍ଡର ଏକ୍ସପାଇରୀ ସିମେଣ୍ଟ ବିକ୍ରି ହେଉଛି । ସିମେଣ୍ଟର ଦାମ ଯେତିକି ବେପାରୀମାନେ ଗ୍ରାହକଙ୍କ ଠାରୁ ସେତିକି ନେଉଛନ୍ତି । କିନ୍ତୁ ବେପାରୀମାନେ ହୋଲସେଲରଙ୍କ ଠାରୁ ଏହି ସିମେଣ୍ଟକୁ ଅଧା ଦାମରେ କିଣୁଛନ୍ତି । ଏହାଦ୍ୱାରା ସିମେଣ୍ଟ ବେପାରୀମାନେ ଲାଭବାନ ହେଉଛନ୍ତି । କିନ୍ତୁ ଯେଉଁମାନେ ଘର ନିର୍ମାଣ କରୁଛନ୍ତି ସେମାନେ କାନ୍ଦୁଛନ୍ତି । କାରଣ ସିମେଣ୍ଟ କିଣିବା […]

ପଟ୍ଟାମୁଣ୍ଡାଇ ବ୍ଲକ ଉତ୍କଳମଣି ଯୁବକ ସଂଘ ତରଫରୁ ୭୫ ତମ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ସଙ୍ଗଠନର ଅଧ୍ୟକ୍ଷ ଗୌତମ ବେହେରାଙ୍କ ନେତୃତ୍ୱରେ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଛି। ଏଥିରେ ସଙ୍ଗଠନ ସଦସ୍ୟ ବୈଷ୍ଣବ ବେହେରା , ଶାନ୍ତନୁ ବେହେରା , ଜ୍ଞାନଜ୍ୟୋତି ବାରିକ୍ , ଅନନ୍ତ ବେହେରା , ଶିବୁ ବେହେରା ପ୍ରମୁଖ ଯୋଗ ଦେଇ ଚାରା ରୋପଣ କରିଥିଲେ।

କେନ୍ଦ୍ରାପଡ଼ା, ୬ା୭: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇଚ୍ଛାପୁରସ୍ଥିତ ଇଚ୍ଛାପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବୀଣାପାଣି ଦାଶଙ୍କ ତତ୍ତ୍ୱାବଧାନରେ ନିକଟସ୍ଥ ମଧୁସାଗର ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ସୁଧିରଞରଜନ ବାରିକ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ ବିଦ୍ୟାଳୟର ୟୁଥ୍ ଆଣ୍ଡ ଇକୋ କ୍ଲବ ଓ ଲିଗାଲ ଲିଟେରାସି ଓ କ୍ଲବର ଗାଇଡ୍ ଶିକ୍ଷକ […]

କେନ୍ଦ୍ରାପଡ଼ା, ୬ା୭: କେନ୍ଦ୍ରାପଡା ବ୍ଲକ ଅଧିନସ୍ଥ ଶ୍ୟାମସୁନ୍ଦରପୁର ଗ୍ରାମ ପଞ୍ଚାୟତର ଦୁତୀଆଳ ଆଦର୍ଶ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୃକ୍ଷରୋପଣ ସଚେତନତା କାର୍ଯ୍ୟକ୍ରମରେ ଡ. ଦିଲ୍ଲୀପ କୁମାର ମିଶ୍ର ବୃକ୍ଷରୋପଣର ଆବଶ୍ୟକତା ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ । ପୃଥିବୀର ତାପମାତ୍ରା ବୃଦ୍ଧିଜନିତ ସମସ୍ୟା ଓ ତାହାର ନିରାକରଣ ପାଇଁ ଜଳବାୟୁର ସୁରକ୍ଷା ପାଇଁ ଗଛର […]

