କେନ୍ଦ୍ରାପଡା ଜିଲ୍ଲା ଶ୍ରମ ବିଭାଗରେ ଦୁର୍ନିତି ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ


କେନ୍ଦ୍ରାପଡ଼ା,୨୮ା୬: କେନ୍ଦ୍ରାପଡା ଜିଲ୍ଲା ଶ୍ରମ ବିଭାଗରେ ପୁଣି ଆଉ ଏକ ମୃତ ହିତାଧିକାରୀଙ୍କ ନାମରେ ଠକେଇ ଅଭିଯୋଗ ହୋଇଥିବା ବିଭିନ୍ନ ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ବୁଧବାର ଦିନ ଅଭିଯୋଗ ହୋଇଥିବା ଜଣାପଡିଛି । ୨୦୨୨ ମସିହା ଅକ୍ଟୋବର ମାସରୁ କେନ୍ଦ୍ରାପଡା ଜିଲ୍ଲା ଶ୍ରମ଼ ଅଫିସରେ ଚାଲିଥିବା ଦୁର୍ନୀତି ଓ ବେଆଇନ କାର୍ଯ୍ୟକୁ ବିରୋଧ କରି ଜିଲ୍ଲାପାଳଙ୍କ ସମେତ ଶ୍ରମ ଆୟୁକ୍ତ ଓ ପ୍ରିନ୍ସପାଲ ସଚିବ, ଶ୍ରମ ଓ ଇ.ଏସ.ଆଇ, ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ବିଭିନ୍ନ ସଂଗଠନମାନେ ଅଭିଯୋଗ କରିଥିଲେ ମଧ୍ୟ ସେମାନଙ୍କ କଥାକୁ ନା ଜିଲ୍ଲା କିମ୍ବା ରାଜ୍ୟ ପ୍ରଶାସନ ବିଶ୍ୱାସକୁ ନେଲେ ନାହିଁ । ଏବେ ଲକ୍ଷ ଲକ୍ଷ ଟଙ୍କା ଆର୍ଥିକ ତୋଷରପାତ ଓ ଡବ୍ଲ୍ୟୁ.ସି.ର ଦେଷ ଲଦି ଦେଇ ତାଙ୍କୁ ଜିଲ୍ଲାରୁ ବାହାର କରିଦେଲେ ମଧ୍ୟ ପରିସ୍ଥିତି ଯେମିତି ଥିଲା ସେମିତି ରହିଛି । ଏବେ ପଟ୍ଟାମୁଣ୍ଡାଇ ବ୍ଲକର ଶାସନ ପଞ୍ଚାୟତର ଦିଆନପୁର ଗ୍ରାମର ଜନୈକ ବ୍ୟକ୍ତିଙ୍କ ନାମ କାଟି ଆଉଜଣଙ୍କ ନାମ ବସାଯାଇ ଟଙ୍କା ନେବା ପାଇଁ ଚକ୍ରାନ୍ତ ଚାଲିଛି । ପ୍ରାୟ ପ୍ରଚୁର ଲାଞ୍ଚ ଆଦାୟ କରାଯାଇ ଟଙ୍କା ଲୁଟିବା ପାଇଁ ବନ୍ଦୋବସ୍ତ ଜିଲ୍ଲା ଶ୍ରମ ଅଧିକାରୀ କରିଛନ୍ତି ବୋଲି ଅଭିଯୋଗ ପତ୍ରରେ ଦର୍ଶା ଯାଇଛି । ଜିଲ୍ଲା ଶ୍ରମ ଅଧିକାରୀ ଓ କର୍ମାଚାରୀମାନଙ୍କୁ ସ୍ଥାନାନ୍ତରିତ କରାଯାଇ ଏକ ନିରପେକ୍ଷ ତଦନ୍ତ କଲେ ଦୁର୍ନିତୀର ପେଡି ଖୋଲିଯିବ ବୋଲି ଅଭିଯୋଗ ହୋଇଛି ଏବଂ ଜିଲ୍ଲାପାଳ ଶ୍ରମ ଅଫିସର କୌଣସି କାର୍ଯ୍ୟକୁ ନିଜେ ତଦନ୍ତ ନ କରି ଦସ୍ତଖତ ନ କରିବାକୁ ଦାବି ହୋଇଛି । ଏହି ଅଭିଯୋଗ ପତ୍ର ପ୍ରଦାନ ସମୟରେ କଳିଙ୍ଗ ଭାରତ ଶ୍ରମିକ ସଂଘର ପ୍ରକାଶ ଚନ୍ଦ୍ର ମହାନ୍ତି, ଆଇ.ଏନ.ଟି.ୟୁ.ସିର ମୁକ୍ତାର ଖାଁ, ଏନ.ୟୁ.ଏନ.ଏସ.ଏସ.ର ଶିବ ପ୍ରସାଦ ନାଥହ, ସି.ଆଇ.ଟିୟୁର ଜଗତଜୀବନ ଦାଶ, ଏ.ଆଇ.ଟି.ୟୁ.ସିର କାଂଚନବାଳା ସ୍ୱାଇଁ, ଏଚ.ଏମ.ଏସର ତ୍ରିଲୋଚନ ଦାସ ପ୍ରମୁଖ ଯୋଗ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading