କେନ୍ଦ୍ରାପଡା,୨୪ା୧: ଆସନ୍ତା ୨୬ତାରିଖରେ ପଞ୍ଚମ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଜାତୀୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟଫକିରାବାଦ ଲକି ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ ୨୬ତାରିଖରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ ଆରମ୍ଭ ହୋଇ ଆସନ୍ତା ଫେବୃୟାରୀମାସ ୨ତାରିଖରେ ଉଦଯାପିତ ହେବ। ପ୍ରତ୍ୟେକ ଦିନ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଏହି ଟୁର୍ଣ୍ଣମେଣ୍ଟଅନୁଷ୍ଠିତ ହେବ। ଏହି ଜାତୀୟ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ କଟକର ଓଡିଶା […]
ଆସନ୍ତୁ ଭାବିବା
Your blog category
କେନ୍ଦ୍ରାପଡ଼ା,୨୪ା୧ : ଏବେବି ମାନବିକତା ବଞ୍ଚିରହିଛି। ଅର୍ଥର ମୋହକୁ ପରିତ୍ୟାଗ କରି ଜଣେ ଶିକ୍ଷୟିତ୍ରୀ ରାସ୍ତାରୁ ପାଇଥିବା ୬ହଜାରରୁ ଉର୍ଦ୍ଧ୍ୱ ଅର୍ଥ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ସଂପୃକ୍ତ ମାଲିକଙ୍କୁ ଫେରାଇଦେଇଛନ୍ତି। କେନ୍ଦ୍ରାପଡା ବ୍ଲକ ଅଂଚଳର ଜଣେ ଶିକ୍ଷୟତ୍ରୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ନିମନ୍ତେ ପୁରୀ ଯାଇଥିଲେ। ଧାଡି ଦର୍ଶନରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିସାରି ଅପରାହ୍ନ ପ୍ରାୟ ସାଢେ ୪ଟାରେ ଘରକୁ ଫେରୁଥିବା ବେଳେ ପୁରୀ ବଡଦାଣ୍ଡରୁ ଏକ […]
କେନ୍ଦ୍ରାପଡା,୨୩ା୧: ଓଲସାହି ଗୋବର୍ଦ୍ଧନପୁରର ରବୀନ୍ଦ୍ର ସାମଲ ବିଦ୍ୟୁତ୍ ଆଘାତଜନିତ ଦୁର୍ଘଟଣାରେ ଶାରିରୀକ ଭିନ୍ନକ୍ଷମ ହୋଇପଡି ନିଜର ଗୋଟିଏ ଗୋଡ ଓ ଡାହାଣ ହାତର ପାପୁଲି ହରାଇଥିଲେ। ସିଏ ନିଜେ ଶତକଡା ସତୁରି ଭାଗ ଚଳନଶକ୍ତି ବାଧିତ ଭିନ୍ନକ୍ଷମ ରହିଥିବାବେଳେ ତାଙ୍କର ସ୍ତ୍ରୀ କାଜଲ ସାମଲ ମଧ୍ୟ ଶତକଡା ପଚାଶ ଭାଗ ଶାରିରୀକ ଭିନ୍ନକ୍ଷମ ଅଟନ୍ତି। ଏହି ଦମ୍ପତି ଜୀବିକା ନିର୍ବାହ ତଥା ସହାୟକ ଉପକରଣ ପାଇଁ ଜିଲ୍ଲାରେ ଭିନ୍ନକ୍ଷମମାନଙ୍କ ପାଇଁ […]
କେନ୍ଦ୍ରାପଡ଼ା,୨୩ା୧: କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ଆନୁକୂଲ୍ୟରେ ‘ସ୍ୱଚ୍ଛଭାରତ ଅଭିଯାନ’ କାର୍ଯ୍ୟକ୍ରମ ମାଧ୍ୟମରେ ଏକ ସଫେଇ କାର୍ଯ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ଓ ତତ୍ସଂଲଗ୍ନ ଅଞ୍ଚଳରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ସମାବେଶରେ ମଞ୍ଚର ସଭାପତି ବରିଷ୍ଠ ଆଇନଜୀବୀ ଅକ୍ଷୟ କୁମାର ମହାନ୍ତି ସଭାପତିତ୍ୱ କରିଥିଲେ । କେନ୍ଦ୍ରାପଡା ପୌରପାଳିକାର ଅଧ୍ୟକ୍ଷା ସରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାଗରିକ ମଞ୍ଚର ପତାକା ହଲାଇ କାର୍ଯ୍ୟକ୍ରମକୁ […]