କେନ୍ଦ୍ରାପଡ଼ା, ୬ା୭: ଦିନକୁ ଦିନ ଅଧିକରୁ ଅଧିକ ବିବାଦରେ ଛନ୍ଦି ହୋଇପଡୁଥିବା ରାଜକନିକା ବ୍ଲକର ଦୁଇ ଛତୁଆ ପ୍ରସ୍ତୁତକାରୀ ସ୍ୱୟଂ ସହାୟିକା ଗୋଷ୍ଠୀ ନିଜ ନିଜର ନିମ୍ନମାନର ଛତୁଆ ପ୍ରସ୍ତୁତିକୁ ନେଇ ଚର୍ଚ୍ଚାରେ ଥିବା ବେଳେ ସେଥିମଧ୍ୟରୁ ଗୋଟିଏ ଗୋଷ୍ଠୀକୁ ଲାଦ୍ଭ ପାଇଁ ମଧ୍ୟାହ୍ନଭୋଜନ(ଏମଡିଏମ) ଚାଉଳ ଯୋଗାଣ, ଛତୁଆ ପ୍ରସ୍ତୁତି ଓ ବଣ୍ଟନ ସହ ଦୁଧ ପ୍ରକ୍ରିୟାକରଣ ଭଳି ଲାଭଜନକ କାର୍ଯ୍ୟକ୍ରମ ସବୁ ଦିଆଯାଇଛି । ତାହାକୁ ନେଇ ଏବେ […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ପ୍ରଶାସନ ଓ ମିଶନ ଶକ୍ତି ପକ୍ଷରୁ ୭୫ତମ ବନ ମହୋତ୍ସବ ଅବସରରେ ପରିବେଶ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।  ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ  ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜଳବାୟୁ ପରିବର୍ତନ ଯୋଗୁଁ ମାଟି ତଳେ […]

କେନ୍ଦ୍ରାପଡ଼ା, ୬ା୭: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବୀର ହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମୁଡ୍ ତରଫରୁ ନିକିରାଇ କଲେଜର ଉପାଧ୍ୟକ୍ଷ ଡଃ ହେମନ୍ତ ପରିଡାଙ୍କ ଅଧ୍ୟକ୍ଷତାରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଇକୋ କ୍ଲବର ମାଷ୍ଟର ଟ୍ରେନର ପରିବେଶବିତ୍ ଗୋପୀନାଥ ଦାଶ ଯୋଗଦେଇ କହିଥିଲେ ପରିବେଶ ସୁରକ୍ଷା ନକଲେ ଜୀବ ଓ ଉଦ୍ଭିଦ ଜଗତ ବଞ୍ଚିତ ରହିପାରିବ […]

ପ୍ରତିବର୍ଷ ଜୁଲାଇ ମାସର ୧ ତାରିଖ ରୁ ୭ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ପାଳିତ ହେଉଛି ୭୫ତମ ବନମହୋତ୍ସବ । ଏହି ଅବସରରେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବକ୍ତାରପୁର ହାଇସ୍କୁଲ ୨୦୦୧ ମସିହା ପୂର୍ବତନ ଛାତ୍ରୀଛାତ୍ରଙ୍କ ତରଫରୁ ଅଳଭା ୟୁଜି ୟୁପି ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ଆଇନଜିବୀ ମନୋଜ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନ […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଶ୍ରୀ ଶ୍ରୀ ପତିତପାବନ ଜିଉଙ୍କର ରାତି ପାହିଲେ ଜମିବ ଭକ୍ତଙ୍କ ଭିଡ଼ । ଘଂଟିଘଂଟା, ଶଙ୍ଖ ଧ୍ୱନିରେ ଉଛୁଳି ଉଠିବ ଚର୍ତୁଦିଗ । ଭକ୍ତଙ୍କ ଗହଳୀ ଭିଡରେ ମାଉସୀ ଘରକୁ ଯିବେ ତିନି ଠାକୁର । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ ଶ୍ରୀଜୀଉଙ୍କ ରଥର ସାଜସଜ୍ଜାରେ ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ ଓ କାରିଗର । ସମସ୍ତ ଶିଳ୍ପୀ ଅକ୍ଷୟ ତୃତୀୟା ଠାରୁ […]

ପଟ୍ଟାମୁଣ୍ଡାଇ ନଗର ଯୁବବିଜେଡି ସଭାପତି ମିଟୁ ମନୋଜ ନାୟକ ଦଳୀୟ ପଦବୀ ଓ ଦଳର ପ୍ରାଥମିକ ସଦସ୍ୟ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ସେ ନିଜର ଇସ୍ତଫାପତ୍ର କେନ୍ଦ୍ରାପଡ଼ା ଜିଲ୍ଲା ଯୁବବିଜେଡି ସଭାପତି ରାଜେଶ ଦାସଙ୍କ ନିକଟକୁ ପଠାଇ ଦେଇଛନ୍ତି । ନିଜ ଇସ୍ତଫାପତ୍ରରେ ସେ ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି । ଜଣେ ଯୁବଛାତ୍ର ନେତା ଭାବେ ଏକ ଜାତୀୟ ଦଳରୁ ରାଜନୈତିକ କ୍ୟାରିଅର […]

