ପଟ୍ଟାମୁଣ୍ଡାଇ ୨୭ା୬- କେନ୍ଦ୍ରାପଡା ଜିଲ୍ଲ ପଟ୍ଟାମୁଣ୍ଡାଇ ଅଂଚଳରେ ଏକ ପ୍ରକାର ଅଜଣା ପୋକ ଆତଙ୍କ ସୃଷ୍ଟି କରିଛି । ଏପରି ପ୍ରଜାତିର ପୋକ ଚାରି ଆଡେ ବ୍ୟାପି ଯାଇଥିବା ବେଳେ, କାମୁଡି ଦେଲେ କୁଣ୍ଡେଇ ହେବା ସହିତ ଫଳି ଯାଉଥିବାର ଦେଖିବାକୁ ମିଳିଛି । ଲୋକମାନେ ଶାନ୍ତିରେ ଚଲାବୁଲା କରି ପାରୁ ନଥିବାବେଳେ, ପୋଷାକ ଭିତରେ ପୋକ ପସି ଜୀବନ ଯାତ୍ରା ପ୍ରଭାବିତ କରୁଛନ୍ତି । ପ୍ରଥମେ ଅଳ୍ପ କିଛି ପୋକ ଉଡ଼ି ଆସି ଥିବାବେଳେ ଧିରେ ଧିରେ ଏହି ପୋକ ଭର୍ତି ହୋଇଗଲେଣି । କିଏ କିଏ କୁହନ୍ତି ଏହି ପୋକ ଗୁଡିକ ପୋତକ ଜାତିର , ଆଉ କିଏ କିଏ କୁହନ୍ତି ଏଗୁଡିକ ଅଜଣା ପୋକ । ଏମାନେ ଅଦୃଶ୍ୟ ହୋଇ ମଧ୍ୟ ସାଟ୍ ଗଞି ଭିତରକୁ ପସି କାମୁଡୁଛନ୍ତି । ପୋତକ ଉଡିବା ସହିତ ଆଖିକୁ ଦେଖାଯାଏ । ମାତ୍ର ଏ ଅଜଣା ପୋକ ଦୃଶ୍ୟପଟ ହେଉନଥିବା ଲୋକେ କୁହନ୍ତି । ତେବେ ଶୀଘ୍ର ଏହାର ପ୍ରତିକାର କରା ନଗଲେ ଆଗକୁ ପରିସ୍ଥିତି ଭୟଙ୍କର ହେବ ବୋଲି ଆଶଙ୍କା କରୁଛନ୍ତି ସ୍ଥାନୀୟବାସୀ ।
kanikanews.in
Next Post
ପ୍ରକାଶ ପାଇଛି ବିଶ୍ୱକପ-୨୦୨୩ ର କାର୍ଯ୍ୟସୂଚୀ
Wed Jun 28 , 2023
ନୂଆଦିଲ୍ଲୀ . ଭାରତରେ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ-୨୦୨୩ର କାର୍ଯ୍ୟସୂଚୀ ୧୦୦ ଦିନ ପୂର୍ବରୁ ପ୍ରକାଶ ପାଇଛି । ଚଳିତ ବର୍ଷ ଅକ୍ଟୋବର ୫ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଗତ ବିଶ୍ୱକପରେ ଫାଇନାଲ ମ୍ୟାଚ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଅକ୍ଟୋବର ୧୫ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବହୁ ପ୍ରତିକ୍ଷୀତ ଭାରତ-ପାକିସ୍ତାନ […]

You May Like
- 7 months ago
ବିଶ୍ୱ ପ୍ରାର୍ଥନା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ
- 2 years ago
ରାଜ୍ୟ ସ୍ତରୀୟ ଚେସ୍ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ଦିବସ