କେନ୍ଦ୍ରାପଡ଼ା,୨୩ା୧ : ଆଜାଦ ହିନ୍ଦ ଟ୍ରଷ୍ଟ ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତର ସୁଜାନଗର ସ୍ଥିତ ନେତାଜୀ ମଡେଲ ଉଚ୍ଚ ପ୍ରାଥମିକ ସ୍କୁଲରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ନକୁଳ ଚରଣ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି ଉପଲକ୍ଷେ ଟ୍ରଷ୍ଟର ଅଧ୍ୟକ୍ଷ ଅବନୀ କୁମାର ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ଦାସ, ଶିକ୍ଷକ […]
କେନ୍ଦ୍ରାପଡା,୨୩ା୧: କେନ୍ଦ୍ରାପଡା ସହରର କେଶପୁର ବଜାରସ୍ଥିତ ସମୀର ମୋଟର୍ସ ପକ୍ଷରୁ ନେତାଜୀ ଜୟନ୍ତୀ ଉପଲକ୍ଷେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ପ୍ରତିବର୍ଷ ଭଳି ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ପୂର୍ବତନ କାଉନସିଲର ରଞ୍ଜିତ ସାହୁ, କାଉନସିଲର ହିବ୍ଜୁର ରହେମାନ, ସାମ୍ବାଦିକ ସୁବ୍ରତ କୁମାର ସାମଲ, ସମ୍ବିତ ଶ୍ରୀଚନ୍ଦନ ପ୍ରମୁଖ ଯୋଗଦେଇ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜଣେ […]
କେନ୍ଦ୍ରାପଡ଼ା,୨୩ା୧: କେନ୍ଦ୍ରାପଡ଼ା ଜିଲ୍ଲାର ବରିଷ୍ଠ ଚିତ୍ରଶିଳ୍ପୀ ଅଶୋକ ନାୟକଙ୍କୁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ କଳା ଓ ସଂସ୍କୃତିର ବିକାଶ ପାଇଁ ସିନିୟର ଫେଲୋସିପ ପ୍ରଦାନ କରାଯାଇଛି। ଏହି ଫେଲୋସିପ ତାଙ୍କୁ ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ମିଳିବ। ଏହି ସମୟ ମଧ୍ୟରେ ସେ କଳା ଓ ସଂସ୍କୃତିର ବିକାଶ ନିମନ୍ତେ ଗବେଷଣା କରିବେ। ବର୍ଷ ଶେଷ ବେଳକୁ ଭାରତ ସରକାରଙ୍କୁ ନିଜର ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପନ କରିବେ। […]
ପଟ୍ଟାମୁଣ୍ଡାଇ ୨୩/ ୧ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଂଚ ପକ୍ଷରୁ ଚିତ ବିନୋଦନ ଗୃହ ପରିସରରେ ନେତାଜୀ ଶୁଭାସ ଚନ୍ଦ୍ର ବୋଷଙ୍କ ୧୨୮ ତମ ଜୟନ୍ତୀ ମହା ସମାରୋହରେ ପାଳତ ହୋଇଯାଇଛି । ମଂଚ ବରିଷ୍ଠ ସଭ୍ୟ ଚତୃର୍ଭୁଜ ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଧୂପଦୀପରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯଇଥିଲା । ଉକ୍ତ ଉସ୍ତବରେ ଶିକ୍ଷାବିତ […]
