କ୍ଷତ୍ରିୟ ଖଣ୍ଡାୟତ ମହାସଂଘ ପକ୍ଷରୁ ବଳଦେବଜୀଉଙ୍କ ପବିତ୍ର ରଥଦାଣ୍ଡରେ ଦହିପଣା ବଣ୍ଟନ



କେନ୍ଦ୍ରାପଡା ୧୪/୪ : କ୍ଷତ୍ରିୟ ଖଣ୍ଡାୟତ ମହାସଂଘ କେନ୍ଦ୍ରାପଡ଼ା ତରଫରୁ ମହାପ୍ରଭୁ ସିଦ୍ଧ ବଳଦେବଜୀଉଙ୍କ ପବିତ୍ର ରଥଦାଣ୍ଡରେ ପଣା ସଂକ୍ରାନ୍ତି ଅବସରରେ ଭକ୍ତ ମାନଙ୍କୁ ଦହିପଣା ବଣ୍ଟନ କରାଯାଉଅଛି। କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ଭକ୍ତ ମାନେ ପ୍ରଚଣ୍ଡ ରୌଦ୍ରତାପରେ ଦହିପଣା ପାନକରି ଆତ୍ମସନ୍ତୋଷ ଲାଭ କରିଥିଲେ। ସକାଳ ୭ଟାରୁ ଆରମ୍ଭ କରାଯାଇ ସଂଧ୍‌ଯା ୬ ଘଟିକା ପର‌୍ୟ୍‌ଯନ୍ତ ଚାଲିଥିଲା। ଏହି କାର‌୍ୟ୍‌ଯକମରେ ପୂର୍ବତନ ପ୍ରଶାସନିକ ଅଧିକାରୀ ପର୍ଶୁରାମ ନାୟକ ସର୍ବ ପ୍ରଥମେ ଦହିପଣା ବଣ୍ଟନ କରିଥିଲେ। ଅନ୍ୟମାନକଂ ମଧ୍ୟରେ ସଭାପତି ଶରତ କୁମାର ବେହୁରା, କାଯ୍ୟକାରୀ ସଭାପତି ଗୋଲେଖ ଚନ୍ଦ୍ର ପଢିଆରୀ, ଜିଲ୍ଲା ସଂଯୋଜକ ଚନ୍ଦନ ପରିଡ଼ା, ପ୍ରାଧ୍ୟାପକ ଡ. ଚୈତନ୍ୟ ଚରଣ ପରିଡା, ମାର୍ଶାଘାଇ ବ୍ଲକ ସଭାପତି ରଂଜନ କୁମାର ନାୟକ, ସାଧାରଣ ସଂପାଦକ ସୁମନ୍ତ କୁମାର ରାଉତ, ତରୁଣ ରଂଜନ ପ୍ରଧାନ, ଡକ୍ଟର ଚୈତନ୍ୟ ଚରଣ ପରିଡ଼ା, ଦିଲ୍ଲୀପ କୁମାର ଜେନା, ଚିତରଂଜନ ବଳ, ରଂଜନ ନାୟକ, କେଦାର ସାମନ୍ତରାୟ, ରାଜକିଶୋର ମହାନ୍ତି, ସମାଜସେବି ରଣେନ୍ଦ୍ର କୁମାର ସ୍ୱାଇଁ, ଧୁନ କିଶୋର ନାୟକ, ରଶ୍ମି ରଂଜନ ରାଉତ, ନୀରଜଂନ ମଲ୍କିକ, ଲକ୍ଷି୍ପ୍ରିୟା ମଲିକ, ଅକ୍ଷୟ କୁମାର ମେକାପ, କୈଳାସ ଚନ୍ଦ୍ର ଦାସ, ବିକ୍ରମ କେଶରୀ ରାଉତରାୟ, ଶାନ୍ତିସରୂପ ଭୂୟାଁ, ସରୋଜ ପରିଡା, ପାର୍ଥସାରଥୀ ସାହୁ, କ୍ଷୀରୋଦ ମେକାପ, କୂଳମଣି ଲେକାଂ, ଉମାକାନ୍ତ ବଳ, ନଗର ସଭାପତି ସଂଗ୍ରାମ ଜେନା, ସୁଶିଲ କୁମାର ସାମଲ ଗୋଲେଖ ପରିଡ଼ା, ଅମୂଲ୍ୟ ସାହାଣୀ, ଅକ୍ଷୟ କୁମାର ନାୟକ, ମାନସ କୁମାର ରାଉତରାୟ,କୂଳମଣୀ ଲେକାଂ ପ୍ରମୁଖ ଭକ୍ତମାନଙ୍କ ସେବାରେ ନିଜକୁ ସାମିଲ୍ କରି ଅପାର ଆନନ୍ଦ ଉପଭୋଗ କରିବା ସହିତ ଧର୍ମ କାଯ୍ୟରେ ନିଜକୁ ସାମିଲ୍ କରି ଅପାର ଆନନ୍ଦ ଲାଭ କରିଥିଲେ ।


Leave a Reply

Your email address will not be published. Required fields are marked *

Next Post

ସୁତାକଳରେ କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ

Wed Apr 15 , 2026
କାନ୍ଦ ବୋବାଳିରେ ଫାଟିପଡୁଛି ଘର ମା ଭଉଣୀ ଓ ପତ୍ନୀ ମୁଣ୍ଡପିଟି କାନ୍ଦୁଛନ୍ତି   କେନ୍ଦ୍ରାପଡ଼ା,୧୫ା୪:ଗୁଜୁରାଟର ସୁରଟସ୍ଥିତ ଏକ ସୁତାକଳରେ କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ। ଖବର ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟି ପଡୁଛି ସନ୍ୟାସପୁର ଗାଁର ତ୍ରିଲେଖଙ୍କ ଘର। ଘରର ଏକମାତ୍ର ରୋଜଗାରିଆ ପୁଅ ତ୍ରିଲେଖ ବେହେରା(୪୨)ଙ୍କ ଗୁଜୁରାଟର ସୁରଟରେ ଏକ ଲୁଗା କାରଖାନାରେ କାମ କରୁଥିବା ବେଳେ ମୃତ୍ୟୁ ହୋଇଯାଇଛି। […]

KANIKA