କେନ୍ଦ୍ରାପଡା, ୫ା୭:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ବାଳିକା ଉଚ୍ଚ ବିଦ୍ୟାଳୟର ଗୃହ ନିର୍ମାଣ କାର୍ଯ୍ୟରେ ଅନିୟମିତତା ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ ହୋଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ୫-ଟି ଯୋଜନାର ତୃତୀୟ ପର୍ଯ୍ୟାୟରେ ଗତ ୬ମାସ ତଳେ ଏହି ଶ୍ରେଣୀଗୃହର ନିର୍ମାଣ କାର୍ଯ୍ୟ କରାଯାଇଛି । ମୋଟ ବ୍ୟୟ ଅଟ୍ଟକଳ ୪୫ଲକ୍ଷ ଟଙ୍କା ରହିଥିବା ବେଳେ ଗୃହନିର୍ମାଣ ପାଇଁ ବ୍ୟୟ ଅଟ୍ଟକଳ ୭ଲକ୍ଷ, ୬୫ହଜାର ୮୦ଟଙ୍କା ରହିଛି । […]

କେନ୍ଦ୍ରାପଡ଼ା, ୫ା୭: କେନ୍ଦ୍ରାପଡା ବ୍ଲକ ଅଧିନ ଓସ୍ତପୁର ଗ୍ରାମପଞ୍ଚାୟତର ଦେପୁର ଗ୍ରାମସ୍ଥିତ ସରସ୍ୱତୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ- ୨୦୨୪ ଆଜି ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଧାନ ଶିକ୍ଷୟିତ୍ରୀ କାଦମ୍ବିନୀ ନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଉତ୍ସବରେ ଛାତ୍ରଛାତ୍ରୀମାନେ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଯଶ୍ୱସୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁରୋଧ କ୍ର୍ରମେ ‘ମା ପାଇଁ ଗଛଟିଏ’କାର୍ଯ୍ୟକ୍ରମକୁ ସଫଳ କରିଥିଲେ । […]

କେନ୍ଦ୍ରାପଡ଼ା, ୫ା୭: କେନ୍ଦ୍ରାପଡା ଜିଲ୍ଲା ଦକ୍ଷତା ମିଶନ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକର ପ୍ରାରମ୍ଭରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଘନଶ୍ୟାମ ସାହା ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିବା ଦକ୍ଷତା ବିକାଶ ସମ୍ବନ୍ଧରେ ସମସ୍ତ ତଥ୍ୟ ଉପସ୍ଥାପନା କରିଥିଲେ । ଏହି ବୈଠକରେ ଦକ୍ଷତା ବିକାଶ ସମ୍ବନ୍ଧୀୟ ତଥା ନିଯୁକ୍ତି ଭିତ୍ତିକ ଦକ୍ଷତା […]

ପଟ୍ଟାମୁଣ୍ଡାଇ କଲେଜ ତାର ଶକ୍ତି, ଦୁର୍ବଳତା ଓ ଆହ୍ୱାନକୁ ସମୀକ୍ଷା କରି ଆଗକୁ ବଢିଲେ ଓଡିଶାର ଏକ ଅଗ୍ରଣୀ କଲେଜ ଭାବେ ସୁନାମ ଅର୍ଜନ କରିବା ସହିତ ସଫଳ ଛାତ୍ରଛାତ୍ରୀ ସୃଷ୍ଟି କରିବାରେ ସଫଳ ହୋଇପାରିବ ବୋଲି ଆଜି ପଟ୍ଟାମୁଣ୍ଡାଇ କଲେଜର ୫୪ତମ ପ୍ରତିଷ୍ଠା ଦିବସରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରକାଶ କରିଛନ୍ତି ।   କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜ ପରିଚାଳନା […]