କେନ୍ଦ୍ରାପଡ଼ା,୨୩ା୧: କେନ୍ଦ୍ରାପଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ବାର୍ଷିକ ଉତ୍ସବ ଗରାପୁରସ୍ଥିତ ‘ଶିକ୍ଷକ ଭବନ’ ରେ ମହାସମାରୋହରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସଂଘର ସଭାପତି ରାଜକିଶୋର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି, ମଣ୍ଡଳ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ଦଳାଇ ମୁଖ୍ୟବକ୍ତା, କେନ୍ଦ୍ରାପଡା ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, କପାଳେଶ୍ୱର ପଞ୍ଚାୟତ ସରପଞ୍ଚ କଳ୍ପନା ମହାନ୍ତି, ଉପଦେଷ୍ଟା […]
ପଟ୍ଟାମୁଣ୍ଡାଇ ତା ୨୩/୧-ପଟ୍ଟାମୁଣ୍ଡାଇ ଅଞ୍ଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମ ଏନ ହାଇସ୍କୁଲ ପଡିଆରେ ଆନ୍ତଃ ଜିଲ୍ଲା ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆନ୍ତଃ ଜିଲ୍ଲା ୧୫ବର୍ଷରୁ ଉର୍ଦ୍ଧ ବାଳକ ମାନଙ୍କୁ ନେଇ ଆୟୋଜିତ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ପ୍ରତିଯୋଗିତାର ଉଦଘାଟନ ଉତ୍ସବ ରେ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ […]
କେନ୍ଦ୍ରାପଡ଼ା,୨୧ା୧: କେନ୍ଦ୍ରାପଡା ସହରର ନୂଆ ବସଷ୍ଟାଣ୍ଡ ଠାରୁ ପୁରୁଣା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତାର ଦୁଇ କଡରେ ବିଭିନ୍ନ ପ୍ରକାରର ଦୋକାନ ଥିବାବେଳେ ପାର୍କିଂ ସୁବିଧା କରୁନାହାନ୍ତି ବ୍ୟବସାୟୀ। ଯାହାଫଳରେ ଗ୍ରାହକମାନେ ରାସ୍ତାଉପରେ ଗାଡିରଖି ବ୍ୟବବସାୟିକ ପ୍ରତିଷ୍ଠାନକୁ ଜିନିଷ କିଣିବା ପାଇଁ ଯାଉଛନ୍ତି। ଏହାଦ୍ୱାରା ରାସ୍ତା ଜାମ ହେଉଛି। ଘଣ୍ଟା ଘଣ୍ଟା ଧରି ଲୋକେ ଟ୍ରାଫିକ ସମସ୍ୟାରେ ଫସି ରହୁଛନ୍ତି। ଏପରିକି ଅନେକ ସମୟରେ ରୋଗୀମାନଙ୍କୁ ନେଇ ଯାଉଥିବା ଗାଡି ମଧ୍ୟ […]
କେନ୍ଦ୍ରାପଡ଼ା,୨୧ା୧: କେନ୍ଦ୍ରାପଡାର ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ପ୍ରତିଷ୍ଠାତା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରଚେଷ୍ଟାରେ ଓଡିଶାର ସମସ୍ତ ଜିଲ୍ଲାରେ ଦୀର୍ଘ ୮ବର୍ଷ ହେବ ବିଶ୍ୱ ପ୍ରାର୍ଥନା ଦିବସ ପାଳିତ ହୋଇଆସୁଅଛି। ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଶ୍ରୀମା’ଙ୍କ ଏହି ସାଧୁ ଉଦ୍ୟମ ଯୋଗୁଁ କେବଳ ଏହା ସମ୍ଭବ ହୋଇପାରିଛି। ଚଳିତବର୍ଷ ମଧ୍ୟ ସାରା ରାଜ୍ୟରେ ବିଶ୍ୱ ପ୍ରାର୍ଥନା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଶ୍ରୀକ୍ଷେତ୍ର ପୁରୀରେ […]
