କଳାକ୍ଷେତ୍ର ପକ୍ଷରୁ ଓଡିଆ ନବ ବର୍ଷ ପାଳିତ



କେନ୍ଦ୍ରାପଡ଼ା,୧୪ା୪:କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅଧିନ ନରସିଂହପୁର ଗ୍ରାମରେ ଓଡିଶା କଳାକ୍ଷେତ୍ର ପକ୍ଷରୁ ଓଡିଆ ନବବର୍ଷ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ କଳାକ୍ଷେତ୍ରର କେନ୍ଦ୍ରାପଡା ଜିଲ୍ଲା ସଭାପତି ବ୍ରଜବନ୍ଧୁ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ସାମ୍ବାଦିକ ସୁଦର୍ଶନ ମହାପାତ୍ର ମୁଖ୍ୟଅତିଥି, ଓଡିଶା ଭାଗବତ ପ୍ରଚାର ସମିତି, ପଟ୍ଟାମୁଣ୍ଡାଇର ବ୍ଲକ ସଭାପତି ବିଦ୍ୟାଧର ମହାନ୍ତି, ପ୍ରବଚକ ଶରତ ଚନ୍ଦ୍ର ସିଂହ, ନାଟ୍ୟ ନିର୍ଦ୍ଦେଶକ ଭୀମସେନ ପ୍ରଧାନ, ପାଲାଗାୟକ ଗୋଲଖ ବେହେରା, ଡେରାବିଶ କଳାପରିଷଦ ସଭାପତି ଶାନ୍ତନୁ କୁମାର ଦାସ, କଳାକାର ବିଜୟ ରଥ, ର୍କୀର୍ତ୍ତନ ମଣ୍ଡଳୀ ସଭ୍ୟା ମିନର୍ଭା ରାଉତ, ଭାଗବତ ଟୁଙ୍ଗୀ ସଭାପତି ରବୀନ୍ଦ୍ର ମହାରଣା ଓ ସମ୍ପାଦିକା ବେବିନା ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଓଡିଆ ନବବର୍ଷ ପାଳନର ଆବଶ୍ୟକତା ଓ ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପ୍ରଦ୍ୟୁମ୍ନ ମଲିକ ହନୁମାନଙ୍କ ବେଶରେ ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ଝୋଟୀ, ହୁଳହୂଳି ଓ ପିଠା ପ୍ରଦର୍ଶନୀର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଶେଷରେ ଶାନ୍ତନୁ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।


Next Post

କ୍ଷତ୍ରିୟ ଖଣ୍ଡାୟତ ମହାସଂଘ ପକ୍ଷରୁ ବଳଦେବଜୀଉଙ୍କ ପବିତ୍ର ରଥଦାଣ୍ଡରେ ଦହିପଣା ବଣ୍ଟନ

Wed Apr 15 , 2026
କେନ୍ଦ୍ରାପଡା ୧୪/୪ : କ୍ଷତ୍ରିୟ ଖଣ୍ଡାୟତ ମହାସଂଘ କେନ୍ଦ୍ରାପଡ଼ା ତରଫରୁ ମହାପ୍ରଭୁ ସିଦ୍ଧ ବଳଦେବଜୀଉଙ୍କ ପବିତ୍ର ରଥଦାଣ୍ଡରେ ପଣା ସଂକ୍ରାନ୍ତି ଅବସରରେ ଭକ୍ତ ମାନଙ୍କୁ ଦହିପଣା ବଣ୍ଟନ କରାଯାଉଅଛି। କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ଭକ୍ତ ମାନେ ପ୍ରଚଣ୍ଡ ରୌଦ୍ରତାପରେ ଦହିପଣା ପାନକରି ଆତ୍ମସନ୍ତୋଷ ଲାଭ କରିଥିଲେ। ସକାଳ ୭ଟାରୁ ଆରମ୍ଭ କରାଯାଇ ସଂଧ୍‌ଯା ୬ ଘଟିକା ପର‌୍ୟ୍‌ଯନ୍ତ ଚାଲିଥିଲା। ଏହି କାର‌୍ୟ୍‌ଯକମରେ ପୂର୍ବତନ ପ୍ରଶାସନିକ ଅଧିକାରୀ […]