କେନ୍ଦ୍ରାପଡା,୨୧ା୧: ତୁଳସୀକ୍ଷେତ୍ର ପଣ୍ଡିତ ସଭା ଆନୁକୂଲ୍ୟରେ ସାମୁଷିକ ବ୍ରତୋପନୟନ ତଳବାରଙ୍ଗସ୍ଥ ଶ୍ରୀ ଗୋପୀନାଥଜୀଉ ମନ୍ଦିର ପ୍ରାଙ୍ଗଣରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପବିତ୍ର ସାମୂହିକ ବ୍ରତୋପନୟନରେ ବିଲବଳରାମପୁରର ଦୀପ୍ତି ରଞ୍ଜନ କର, ଗରଦପୁରର ଦିବ୍ୟଦର୍ଶନ ପତି, ଜଜାଙ୍ଗର ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଆଳି, ନେମାଳର ସଞ୍ଜୟ ଦୀକ୍ଷିତ, ପଟ୍ଟାମୁଣ୍ଡାଇ-ଅଣ୍ଡରା ଗ୍ରାମର ସୁଧାଂଶୁ ଶେଖର ପଣ୍ଡା ବ୍ରହ୍ମଚାରୀ ଭାବରେ ଉପବୀତ ଗ୍ରହଣ କରିଛନ୍ତି । ତୁଳସୀକ୍ଷେତ୍ର ପଣ୍ଡିତ ସଭାର ଉପଦେଷ୍ଟା […]
କେନ୍ଦ୍ରାପଡ଼ା,୨୦ା୧: ପରମପୂଜ୍ୟ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ୧୧୪ତମ ଜନ୍ମ ଉତ୍ସବ ଗରାପୁରସ୍ଥିତ ହନୁମାନଜୀଉ ମନ୍ଦିର ଆଶ୍ରମ ପରିସରରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରାତଃ ୪ଟାରେ ଶୁଭ ଶଙ୍ଖଧ୍ୱନୀ ସହ ପ୍ରାର୍ଥନା ଓ କୀର୍ତ୍ତନ କରାଯିବା ପରେ ସାଢେ ୪ଟାରେ ମଙ୍ଗଳ ଆରତୀ, ପ୍ରାତଃ ୫ଟାରେ ନଗର କୀର୍ତ୍ତନ, ସକାଳ ୯ଟାରେ ଜନ୍ମୋତ୍ସବ ପୂଜା, ଆରତି, ପ୍ରାର୍ଥନା କରାଯାଇଥିଲା। ପୂର୍ବାହ୍ନ ୧୧ଟାରେ ପରିଚାଳନା ସମିତି ସଭାପତି ବାବାଜୀ ଚେତନାନନ୍ଦ […]
କେନ୍ଦ୍ରାପଡା,୧୯ା୧: ବାରୋସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସଂଯୋଜନାରେ ସୁସ୍ଥ ଗାଁ ଓ ସୁସ୍ଥ ସମାଜ ଗଢି ତୋଳିବାର ଉଦ୍ଦେଶ୍ୟ ରଖି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ନେଇ ସଭାର ଆୟୋଜନ ହୋଇଥିଲା । ଲୋକ ସଚେତନ ହେଲେ ସତ୍ସଂକଳ୍ପ ନେଇପାରିବେ ଏବଂ ସଠିକ୍ ମାର୍ଗରେ ପରିଚାଳିତ ହୋଇ ନିଜର ସ୍ୱାସ୍ଥ୍ୟ ରକ୍ଷା କରିପାରିବେ ବୋଲି ଆଲୋଚନା ହୋଇଥିଲା । ଦେହ ଖରାପ ହେଲେ ସ୍ୱାସ୍ଥ୍ୟକେନ୍ଦ୍ରକୁ […]
କେନ୍ଦ୍ରାପଡା ୨୦/୧- ଚଳିତ ଜାନୁୟାରୀ ୧୬ ତାରିଖରେ ସମାପ୍ତ ହୋଇଥିବା ନବମ ଜାତୀୟ ୱୋସିଆ ଚମ୍ପିୟାନସିପ୍ ୨୦୨୪-୨୫ ରେ କେନ୍ଦ୍ରାପଡ଼ାର ପାରାକ୍ରୀଡ଼ାବିତ୍ ସୁଧୀର ମଲିକ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ହାସଲ କରିଥିବାରୁ ଭିନ୍ନକ୍ଷମମାନଙ୍କ ନିମନ୍ତେ କାର୍ଯ୍ୟରତ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ସମ୍ବର୍ଦ୍ଧନା ଓ ପ୍ରୋତ୍ସାହନ ରାଶି ପ୍ରଦାନ କରା ଯାଇଛି। ଏଥି ନିମନ୍ତେ ପୁନର୍ବାସ ଥେରାପି କେନ୍ଦ୍ରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ […]
କେନ୍ଦ୍ରାପଡ଼ା,୨୦ା୧: ମା’ତାରିଣୀ ସ୍ୱୟଂ ସହାୟିକା ଗୋଷ୍ଠି ହଟାଅ ରାଜକନିକାରେ ଶିଶୁମାନଙ୍କୁ ଅପପୃଷ୍ଟିରୁ ବଞ୍ଚାଓ ନେଇ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକଦିବସୀୟ ଧାରଣା ଦେଇଛନ୍ତି କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ମହୁ ଗ୍ରାମର ସୂଚନା ଅଧିକାର କର୍ମୀ ତଥା ଓଡିଶା ସୂଚନା ଅଧିକାର ଅଭିଯାନର ଜଣେ ସକ୍ରୀୟ ସଦସ୍ୟ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ । ଗତ ୩ତାରିଖରେ ଶ୍ରୀ ଆଚାର୍ଯ୍ୟ ଏନେଇ ଜିଲ୍ଲା ପଶାସନକୁ ଲିଖିତ ଭାବେ ଜଣାଇଥିଲେବି […]
ଚଳିତମାସ ୨୨ତାରିଖରୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ-ଗ୍ରାମୀଣ ଯୋଜନା ପାଇଁ ସର୍ଭେ ପ୍ରକ୍ରିୟା ଆରମ୍ଭ ହେବ । ଘର ପାଇବାରୁ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ଏହି ସର୍ଭେ ପ୍ରକ୍ରିୟାରେ ଆୱାସ ପ୍ଲସ ମୋବାଇଲ ଆପ ମାଧ୍ୟମରେ ଚିହ୍ନଟ କରିବାକୁ ରାଜ୍ୟ ସରକାର ଶନିବାର ସମସ୍ତ ଜିଲାପାଳ ଓ ଜିଲାପରିଷଦ କାର୍ଯ୍ୟନିବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଶୁକ୍ରବାର ସମସ୍ତ ଜିଲାପାଳମାନଙ୍କୁ […]
ପଟ୍ଟାମୁଣ୍ଡାଇ ତା ୧୯/୧-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅରଡ଼ପଲ୍ଲୀ ଆଞ୍ଚଳିକ ସରକାରୀ ହାଇସ୍କୁଲ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଶରତ ମଲିକଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ଅରଡ଼ପଲ୍ଲୀ ସରପଞ୍ଚ ବୁଦ୍ଧିରାମ ବେହେରା ମୁଖ୍ୟଅତିଥି, ପଞ୍ଚସଖା ସେତୁ ଅଭିଯାନ କମିଟି ସଭାପତି ଚୌଧୁରୀ ସତ୍ୟବ୍ରତ ରାୟ ମୁଖ୍ୟବକ୍ତା ଓ ନାରୀନେତ୍ରୀ ମମତା ଘଡାଇ, ଶିକ୍ଷାବିତ ପ୍ରମୋଦ ତ୍ରିପାଠୀ ସି ଆର ସି ସି ରଞ୍ଜନ ବେହେରା, ରୋଜିନା ରାଉତ […]
ପ୍ରୟାଗରାଜ, ରବିବାର ଅପରାହ୍ନରେ ମହାକୁମ୍ଭମେଳା ଅଞ୍ଚଳରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ମହାକୁମ୍ଭମେଳାର ସେକ୍ଟର ୨୦ରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏହି କାରଣରୁ ମେଳା ପରିସରରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ମହାକୁମ୍ଭ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟଣାର ତଦନ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଦୂରରୁ ନିଆଁ ଏବଂ ଧୂଆଁ ଦେଖାଯାଉଥିଲା , ଅଗ୍ନିକାଣ୍ଡ ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ, ଅଗ୍ନିଶମ ବାହିନୀର ଅନେକ […]
କେନ୍ଦ୍ରାପଡା,୧୯ା୧: ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ୮୦ତମ ତିରୋଧାନ ପାଳନ ନିମନ୍ତେ ସ୍ଥାନୀୟ ପବ୍ଲିକ ରିଡିଂରୁମ୍ ପରିସରରେ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ମୃତି କମିଟି ସ୍ଥାୟୀ ସଭାପତି ବିଚିତ୍ରାନନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ବିପ୍ଳବୀଙ୍କ ତିରୋଧାନ ଦିବସ ପାଳନ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା । ଆସନ୍ତା ୨୭ ତାରିଖରେ ବିପ୍ଳବୀଙ୍କ ତିରୋଧାନ […]
କେନ୍ଦ୍ରାପଡ଼ା,୧୯ା୧: କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ୍ ଆସୋସିଏସନ ଏବଂ ଓସିଏର ମିଳିତ ଆନୁକୂଲ୍ୟରେ ଜିଲାସ୍ତରୀୟ ଜୁନିୟର୍ ଆନ୍ତଃକ୍ଲବ ସୁପର ଲିଗ୍ ମ୍ୟାଚ୍ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ରେ ଇଲେଭେନଷ୍ଟାର କ୍ରିକେଟ୍ କ୍ଲବ ଓ ବାଲାବାବା କ୍ରିକେଟ୍ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚ୍ରେ ପ୍ରଥମେ ବାଲାବାବା କ୍ରିକେଟ୍ କ୍ଲବ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ଇଲେଭେନଷ୍ଟାର କ୍ରିକେଟ୍ କ୍ଲବ ବ୍ୟାଟିିଂ କରି ୪୦ ଓଭରରେ ୬ […]
କେନ୍ଦ୍ରାପଡା,୧୯ା୧: ବାରୋସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସଂଯୋଜନାରେ ସୁସ୍ଥ ଗାଁ ଓ ସୁସ୍ଥ ସମାଜ ଗଢି ତୋଳିବାର ଉଦ୍ଦେଶ୍ୟ ରଖି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ନେଇ ସଭାର ଆୟୋଜନ ହୋଇଥିଲା । ଲୋକ ସଚେତନ ହେଲେ ସତ୍ସଂକଳ୍ପ ନେଇପାରିବେ ଏବଂ ସଠିକ୍ ମାର୍ଗରେ ପରିଚାଳିତ ହୋଇ ନିଜର ସ୍ୱାସ୍ଥ୍ୟ ରକ୍ଷା କରିପାରିବେ ବୋଲି ଆଲୋଚନା ହୋଇଥିଲା । ଦେହ ଖରାପ ହେଲେ ସ୍ୱାସ୍ଥ୍ୟକେନ୍ଦ୍ରକୁ […]
ପଟ୍ଟାମୁଣ୍ଡାଇ,୧୮/୧- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନିମପୁର ଶାସନ ନୋଡାଲ ହାଇସ୍କୁଲ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ତପନ କୁମାର ରାୟଙ୍କ ପୌରହିତ୍ୟ ରେ ଆୟୋଜିତ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଳକ ଶିକ୍ଷା ଅଧିକାରୀ ହରିହର ଦଳାଇ ମୁଖ୍ୟଅତିଥି ସାମ୍ବାଦିକ ଜଗନ୍ନାଥ ଆଚାର୍ଯ୍ୟ, ପୂର୍ବତନ ପ୍ରଧାନଶିକ୍ଷକ ସଚିତ୍ର ବେହୁରା, ଆଳି ବ୍ଳକ ଅତିରିକ୍ତ ଶିକ୍ଷା ଅଧିକାରୀ ଉଦକର ସାମଲ, ପୂର୍ବତନ ପ୍ରଧାନଶିକ୍ଷକ ବିଜୟ କୁମାର ଆଚାର୍ଯ୍ୟ, ଶାସନ […]